Posted inଖେଳ

ବିବାହ ଖୁସି ଭିତରେ ଆଉ ଏକ ବଡ଼ ଖବର: କାବ୍ୟା ମାରାନଙ୍କୁ ମିଳିଲା ୫୮୫ କୋଟିର ଉପହାର, ଗୋଟିଏ ଦିନରେ ବଢ଼ିଲା…

ନୂଆଦିଲ୍ଲୀ, ୧୨।୧୧: କାବ୍ୟା ମାରାନଙ୍କୁ କିଏ ବା ନ ଜାଣେ! ଆଇପିଏଲ ଟିମ ସନରାଇଜର୍ସ ହାଇଦ୍ରାବାଦର ମାଲିକାଣୀ ହେବା ସହ ଦେଶର ବଡ଼ ମିଡିଆ ଗ୍ରୁପ ସନ ଟିଭି ନେଟୱର୍କସ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ମଧ୍ୟ ଅଟନ୍ତି ସେ। ତାଙ୍କ ପିତା କଲାନିଧି ମାରାନ ଦେଶର ଅନ୍ୟତମ ଧନୀ ବ୍ୟକ୍ତି ଭାବେ ପରିଚିତ। ଏବେ ମାରାନ ପରିବାରରେ ଖୁସିର ମାହୋଲ ରହିଛି। ନଭେମ୍ବର ୧୧ ତାରିଖରେ ଗ୍ରୀସ୍‌ରେ କାବ୍ୟା ମାରାନଙ୍କ ବିବାହ ହୋଇଛି। ଅନ୍ୟପଟେ ଭାରତୀୟ ଷ୍ଟକ ମାର୍କେଟ ମଧ୍ୟ ତାଙ୍କୁ ୫୮୫ କୋଟି ଟଙ୍କାର ‘ଉପହାର’ ଦେଇଛି। ଏହା କୌଣସି ଛୋଟମୋଟ ଉପହାର ନୁହେଁ। ବାସ୍ତବରେ କାବ୍ୟାଙ୍କ କମ୍ପାନୀ ସନ ଟିଭି ନେଟୱର୍କସ୍‌ର ଶେୟାର ମୂଲ୍ୟରେ ପ୍ରାୟ ୨.୫୦ ପ୍ରତିଶତ ବୃଦ୍ଧି ହୋଇଛି। ଫଳରେ କମ୍ପାନୀର ବଜାର ମୂଲ୍ୟରେ ୫୮୫ କୋଟି ଟଙ୍କାରୁ ଅଧିକ ବୃଦ୍ଧି ଘଟିଛି। ଆସନ୍ତୁ ଜାଣିବା ଷ୍ଟକ ମାର୍କେଟରେ କିଭଳି ରହିଛି କମ୍ପାନୀର ସ୍ଥିତି।

କାବ୍ୟା ମାରାନଙ୍କ କମ୍ପାନୀ ସନ ଟିଭି ନେଟୱକସ୍‌ର ଶେୟାର ମୂଲ୍ୟରେ କାରବାର ସମୟରେ ୨.୫୧ ପ୍ରତିଶତ ବୃଦ୍ଧି ଘଟିଥିଲା। ଏହା ୬୬୮.୪୦ ଟଙ୍କାରେ ପହଞ୍ଚି ଦିନର ସର୍ବୋଚ୍ଚ ସ୍ତର ଛୁଇଁଥିଲା। ତେବେ କମ୍ପାନୀର ଶେୟାର ମୂଲ୍ୟ ସାମାନ୍ୟ ହ୍ରାସ ସହ ୬୫୨ ଟଙ୍କାରେ ଖୋଲିଥିଲା। ବୁଧବାର କାରବାର ଶେଷରେ କମ୍ପାନୀର ଶେୟାର ମୂଲ୍ୟ ୬୫୩.୫୫ ଟଙ୍କାରେ ବନ୍ଦ ହୋଇଥିଲା।

ଗୁରୁବାର ଅପରାହ୍ଣ ୧୨ଟା ୫୦ ମିନିଟ ସୁଦ୍ଧା କମ୍ପାନୀର ଶେୟାର ୧.୬୦ ପ୍ରତିଶତ ବୃଦ୍ଧି ସହ ୬୬୩.୯୫ ଟଙ୍କାରେ କାରବାର କରୁଥିଲା। ବଜାର ବିଶେଷଜ୍ଞଙ୍କ ମତରେ ଆଗାମୀ ଦିନରେ କମ୍ପାନୀର ସେୟାର ମୂଲ୍ୟରେ ଆହୁରି ବୃଦ୍ଧି ଦେଖିବାକୁ ମିଳିପାରେ।

ଶେୟାର ମୂଲ୍ୟରେ ଏହି ବୃଦ୍ଧି ଯୋଗୁ କମ୍ପାନୀର ବଜାର ମୂଲ୍ୟ ୫୮୫ କୋଟି ଟଙ୍କାରୁ ଅଧିକ ବଢ଼ିଛି। ତଥ୍ୟ ଅନୁଯାୟୀ, ବୁଧବାର ଷ୍ଟକ ମାର୍କେଟ ବନ୍ଦ ହେବା ସମୟରେ ସନ ଟିଭି ନେଟୱର୍କସ୍‌ର ବଜାର ମୂଲ୍ୟ ୨୫,୭୫୫.୪୦ କୋଟି ଟଙ୍କା ଥିଲା। ଗୁରୁବାର କମ୍ପାନୀର ଶେୟାର ଦିନର ସର୍ବୋଚ୍ଚ ସ୍ତରରେ ପହଞ୍ଚିବା ପରେ ଏହାର ବଜାର ମୂଲ୍ୟ ୨୬,୩୪୦.୬୨ କୋଟି ଟଙ୍କାରେ ପହଞ୍ଚିଥିଲା। ଅର୍ଥାତ୍‌ କମ୍ପାନୀର ବଜାର ମୂଲ୍ୟରେ ୫୮୫.୨୨ କୋଟି ଟଙ୍କାର ବୃଦ୍ଧି ଘଟିଛି।

ଅନ୍ୟପଟେ ଭାରତୀୟ ଷ୍ଟକ ମାର୍କେଟ ଉପରେ କିଛିଟା ଚାପ ଦେଖିବାକୁ ମିଳିଛି। ଗୁରୁବାର ଅପରାହ୍ଣ ୧୨ଟା ୫୦ ମିନିଟ ସୁଦ୍ଧା ବିଏସଇର ପ୍ରମୁଖ ସୂଚକାଙ୍କ ସେନ୍ସେକ୍ସ ୭ ପଏଣ୍ଟ ବୃଦ୍ଧି ସହ ୮୧,୮୮୬.୬୪ ପଏଣ୍ଟରେ କାରବାର କରୁଥିଲା। ତେବେ କାରବାର ସମୟରେ ସେନ୍ସେକ୍ସ ୪୪୬.୨୧ ପଏଣ୍ଟ ବୃଦ୍ଧି ପାଇ ୮୨,୩୨୫.୬୧ ପଏଣ୍ଟରେ ଦିନର ସର୍ବୋଚ୍ଚ ସ୍ତର ଛୁଇଁଥିଲା।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସେୟାର ବଜାରରେ ଏଣ୍ଟ୍ରି ମାରିବ ହଳଦୀରାମ! ୧୦,୦୦୦ କୋଟି ଟଙ୍କାର IPO ଆଣିବାକୁ ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ,୧୨।୧୧: ପାରମ୍ପରିକ ଭାରତୀୟ ମିଠା ଏବଂ ନମକିନ୍ ପ୍ରସ୍ତୁତକାରୀ ପ୍ରମୁଖ କମ୍ପାନୀ ‘ହଳଦୀରାମ ସ୍ନାକ୍ସ ଫୁଡ୍’ ଏହାର ଇନିସିଆଲ୍ ପବ୍ଲିକ୍ ଅଫରିଂ (IPO) ପ୍ରକ୍ରିୟାକୁ ଆନୁଷ୍ଠାନିକ ଭାବେ…

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆରେ ଭାରତର ଅଧିନାୟକ ହେବେ ଏହି ଖେଳାଳି, ରଚିବେ ଇତିହାସ

ନୂଆଦିଲ୍ଲୀ,୧୨।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ୪ର୍ଥ ଓ ୫ମ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳର ନେତୃତ୍ୱ ନେବେ ଶ୍ରେୟସ ଆୟର । ପ୍ରଥମ ୩ଟି ମ୍ୟାଚ୍‌ରେ ନିୟମିତ…

ବରଗଡ଼ରେ ମଧୁବାବୁ ପେନ୍‌ସନ୍‌ ଯୋଜନାର ଶୁଭାରମ୍ଭ: ୧୫୨୭୭ ଜଣଙ୍କୁ ପେନ୍‌ସନ୍‌ ବାଣ୍ଟିଲେ ମନ୍ତ୍ରୀ

ବରଗଡ଼,୧୨ା୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଯଦୁମଣି ଅଡିଟୋରିୟମରେ ଗୁରୁବାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ବାରା ଆୟୋଜିତ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ…

ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମଥର! ପାକିସ୍ତାନର ୪ ଖେଳାଳି କଲେ ଏମିତି କାରନାମା, ଚାରିଆଡେ ପଡିଗଲା ଚହଳ

ନୂଆଦିଲ୍ଲୀ, ୧୨।୧୧: ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ପାକିସ୍ତାନର ଯୁବ ଖେଳାଳିମାନେ ବିଶ୍ୱ କ୍ରିକେଟ ଇତିହାସରେ ଏକ…

ଥରେ ରିଚାର୍ଜ କଲେ ଆଉ ଗୋଟିଏ ପୂରା ଫ୍ରି! ୫୬ ଦିନ ଯାଏ ଆଉ କରିବାକୁ ପଡିବନି ରିଚାର୍ଜ

ଏୟାରଟେଲ (Airtel) ବ୍ୟବହାରକାରୀମାନଙ୍କ ପାଇଁ ଏକ ଭଲ ଖବର ସାମ୍ନାକୁ ଆସିଛି। କମ୍ପାନୀ କଥିତ ଭାବରେ ଏହାର କିଛି ପ୍ରିପେଡ ପ୍ଲାନରେ ’1+1 ରିଚାର୍ଜ ଫ୍ରି’ ଅଫର୍‌…

ଭଞ୍ଜନଗରରେ ବନ୍ୟା ରିଲିଫ୍-ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା କଲେ ଆରଡିସି ବିଜୟ ଅମୃତା କୁଲାଙ୍ଗେ; ସହାୟତା କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ…

ଭଞ୍ଜନଗର୧୨।୧୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଗତ ୨୮ ଓ ୨୯ ତାରିଖରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ପରେ ଚାଲିଥିବା ରିଲିଫ୍ ଓ ପୁନରୁଦ୍ଧାର…

ପୁଣି ଖୋଲିବ ବରଗଡ଼ ସମବାୟ ଚିନିକଳ! ପୁନରୁଦ୍ଧାର ପାଇଁ ଅମିତ ଶାହାଙ୍କ ପ୍ରତିଶ୍ରୁତି; ବାୟୋ-ଇଥାନଲ୍ ପ୍ରକଳ୍ପ ଉଦ୍‌ଘାଟନ ପାଇଁ…

ବରଗଡ଼,୧୨।୧୧(ପ୍ରେମାନନ୍ଦ ଖମାରୀ): ବନ୍ଦ ପଡ଼ିଥିବା ବରଗଡ଼ ସମବାୟ ଚିନିକଳର ପୁନରୁଦ୍ଧାର ପାଇଁ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ପ୍ରତିଶ୍ରୁତି ଦେଇଛନ୍ତି। ବରଗଡ଼ MP…

ଟ୍ରେନ୍‌ରେ ଯୁବତୀଙ୍କୁ ଅସଦାଚରଣ; ବିରୋଧ କରିବାରୁ ଟ୍ରାକ୍‌କୁ ଠେଲିଦେଲେ ଅଭିଯୁକ୍ତ, ତାପରେ…

ମୁମ୍ବାଇ,୧୨।୧୧: ମୁମ୍ବାଇ ଲୋକାଲ୍ ଟ୍ରେନ୍‌ରେ ମହିଳାଙ୍କ ସୁରକ୍ଷାକୁ ନେଇ ପୁଣି ଉଠିଲା ପ୍ରଶ୍ନ । ଟ୍ରେନ୍‌ରେ ଜଣେ ଯୁବତୀଙ୍କ ସହ ଅସଦାଚରଣ କରିବା ପରେ ତାଙ୍କୁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?