ନିଶା କବଳରେ ଯୁବବର୍ଗ

କେନ୍ଦ୍ରାପଡ଼ା ଅଫିସ, ୧୩।୮: କେନ୍ଦ୍ରାପଡା ଟାଉନ ପୋଲିସ ଗତ ସୋମବାର ସହରର ୩ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ପ୍ରାୟ ୧୦ଲକ୍ଷ ଟଙ୍କାର ବ୍ରାଉନସୁଗାରକୁ ପୋଲିସ ଜବତ କରିଛି। ଏହା ପୂର୍ବରୁ ସହର ଥାନା ସମେତ ଜିଲାର ମାର୍ଶାଘାଇ, ପଟ୍ଟାମୁଣ୍ଡାଇ, ଚାନ୍ଦୋଳ ଫାଣ୍ଡି ଅଞ୍ଚଳରୁ ବ୍ରାଉନସୁଗାର ଜବତ ହୋଇଛି। କେବଳ ବ୍ରାଉନସୁଗାର ନୁହେଁ, ମଦ, ଗଞ୍ଜେଇ, ଚରସ ଆଦି କବଳରେ ଜିଲାର କେତେଜଣ ଯୁବବର୍ଗ ଆସକ୍ତ ହୋଇପଡିଛନ୍ତି। ନିଶା କବଳରେ ପଡ଼ି ଯୁବବର୍ଗ ଛଟପଟ ହେଉଥିବା ବେଳେ ଉପାନ୍ତ ଅଞ୍ଚଳରେ ରନ୍ଧାମଦ ଏବେ କୁଟୀର ଶିଳ୍ପ ପାଲଟିଛି। ଜାତୀୟ ଉଦ୍ୟାନ ଭିତରକନିକା ଅଞ୍ଚଳ ଏଥିପାଇଁ ଅସୁରକ୍ଷିତ ହୋଇପଡିଛି। ବେଆଇନ ଭାବେ ନିଶା କାରବାର ଯୁବବର୍ଗଙ୍କୁ ଅପରାଧ ଆଡକୁ ଟାଣି ନେଉଛି। ଜିଲା ଓ ପୋଲିସ ପ୍ରଶାସନ ସହ ଅବକାରୀ ବିଭାଗ ଏଥିପ୍ରତି ସତର୍କ ଦୃଷ୍ଟି ନ ରଖିଲେ ଆଗକୁ ପରିଣତି ଭୟଙ୍କର ହେବ ବୋଲି ସାମାଜିକ କର୍ମୀ ଓ ବୁଦ୍ଧିଜୀବୀ ମତ ଦେଇଛନ୍ତି।
ଏ ସମ୍ପର୍କରେ ରାଜନଗରର ପ୍ରଭାକର ସାମଲ କହିଛନ୍ତି, ସହରରେ ବ୍ରାଉନସୁଗାର ନିଶା କାରବାର ଚାଲିଥିବା ବେଳେ ଉପାନ୍ତ ଅଞ୍ଚଳରେ ରନ୍ଧା ଦେଶୀ ମଦ ଏକ କୁଟୀର ଶିଳ୍ପ ପାଲଟିଛି। ଖରିନାସୀ, ମହାକାଳପଡ଼ାରେ ଏପରି ରନ୍ଧା ମଦ କାରବାରକୁ ଅବକାରୀ ପୋଲିସ ପୂର୍ବରୁ ଲୋକଲୋଚନକୁ ଆଣି ସାରିଛି। ରାଜନଗରର ଓସ୍ତିଆ, ସନ୍ଥପଡା, ଗୋବିନ୍ଦପୁର, ଦାଣ୍ଡିକଣ୍ଡିଆ ଆଦି ଅଞ୍ଚଳରେ ଏହି ନିଶା କାରବାର ପ୍ରଭାବ ବିସ୍ତାର କରିଛି। କେବଳ ରାଜନଗର, ଆଳି, ରାଜକନିକା, ପଟ୍ଟାମୁଣ୍ଡାଇ ଓ ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଏହି ବେଆଇନ ମଦ କାରବାର ଚାଲିଥିବା କହିଲେ ଭୁଲ ହେବ। ବରଂ ସମଗ୍ର ଜିଲାରେ ବେଆଇନ ନିଶା କାରବାର ଚାଲିଛି। ମହାକାଳପଡ଼ାର ପ୍ରତାପ କୁମାର ତ୍ରିପାଠୀ କହିଛନ୍ତି, ନିଶା କାରବାରକୁ କେନ୍ଦ୍ରାପଡ଼ା ଜିଲାର ଅନୁପ୍ରବେଶକାରୀ ବେଶି ପ୍ରୋତ୍ସାହିତ କରୁଛନ୍ତି। ଜାତୀୟ ଉଦ୍ୟାନ ଅଞ୍ଚଳ ଏମାନଙ୍କ ପାଇଁ ସୁରକ୍ଷିତ ସ୍ଥାନ ପାଲଟିଛି। ଏଠାରେ ରହି ବିଦେଶରୁ ଗଞ୍ଜେଇ, ବ୍ରାଉନସୁଗାର ଆଦି ଆଣି ସମଗ୍ର ଜିଲା ଓ ଜିଲା ବାହାରକୁ ପଠାଉଛନ୍ତି। ଜାତୀୟ ଉଦ୍ୟାନ ଅଞ୍ଚଳରେ ଅବକାରୀ, ପୋଲିସ ଅଥବା ବନ ବିଭାଗ ପକ୍ଷରୁ ଏ ନେଇ ଧରପଗଡ କରାଯାଉନାହିଁ। ଏହାର ସୁଯୋଗ ସେମାନେ ନେଉଛନ୍ତି। ଅର୍ଥ ପାଇଁ ଜିଲାରେ ଚୋରି, ଲୁଟତରାଜ ସହ ଜଙ୍ଗଲ ଜମିରୁ ଗଛ କାଟି ବିକ୍ରି କରିବା, ଘର ପାଇଁ ଜମି ଜବରଦଖଲ କରିବା ଆଦି ଘଟଣା ଦେଖିବାକୁ ମିଳୁଛି। ସାମାଜିକ କର୍ମୀ ଡା. ପି. ଏନ. ଗୌରାଙ୍ଗ କହିଛନ୍ତି, ଯୁବବର୍ଗ ଆମ ଦେଶର ନବନିର୍ମାତା। ଏମାନଙ୍କ ଶିକ୍ଷା, ଦୀକ୍ଷା ଦେଶର ଭବିଷ୍ୟତକୁ ଗଢ଼ି ତୋଳିବ। ଏପରି ଆଶା ଆମେ ରଖିଥିବା ବେଳେ କେନ୍ଦ୍ରାପଡ଼ାର ଯୁବବର୍ଗଙ୍କୁ ନିଶା କବଳରେ ପକାଇବା ପାଇଁ ବ୍ୟବସାୟୀ ତତ୍ପର ହୋଇ ଉଠିଛନ୍ତି। ବାଲେଶ୍ୱର, ଜଳେଶ୍ୱରରୁ ବ୍ରାଉନସୁଗାର ଆସି ବିକ୍ରି ହେଉଥିବା ଓ ଯୁବକମାନେ ଏଥିରେ ଆସକ୍ତି ପ୍ରକାଶ କରୁଥିବା ଘଟଣା ଏବେ ବହୁଳ ଭାବେ ଦେଖିବାକୁ ମିଳୁଛି। ଜିଲାର ଅର୍ଥନୀତି ବହୁତ ଦୁର୍ବଳ। ମଦ, ଗଞ୍ଜେଇ, ବ୍ରାଉନସୁଗାର ଆଦି ନିଶା କାରବାରରେ ଯୁବବର୍ଗ ସମ୍ପୃକ୍ତ ହେବା ପରେ ଲୁଟ, ଚୋରି, ହତ୍ୟା ପରି ଘଟଣାରେ ସେମାନେ ଛନ୍ଦି ହୋଇଗଲେଣି। ଏଥିରୁ ନିବୃତ୍ତ ପାଇଁ କୌଣସି ସଚେତନତା କାର୍ଯ୍ୟକ୍ରମ ଜିଲା ପ୍ରଶାସନ ପକ୍ଷରୁ କରାଯାଉନାହିଁ। ଏହାବ୍ୟତୀତ ଜିଲାରେ କର୍ମନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି ହେଲେ ଯୁବବର୍ଗ ଏହି ଆପରାଧିକ ଦୁନିଆରେ ପାଦ ଥାପିବେ ନାହିଁ। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ବେଆଇନ ନିଶା କାରବାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲା ପୋଲିସ ଓ ଅବକାରୀ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ମାସରେ ଏ ନେଇ ସମୀକ୍ଷା କରାଯାଇ ଅଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଯୋଜନା କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri