Posted inଜାତୀୟ

ଫସିଲେ ୟୁଟ୍ୟୁବର ହିନ୍ଦୁସ୍ଥାନୀ ଭାଉ

ମୁମ୍ବାଇ,୧।୨: ସୋସିଆଲମିଡିଆ ଇନ୍‌ଫ୍ଲୁଏନ୍ସର ତଥା ୟୁଟ୍ୟୁବର ‘ହିନ୍ଦୁସ୍ଥାନୀ ଭାଉ’ ଭାବେ ଜଣାଶୁଣା ବିକାଶ ପାଠକଙ୍କୁ ଗିରଫ କରିଛି ଧାରାବି ପୋଲିସ। ଛାତ୍ର ଆନ୍ଦୋଳନକୁ ଉସୁକାଇବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଅଭିଯୋଗ ଅନୁଯାୟୀ, ଦଶମ ଓ ଦ୍ୱାଦଶ ଶ୍ରେଶୀର ଅଫ୍‌ଲାଇନ୍‌ ପରୀକ୍ଷା ବାତିଲ କରିବା ଦାବିରେ ଛାତ୍ରୀଛାତ୍ରଙ୍କୁ ମହାରାଷ୍ଟ୍ର ଶିକ୍ଷା ମନ୍ତ୍ରୀ ବର୍ଷା ଗାଏକ୍ୱାଡଙ୍କ ବାସଭବନ ନିକଟରେ ଏକତ୍ରିତ ହେବାକୁ କହିଥିଲେ।

“ସୋସିଆଲମିଡିଆ ଇନ୍‌ଫ୍ଲୁଏନ୍ସର ହିନ୍ଦୁସ୍ଥାନୀ ଭାଉଙ୍କୁ ଧାରବିରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନରେ ସମ୍ପୃକ୍ତି ନେଇ ଗିରଫ କରାଯାଇଛି। କୋଭିଡ୍‌-୧୯କୁ ଦୃଷ୍ଟିରେ ରଖି ଦଶମ ଓ ଦ୍ୱାଦଶ ଅନଲାଇନ ପରୀକ୍ଷା କରିବା ଦାବି କରୁଛନ୍ତି ଆନ୍ଦୋଳନରତ ଛାତ୍ରୀଛାତ୍ର।

ହିନ୍ଦୁସ୍ଥାନୀ ଭାଉ ଏକ ଭିଡିଓ ଶେୟାର କରିଥିଲେ, ଯେଉଁଥିରେ ସେ ଛାତ୍ରୀଛାତ୍ରଙ୍କୁ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ପ୍ରବର୍ତ୍ତାଇ ଥିଲେ। ଦଙ୍ଗା, ମହାରାଷ୍ଟ୍ର ପୋଲିସ ଆଇନ, ବିପର୍ଯ୍ୟୟ ନିୟନ୍ତ୍ରଣ ଆଇନ ଓ ଆଇପିସିର ବିଭିନ୍ନ ଦଫାରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏ ଘଟଣାରେ ଧାରବି ପୋଲିସ ଇକରାର ଖାନ ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଶତାଧିକ ଛାତ୍ରୀଛାତ୍ର ଅନଲାଇନ ପରୀକ୍ଷା ଦାବିରେ ସୋମବାର ମଧ୍ୟାହ୍ନରେ ଅଶୋକ ମିଲ ନାକାରେ ଆନ୍ଦୋଳନ କରିଥିଲେ। ଆନ୍ଦୋଳନକାରୀଙ୍କୁ ଘଉଡାଇବା ପାଇଁ ପୋଲିସକୁ ବାଟନ ଚାର୍ଜ କରିବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ଶୋକବ୍ୟକ୍ତ କଲେ ବିରାଟ କୋହଲି

ନୂଆଦିଲ୍ଲୀ,୩।୬:ବାହାନଗା ଟ୍ରେନ୍‌ଦୁର୍ଘଟଣା ନେଇ ଶୋକ ପ୍ରକାଶ କଲେ ବିରାଟ କୋହଲି। ଟେ ଟ୍ବିଟ୍‌ କରି କହିଛନ୍ତି, ଓଡିଶାରେ ହୋଇଥିବା ଟ୍ରେନ୍‌ ଦୁର୍ଘଟଣାକୁ ନେଇ ମୁଁ ଦୁଃଖିତ।...

ସୁରକ୍ଷିତ ନ ଥିଲା କୋଝିକୋଡ ବିମାନ ବନ୍ଦର: ଡିଜିସିଏ କରିଥିଲା ସତର୍କ

ନୂଆଦିଲ୍ଲୀ,୮।୮: କେରଳର କୋଝିକୋଡ ବିମାନବନ୍ଦରରେ ଶୁକ୍ରବାର ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୨ ପାଇଲଟଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ...

କଶ୍ମୀରକୁ ନେଇ ମୂଲ୍ୟହୀନ କଥା କହୁଛି ପାକିସ୍ତାନ: ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୯।୮: ପାକିସ୍ତାନ ଭାରତ ପ୍ରତି ଯେଉଁ ମନୋଭାବ ପୋଷଣ କରୁଛି ତାକୁ ନେଇ ଗୁରୁବାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା।...

ଲକ୍‌ଡାଉନ୍‌କୁ ଉଲ୍ଲଂଘନ ପଡ଼ିଲା ମହଙ୍ଗା: ୫୧,୮୭୮ ଅମାନିଆଙ୍କୁ ଜରିମାନା, ୫୧୭୪ଜଣଙ୍କ ନାଁରେ ମାମଲା ରୁଜୁ

ନୂଆଦିଲ୍ଲୀ,୧୫।୫: ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଦିନକୁ ଦିନ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ...

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ପାକିସ୍ତାନ ନେତାଙ୍କୁ ମିଳିଲାନି ନିମନ୍ତ୍ରଣ

ନୂଆଦିଲ୍ଲୀ,୨୮।୫: ଲୋକ ସଭା ନିର୍ବାଚନରେ ବିପୁଳ ବିଜୟ ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ଲାଗି ଦେଶର ଶାସନ ଭାର ନେବାକୁ ଯାଉଛନ୍ତି।...

ମିଳିମିଳା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଧର୍ମଗୁରୁଙ୍କ ସହାୟତା ଲୋଡ଼ିଲା ପ୍ରଶାସନ…

ମାଲାପୁରାମ,୮।୧୨ : କେରଳର ମାଲାପୁରାମରେ ପିଲାମାନଙ୍କ ମଧ୍ୟରେ ମିଳିମିଳା ରୋଗ ବୃଦ୍ଧି ପାଉଛି। ଏହି ସମୟ ମଧ୍ୟରେ ରାଜ୍ୟ ସରକାରଙ୍କ ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ,...

ଏମ୍‌ଏଲ୍‌ସି ନିର୍ବାଚନକୁ ନେଇ ଭାଜପାର ବଡ଼ ଘୋଷଣା

ଲକ୍ଷ୍ନୌ,୧୪।୩: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପରେ ଏବେ ବିଧାନ ପରିଷଦ(ଏମ୍‌ଏଲ୍‌ସି) ପାଇଁ ନିର୍ବାଚନୀ ବିଗୁଲ ବାଜିଛି। ବିଧାନ ପରିଷଦ ନିର୍ବାଚନ ପାଇଁ ଭାଜପାରେ ଏବେ ଟିକେଟକୁ...

ଜିତେନ୍ଦ୍ରଙ୍କ ନଁ।ରେ ଅସଦାଚରଣ ଅଭିଯୋଗ ଆଣିଥିଲେ ସମ୍ପର୍କୀୟା: ମାମଲା ଖାରଜ କଲେ କୋର୍ଟ

ମୁମ୍ବାଇ,୨୨।୫ : ଗତବର୍ଷ ୯୦ ଦଶକର ଲୋକପ୍ରିୟ ବଲିଉଡ୍‌ ଅଭିନେତା ଜିତେନ୍ଦ୍ରଙ୍କ ନଁ।ରେ ହୋଇଥିବା ଅସଦାଚରଣ ଅଭିଯୋଗକୁ ହିମାଚଳ ପ୍ରଦେଶ ହାଇକୋର୍ଟ ବୁଧବାର ଖାରଜ କରିଦେଇଛନ୍ତି।...

Advertisement
Archives

Model This Week