ସେୟାର ବଜାରରେ ଏଣ୍ଟ୍ରି ମାରିବ ହଳଦୀରାମ! ୧୦,୦୦୦ କୋଟି ଟଙ୍କାର IPO ଆଣିବାକୁ ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ,୧୨।୧୧: ପାରମ୍ପରିକ ଭାରତୀୟ ମିଠା ଏବଂ ନମକିନ୍ ପ୍ରସ୍ତୁତକାରୀ ପ୍ରମୁଖ କମ୍ପାନୀ ‘ହଳଦୀରାମ ସ୍ନାକ୍ସ ଫୁଡ୍’ ଏହାର ଇନିସିଆଲ୍ ପବ୍ଲିକ୍ ଅଫରିଂ (IPO) ପ୍ରକ୍ରିୟାକୁ ଆନୁଷ୍ଠାନିକ ଭାବେ ଆରମ୍ଭ କରିଛି। କମ୍ପାନୀ ପକ୍ଷରୁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଏବଂ କମ୍ପ୍ଲାଏନ୍ସ ପରିଚାଳନା ପାଇଁ ‘ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଅଫିସ୍’ (PMO) ଭାବେ ‘EY’ କୁ ନିଯୁକ୍ତ କରାଯାଇଛି। ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କମ୍ପାନୀ ୨୦୨୭ ଶେଷ ସୁଦ୍ଧା ସେୟାର ବଜାରରେ ତାଲିକାଭୁକ୍ତ (ପବ୍ଲିକ୍ ଲିଷ୍ଟିଂ) ହେବାକୁ ଯୋଜନା କରୁଛି।

ସୂଚନା ଅନୁଯାୟୀ, ଏହି ପ୍ରସ୍ତାବିତ ଆଇପିଓର ଇସ୍ୟୁ ସାଇଜ୍ ପ୍ରାୟ ୧୦,୦୦୦ କୋଟି ଟଙ୍କା (ପ୍ରାୟ ୧ ବିଲିୟନ ଡଲାର) ହେବାର ଅନୁମାନ କରାଯାଉଥିବା ବେଳେ କମ୍ପାନୀର ମୋଟ ମୂଲ୍ୟାଙ୍କନ (ଭ୍ୟାଲୁଏସନ୍) ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ଆକଳନ କରାଯାଇଛି। କମ୍ପାନୀର ବିବିଧ ଏବଂ ଜଟିଳ ବ୍ୟବସାୟିକ ଢାଞ୍ଚାକୁ ଦୃଷ୍ଟିରେ ରଖି ଏହି ଲିଷ୍ଟିଂ ପ୍ରକ୍ରିୟା ଶେଷ ହେବାକୁ ୬ରୁ ୧୨ ମାସ କିମ୍ବା ତା’ଠାରୁ ଅଧିକ ସମୟ ଲାଗିପାରେ। ଏହି ଆଇପିଓରେ ବର୍ତ୍ତମାନର ଅଂଶୀଦାରମାନଙ୍କ ଦ୍ୱାରା ସେୟାର ବିକ୍ରି (OFS) ଏବଂ ନୂତନ ସେୟାର ଜାରି (ଫ୍ରେସ୍ ଇସ୍ୟୁ) ଉଭୟ ସାମିଲ ରହିପାରେ।

ଦିଲ୍ଲୀସ୍ଥିତ ‘ହଳଦୀରାମ ସ୍ନାକ୍ସ’ ଏବଂ ନାଗପୁରର ‘ହଳଦୀରାମ ଫୁଡ୍ସ ଇଣ୍ଟରନ୍ୟାସନାଲ’ର ମିଶ୍ରଣ ପରେ ‘ହଳଦୀରାମ ସ୍ନାକ୍ସ ଫୁଡ୍’ ଗଠିତ ହୋଇଥିଲା। କମ୍ପାନୀରେ ଟେମାସେକ୍ (Temasek), ଇଣ୍ଟରନ୍ୟାସନାଲ ହୋଲ୍ଡିଂ କମ୍ପାନୀ, ଆଲଫା ୱେଭ୍ ଗ୍ଲୋବାଲ୍ ଏବଂ ଏଲ୍ କ୍ୟାଟରଟନ୍ (L Catterton) ଭଳି ପ୍ରମୁଖ ବିଶ୍ୱସ୍ତରୀୟ ନିବେଶକମାନେ ପୁଞ୍ଜି ନିବେଶ କରିଛନ୍ତି। ଗତବର୍ଷ ମାର୍ଚ୍ଚ-ଏପ୍ରିଲ ମାସରେ ହୋଇଥିବା ନିବେଶ ଭାରତର କଞ୍ଜ୍ୟୁମର କ୍ଷେତ୍ରରେ ସବୁଠାରୁ ବଡ଼ ପ୍ରାଇଭେଟ୍ ଇକ୍ୱିଟି ଡିଲ୍ ଥିଲା, ଯେଉଁଥିରେ କମ୍ପାନୀର ମୂଲ୍ୟାଙ୍କନ ୧୦ ବିଲିୟନ ଡଲାର (ସେତେବେଳେ ପ୍ରାୟ ୮୫,୦୦୦ କୋଟି ଟଙ୍କା) ଆକଳନ କରାଯାଇଥିଲା। ଏଥିରେ ବିଶ୍ୱସ୍ତରୀୟ ନିବେଶକମାନେ ପ୍ରାୟ ୧୫% ଅଂଶଧନ ହାସଲ କରିଥିବା ବେଳେ ପ୍ରତିଷ୍ଠାତା ଅଗ୍ରୱାଲ ପରିବାର ନିକଟରେ ୮୫% ଅଂଶଧନ ରହିଥିଲା।

କ୍ରିସିଲ୍ ରେଟିଂସ୍‌ର ଏକ ରିପୋର୍ଟ ଅନୁଯାୟୀ, ହଳଦୀରାମ ସ୍ନାକ୍ସ ଫୁଡ୍ ୨୦୨୬ ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ ୭,୭୬୨ କୋଟି ଟଙ୍କାର ରାଜସ୍ୱ ଆୟ କରିଛି ଏବଂ ଏହାର ଅପରେଟିଂ ମାର୍ଜିନ୍ ପ୍ରାୟ ୧୯% ରହିଛି। ଆଗାମୀ ଦିନରେ ବିତରଣ ନେଟୱାର୍କର ସମ୍ପ୍ରସାରଣ, ରପ୍ତାନି ବୃଦ୍ଧି ଏବଂ ନୂତନ ଉତ୍ପାଦ ବଜାରକୁ ଛାଡ଼ିବା ଦ୍ୱାରା କମ୍ପାନୀର ରାଜସ୍ୱରେ ଦୁଇ ଅଙ୍କ ବିଶିଷ୍ଟ (ଡବଲ୍-ଡିଜିଟ୍) ଅଭିବୃଦ୍ଧି ଜାରି ରହିବ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ ଯେ, ଆସନ୍ତା ବର୍ଷ ଭାରତର କଞ୍ଜ୍ୟୁମର କ୍ଷେତ୍ରରେ ଆଉ ଏକ ବଡ଼ ଲିଷ୍ଟିଂ ଦେଖିବାକୁ ମିଳିପାରେ। କୋକା-କୋଲା ଇଣ୍ଡିଆ ଏହାର ବଟଲିଂ ବ୍ୟବସାୟ ‘ହିନ୍ଦୁସ୍ତାନ କୋକା-କୋଲା ହୋଲ୍ଡିଂସ୍’କୁ ତାଲିକାଭୁକ୍ତ କରିବାକୁ ଯୋଜନା କରୁଛି ଏବଂ ଏଥିପାଇଁ ସେବି (SEBI) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍ପେକ୍ଟସ୍ (DRHP) ଦାଖଲ କରିସାରିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଠିକାଦାରଙ୍କ ଦର୍ଶନ ମିଳୁନି, ଅନିଶ୍ଚିତତା ଘେରରେ ମା’ ରାମଚଣ୍ଡୀଙ୍କ ଦିବ୍ୟ ମନ୍ଦିର ନିର୍ମାଣ, ବଜେଟ୍‌ ରହିଛି…

ମହାକାଳପଡ଼ା,୧୨ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିରର ଇତିହାସ ଅତ୍ୟନ୍ତ ପୁରାତନ। କିମ୍ବଦନ୍ତୀ ଅନୁସାରେ, ୧୭୩୭ରେ…

