Posted inଖେଳ

ରୋହିତ ଶର୍ମାଙ୍କୁ ଚେତାବନୀ ଦେଇଥିଲେ ଯୁବରାଜ, ମୋ ଭଉଣୀଙ୍କୁ ଆଖି ପକାଇଲେ…

ଭାରତୀୟ ଓପନର୍‌ ରୋହିତ ଶର୍ମା ଏବଂ ତାଙ୍କ ସ୍ତ୍ରୀ ରିତିକା ସଜଦେହ ଷ୍ଟାର୍‌ ଦମ୍ପତି ଭାବରେ ଜଣାଶୁଣା। ଆଜି ଉଭୟ ବିବାହର ଷଷ୍ଠ ବାର୍ଷିକୀ ପାଳନ କରୁଛନ୍ତି। ଯେତେବେଳେ ବି ରୋହିତ ପଡ଼ିଆରେ ଥାଆନ୍ତି, ସେତେବେଳେ ରିତିକା ଷ୍ଟାଡିୟମରେ ବିବ୍ରତ ଦେଖାଯାନ୍ତି। ରୋହିତ ଏବଂ ରିତିକା ଦୀର୍ଘ ସମୟ ଧରି ପରସ୍ପରକୁ ଜାଣିଛନ୍ତି। ରୋହିତ ଅନେକ ଥର କହିଛନ୍ତି ଯେ, ରିତିକା ତାଙ୍କୁ ସର୍ବଦା ସମର୍ଥନ କରିଆସୁଛନ୍ତି, କିନ୍ତୁ ସେମାନଙ୍କର ପ୍ରଥମ ସାକ୍ଷାତର କାହାଣୀ ଅତ୍ୟନ୍ତ କୌତୁହଳପୂର୍ଣ୍ଣ। ରୋହିତ ଏକ ୟୁଟ୍ୟୁବ ଶୋ’ରେ ଏ ବିଷୟରେ କହିଥିଲେ। ଏହି ସମୟରେ ରୋହିତ ରିତିକାଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ ବିଷୟରେ କହିଥିଲେ। ସେ କହିଥିଲେ ଯେ, ରିତିକା ସବୁବେଳେ ଭଲ ଏବଂ ଖରାପ ସମୟରେ ତାଙ୍କ ପାଖରେ ଛିଡା ହୋଇଥିଲେ ଏବଂ ଦୁହେଁ ମଧ୍ୟ ବହୁତ ଭଲ ବନ୍ଧୁ ଥିଲେ।
ରିତିକାଙ୍କ ସହ ପ୍ରଥମ ସାକ୍ଷାତରେ ତାଙ୍କୁ ଏକ ଚେତାବନୀ ମିଳିଥିଲା। ଚେତାବନୀ ଦେଇଥିଲେ ଭାରତର କିମ୍ବଦନ୍ତୀ ଖେଳାଳି ଯୁବରାଜ ସିଂ। ଯୁବରାଜ ରିତିକାଙ୍କୁ ଭଉଣୀ ବୋଲି ଭାବନ୍ତି ଏବଂ ସେ ମଧ୍ୟ ତାଙ୍କ ହାତରେ ରାଖୀ ବାନ୍ଧନ୍ତି। ରୋହିତ ଏବଂ ରିତିକା ପ୍ରଥମ ଥର ପାଇଁ ସାକ୍ଷାତ ହୋଇଥିଲେ, ସେତେବେଳେ ଯୁବରାଜ, ରୋହିତ ଏବଂ ଇରଫାନ ପଠାନଙ୍କ ଏକ ବିଜ୍ଞାପନ ଶୁଟିଂ ଚାଲିଥିଲା। ଏହି ସମୟରେ ରୋହିତ ରିତିକାଙ୍କ ଆଡକୁ ଅନାଇବା ମାତ୍ରେ ଯୁବରାଜ ତାଙ୍କୁ କହିଥିଲେ – ତାଙ୍କ ଆଡକୁ ଦେଖ ନାହିଁ, ସେ ମୋର ଭଉଣୀ। ରିତିକା ସ୍ପୋଟର୍‌ସ ମ୍ୟାନେଜର୍‌ ଭାବରେ କାମ କରୁ୍‌ଥିବାରୁ ସେଠାରେ ଉପସ୍ଥିତ ଥିଲେ। ଏହା ଉପରେ ରୋହିତ ମଧ୍ୟ ଯୁବରାଜଙ୍କୁ କହିଥିଲେ, ଭାଇ ମୁଁ ତୁମକୁ ଭେଟିବାକୁ ଆସିଛି । ତେବେ ଶୁଟିଂ ପରେ ରିତିକା ରୋହିତଙ୍କ ନିକଟକୁ ଯାଇ କହିଥିଲେ – ଯଦି କୌଣସି ଅସୁବିଧା ଅଛି, ତେବେ ଆପଣ ମୋତେ କହିପାରିବେ। ପରେ, ଦୁହେଁ ବନ୍ଧୁ ଆଉ ତା’ପରେ ପ୍ରେମିକ ହୋଇଗଲେ। ୨୦୧୫ରେ ଉଭୟ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ...

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ...

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri