
ନୂଆଦିଲ୍ଲୀ,୧୪।୩: ଭାରତର କିମ୍ବଦନ୍ତୀ ଲେଗ ସ୍ପିନର ୟୁଜଭେନ୍ଦ୍ର ଚହଲ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ୟୁଜଭେନ୍ଦ୍ର ଚହଲ ଏବେ ଅନ୍ୟ ଦେଶକୁ ଯାଇ କ୍ରିକେଟ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ଚହଲ ୨୦୨୫ କାଉଣ୍ଟି ଚାମ୍ପିୟନସିପରେ ପୁଣିଥରେ ନର୍ଥାମ୍ପଟନଶାୟାର ପାଇଁ ଖେଳିବାକୁ ପ୍ରସ୍ତୁତ ହେଉଛନ୍ତି। ୟୁଜଭେନ୍ଦ୍ର ଚହଲ ଆଇପିଏଲ ୨୦୨୫ ସିଜିନ ପରେ ଜୁନରେ ନର୍ଥାମ୍ପଟନଶାୟାର ଦଳରେ ଯୋଗଦେବେ। ୟୁଜଭେନ୍ଦ୍ର ଚହଲ କାଉଣ୍ଟି ଚାମ୍ପୟନସିପ ଏବଂ ODI କପ ଉଭୟରେ ଅଂଶଗ୍ରହଣ କରିବେ, ତାଙ୍କର ପ୍ରଥମ ମ୍ୟାଚ ଜୁନ ୨୨ରେ ମିଡିଲସେକ୍ସ ବିପକ୍ଷରେ ହେବ ବୋଲି ଆଶା କରାଯାଉଛି।
ଚହଲ ୨୦୨୪ରେ ନର୍ଥାମ୍ପଟନଶାୟାର ପାଇଁ କାଉଣ୍ଟି ଚାମ୍ପିୟନସିପ ଏବଂ ODI କପରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଚହଲ ODI କପରେ କେଣ୍ଟ ବିପକ୍ଷରେ ତାଙ୍କର ଡେବ୍ୟୁରେ ପାଞ୍ଚଟ ଉଇକେଟ୍ ନେଇଥିଲେ। ପରେ ୟୁଜଭେନ୍ଦ୍ର ଚହଲ କାଉଣ୍ଟି ଚାମ୍ପିୟନସିପରେ ଡର୍ବିଶାୟାର ବିପକ୍ଷରେ ଏକ ମ୍ୟାଚରେ ୯୯ ରନ ଦେଇ ୯ ଉଇକେଟ୍ ନେଇଥିଲେ, ଯାହା ତାଙ୍କ କ୍ୟାରିୟରର ସର୍ବୋତ୍ତମ ପ୍ରଦର୍ଶନ ଥିଲା। ୟୁଜଭେନ୍ଦ୍ର ଚହଲ ୪୧ଟି ପ୍ରଥମ ଶ୍ରେଣୀ ମ୍ୟାଚର ୩୩.୭୯ ହାରରେ ୧୧୫ଟି ଉଇକେଟ୍ ନେଇଛନ୍ତି।