ଆଭାସୀ ମାଧ୍ୟମରେ ସମୀକ୍ଷାକଲେ ଜିଲାପାଳ

ବାଲେଶ୍ୱର, ୨୩।୫(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ଜରୁରୀକାଳୀନ ବିଭାଗ ପକ୍ଷରୁ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୨୫ ଓ ୨୬ ତାରିଖରେ ହେବାକୁ ଥିବା ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ବୁଧବାର ଆଭାସୀ ମାଧ୍ୟମରେ ଜିଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଗ୍ନିଶମ, ପୋଲିସ, ସ୍ବାସ୍ଥ୍ୟ, କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ, ଟିପିଏନଓଡିଏଲ, ସୂଚନା ଓ ଲୋକସମ୍ପର୍କ, ଶିକ୍ଷା, ବେସାମରିକ ଯୋଗାଣ, ଆଞ୍ଚଳିକ ପରିବହନ ଓ ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ ଆଦି ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।
ଜିଲା ଜରୁରୀକାଳୀନ ଅପରେଶନ ସେଣ୍ଟର, ବ୍ଲକ, ତହସିଲ ଏବଂ ସମସ୍ତ ଲାଇନ ବିଭାଗର କଣ୍ଟ୍ରୋଲ ରୁମ୍‌ର ୨୪/୭ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଆବଶ୍ୟକସ୍ଥଳେ ଉଦ୍ଧାର ଓ ସ୍ଥାନାନ୍ତର କାର୍ଯ୍ୟରେ ସହାୟତା ନିମନ୍ତେ ସମସ୍ତ ଅଗ୍ନିଶମ କେନ୍ଦ୍ର ପ୍ରସ୍ତୁତ ରହିବେ। ସମସ୍ତ ବିଡ଼ିଓ, ତହସିଲଦାର ଓ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ନିର୍ବାହୀ ଅଧିକାରୀଙ୍କୁ ବିପର୍ଯ୍ୟୟ ପ୍ରବଣ ଗ୍ରାମ ଓ ବାସସ୍ଥାନ ପାଇଁ ସ୍ଥାନାନ୍ତର ଯୋଜନା ପ୍ରସ୍ତୁତ କରିବା ପାଇଁ ଆଦେଶ ଦିଆଯାଇଛି। ବୃଦ୍ଧ, ଅଶକ୍ତ, ଶାରିରୀକ ଅକ୍ଷମ, ମହିଳା ଓ ଶିଶୁଙ୍କୁ ସ୍ଥାନାନ୍ତର ପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯିବା ଦିଗରେ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ବୈଠକରେ ମତ ପ୍ରକାଶ କରାଯାଇଥିଲା। ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ପର୍ଯ୍ୟାପ୍ତ ଜଳଯୋଗାଣ, ଆଲୋକୀକରଣ, ପରିମଳ ବ୍ୟବସ୍ଥା ଏବଂ ମୌଳିକ ସୁବିଧା ଉପଲବ୍ଧ କରାଯିବ। ଅନ୍ୟ ସରକାରୀ କୋଠାଗୁଡ଼ିକୁ ମଧ୍ୟ ଆଶ୍ରୟସ୍ଥଳ ଭାବେ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଶୁଖିଲା ଖାଦ୍ୟ ଓ ଶିଶୁ ଖାଦ୍ୟ ସମେତ ପଯର୍‌ୟାପ୍ତ ପରିମାଣର ଖାଦ୍ୟ ସାମଗ୍ରୀ ମହଜୁଦ ରଖିବା ପାଇଁ ବ୍ୟବସ୍ଥା କରାଯିବ। ଭ୍ରାମ୍ୟମାଣ ଡାକ୍ତରୀ ଦଳ ଓ ଗୋ-ସ୍ବାସ୍ଥ୍ୟ ଶିବିର ପାଇଁ ଆଗୁଆ ବ୍ୟବସ୍ଥା କରାଯିବ। ପ୍ରଭାବିତଙ୍କୁ ରିଲିଫ୍‌ ସାମଗ୍ରୀ ପରିବହନ ପାଇଁ ତୁରନ୍ତ ସଡ଼କ ଯୋଗାଯୋଗ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ବିଶେଷ ଗୁରୁତ୍ୱ ବହନ କରୁଥିବା ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅଧିକାରୀମାନଙ୍କୁ ସେଥିପ୍ରତି ଆବଶ୍ୟକ ପଦକ୍ଷେପ ନେବା ପାଇଁ ଜିଲାପାଳ ଆଦେଶ ଦେଇଥିଲେ। ବୈଠକରେ ସମସ୍ତ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରିବା ଏବଂ ଉଦ୍ଧାର କାର୍ଯ୍ୟରେ ପିଆରଆଇ ସଦସ୍ୟ, ସ୍ବେଚ୍ଛାସେବୀ ଏବଂ ଗୋଷ୍ଠୀ ସ୍ବେଚ୍ଛାସେବୀଙ୍କୁ ସାମିଲ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଶେଷରେ ଲୋକମାନେ ଭୟଭୀତ ନ ହେବା ପାଇଁ ଏବଂ ଆବଶ୍ୟକସ୍ଥଳେ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ପାଇଁ ସରକାରୀ ଅଧିକାରୀଙ୍କ ନିର୍ଦ୍ଦେଶ ପାଳନ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛେଳି ଗୋଟରେ ବଜ୍ରପାତ: ଆଉ ତା’ପରେ…

ପଡ଼ିଆବାହାଲ,୧୫।୬(ରାଧାମୋହନ ଷଡ଼ଙ୍ଗୀ): ସମ୍ବଲପୁର ଜିଲା ଜୁଯୋମୁରା ବ୍ଲକ ନୂଆଁ ବରଙ୍ଗାମାଳ ପଞ୍ଚାୟତ ସାପଲହରା ନିକଟରେ ରବିବାର ସାରେ ବଜ୍ରପାତ ଘଟି ୧୦ ଛେଳିଙ୍କ ମୃତ୍ୟୁ ଘଟିଛି।...

ପିତୃ ଦିବସରେ ଲଜ୍ଜା: ନାବାଳିକା ଝିଅକୁ ବଳାତ୍କାର ଅଭିଯୋଗରେ ବାପା ଗଲେ ଜେଲ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଆଜି ପିତୃ ଦିବସ। ହେଲେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ୧୬ ବର୍ଷୀୟା...

କାର୍‌ରେ ଆସୁଥିବାବେଳେ ଦୁର୍ଘଟଣା: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ-ଝିଅ ଆହତ

ବଇଣ୍ଡା,୧୫ା୬(ପରୀକ୍ଷିତ ସାହୁ): କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ହଣ୍ଡପା ବଜାର ନିକଟରେ ରବିବାର ଏକ ଇନୋଭା କାର୍‌ ପଛରେ ଏକ କାର୍‌...

ଜୁନ ୨୭ରେ ରିଲିଜ୍‌ ହେବ ‘କନ୍ନାପା’: ମହାଦେବଙ୍କ ଭୂମିକାରେ ଅକ୍ଷୟ

ହାଇଦ୍ରାବାଦ,୧୫।୬: ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ସାଉଥ୍‌ ସିନେମା ତଥା ମଲ୍ଟିଷ୍ଟାରର୍‌ ମୁଭି ‘କନ୍ନାପା’ ଆସନ୍ତା ଜୁନ ୨୭ରେ ରିଲିଜ୍‌ ହେବାକୁ ଯାଉଛି। ରବିବାର ଏହାର...

ବର୍ଷା ହେବାରୁ ବରଗଛ ମୂଳେ ନେଇଥିଲେ ଆଶ୍ରୟ, ଖୁବ୍‌ ଜୋର୍‌ରେ ବଜ୍ରପାତ ହେବାରୁ…

ପାଇକମାଳ,୧୫ା୬(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଳକ ଛିନ୍ଦେଇକେଲା ପଞ୍ଚାୟତ ବାରପଲିଆରେ ବ୍ରଜପାତରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ରବିବାର...

୧୩ ଜଣଙ୍କୁ ମିଳିଲା ବର୍ଦ୍ଧିତ ଭତ୍ତା, ରାଜିଆମ୍ମାଙ୍କ ଖୁସି କହିଲେ ନ ସରେ…

ଗଞ୍ଜାମ,୧୫ା୬(ବିଦ୍ୟାଧର ସାହୁ): ମଲାଡ଼ ପଞ୍ଚାୟତର ପ୍ରାୟ ୧୦ଟି ଗ୍ରାମରେ ସରପଞ୍ଚ ମମତା ବେହେରା ରାଜ୍ୟ ସରକାରଙ୍କ ୮୦ ବର୍ଷରୁ ଅଧିକ ୧୩ ଜଣଙ୍କୁ ବର୍ଦ୍ଧିତ ଭତ୍ତା...

କଳାବ୍ୟାଜ୍‌ ପିନ୍ଧି ଆନ୍ଦୋଳନକୁ ଓହ୍ଲାଇଲେ ବନ କର୍ମଚାରୀ

ଭଞ୍ଜନଗର,୧୫ା୬(ବାବୁଲା ପ୍ରଧାନ): ଓଡ଼ିଶା ଅଣ ଗେଜେଟେଡ୍‌ ବନ ସେବା ସଂଘ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଶାଖା ପକ୍ଷରୁ ୩ ଦଫା ଦାବି ପୂରଣ ନେଇ...

ଶିବାଙ୍ଗୀ-କୁଶାଲଙ୍କ ବ୍ରେକଅପ୍‌, ୫ ମାସ ହେଲାଣି…

ବମ୍ବେ: ଅଲଗା ହେଲେ ଟେଲି ପରଦାର ଆଉ ଏକ ହିଟ୍‌ ଯୋଡ଼ି। ସୋନି ଚ୍ୟାନେଲରେ ପ୍ରସାରିତ ଧାରାବାହିକ ‘ବରସାତେ’ଜରିଆରେ ଦର୍ଶକଙ୍କ ମନରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri