ମା’ବାପାଙ୍କୁ ନେଇ ଅଶ୍ଳୀଳ ମନ୍ତବ୍ୟ: କ୍ଷମା ମାଗିଲେ ୟୁଟ୍ୟୁବର୍‌ ରଣବୀର

ମୁମ୍ବାଇ,୧୧ା୨: ରିୟାଲିଟି ଶୋ’ ‘ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟ୍‌’ରେ ମା’ବାପାଙ୍କ ବିଷୟରେ ଅଶ୍ଳୀଳ ମନ୍ତବ୍ୟ ଦେବା ଲୋକପ୍ରିୟ ୟୁଟ୍ୟୁବର୍‌ ରଣବୀର ଆହ୍ଲାବାଦୀଆଙ୍କ ପାଇଁ ମହଙ୍ଗା ପଡ଼ିଛି। ମହାରାଷ୍ଟ୍ର ମହିଳା କମିଶନଙ୍କ ଅଭିଯୋଗ ଆଧାରରେ ସୋମବାର ମୁମ୍ବାଇ ପୋଲିସ ରଣବୀରଙ୍କ ସମେତ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଅର୍ପୂବା ମୁଖିଜା, ଷ୍ଟାଣ୍ଡ୍‌ଅପ୍‌ କମେଡିଆନ ସମୟ ରୈନା ଏବଂ ‘ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟ୍‌’ର ଆୟୋଜକଙ୍କ ବିରୋଧରେ ମାମଲା ରୁଜୁ କରିଛି। ରଣବୀର ‘ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟ୍‌’ ଶୋ’ରେ ଯୋଗଦେଇ ଜଣେ ପ୍ରତିଯୋଗୀଙ୍କୁ ତାଙ୍କ ମା’ବାପାଙ୍କ ସମ୍ବନ୍ଧିତ ଏକ ଅଶ୍ଳୀଳ ପ୍ରଶ୍ନ ପଚାରିଥିଲେ।

ଏହାର ଏକ କ୍ଲିପ୍‌ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ରଣବୀର ଜଣେ ପ୍ରତିଯୋଗୀଙ୍କୁ ପଚାରୁଛନ୍ତି, କ’ଣ ତୁମେ ଜୀବନ ସାରା ତୁମ ମା’ବାପାଙ୍କୁ ପ୍ରତ୍ୟେକ ଦିନ ଯୌନ କ୍ରିୟା କରୁଥିବାର ଦେଖିବାକୁ ପସନ୍ଦ କରିବ। ରଣବୀରଙ୍କ ଏହି ଅଶ୍ଳୀଳ ପ୍ରଶ୍ନ ପରେ ତାଙ୍କ ସହ ଉପସ୍ଥିତ ଥିବା ସମୟ ଓ ଅର୍ପୂବା ହସି ହସି ରଣବୀରଙ୍କୁ ସମର୍ଥନ ଜଣାଇଛନ୍ତି। ଉକ୍ତ କ୍ଲିପ୍‌ ଭାଇରାଲ ହେବା ପରେ ବହୁ ସୋସିଆଲ ମିଡିଆ ୟୁଜର୍ସ ରଣବୀରଙ୍କୁ ସମାଲୋଚନା କରିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସୋମବାର ମୁମ୍ବାଇ ପୋଲିସର ଏକ ଟିମ୍‌ ‘ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟ୍‌’ ଶୋ’ର ଷ୍ଟୁଡିଓରେ ପହଞ୍ଚି ତଦନ୍ତ ଚଳାଇଥିବା ନେଇ

ବିଭିନ୍ନ ଜାତୀୟ ଗଣମାଧ୍ୟମ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ଘଟଣାକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ କହିଛନ୍ତି, ସେ ବର୍ତ୍ତମାନ ସୁଦ୍ଧା ରଣବୀରଙ୍କ ବିବାଦୀୟ ମନ୍ତବ୍ୟକୁ ଶୁଣି ନାହାନ୍ତି। ତେବେ ଭାରତୀୟ ସମାଜ ପ୍ରତି ତାଙ୍କ ମନ୍ତବ୍ୟ ଅତ୍ୟନ୍ତ ଅଶ୍ଳୀଳ ହୋଇଥିବା ସେ ଜାଣିବାକୁ ପାଇଛନ୍ତି। ଶୃଙ୍ଖଳାଗତ ସୀମାକୁ ଅତିକ୍ରମ କରିଥିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ଉକ୍ତ ଭିଡିଓକୁ ହଟାଇବା ପାଇଁ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ୟୁଟ୍ୟୁବ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ସମାଜ ପାଇଁ ରଣବୀରଙ୍କ ମନ୍ତବ୍ୟ ଅତ୍ୟନ୍ତ ଆପତ୍ତିଜନକ ଓ ଅଶ୍ଳୀଳ ହୋଇଥିବା ଏନ୍‌ଏଚ୍‌ଆର୍‌ସି କହିଛନ୍ତି। ବିବାଦ ବଢ଼ୁଥିବା ଦେଖି ରଣବୀର ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି। ଏକ୍ସ’ରେ ଏକ ଭିଡିଓ ପୋଷ୍ଟ କରି ସେ ଶୋ’ର ନିର୍ମାତାଙ୍କୁ ଭିଡିଓର ବିବାଦୀୟ ଅଂଶ ହଟାଇବାକୁ ଅନୁରୋଧ କରିଛନ୍ତି। ରଣବୀର କହିଛନ୍ତି, ତାଙ୍କୁ ଏପରି ମନ୍ତବ୍ୟ ଦେବାର ନ ଥିଲା। ଏଥିପାଇଁ ସେ ଦୁଃଖିତ। ତାଙ୍କର ମନ୍ତବ୍ୟ ମଜାଳିଆ ମଧ୍ୟ ନ ଥିଲା। ଏପରି ମନ୍ତବ୍ୟ ଦେଇ ସେ ନିଜ ସ୍ତରକୁ ହ୍ରାସ କରିଛନ୍ତି। ଏଥିପାଇଁ ସେ ଭୁଲ ମାଗିଛନ୍ତି। ଆଗକୁ ଏପରି ଭୁଲ୍‌ କରିବେ ନାହିଁ ବୋଲି ରଣବୀର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ୟଙ୍କ ରହସ୍ୟ ଜାଣିବାରେ ମାହିର, ନିଜ କଥା ରଖନ୍ତି ଗୁପ୍ତ; ଜାଣନ୍ତୁ ସେହି ୩ ରାଶି କିଏ…

ଆପଣଙ୍କ ଆଖପାଖରେ ଏମିତି କିଛି ଲୋକ ନିଶ୍ଚୟ ଥିବେ, ଯେଉଁମାନେ ଆପଣଙ୍କ ମନର କଥାଠାରୁ ଆରମ୍ଭ କରି ଗଭୀର ରହସ୍ୟ ପର୍ଯ୍ୟନ୍ତ ସହଜରେ ବୁଝିଯାଆନ୍ତି। କିନ୍ତୁ ନିଜ…

‘ପ୍ରଧାନମନ୍ତ୍ରୀ ହେବେ ଥଲାପତି ବିଜୟ’, TVKର ଦାବିରେ କଂଗ୍ରେସର କଟାକ୍ଷ- ‘୨୭୨ ସାଂସଦ…’

ଚେନ୍ନାଇ, ୨୪।୮: ତାମିଲନାଡୁର ରାଜନୀତିରେ ଅଭିନେତାରୁ ନେତା ପାଲଟିଥିବା ସି. ଜୋସେଫ ବିଜୟ ଅର୍ଥାତ୍‌ ଥଲାପତି ବିଜୟଙ୍କୁ ନେଇ ରାଜନୈତିକ ବୟାନବାଜି ତୀବ୍ର ହୋଇଛି। ବିଜୟଙ୍କ ଦଳ…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

ହସ୍ପିଟାଲରେ ଜନ୍ମ ନେଲା ଅଦ୍ଭୁତ ଶିଶୁ; ସବୁ ଚକିତ, ଦେଖିବାକୁ ହସ୍ପିଟାଲରେ ଭିଡ଼

ଭୋପାଳ,୨୪ା୮: ମଧ୍ୟପ୍ରଦେଶର ଛତରପୁର ଜିଲାରୁ ଏକ ଅତ୍ୟନ୍ତ ବିରଳ ଘଟଣା ସାମ୍ନାକୁ ଆସିଛି । ଲବକୁଶ ନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳା ୪ଟି ହାତ ଓ ୪ଟି…

ନିୟମିତ ବ୍ରେକ୍‌ଫାଷ୍ଟ ନ କଲେ…

ବ୍ରେକ୍‌ଫାଷ୍ଟ ହେଉଛି ଦିନର ପ୍ରଥମ ଖାଦ୍ୟ। ବିଶେଷଭାବରେ ଆମେ ବିଛଣା ତ୍ୟାଗ କରିବାର ଦୁଇ ଘଣ୍ଟା ଭିତରେ କିଛି ଖାଇବା ଦରକାର। ନ ହେଲେ ଏହା ଏସିଡିଟି…

ଶୋଇଥିବାବେଳେ ମହିଳାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ତହସିଲଦାର ପହଞ୍ଚି…

ଗୁଣପୁର,୨୪ା୮(ସୁଜାତା ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ କଣ୍ଡାଜାମ ଗ୍ରାମରେ ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ…

ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବଡ଼ ସୂଚନା, ଏହି ନଦୀ କରିଛି ଅଧିକ କ୍ଷତି

ଭୁବନେଶ୍ୱର,୨୪।୮: ଲଘୁଚାପ ବର୍ଷା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟର ୯ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ…

ପ୍ରତିଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କାକୁଡ଼ି, ବଢ଼ିବ…

କାକୁଡ଼ିରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ଶରୀର ପାଇଁ ବେଶ୍‌ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ଏକ ସଦ୍ୟତମ ସର୍ଭେରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri