ପୁଟିନ୍‌ଙ୍କୁ ଆତଙ୍କବାଦୀ କହିଲେ ଜେଲେନସ୍କି…

କ୍ୱିଭ୍‌, ୨୯।୬ : ରୁଷିଆ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଜୁନ ୨୭ରେ, ରୁଷିଆର କ୍ଷେପଣାସ୍ତ୍ରଗୁଡ଼ିକ ୟୁକ୍ରେନର କ୍ରେମେନଚୁକ ସହରର ଏକ ଶପିଂ ସେଣ୍ଟରକୁ ଧ୍ୱଂସ କରିଦେଇଥିଲା। ଯେତେବେଳେ ସେଠାରେ ଶତାଧିକ ଲୋକ ଥିଲେ। ଏହି ଆକ୍ରମଣରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ବହୁ ଲୋକ ଆହତ ହୋଇଛନ୍ତି। ଏହି ଆକ୍ରମଣ ପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆତଙ୍କବାଦୀ ହୋଇଯାଇଛନ୍ତି।

ଜାତିସଂଘ ସୁରକ୍ଷା ପରିଷଦକୁ ଏକ ଭିଡିଓ ବାର୍ତ୍ତାରେ ଜେଲେନସ୍କି କହିଛନ୍ତି ଯେ ରୁଷିଆ ବିରୋଧରେ ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଯାହା ଦ୍ୱାରା ଆତଙ୍କବାଦୀ କାର୍ଯ୍ୟକଳାପରୁ ଏହାକୁ ବନ୍ଦ କରାଯାଇପାରିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ରୁଷିଆର ହତ୍ୟାକୁ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

ଜେଲେନସ୍କି କହିଛନ୍ତି ଯେ ମିଳିତ ଜାତିସଂଘ ୟୁକ୍ରେନକୁ ଏକ ପ୍ରତିନିଧି ଦଳ ପଠାଇବା ଉଚିତ। ଯାହା ଦ୍ୱାରା ଅଧିକାରୀମାନେ ନିଶ୍ଚିତ କରିପାରିବେ ଯେ କ୍ରେମେନଚୁକରେ ହୋଇଥିବା କ୍ଷେପଣାସ୍ତ୍ର ଆକ୍ରମଣ ପ୍ରକୃତରେ ରୁଷିଆର ଆକ୍ରମଣ ଥିଲା। ରୁଷିଆର ସୈନ୍ୟବାହିନୀ ଏହି ମଲକୁ ଟାର୍ଗେଟ କରାଯାଇ ନଥିବା କହିବା ପରେ ଜେଲେନେସ୍କି ଏଭଳି କହିଛନ୍ତି। ପୁଟିନଙ୍କୁ ଆତଙ୍କବାଦୀ ବୋଲି ଉଲ୍ଲେଖ କରି ସେ କହିଛନ୍ତି ଯେ ସପ୍ତାହରେ ସାତ ଦିନ ଆତଙ୍କବାଦୀ ଭାବେ ଆକ୍ରମଣ କରାଯାଉଛି। ପ୍ରତିଦିନ ଏଭଳି ଆତଙ୍କବାଦୀ କାର୍ଯ୍ୟ ଯୋଗୁ ବହୁ ଧନଜୀବନ ହାନୀ ହେଉଛି।

ମିଳିତ ଜାତିସଂଘର ଚାର୍ଟରର ଧାରା ୬ ଅନୁଯାୟୀ ଜେଲେନସ୍କି ଦର୍ଶାଇଛନ୍ତି ଯେ ବିଦ୍ୟମାନ ଚାର୍ଟରରେ ଅନ୍ତର୍ଭୁକ୍ତ ନୀତିକୁ ଉଲ୍ଲଂଘନ କରୁଥିବା ଜଣେ ସଦସ୍ୟଙ୍କୁ ସୁରକ୍ଷା ପରିଷଦର ସୁପାରିଶ କ୍ରମେ ସାଧାରଣ ସଭା ଦ୍ୱାରା ସଂଗଠନରୁ ବହିଷ୍କାର କରାଯାଇପାରେ। ତେବେ ବିଶେଷଜ୍ଞମାନେ କହିଛନ୍ତି ଯେ ଜାତିସଂଘ ସୁରକ୍ଷା ପରିଷଦରୁ ରୁଷିଆକୁ ହଟାଯାଇପାରିବ ନାହିଁ କାରଣ ଏହା ପରିଷଦର ସ୍ଥାୟୀ ସଦସ୍ୟ ଏବଂ ଏହାର ଭିଟୋ କ୍ଷମତା ମଧ୍ୟ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ୍‌ ପଳାତକ ଘୋଷିତ

ଇସଲାମାବାଦ,୨୩।୮: ପାକିସ୍ତାନ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ‘ପଳାତକ’ ଘୋଷିତ କରିଛନ୍ତି। ତାଙ୍କ ପ୍ରତ୍ୟର୍ପଣ ପାଇଁ ଇଂଲଣ୍ଡ ସରକାରଙ୍କ ସହ ଯୋଗାଯୋଗ କରାଯାଇଥିବା ସୂଚନା...

