Posted inଜାତୀୟ

ତେଲେଙ୍ଗାନା ଭାରତର ଆଫଗାନିସ୍ତାନ:ଓ୍ବାଏସ୍‌ ଶର୍ମିଳା

ହାଇଦ୍ରାବାଦ୍‌,୧୯।୨: ତେଲେଙ୍ଗାନାର ଓ୍ବାଇଏସ୍‌ଆରଟିପି ମୁଖ୍ୟ ଓ୍ବାଏସ୍‌ ଶର୍ମିଲାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ତାଙ୍କ ନାଁରେ ମହାବୁବାବାଦ ବିଧାୟକ ବନୋଠ ଶଙ୍କର ନାୟକଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ପୋଲିସର ସୂଚନାନୁସାରେ, ଓ୍ବାଇଏସ୍‌ ଶର୍ମିଳାଙ୍କ ବିରୋଧରେ ଧାରା ୫୦୪ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି ଏବଂ ତାଙ୍କୁ ହାଇଦ୍ରାବାଦ ନିଆଯାଇଛି।
ଏନେଇ ଶର୍ମିଲା ରବିବାର କହିଛନ୍ତି, ତେଲେଙ୍ଗାନା ହେଉଛି ଭାରତର ଆଫଗାନିସ୍ତାନ ଏବଂ ମୁଖ୍ୟମନ୍ତ୍ରୀ କେସିଆର ହେଉଛି ତାଲିବାନ। କେସିଆର ଜଣେ କ୍ରୁର ଶାସକ, ସେ ଜଣେ ଅତ୍ୟାଚାରୀ, ତେଲେଙ୍ଗାନାରେ କୌଣସି ଭାରତୀୟ ସମ୍ବିଧାନ ନାହିଁ, କେବଳ କେସିଆରଙ୍କ ସମ୍ବିଧାନ ସେଠାରେ ଚାଲିଛି।
ସୂଚନାଯୋଗ୍ୟ, ଓ୍ବାଏସ୍‌ ଶର୍ମିଲା ଏବଂ ତାଙ୍କ ସମର୍ଥକଙ୍କୁ ଟାର୍ଗେଟ୍‌ କରି ମହାବୁବାବାଦ ବିଧାୟକ ବାନୋଠ ସେମାନଙ୍କୁ ପ୍ରବାସୀ ବୋଲି କହିଥିଲେ। ଏହା ପରେ ଶର୍ମିଲା ପାଲଟା ଜବାବ୍‌ ଦେଇ ବନୋଠଙ୍କ ଉପରେ ବର୍ଷିଥିଲେ।
ପ୍ରଜା ପ୍ରସ୍ତାନମ୍‌ ପଦଯାତ୍ରା ସମୟରେ ଓ୍ବାଇଏସ୍‌ ଶର୍ମିଳା ବାନୋଠଙ୍କୁ ଚେତାବନୀ ଦେଇ କହିଛନ୍ତି, ଏହି ଲଜ୍ଜାହୀନ ବିଧାୟକ ଆମ ବିରୋଧରେ ଅପମାନଜନକ ଭାଷା ବ୍ୟବହାର କରିବାକୁ କିପରି ସାହସ କଲେ? ଏହା ତାଙ୍କର ଭୁଲ ଏବଂ ଏହି ନିର୍ବାଚନମଣ୍ଡଳୀର ଲୋକଙ୍କ ପାଇଁ ଉତ୍ତମ ଶାସନ ସୁନିଶ୍ଚିତ କରିବାରେ ବିଫଳତା ଉପରେ ପ୍ରଶ୍ନ କରେ। ଶର୍ମିଳା ମଧ୍ୟ ଏଠାରେ ଅଟକି ଯାଇ କହିଥିଲେ, ତୁମର ସ୍ତ୍ରୀ ନେଲୋରରୁ ଆସିଛନ୍ତି। ମୁଁ ତୁମକୁ ଚ୍ୟାଲେଞ୍ଜ କରୁଛି, ଯଦି ତୁମେ ତେଲେଙ୍ଗାନାକୁ ଭଲ ପାଅନ୍‌, ତେବେ ତାଙ୍କଠାରୁ ଅଲଗା ହୋଇଯାଅ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?