ଜେଲେନସ୍କି ହିରୋ ନା ଅସଫଳ ରାଷ୍ଟ୍ରପତି ?…

କ୍ୱିଭ୍‌, ୫।୩ : ରୁଷିଆ ଆକ୍ରମଣ ପରେ ଧ୍ୱଂସସ୍ତୁପ ପାଲଟିଥିବା ୟୁକ୍ରେନ୍‌ ହାର୍‌ ମାନିବାକୁ ନାରାଜ। ଏପରିସ୍ଥଳେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ନେଇ ପ୍ରଶ୍ନ ଚିହ୍ନ ଉଠିବାରେ ଲାଗିଛି। ସେ ହିରୋ ନା ଜିରୋ ଅବା ଅସଫଳ ରାଷ୍ଟ୍ରପତି? ସେ ନେଇ ନାନା ପ୍ରଶ୍ନ ଉଠିବାରେ ଲାଗିଛି।

ପ୍ରଥମେ ଜଣେ ଷ୍ଟାଣ୍ଡ ଅପ ହାସ୍ୟ ଅଭିନେତା, ତାପରେ ଦେଶର ରାଷ୍ଟ୍ରପତି ଏବଂ ବର୍ତ୍ତମାନ ଦେଶର ନେତୃତ୍ୱ ଯୁଦ୍ଧରେ ଦୃଢ଼ ଭାବେ ନେଉଛନ୍ତି ଜେଲେନସ୍କି। ରୁଷିଆ ପରି ଏକ ଶକ୍ତିଶାଳୀ ଦେଶ ବିରୋଧରେ ସେ ଯୁଦ୍ଧରେ ସମ୍ମୁଖୀନ ହୋଇଛନ୍ତି। ସଙ୍କଟ ସମୟରେ ନିଜ ଦେଶ ପାଇଁ ସେ ଦୃଢ଼ ଭାବରେ ଠିଆ ହୋଇଛନ୍ତି। ଏପରି ଭାବରେ ଯଦି ତାଙ୍କୁ ଜଣେ ଶକ୍ତିଶାଳୀ ଯୋଦ୍ଧା କୁହାଯାଏ, ତେବେ ବୋଧହୁଏ ଏହା ଭୁଲ ହେବ ନାହିଁ। ସମ୍ପ୍ରତି ସୋସିଆଲ ମିଡିଆରେ ତାଙ୍କ ସେନା ୟୁନିଫର୍ମର ଚିତ୍ର ଶେୟାର କରି ବିଶ୍ୱ ତାଙ୍କୁ ୟୁକ୍ରେନର ପ୍ରକୃତ ହିରୋ ବୋଲି କହୁଛି ।

ଏହା ସତ୍ୟ ଯେ ଜେଲେନସ୍କି ନିଜ ଦେଶ ପାଇଁ ହିରୋ ଭଳି ଲଢୁୁଛନ୍ତି। ଅପରପକ୍ଷରେ ଏହା ମଧ୍ୟ ସତ୍ୟ ମଧ୍ୟ ଯେ ସେ ଜଣେ ବିଫଳ ରାଷ୍ଟ୍ରପତି ବୋଲି ନିଜକୁ ପ୍ରମାଣିତ କରିଛନ୍ତି। ଏହି ଯୁଦ୍ଧ ହେବା ବୋଲି ସମସ୍ତଙ୍କୁ ପୂର୍ବରୁ ଜଣାଥିଲା। ତେବେ ମଧ୍ୟ ଜେଲେନସ୍କି ଦେଶର ଜନସାଧାରଣଙ୍କୁ ସୁରକ୍ଷା ଦେବାରେ ବିଫଳ ରହିଛନ୍ତି। ୟୁକ୍ରେନ ସରକାର ନିଜ ଦେଶର ଲୋକଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ନେବା ପାଇଁକୌଣସି ଯୋଜନା କରି ନ ଥିଲେ।

ଜାତିସଂଘର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଫେବୃଆରୀ ୨୪ରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଏହି ଯୁଦ୍ଧରେ ଛୋଟ ପିଲାଙ୍କ ସମେତ ୨୦୦୦ରୁ ଅଧିକ ଜଣଙ୍କ ମୃତ୍ୟୁ ଘଟିଛି। ୟୁକ୍ରେନରେ ରହୁଥିବା ଅନ୍ୟ ଦେଶର ଲୋକଙ୍କ ଦେଶ ଛାଡିବା ପାଇଁ ସରକାର କୌଣସି ଉପଯୁକ୍ତ ବ୍ୟବସ୍ଥା ମଧ୍ୟ କରିନାହାଁନ୍ତି।

ଗୋଟିଏ ପଟେ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ ଯୁଦ୍ଧ ବନ୍ଦ କରିବାକୁ ପ୍ରସ୍ତୁତ ନୁହଁନ୍ତି। ଅନ୍ୟ ପଟେ ଜେଲେନସ୍କି ନତମସ୍ତକ ହେବାକୁ ପ୍ରସ୍ତୁତ ନୁହଁନ୍ତି। ଜେଲେନସ୍କି ଏପର୍ଯ୍ୟନ୍ତ ସଂଗ୍ରାମରେ ଦୃଢ଼ ଭାବରେ ଠିଆ ହୋଇଛନ୍ତି। କିନ୍ତୁ ତାଙ୍କର ଅସାବଧାନତା କାରଣରୁ ଆଜି ୟୁକ୍ରେନବାସୀଙ୍କ ଭବିଷ୍ୟତ ବିପଦରେ ରହିଛି ବୋଲି ଚର୍ଚ୍ଚା ହେଉଛି।

ଦେଶକୁ ସୁରକ୍ଷା ଦେବା ପାଇଁ ରାଷ୍ଟ୍ରପତି ଭବନ ଛାଡି ରାସ୍ତାରେ ଛିଡ଼ା ହୋଇ ଲଢ଼ି ଜଣେ ହୁଏତ ପୃଥିବୀର ଲୋକଙ୍କ ଆଖିରେ ହିରୋ ହୋଇ ପାରନ୍ତି। କିନ୍ତୁ ଠିକ ସମୟରେ ଠିକ ନିଷ୍ପତ୍ତି ନ ନେବା ମଧ୍ୟ ଜଣଙ୍କୁ ବିଫଳ ନେତା ବୋଲି ପ୍ରମାଣ କରିଥାଏ ବୋଲି ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଗବାନ ରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ଦେଖି ନେପାଳ ଲୋକ ବହୁତ ଖୁସି: ମୋଦି

କାଠମାଣ୍ଡୁ,୧୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନେପାଳ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ ଗୌତମ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନୀରେ ନେପାଳର ପ୍ରଧାନମନ୍ତ୍ରୀ ଶେର ବାହାଦୂର...

ମୋବାଇଲ ଫୋନ ଅଧିକ ବ୍ୟବହାର କଲେ ବୃଦ୍ଧି ହୋଇପାରେ ମେଦବହୁଳତା, ଗବେଷଣା ରିପୋର୍ଟ…

ଓ୍ବାଶିଂଟନ, ୧।୯ : ମୋବାଇଲ ଫୋନ ଠାରୁ ଆରମ୍ଭ କରି ଲାପଟପ ଏବଂ ଟ୍ୟାବ ଆଦି ସହିତ ଅଧିକ ସମୟ ବିତାଇବା ଦ୍ୱାରା ମେଦବହୁଳତା ତଥା...

ଓମିକ୍ରନ୍‌ ନିରୋଧୀ ଆଣ୍ଟିବଡି ଚିହ୍ନଟ

ଓ୍ବାଶିଂଟନ, ୩୦।୧୨: ଓମିକ୍ରନ୍‌ ଏବଂ କରୋନା ଭୂତାଣୁର ଅନ୍ୟ ଭାରିଆଣ୍ଟଗୁଡ଼ିକୁ ନିଷ୍କ୍ରିୟ କରିବା ଲାଗି ଆଣ୍ଟିବଡି ଚିହ୍ନଟ ହୋଇଛି। ବୈଜ୍ଞାନିକମାନଙ୍କର ଏକ ଅନ୍ତର୍ଜାତୀୟ ଟିମ୍‌ ନିକଟରେ...

ୟୁକ୍ରେନର ଦାବି ୨୪ ଘଣ୍ଟାରେ ନଷ୍ଟ କରିଛି ରୁଷିଆର ୧୪ ହେଲିକପ୍ଟର-ବିମାନ

କ୍ୱିଭ୍‌,୧୯ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଥମିବାର ନାଁନେଉନି । ଏହାରି ଭିତରେ ବହୁ ଧନଜୀବନ ନଷ୍ଟ ହୋଇଥିବା ବେଳେ ଶାନ୍ତି କଥାବାର୍ତ୍ତା ମାଧ୍ୟମରେ ଏହାର ସମାଧାନ...

ଚାଇନା ଭାକ୍ସିନ ଲଗାଇବା ଏହି ଦେଶକୁ ପଡ଼ିଲା ଭାରି, ସାମ୍ନାକୁ ଆସିଲା ସତ

ଓ୍ବାଶିଂଟନ,୪ା୬: ବାହାରେନ୍‌ ଏବଂ ସେଚେଲ୍ସ ଦେଶ ଚାଇନା ଭାକ୍ସିନ ସିନୋଭାକ୍‌ ଏବଂ ସିନୋଫର୍ମକୁ ଅଧିକାଂଶ ନାଗରିକଙ୍କୁ ପ୍ରଦାନ କରିଛନ୍ତି। ଏହା ସତ୍ତ୍ୱେ କରୋନା ସଂକ୍ରମଣ ମାମଲା...

ୟୁକ୍ରେନ ସୀମାରୁ ରୁଷିଆ ଗୁପ୍ତଚର ଗିରଫ

କ୍ୱିଭ,୫।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୧୦ ଦିନରେ ପହଞ୍ଚିଛି। ୨ଦେଶ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ହୋଇଥିବା ବେଳେ କୌଣସି...

୭ ମାସରେ ଦେଶ ଛାଡ଼ିଛନ୍ତି ୨ ଲକ୍ଷ ୭୦ ହଜାରରୁ ଅଧିକ ଲୋକ…

କାବୁଲ୍‌,୨୮।୭: ଆଫଗାନିସ୍ତାନରେ ତାଲିବାନ ଶାସନ ପୁଣି ଫେରିବାକୁ ଯାଉଛି। ଫଳରେ ଏବେ ଦେଶର ସାଧାରଣ ଲୋକଙ୍କ ସମ୍ଭୁଖରେ କ୍ଷୁଧା, ଅସହାୟତା, ରୋଗ ଏବଂ ମୃତ୍ୟୁର ଆତଙ୍କରେ...

 ୨ ଶହ କିମି ଚାଲି ଚାଲି ଅଢ଼େଇ ଦିନ ପରେ ମାଲିକଙ୍କ ପାଖକୁ ଫେରିଲା କୁକୁର

ମସ୍କୋ,୨୨।୭: କୁକୁର ମଣିଷର ଅତି ବିଶ୍ୱସ୍ତ ପ୍ରାଣୀ ବୋଲି କୁହାଯାଇଥାଏ। ହୁଏତ ମାଲିକ କୁକୁରକୁ ଭୁଲି ପାରେ ମାତ୍ର କୁକୁର ମାଲିକଙ୍କୁ ଭୁଲି ପାରେନା। ଏପରି...

Advertisement
Archives

Model This Week