୨୧ ଛକା ମାରି ଇତିହାସ ରଚିଲେ କିୱି ବ୍ୟାଟର, ତଥାପି ହାରିଲା ଦଳ

ନୂଆଦିଲ୍ଲୀ,୧୨।୧୧: ବ୍ୟାଟ୍‌ରୁ ବର୍ଷିଲା ଛକା ଓ ଚୌକା। ଗୋଟିଏ ଇନିଂସରେ ୨୧ଟି ଛକା ମାରି ନୂଆ ରେକର୍ଡ କରିଛନ୍ତି ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟର ବେଭନ୍ ଜାକବ୍ସ ।…

ବଡ଼ ଘୋଷଣା କରି ଚମକାଇଦେଲେ ବିଧାୟକ ସାରଦା, ରାଉରକେଲା ରାଜନୀତିରେ ଚର୍ଚ୍ଚା

ଭୁବନେଶ୍ବର,୧୨।୧୧: ବଡ଼ ଘୋଷଣା କଲେ ରାଉରକେଲା ବିଧାୟକ ସାରଦା ନାୟକ । ୨୦୨୯ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସେ ଘୋଷଣା କରିଛନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା…

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆରେ ଭାରତର ଅଧିନାୟକ ହେବେ ଏହି ଖେଳାଳି, ରଚିବେ ଇତିହାସ

ନୂଆଦିଲ୍ଲୀ,୧୨।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ୪ର୍ଥ ଓ ୫ମ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳର ନେତୃତ୍ୱ ନେବେ ଶ୍ରେୟସ ଆୟର । ପ୍ରଥମ ୩ଟି ମ୍ୟାଚ୍‌ରେ ନିୟମିତ…

ବରଗଡ଼ରେ ମଧୁବାବୁ ପେନ୍‌ସନ୍‌ ଯୋଜନାର ଶୁଭାରମ୍ଭ: ୧୫୨୭୭ ଜଣଙ୍କୁ ପେନ୍‌ସନ୍‌ ବାଣ୍ଟିଲେ ମନ୍ତ୍ରୀ

ବରଗଡ଼,୧୨ା୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଯଦୁମଣି ଅଡିଟୋରିୟମରେ ଗୁରୁବାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ବାରା ଆୟୋଜିତ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ…

ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମଥର! ପାକିସ୍ତାନର ୪ ଖେଳାଳି କଲେ ଏମିତି କାରନାମା, ଚାରିଆଡେ ପଡିଗଲା ଚହଳ

ନୂଆଦିଲ୍ଲୀ, ୧୨।୧୧: ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ପାକିସ୍ତାନର ଯୁବ ଖେଳାଳିମାନେ ବିଶ୍ୱ କ୍ରିକେଟ ଇତିହାସରେ ଏକ…

ବିବାହ ଖୁସି ଭିତରେ ଆଉ ଏକ ବଡ଼ ଖବର: କାବ୍ୟା ମାରାନଙ୍କୁ ମିଳିଲା ୫୮୫ କୋଟିର ଉପହାର, ଗୋଟିଏ ଦିନରେ ବଢ଼ିଲା…

ନୂଆଦିଲ୍ଲୀ, ୧୨।୧୧: କାବ୍ୟା ମାରାନଙ୍କୁ କିଏ ବା ନ ଜାଣେ! ଆଇପିଏଲ ଟିମ ସନରାଇଜର୍ସ ହାଇଦ୍ରାବାଦର ମାଲିକାଣୀ ହେବା ସହ ଦେଶର ବଡ଼ ମିଡିଆ ଗ୍ରୁପ ସନ…

ଥରେ ରିଚାର୍ଜ କଲେ ଆଉ ଗୋଟିଏ ପୂରା ଫ୍ରି! ୫୬ ଦିନ ଯାଏ ଆଉ କରିବାକୁ ପଡିବନି ରିଚାର୍ଜ

ଏୟାରଟେଲ (Airtel) ବ୍ୟବହାରକାରୀମାନଙ୍କ ପାଇଁ ଏକ ଭଲ ଖବର ସାମ୍ନାକୁ ଆସିଛି। କମ୍ପାନୀ କଥିତ ଭାବରେ ଏହାର କିଛି ପ୍ରିପେଡ ପ୍ଲାନରେ ’1+1 ରିଚାର୍ଜ ଫ୍ରି’ ଅଫର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?