Posted inଖେଳ

ଯୁବ ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌: ଫାଇନାଲରେ ୮ ଭାରତୀୟ

ନୂଆଦିଲ୍ଲୀ,୨୨।୪(ପି.ଟି.): ପୋଲାଣ୍ଡର କିଏଲ୍ସଠାରେ ଚାଲିଥିବା ଯୁବ ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ରେ ୭ ମହିଳାଙ୍କ ସମେତ ୮ ଭାରତୀୟ ବକ୍ସର ଫାଇନାଲରେ ପ୍ରବେଶ କରିଛନ୍ତି। ଏହା ଭାରତ ପାଇଁ ଯୁବ ବର୍ଗରେ ଏକ ଆସାଧାରଣ ସଫଳତା ସାବ୍ୟସ୍ତ ହୋଇଛି। ଏହି ୮ଜଣ ପଦକ ହାସଲ କରିବା ନିଶ୍ଚିତ ହୋଇଛ। ଏହାକୁ ବାଦ୍‌ ଦେଲେ ଅନ୍ୟ ୩ ଭାରତୀୟ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ହଙ୍ଗେରୀରେ ଅନୁଷ୍ଠିତ ୨୦୧୮ ସଂସ୍କରଣରେ ଭାରତ ୧୦ ପଦକ ହାସଲ କରି ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା। ଏଥର ଅଧିକ ପଦକ ହାସଲ କରି ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଛନ୍ତି ଭାରତୀୟ ଖେଳାଳିମାନେ।
ବୁଧବାର ବିଶ୍ରାମ ଦିବସ ପରେ ଗୁରୁବାର ଫାଇନାଲ ମୁକାବିଲାଗୁଡିକ ଆୟୋଜନ ହେବ। ଗୀତିକା (୪୮ କେ.ଜି.), ବେବିରୋଜିସାନା ଚାନୁ (୫୧ କେ.ଜି.), ଭିନିକା (୬୦ କେ.ଜି.), ଅରୁନ୍ଧତୀ ଚୌଧୁରୀ (୬୯ କେ.ଜି.), ପୁନମ୍‌ (୫୭ କେ.ଜି.) ଓ ଅଲଫିୟା ପଠାନ (+୮୧ କେ.ଜି.) ଫାଇନାଲକୁ ଉଠିଛନ୍ତି। ପୁରୁଷଙ୍କ ମଧ୍ୟରେ ସଚିନ (୫୬ କେ.ଜି.) ମଧ୍ୟ ଫାଇନାଲ ଟିକେଟ ହାସଲ କରିଛନ୍ତି।
ଗୀତିକା ୫-୦ରେ ଇଟାଲୀର ଏରିକା ପ୍ରିସ୍କିଆନଡାରୋଙ୍କୁ ହରାଇଥିଲେ। ଫାଇନାଲରେ ସେ ପୋଲାଣ୍ଡର ନାଟାଲିଆ ଡୋମିନିକାଙ୍କୁ ଭେଟିବେ। ସେହିପରି ଭିନିକା ୪-୧ରେ ଚେକ୍‌ ଗଣରାଜ୍ୟର ଭେରୋନିକା ଗାତଡୋଭାଙ୍କୁ ହରାଇ ଫାଇନାଲ ଟିକେଟ ହାସଲ କରିଛନ୍ତି। ଭିନିକା ଫାଇନାଲରେ କାଜାଖସ୍ଥାନର ଝୁଲଡିଜ ଶାୟାଖମେଟୋଭାଙ୍କୁ ଭେଟିବେ। ସେହିପରି ଅରୁନ୍ଧତୀ ୫-୦ରେ ଉଜବେକିସ୍ତାନର ଖାଡିଚାବୋନୁ ଅବଦୁଲାଏଭାଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି ଓ ସେ ପୋଲାଣ୍ଡର ବାରବରା ମାସିନକଓ୍ବେସ୍କାଙ୍କୁ ଭେଟିବେ। ବେବିରୋଜିସାନା ମଧ୍ୟ ୫-୦ରେ ଇଟାଲୀର ଏଲେନ ଆୟାରୀଙ୍କୁ ପରାସ୍ତ କରିଛନ୍ତି। ସେ ଫାଇନାଲରେ ରୁଷିଆର ଭାଲେରିଆ ଲିଙ୍କୋଭାଙ୍କୁ ଭେଟିବେ। ପୁନମ୍‌ ୫-୦ରେ ଉଜ୍‌ବେକିସ୍ତାନର ସିଟୋରା ତୁରଡିବେକୋଭାଙ୍କୁ ହରାଇ ଅଗ୍ରଗତି କରିଥିବା ବେଳେ ଫାଇନାଲରେ ସେ ସ୍ଥେଲନି ଗ୍ରୋସିଙ୍କୁ ଭେଟିବେ। ସାନମାତା ୪-୧ରେ ପୋଲାଣ୍ଡର ଡାରିଆ ପାରାଡାଙ୍କୁ ହରାଇଛନ୍ତି ଓ ସେ ଫାଇନାଲରେ କାଜାଖସ୍ତାନର ଡାନା ଡିଡେଙ୍କୁ ଭେଟିବେ। ସେହିପରି ଅଲଫିଆ ୩-୨ରେ ପୋଲାଣ୍ଡର ଓଲିଓ୍ବିଆ ଟୋବେରେକଙ୍କୁ ହରାଇଛନ୍ତି ଓ ସେ ଫାଇନାଲରେ ମୋଲଡୋଭାର ଡାରିଆ କୋଜୋରେଜଙ୍କୁ ଭେଟିବେ। ସେହିପରି ଏକମାତ୍ର ଭାରତୀୟ ପୁରୁଷ ବକ୍ସର ଭାବେ ସଚିନ ଇଟାଲୀର ମାଇକେଲ ବାଲଡାସିଙ୍କୁ ହରାଇ ଫାଇନାଲକୁ ଉଠିଛନ୍ତି। ସ୍ବର୍ଣ୍ଣ ପଦକ ପାଇଁ ଫାଇନାଲରେ ସେ କାଜାଖସ୍ତାନର ୟେରବୋଲାଟ ସବିରଙ୍କୁ ଶୁକ୍ରବାର ଭେଟିବେ।
ଅନ୍ୟପଟେ ଯୁବ ଏସିଆନ ରୌପ୍ୟ ପଦକ ବିଜେତା ଅଙ୍କିତା ନରଓ୍ବାଲ (୬୪ କେ.ଜି.), ବିଶ୍ୱମିତା ଚୋଙ୍ଗଥୋମ (୪୯ କେ.ଜି.) ଓ ବିଶାଲ ଗୁପ୍ତା (୯୧ କେ.ଜି.) ସେମିଫାଇନାଲରେ ପରାସ୍ତ ହୋଇ ତୃତୀୟରେ ରହି ଅଭିଯାନ ଶେଷ କରିବା ସହ ବ୍ରୋଞ୍ଜ୍‌ ପଦକ ହାସଲ କରିଛନ୍ତି। ୨୦୧୪ରେ ପ୍ରଥମଥର ପାଇଁ ଉଭୟ ପୁରୁଷ ଓ ମହିଳା ଏକାଠି ଖେଳିବାର ସୁଯୋଗ ପାଇଥିଲେ। ଅଙ୍କିତା ଓ ବିଶ୍ୱମିତା ୧-୪ ନିଷ୍ପତ୍ତିରେ ଯଥାକ୍ରମେ କାଜାଖସ୍ତାନର ସବିରଝାନ ଆକ୍କାଲିକୋଭ ଓ ସଞ୍ଜାର ତାସକେନବେଙ୍କଠାରୁ ପରାସ୍ତ ହୋଇଥିଲେ। ସେହିପରି ବଶାଲ ୫-୦ରେ ପୋଲାଣ୍ଡର ଜାକୁବ ଷ୍ଟ୍ରାସଜଓ୍ବେିସ୍କିଙ୍କଠାରୁ ପରାସ୍ତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଭକ୍ତିରେ ବୁଡିଲେ ବିରାଟ କୋହଲି, ଜନ୍ମାଷ୍ଟମୀରେ…

ନୂଆଦିଲ୍ଲୀ,୪।୯: ଜନ୍ମାଷ୍ଟମୀ ଅବସରରେ, ବିରାଟ କୋହଲିଙ୍କୁ ମଧ୍ୟ ଭକ୍ତିର ଭାବନାରେ ବୁଡ଼ ପକାଇଥିବାର ଦେଖାଯାଇଥିଲା। ସେ ପ୍ରଶଂସକମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ, ‘କିଙ୍ଗ କୋହଲି’…

‘ବସ-ଉଠ’ ହେଲେ ଅଭିଷେକ ଶର୍ମା, ଜନ୍ମଦିନରେ ସ୍ବତନ୍ତ୍ର ଭିଡିଓ ଶେୟାର କରି…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟର ଅଭିଷେକ ଶର୍ମା ଆଜି ତାଙ୍କର ୨୬ତମ ଜନ୍ମଦିନ ପାଳନ କରୁଛନ୍ତି। ୪ ସେପ୍ଟେମ୍ବର ୨୦୦୦ରେ ଜନ୍ମଗ୍ରହଣ କରିଥିବା ଅଭିଷେକ ଟି-୨୦ ଦଳର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri