ନୂଆବର୍ଷ ଦିନ ହୋଇଯାଇଥିଲେ ନିଖୋଜ, ସକାଳୁ ଗଛରେ ଝୁଲୁଥିଲା ମୃତଦେହ; କୋକସରା ପୋଲିସ…

କୋକସରା,୨।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧିନସ୍ଥ ଜୟନ୍ତପୁର ପଞ୍ଚାୟତ ରଏନଗୁଡା ଗ୍ରାମରୁ ଶୁକ୍ରବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ ଯୁବକ ଜଣଙ୍କ ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ଲୁକାପଡା ଗ୍ରାମର କେଶରୀ ମାଝୀଙ୍କ ପୁଅ ପଦ୍ମନ ମାଝୀ(୨୩) ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଗତ ୪ ମାସ ତଳେ ପଦ୍ମନ ଗୋଆକୁ କାମ କରିବାକୁ ଯାଇଥିଲେ ଏବଂ ସେଠାରୁ ଗତ ୩୧ ତାରିଖ  ରାତିରେ ଦେଭୋଗ ଥାନାର କେନ୍ଦୁପାଟି ଗ୍ରାମର ଶୋଭାଲାଲ ମାଝୀଙ୍କ ସହିତ କୋକସରା ଥାନା ଜୟନ୍ତପୁର ପଞ୍ଚାୟତର ଏନଗୁଡା ଗାଁର ସମ୍ପର୍କୀୟ ଘରକୁ ଆସିଥିଲେ। ଗତ ୧ ତାରିଖ ଦିନ ଖାଇସାରି ରାତିରେ ଶୋଇବା ପରେ ଘରୁ କେଉଁଆଡେ ଚାଲି ଯାଇଥିଲେ। ଏହା ପରେ ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ। ଆଜି  ସକାଳେ ଗାଁ ନିକଟସ୍ଥ ଏକ ଗଛରେ ପଦ୍ମନଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ଏହାପରେ ପରିବାର ଲୋକେ କୋକସରା ଥାନାକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ପରେ ସାଇଣ୍ଟିଫିକ ଟିମ ସାହାଯ୍ୟରେ ତଦନ୍ତ ଆରମ୍ଭ କରିବା ସହ ମୃତଦେହ ଜବତ କରଛି। କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତଦେହ ବ୍ୟବଚ୍ଛେଦ ହେବାପରେ  ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। କୋକସରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା ଥାନା ପକ୍ଷରୁ ସୂଚନା ମିଳିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପାଇପ ବିଛାଇବା ପାଇଁ ଗାଁ ଗାଁରେ ଖୋଳା ଚାଲିଛି କଂକ୍ରିଟ ରାସ୍ତା: ପାଇପ ବିଛାଇବା ପରେ ମରାମତି ନାହିଁ

ଅମରପାଲି, ୨୭।୯ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ବିଭିନ୍ନ ଗ୍ରାମରେ ମେଗା ପାନୀୟଜଳ ପ୍ରକଳ୍ପ ପାଇଁ ପାଇପ ବିଛାଇବା କାମ ଚାଲିଛି। ଏଥିପାଇଁ ଏକ…

ସମୁଦ୍ର ଗର୍ଭରେ ଲୀନ ହେବ ଆଉ ୨ ମନ୍ଦିର

ଛତ୍ରପୁର,୨୭ା୯ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଦିନକୁ ଦିନ କ୍ଷୟ ହେବାରେ ଲାଗିଛି। ଗଭୀର ଅବପାତ ପ୍ରଭାବରେ ଉଚ୍ଚ ଜୁଆର କୂଳ…

ବୌଦ୍ଧ ବିଧାୟକଙ୍କ ନାଁରେ ଗିରଫ ପରୱାନା

ହରଭଙ୍ଗା,୨୭ା୯(ନରେନ୍ଦ୍ର କୁମାର ସାହୁ): ୨୦୨୪ରେ ଅନୁଷ୍ଠିତ ୧୭ତମ ବିଧାନସଭା ନିର୍ୱାଚନ ସମୟରେ ବର୍ତ୍ତମାନର ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ…

ଓଡ଼ିଶାରେ ଦ୍ୱିତୀୟ ଏମ୍ସ ନେଇ କେନ୍ଦ୍ର ଅସ୍ପଷ୍ଟ

ବଲାଙ୍ଗୀର,୨୭ା୯(ବୀରେନ୍ଦ୍ର କୁମାର ଝାଙ୍କର): ଗତ ୨ ବର୍ଷ ତଳେ ୨୦୨୪ ସେପ୍ଟେମ୍ୱର ୮ରେ ସମ୍ୱଲପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଦ୍ୱିତୀୟ ଏମ୍ସ ସମ୍ୱଲପୁରରେ ପ୍ରତିଷ୍ଠା…

ହୀରାକୁଦର ୨୦ ଗେଟ୍‌ ଖୋଲିଲା: ବୈତରଣୀରେ ୮, ସାଳନ୍ଦୀରେ ୬ ବନ୍ୟା

ଭୁବନେଶ୍ୱର, ୨୭ା୯ (ବନ୍ଦନା ସେଠୀ): ଲଗାଣ ବର୍ଷା ଯୋଗୁ ଓଡ଼ିଶାର ବିଭିନ୍ନ ନଦୀରେ ବନ୍ୟାସ୍ଥିତି ଗମ୍ଭୀର ହୋଇଚାଲିଛି। ଦକ୍ଷିଣ ଓଡ଼ିଶାରେ ଦୁଇଦିନ ଧରି କେତେକ ନଦୀରେ ବନ୍ୟା…

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?