ବିଶ୍ୱରେ ୫୪ ଲକ୍ଷ ଆଡକୁ ଗତି କରୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା

ଓ୍ବାଶିଂଟନ,୨୪।୫: କରୋନା ଭାଇରସ ସଂକ୍ରମଣ ବିଶ୍ୱର ପ୍ରାୟ ସମସ୍ତ ଦେଶକୁ ବ୍ୟାପି ସାରିଲାଣି। ତେବେ ଆଫ୍ରିକା ଓ ନର୍ଥ ଆମେରିକା ଏବେ ଏହାର ହଟ୍‌ସ୍ପଟ୍‌ ଥିବା...

ଆତ୍ମଘାତୀ ବିସ୍ଫୋରଣରେ ୮ ନିହତ

କରାଚୀ,୧୮ା୨(ପି.ଟି.): ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ସୋମବାର ଏକ ଧର୍ମୀୟ ଶୋଭାଯାତ୍ରାକୁ ଟାର୍ଗେଟ କରି ଆତ୍ମଘାତୀ ବିସ୍ଫୋରଣ କରାଯିବାରୁ ୮ ଜଣଙ୍କ ମୃତ୍ୟୁ ଘଟିଛି ଓ ୨୩...

୩୧ ୟୁରୋପୀୟ କୂଟନୀତିଜ୍ଞ ରୁଷିଆରୁ ହେବେ ବହିଷ୍କୃତ, ଆମେରିକା ୬୩୫ ରୁଷୀୟ-୩ ଅଧିକାରୀଙ୍କ ବିରୋଧରେ ଲାଗୁ କରିବ ଭିଜା କଟକଣା…

ମସ୍କୋ/କ୍ୱିଭ୍‌, ୨୧।୪ : ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧର ଜାରି ରହିଛି। ରୁଷିଆ ପୂର୍ବ ୟୁକ୍ରେନର ଶିଳ୍ପାଞ୍ଚଳର କୋଇଲା ଖଣି ଏବଂ କାରଖାନାକୁ ଦଖଲ...

ନେପାଳ ସାଜିଛି ଚାଇନା ହାତର କଣ୍ଢେଇ: କାଲାପାନିରେ ନିର୍ମାଣ କରୁଛି ମିଲିଟାରୀ ବାରାକ୍‌

କାଠମାଣ୍ଡୁ/ନୂଆଦିଲ୍ଲୀ, ୨୯।୯: ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଭାରତ ଏବଂ ଚାଇନା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ନେପାଳର କାର୍ଯ୍ୟଧାରାରେ...

ଭାରତକୁ ବାଇଡେନ ପ୍ରଶାସନ ଦେବ ଏଫ୍‌-୧୬ଇଏକ୍ସ ବିମାନ!

ୱାଶିଂଟନ,୨ ।୨: ଭାରତୀୟ ବାୟୁସେନାକୁ ଖୁବ୍‌ଶୀଘ୍ର ଆମେରିକାର ସବୁଠାରୁ ଅତ୍ୟାଧୁନିକ ଯୁଦ୍ଧ ବିମାନ ଏଫ୍‌-୧୬ଇଏକ୍ସ ବିମାନ ମିଳିପାରେ । ଦୁଇ ଦେଶ ମଧ୍ୟରେ ବଢୁଥିବା ବନ୍ଧୁତ୍ୱର...

ମାଙ୍କଡ଼ଙ୍କ ଏକତା: ଶିକାର ଖୋଜୁଥିବା ଚିତାବାଘ ଉପରେ କଲେ ଆକ୍ରମଣ,ଭିଡ଼ିଓ ଭାଇରାଲ…

ଜୋହାନ୍ସବର୍ଗ,୧୭।୮ : ଦକ୍ଷିଣ ଆଫ୍ରିକାର ଏକ ଜଙ୍ଗଲ ଅଞ୍ଚଳରେ ମାଙ୍କଡ଼ଙ୍କର ଏକତା ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସେମାନେ ମିଳିତ ଭାବେ...

ଢାକା କାଫେରେ ଆତଙ୍କବାଦୀ ଆକ୍ରମଣ ମାମଲା: ୭ଜଣଙ୍କୁ ଫାଶୀ ଦଣ୍ଡାଦେଶ

ଢାକା,୨୭।୧୧:  ବାଂଲାଦେଶ ରାଜଧାନୀ ଢାକା କାଫେରେ ୨୦୧୬ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ମାମଲାରେ ସ୍ଥାନୀୟ କୋର୍ଟ ବୁଧବାର ଶୁଣାଣି କରିଛନ୍ତି। ଏହି ଆକ୍ରମଣରେ ସଂମ୍ପୃକ୍ତ ଥିବା...

Advertisement
Archives

Model This Week