ନିଶା କବଳରେ ଯୁବଗୋଷ୍ଠୀ, ବଢୁଛି ଅପରାଧ

ପଟ୍ଟାମୁଣ୍ଡାଇ,୨୨ା୩ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଦିନକୁ ଦିନ ନିଶା କାରବାର ବଢ଼଼ି ଚାଲିଛି। ନିଶାସେବନକାରୀଙ୍କ ସଂଖ୍ୟା ବି ବଢ଼ିଛି। ହାତ ପାହାନ୍ତାରେ ନିଶାଦ୍ରବ୍ୟ ସହଜରେ ମିଳିଯାଉଥିବାରୁ ମାରାତ୍ମକ ନିଶା କବଳରେ ପଡିଲେଣି ଆଜିର ଯୁବପିଢ଼ି। ଅଧିକାଂଶ ଯୁବଗୋଷ୍ଠୀ ମଦ, ଗଞ୍ଜେଇ, କଫ୍‌ ସିରପ, ନିଶା ବଟିକା ଓ ବ୍ରାଉନ ସୁଗାର କାରବାରଠାରୁ ଆରମ୍ଭ କରି ବିଭିନ୍ନ ବେଆଇନ କାର୍ଯ୍ୟରେ ନିଜକୁ ଲିପ୍ତ ରଖୁଛନ୍ତି। ନିଶା ଉପରେ ନିୟନ୍ତ୍ରଣ ନ ଥିବାରୁ ସ୍ଥିତି ବିଗିଡ଼ିବାକୁ ଲାଗିଲାଣି। ସନ୍ଧ୍ୟା ହେଲେ ବିଭିନ୍ନ ଛକରେ ନିଶାଖୋରଙ୍କ ଆଡ୍ଡାସ୍ଥଳୀ ପାଲଟିଥିବାବେଳେ ଅବକାରୀ ବିଭାଗ ଓ ପୋଲିସ ପ୍ରଶାସନର ନିଷ୍କ୍ରିୟତା ପାଇଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଏ ସଂକ୍ରାନ୍ତରେ ବୁଦ୍ଧିଜୀବୀ ପ୍ରବୀର ନାୟକ କୁହନ୍ତି, ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନଗୁଡିକ ଗ୍ରାମାଞ୍ଚଳର ବହୁ ମଦ ବ୍ୟବସାୟୀଙ୍କୁ ବିଦେଶୀ ମଦ ଯୋଗାଇଦେଉଛନ୍ତି। ସକାଳ ୧୦ଟା ପରେ ସ୍ବୀକୃତି ପ୍ରାପ୍ତ ମଦ ଦୋକାନ ଖୋଲିବାର ନିୟମ ଥିବାବେଳେ ଏଠାରେ ଥିବା ବିଦେଶୀ ମଦ ଦୋକାନଗୁଡିକ ଭୋର ସମୟରେ ଗ୍ରାମାଞ୍ଚଳର ଏହି ନିଶା ବ୍ୟବସାୟୀମାନଙ୍କୁ ନିଜ କାଉଣ୍ଟରକୁ ଡକାଇ ମଦ ବିକ୍ରି କରୁଛନ୍ତି। ଏପରିକି କେତେକ ବିଦେଶୀ ମଦ କାଉଣ୍ଟରରେ ନକଲି ମଦ ମଧ୍ୟ ବିକ୍ରି କରୁଥିବା ଅଭିଯୋଗ ହେଉଛି। ନିଶା କାରବାର ହଟାଇବା ସହ ନିଶାମୁକ୍ତ ଓଡ଼ିଶା ଗଢ଼ି ତୋଳିବାକୁ କେବଳ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ବିଶ୍ୱ ତମାଖୁ ବର୍ଜନ ଓ ନିଶା ନିବାରଣ ଦିବସ ଆସିଲେ ସଭା ସମିତି ରାଲି ଆଦି ଗୋଟିଏ ଦିନ ପାଳନ କରାଯାଇଥାଏ। ହେଲେ ପରେ ସବୁ ବନ୍ଦ ହୋଇଯିବା ସହ ପୂର୍ବ ଭଳି ନିଶା କାରବାର ଜାରି ରହୁଛି।
ସାମାଜିକ କର୍ମୀ ପ୍ରଫୁଲ୍ଲ ଦାଶ କୁହନ୍ତି, ଯୁବଗୋଷ୍ଠୀ ବିପଥଗାମୀ ହେବା ପାଇଁ ଅନେକ ରାସ୍ତା ମଧ୍ୟରୁ ନିଶା ସେବନ ଏକ ମୁଖ୍ୟ ମାରାତ୍ମକ ରାସ୍ତା। ଆଜିର ବହୁ ଯୁବଗୋଷ୍ଠୀ ନିଶାସକ୍ତ ହୋଇ ଉଚିତ୍‌ ପଥ ଭୁଲି ମନ୍ଦ ଓ ଅସାମାଜିକ ପଥରେ ଗତି କରୁଛନ୍ତି। କେବଳ ଅଶିକ୍ଷିତ ଯୁବଗୋଷ୍ଠୀ ନୁହନ୍ତି ଆଜିର ଅଧିକାଂଶ ଶିକ୍ଷିତ ଯୁବତୀ ଯୁବକ ଏହି କ୍ଷତିକାରକ ନିଶାଦ୍ରବ୍ୟ ପ୍ରତି ଘୋର ଆସକ୍ତ। ନିଶାଗ୍ରସ୍ତ ହୋଇ ଯୁବଗୋଷ୍ଠୀ ଆର୍ଥତ୍କ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅର୍ଥ ପାଇଁ ମାତାପିତାଙ୍କ ଉପରେ ନିର୍ଭର କରୁଥିବା ଛାତ୍ରୀଛାତ୍ର ଏଥିରୁ ବାଦ୍‌ ପଡୁନାହାନ୍ତି। ନିଶା ଖର୍ଚ୍ଚ ମେଣ୍ଟାଇବା ପାଇଁ କେତେକ ଘୃଣ୍ୟ ବୃତ୍ତି ଆଦରି ନେଉଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ଲୁଣ୍ଠନ ଓ ନରହତ୍ୟା ଭଳି ଜଘନ୍ୟ କାଣ୍ଡ କରିବାକୁ ପଶ୍ଚାତ୍‌ପଦ ହେଉନାହାନ୍ତି। ଶିକ୍ଷିତ ଯୁବକ ନିଶାପାନ କରି ହିତାହିତ ଜ୍ଞାନ ହରାଇ ବର୍ବର ପାଲଟି ଯାଉଛନ୍ତି।
ପ୍ରମୋଦ ସାହୁ କୁହନ୍ତି, ଗତ ବର୍ଷ ରାଜ୍ୟର ୧୨-୧୯ ବର୍ଷ ବୟସ୍କ ୯୮୦ ଜଣ କିଶୋରୀ ଓ ୮୭୮ ଜଣ କିଶୋରଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା। ନିଶା ସେବନରେ ୪୫.୬ ପ୍ରତିଶତ କିଶୋରୀ/କିଶୋର ନିଶା ସେବନ କରୁଥିବା ବେଳେ ୫୪.୪ ପ୍ରତିଶତ କିଶୋରୀ/କିଶୋର କୌଣସି ତମାଖୁ ସେବନ କରୁନାହାନ୍ତି। ସେମାନଙ୍କ ମଧ୍ୟରୁ ୧୩ ପ୍ରତିଶତ କିଶୋର ସିଗାରେଟ୍‌, ବିଡ଼ି ଓ ଗଞ୍ଜେଇ ଭଳି ଧୂଆଁ ଜାତୀୟ ତମାଖୁ ସେବନ କରୁଥିବା ବେଳେ ଉଭୟ କିଶୋରୀ କିଶୋରଙ୍କ କ୍ଷେତ୍ରରେ ଏହି ସଂଖ୍ୟା ୭ ପ୍ରତିଶତ ରହିଥିଲା। ସେହିପରି ୪୨ ପ୍ରତିଶତ କିଶୋରୀ କଶୋର ଧୂଆଁ ବିହୀନ ତମାଖୁ ସେବନ କରୁଥିବାବେଳେ ୧୭ ପ୍ରତିଶତ ଖଇନି ସେବନ କରୁଥିଲେ। ଗୁଟଖା ଖାଉଥିବା କିଶୋରଙ୍କ ସଂଖ୍ୟା ସବୁଠୁ ଅଧିକ ରହିଥିଲା।
