Posted inଜାତୀୟ

ବନ୍ୟାରେ ଭୁଶୁଡ଼ିଗଲା ୨ମହଲା ବିଶିଷ୍ଟ ପୋଲିସ ଷ୍ଟେଶନ

ଗୁଆହାଟି,୨୯।୬: ଗତ କିଛି ଦିନରୁ ଆସାମରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ବିତ୍ପାତ ଦେଖାଦେଇଛି। ଦେଶର ଉତ୍ତର-ପୂର୍ବ ରାଜ୍ୟରେ ବନ୍ୟା ଓ ଭୂସ୍ଖଳନ ହେତୁ ଅନେକ ଅଟ୍ଟାଳିକା ନଷ୍ଟ ହେବା ସହ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି। ବନ୍ୟା ଯୋଗୁ ୨୧ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ମଧ୍ୟ ହୋଇଛନ୍ତି। ଇତିମଧ୍ୟରେ ବନ୍ୟା ଯୋଗୁ ଆସାମର ଏକ ପୋଲିସ ଷ୍ଟେଶନ ଭୁଷୁଡ଼ିପଡ଼ିଥିବାର ଦେଖିବାକୁ ମିଳିଛି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓରେ ଏକ ୨ମହଲା ବିଶିଷ୍ଟ ପୋଲିସ ଷ୍ଟେଶନ ନଦୀରେ ବୁଡ଼ି ଯାଉଥିବାର ନଜର ଆସିଛି। ସୂଚନା ମୁତାବକ, ବନ୍ୟା ଯୋଗୁ ବ୍ରହ୍ମପୁତ୍ର ନଦୀ କୂଳଲଂଘିଥିବା ବେଳେ ଏହାର ଜଳସ୍ତର ଗାଁମୁହାଁ ହୋଇ ଅନେକ ଘରଦ୍ୱାରର କ୍ଷୟକ୍ଷତି ହୋଇଛି। ଫଳରେ ନାଲବାରି ଜିଲାରେ ଥିବା ଭଙ୍ଗନମାରି ପୋଲିସ ଷ୍ଟେଶନ ୨ମହଲା ବିଶିଷ୍ଟ ହୋଇଥିବା ବେଳେ ବନ୍ୟାରେ ଜଳମଗ୍ନ ହୋଇଥିଲା। ନଦୀର ପ୍ରବଳ ସ୍ରୋତ ଯୋଗୁ ଭଙ୍ଗନମାରି ପୋଲିସ ଷ୍ଟେଶନର ଏକ ବଡ଼ ଅଂଶଟି ଭୁଶୁଡ଼ିପଡ଼ିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବିମାନରେ ମହିଳାଙ୍କୁ ଦୁର୍ବ୍ୟବହାର: ପୂର୍ବରୁ ଶରୀରରେ ଏବେ କମ୍ବଳ ଉପରେ ପରିସ୍ରା

ନୂଆଦିଲ୍ଲୀ ୫।୧: ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର୍‌ ଇଣ୍ଡିଆ ବିମାନରେ ବୟସ୍କ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣାର ୧୦ ଦିନ ପରେ ଆଉ...

ନୀତୀଶଙ୍କ ସହ ମିଶି ସୋନିଆଙ୍କୁ ଭେଟିବେ ଲାଲୁ, କହିଲେ ସରକାର ଭାଙ୍ଗି ଯିବାରୁ ବିଳିବିଳାଉଛନ୍ତି ଶାହା

ପାଟନା,୨୪ ।୯: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବେ ବିହାର ଗସ୍ତରେ ଅଛନ୍ତି । ଏହି ସମୟରେ ସେ ବିହାରର ମେଣ୍ଟ ସରକାର ଓ...

ଗହମ ପରେ ଏବେ ଚିନି ରପ୍ତାନି ଉପରେ ରୋକ ଲାଗି ଯୋଜନା…

ନୂଆଦିଲ୍ଲୀ, ୨୪।୫ : ଗହମ ପରି ଏବେ ଚିନି ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ନ୍ୟୁଜ ଏଜେନ୍ସି ରଏଟର୍ସ ଏକ...

ଗତ ୨୪ଘଣ୍ଟାରେ ୧୮ହଜାରରୁ ଊର୍ଦ୍ଧ୍ୱ କରୋନା ପିଜିଟିଭ୍‌ ଚିହ୍ନଟ: ରେକର୍ଡ ଭାଙ୍ଗିଲା ଭାରତ

ନୂଆଦିଲ୍ଲୀ,୨୭।୬: ଭାରତରେ କରୋନା ଭାଇରସ୍‌ ସଂକ୍ରମଣ ଥମିବାରେ ନା ନେଉନି। ପ୍ରତିଦିନ ନୂଆ ନୂଆ ମାମଲା ସାମ୍ନାକୁ ଆସୁଥିବା ବେଳେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା...

ଅଗଷ୍ଟରେ ବେରୋଜଗାରୀ ହାର ୮.୩%କୁ ବୃଦ୍ଧି

ନୂଆଦିଲ୍ଲୀ,୨ା୯:ଅଗଷ୍ଟରେ ଭାରତରେ ବେରୋଜଗାରୀ ହାର ୮.୩ %କୁ ବୃଦ୍ଧି ପାଇଛି, ଯାହା ବର୍ଷକ ମଧ୍ୟରେ ସର୍ବାଧିକ। ଏହି ମାସରେ ନିଯୁକ୍ତି ୨ ନିୟୁତ ହ୍ରାସ ପାଇ...

ବିବିସି ଡକ୍ୟୁମେଣ୍ଟାରି ଶେୟାର: ଟୁଇଟ୍‌, ୟୁଟ୍ୟୁବ୍‌ ଭିଡିଓ ବ୍ଲକ୍‌ କଲା କେନ୍ଦ୍ର

ନୂଆଦିଲ୍ଲୀ,୨୨।୧: ୨୦୦୨ ଗୁଜରାଟ ଦଙ୍ଗା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିବିସି ପ୍ରସ୍ତୁତ କରିଥିବା ଡକ୍ୟୁମେଣ୍ଟାରି ‘ଇଣ୍ଡିଆ: ଦି ମୋଦି କୋଶ୍ଚିନ୍‌’ ଲିଙ୍କ୍‌ର ୟୁଟ୍ୟୁବ୍‌...

କର୍ନାଟକର କୃଷକ ତିଆରି କଲେ ଗଛରେ ଚଢି ପାରୁଥିବା ବାଇକ୍‌

ବେଙ୍ଗାଲୁର,୧୮।୬: ନଡ଼ିଆ ଓ ଗୁଆ ଗଛରେ ଚଢି ଫଳ ତୋଳିବା ବଡ କଷ୍ଟକର ବ୍ୟାପାର ହୋଇଥାଏ। ଏଥିପାଇଁ ଅନେକ ଲୋକ ଏହି ଫସଲ କରିବାକୁ ପଛଘୁଞ୍ଚା...

ବିକଶିତ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଜାତୀୟ ପରିବହନ ନୀତି: ପ୍ରଧାନମନ୍ତ୍ରୀ …

ନୂଆଦିଲ୍ଲୀ, ୧୭।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜାତୀୟ ପରିବହନ ନୀତି (ନ୍ୟାଶନାଲ ଲଜିଷ୍ଟିକ ପଲିସି) ଆରମ୍ଭ କରିଛନ୍ତି। ଏହି ଅବସରରେ ତାଙ୍କ ସମ୍ବୋଧନରେ...

Advertisement
Archives

Model This Week