ତହସିଲ କାର୍ଯ୍ୟାଳୟରେ ଦେହରେ ନିଆଁ ଲଗାଇ ଜୀବନ ହାରିଲେ ଯୁବକ

ନୂଆପଡ଼ା ଅଫିସ,୧୭ା୩: ଜମି ବିକ୍ରି କରିବାକୁ ସହଯୋଗ ନ ମିଳିବାରୁ ନୂଆପଡ଼ା ସଦର ତହସିଲ କାର୍ଯ୍ୟାଳୟରେ ଜଣେ ଯୁବକ ପେଟ୍ରୋଲ ଢାଳି ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ନୂଆପଡ଼ା ସଦର ବ୍ଲକ ଜୋଙ୍କ ଥାନା ଆମସେନା ପଞ୍ଚାୟତ କଲ୍ୟାଣପୁର ଗ୍ରାମର ଜଗଦୀଶ ଚୌହାନ (୩୬)। ଏ ନେଇ ପୀଡ଼ିତଙ୍କ ମା’ ନୂଆପଡ଼ା ଥାନାରେ ଅଭିଯୋଗ କରିଛନ୍ତି।
ମିଳିଥିବା ସୂଚନା ମୁତାବକ, କଲ୍ୟାଣପୁର ଗ୍ରାମର ଜଗଦୀଶଙ୍କ ବାପା ଆତ୍ମାରାମ ଜମି ବିକ୍ରି ପାଇଁ ୨୦୨୨ ଜାନୁୟାରୀ ୧୫ରେ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ଦୀର୍ଘଦିନ ଧରି ଆବେଦନ ଫର୍ମ ପଡ଼ିରହିବା ପରେ ୨୦୨୨ ମାର୍ଚ୍ଚ ୨୯ରେ ପଞ୍ଜୀକୃତ ହୋଇଥିଲା। ଏହାର ଭେରିଫିକେଶନ ପାଇଁ ଚିଠି ନଂ. ୭୯୭/୨୦୨୨ ଅନୁଯାୟୀ ମେ’ ୯ରେ ସଦର ତହସିଲ କାର୍ଯ୍ୟାଳୟକୁ ପଠାଯାଇଥିଲା। ଇତିମଧ୍ୟରେ ବର୍ଷେ ବିତିଯାଇଥିଲେ ମଧ୍ୟ ଭେରିଫିକେଶନ ହୋଇପାରି ନ ଥିଲା। ଜଗଦୀଶ ଓ ତାଙ୍କ ମା’ ବାରମ୍ବାର ଅଫିସ୍‌କୁ ଦୌଡ଼ି ନୟାନ୍ତ ହୋଇପଡ଼ିଥିଲେ ମଧ୍ୟ କେହି ସହଯୋଗ କରି ନ ଥିଲେ।
ଫଳରେ ଗୁରୁବାର ଜଗଦୀଶ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ଅତିରିକ୍ତ ତହସିଲଦାର ଆଶେସା ବାଗଙ୍କ ଦ୍ୱାରସ୍ଥ ହୋଇ ଏ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। ହେଲେ ଅତିରିକ୍ତ ତହସିଲଦାର ତାଙ୍କୁ ବାରମ୍ବାର କାହିଁକି ଆସୁଛ କହି ଧମକଚମକ ଦେଇଥିଲେ। ଏଥିରେ ଜଗଦୀଶ ମାନସିକ ଭାରସାମ୍ୟ ହରାଇ କାର୍ଯ୍ୟାଳୟରୁ ବାହାରିଆସି ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଜଳୁଥିବା ଅବସ୍ଥାରେ ସେ ଅତିରିକ୍ତ ତହସିଲଦାର ଚାମ୍ବରକୁ ଦୌଡି ଯାଇଥିଲେ। ଜଗଦୀଶଙ୍କ ଶରୀରରେ ଲାଗିଥିବା ନିଆଁ ବ୍ୟାପି ଅଫିସ୍‌ର କେତେକ କାଗଜପତ୍ର ପୋଡ଼ିଯାଇଥିଲା। ତେବେ ସେଠାରେ ଉପସ୍ଥିତ କର୍ମଚାରୀ ଏବଂ ଜନସାଧାରଣ ନିଆଁକୁ ଆୟତ୍ତ କରିବାରୁ ବଡ଼ଧରଣର ବିପତ୍ତି ଟଳିଯାଇଛି। ଜଗଦୀଶଙ୍କୁ ଉଦ୍ଧାର କରି ତହସିଲଦାରଙ୍କ ଗାଡ଼ିରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଜଗଦୀଶଙ୍କ ମୃତ୍ୟୁ ଘଟିଥିବା ସମ୍ପର୍କୀୟ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଇଡି ବ୍ଲାଷ୍ଟ : ଦୁଇ ଏସଓଜି ଗୁରୁତର

ମାଲକାନଗିରି,୧୧ା୫(ସ୍ବ.ପ୍ର.) : ମାଲକାନଗିରି ଜିଲା ଏସଓଜି ଯବାନମାନେ ମାଥିଲି ଥାନା ଅନ୍ତର୍ଗତ ସୀମାନ୍ତ ଛତିଶଗଡ଼କୁ ଶନିବାର କୋମ୍ବିଂ ଅପରେଶନରେ ଯାଇ ଫେରୁଥିବାବେଳେ ଓରାପଦର ଓ ଡୋଲଡୋଲି...

ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ପାରଳାଖେମୁଣ୍ଡି,୮।୩: ସାରା ଦେଶରେ ବୁଧବାର ହୋଲି ପର୍ବ ଏବଂ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଇଛି। ଏହି ଅବସରରେ ଗଜପତି ଜିଲା ପାରାଳାଖେମୁଣ୍ଡିରେ ବରିଷ୍ଠ ନାଗରିକ...

ମହାକାଳପଡ଼ାରୁ ନନ୍ଦନକାନନ ଆସିଲା ଥଣ୍ଟିିଆ କୁମ୍ଭୀର

ବାରଙ୍ଗ,୩୦ା୮(ଡି.ଏନ୍‌.ଏ.): ନନ୍ଦନକାନନକୁ ରବିବାର ରାତିରେ ଏକ ଥଣ୍ଟିଆ କୁମ୍ଭୀର କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାରୁ ଉଦ୍ଧାର ହୋଇ ଆସଛି। ସାମଯୋରି ଗ୍ରାମର କେତେଜଣ ଯୁବକ ପାଇକା ନଦୀକୁ...

ପ୍ରେମ ବିବାହକୁ ବିରୋଧ କରିବାରୁ ବଡ଼ଭାଇଙ୍କୁ ପିଟି ପିଟି ହତ୍ୟା କଲେ ୨ ସାନ ଭାଇ

ଟେନ୍‌ସା,୧୧ା୭: ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅଧୀନ ବନ୍ଦଲ ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ବଡ଼ ଭାଇଙ୍କୁ ବାଡ଼ିରେ ପିଟି ୨ ସାନ ଭାଇ ହତ୍ୟା...

ଡିଜାଇନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର,୬ା୨(ବ୍ୟୁରୋ): ଗଞ୍ଜାମ ଜିଲା ତାରାତାରିଣୀ ପୀଠର ଉନ୍ନତୀକରଣ କରାଯିବ। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଅନୁମୋଦନ କରିଛନ୍ତି। ସେହିପରି ନିର୍ଦ୍ଧାରିତ ସମୟରେ ଏହାର...

ବରଗଡ଼ରେ ନାଇଟ୍‌ କର୍ଫ୍ୟୁ

ବରଗଡ଼ ଅଫିସ୍‌,୫।୪: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ଗତ ମାର୍ଚ୍ଚ ପହିଲାରୁ ଏପର୍ଯ୍ୟନ୍ତ ଜିଲାରେ ୩୨୬ ଜଣ ନୂଆ ଆକ୍ରାନ୍ତ...

ହିତାଧିକାରୀ ବଛାନିଛାରେ ଗପଲତି ଅଭିଯୋଗ:ଆବାସ ଯୋଜନାରୁ ବଁଚିତ୍‌ ହକ୍‌ଦାର ହିତାଧିକାରୀ

ଲୋଇସିଂହା,୩।୮(ଡି.ଏନ୍‌.ଏ.): ୨୦୨୨ ତକ୍‌ ଦେଶର ସବୁ ମାଟି ଘର ପକାଘରରେ ପରିନତ କରବାକେ କେନ୍ଦ୍ର ଆର ରାଏଜ୍‌ ସରକାର ଯୋର ଦେଇ କହୁଛନ୍‌। ଇଆଡ଼େ ନିହାତି...

ଭାଲୁ ହାବୁଡ଼ରେ ନାବାଳକ, ମୋବାଇଲ ଟର୍ଚ୍ଚ ଜଳିବାରୁ ଛାଡ଼ି ପଳାଇଲା

କେନ୍ଦୁଝର,୨୩ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ରେଞ୍ଜ ନରଣପୁର ସେକ୍ସନ ରଘୁନାଥପୁର ବିଟ୍‌ ଅଧୀନ ଜଜପଶି ଗ୍ରାମରେ ଭାଲୁ ହାବୁଡ଼ରେ ପଡି ଜଣେ ନାବାଳକ ଗୁରୁତର ଆହତ...

Advertisement
Archives

Model This Week