ବିଜୟ ଦାସ କୁହନ୍ତି, ଯୁବ ସମାଜ ହେଉଛି ରାଷ୍ଟ୍ରର ମେରୁଦଣ୍ଡ। କୃଷି, ଶିଳ୍ପ, ପ୍ରତିରକ୍ଷା, ଗବେଷଣା ଆଦି ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କ ଅବଦାନ ରହିଲେ ଯେକୌଣସି ରାଷ୍ଟ୍ର ବିକାଶ କ୍ଷେତ୍ରରେ ଅଗ୍ରଗତି କରିବା ଅବଶ୍ୟମ୍ଭାବୀ। ଯେକୌଣସି ରାଷ୍ଟ୍ରର ସ୍ବାଧୀନତା ଆନ୍ଦୋଳନ କିମ୍ବା ନ୍ୟାୟ ପାଇଁ ଗଣଆନ୍ଦୋଳନରେ ସେମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥାଆନ୍ତି। ରୁଷିଆ, ଆମେରିକା, ଲଣ୍ଡନ ପରି ବୃହତ୍‌ ରାଷ୍ଟ୍ରରେ ଯୁବଗୋଷ୍ଠୀର ଭୂମିକା ଅତୁଳନୀୟ। କେବଳ ରାଷ୍ଟ୍ର ନୁହେଁ, ସମାଜ ଓ ପରିବାରର ଯୁବକ ହେଉଛି ସାହାଭରସା। ମାତ୍ର ଆମ ରାଜ୍ୟରେ ରାଜସ୍ବ ଆଦାୟ ପାଇଁ ଗଳିକନ୍ଦିରେ ମଦ ଭାଟି ଖୋଲି ମଦର ବହୁଳ ପ୍ରସାର କରାଯାଉଥିବାରୁ ଯୁବଗୋଷ୍ଠୀ ପ୍ରଥଭଷ୍ଟ ହେଉଛନ୍ତି। ଯଦି ବେଳ ଥାଉ ଥାଉ ସତର୍କ ନ ହେବେ ଆଗକୁ ପରିସ୍ଥିତି ଜଟିଳ ହୋଇଯିବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ପଟ୍ଟାମୁଣ୍ଡାଇ ଅବକାରୀ କାର୍ଯ୍ୟାଳୟ ସଦାବେଳେ ବନ୍ଦ ରହୁଥିବାରୁ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିନାହିଁ। ତେବେ ଜିଲା ଅବକାରୀ ବିଭାଗ ଅଧୀକ୍ଷକ ଦେବୀ ମିଶ୍ରଙ୍କୁ ଏ ସଂକ୍ରାନ୍ତରେ ମତାମତ ପାଇଁ ଏକାଧିକ ଥର ଫୋନ କରାଯାଇଥିଲା। ହେଲେ ସେ ଫୋନ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଦାରିଙ୍ଗବାଡ଼ିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ: ଜନସେବାକୁ ଦେଶସେବା ବୋଲି କହି…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): ଦେଶ ସ୍ୱାଧୀନତାର ୮୦ତମ ବର୍ଷପୂର୍ତ୍ତି ଉତ୍ସବ ଅବସରରେ କନ୍ଧମାଳ ଜିଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ସମ୍ପୂର୍ଣ୍ଣ ଉତ୍ସବମୁଖର ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri