କେରଳ ଦାଦନ ଖଟିବାକୁ ଯାଇ ଯୁବକ ମୃତ: ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା

ଜି.ଉଦୟଗିରି,୨୮।୭(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠି): କନ୍ଧମାଳ ଜିଲାରୁ ସୁଦୂର କେରଳରେ ଦାଦନ ଖଟିବାକୁ ଯାଇ ଯୁବକଙ୍କ ମୃତ୍ୟୁ ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।ସୂଚନା ଅନୁସାରେ ଜି.ଉଦୟଗିରି ବ୍ଲକ ରଟିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ କଲିନାଯୁ ଗ୍ରାମର ସାଗର ପ୍ରଧାନ(୩୪) ପରିବାର ପ୍ରତିପୋଷଣ ପାଇଁ କେରଳ ରାଜ୍ୟ ଏର୍ଣ୍ଣାକୁଲମ ଜିଲା କଞ୍ଚସ୍ବରୀଠାରେ ଥିବା ମାମୁଟି ନାମକ ନିର୍ମାଣ କାମ୍ପାନୀରେ କାମ କରୁଥିଲେ। ଗତ ୨୭ ତାରିଖ ସୋମବାର କାମ କରୁଥିବା ସମୟରେ ହଠାତ୍‌ ଅସୁସ୍ଥତା ଅନୁଭବ କରିବାରୁ ସହକର୍ମୀମାନେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇ ଯାଉଥିବା ବେଳେ ରାସ୍ତାରେ ମୃତ୍ୟୁବରଣ କରିଥିଲେ । ତାଙ୍କୁ ଡାକ୍ତରଖାନାରେ ନେଇ ଦେଖାଇବା ପରେ ସେ ମୃତ୍ୟୁବରଣ କରିଥିବା କହିଥିଲେ କାର୍ଯ୍ୟରତ ଡାକ୍ତର। ମୃତ ସାଗରଙ୍କ ମରଶରୀରକୁ ନିଜ ଗ୍ରାମ କଲିନାଯୁକୁ ଆଣିବା ପାଇଁ ୬୮ ବର୍ଷୀୟା ବିଧବା ମା ପୂର୍ଣ୍ଣିମା ପ୍ରଧାନ ଓ ପତ୍ନୀ ନୀଳିମା କହଁର ସ୍ବାକ ସଂଗଠନ ସଭାପତି ଆମନ ଚନ୍ଦ୍ର ନାୟକ,ସମ୍ପାଦକ ହୃଷିକେଶ ପ୍ରଧାନ, ରଟିଙ୍ଗିଆ ସରପଞ୍ଚ ବିଷ୍ଣୁଦେବ ପ୍ରଧାନ ଓ ସମ୍ପର୍କୀୟ ଫିରୋଜ କୁମାର ପ୍ରଧାନଙ୍କ ସହାୟତାରେ କନ୍ଧମାଳ ଜିଲାପାଳ ଏବଂ ଜିଲାଶ୍ରମ ଅଧିକାରୀଙ୍କୁ ଭେଟି ମୃତ ସାଗରଙ୍କ ମରଶରୀରକୁ ନିଜ ଗ୍ରାମକୁ ଆଣିବା ସହ ସହାୟତା ନିମନ୍ତେ ଏକ ଲିଖିତ ଅନୁରୋଧପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି। ଜିଲାପାଳ ତୁରନ୍ତ ପଦକ୍ଷେପ ନେଇ ଜିଲା ରେଡକ୍ରସର ଜରୁରୀକାଳୀନ ପାଣ୍ଠିରୁ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ମଞ୍ଜୁର କରିଥିବା ଜଣାପଡ଼ିଛି। କେରଳରେ ଶବ ବ୍ୟବଚ୍ଛେଦ ପରେ ବିମାନ ଯୋଗେ ଭୁବନେଶର ଆଣିବା ପରେ ନିଜ ଗାଁକୁ ଅଣାଯାଇ ସତ୍କାର କରାଯିବ। ଏହି ଘଟଣା ପୁଣିଥରେ କନ୍ଧମାଳ ଜିଲାରୁ ଜୀବିକା ଅନେୱଷଣରେ ବାହାର ରାଜ୍ୟକୁ ଯାଉଥିବା ଦାଦନ ଶ୍ରମିକଙ୍କ ଦାରୁଣ ଦୁଃଖ ସାମ୍ନାକୁ ଆଣିଛି। ଜିଲାରେ ଅଧିକ ରୋଜଗାର ସୁଯୋଗ ସୃଷ୍ଟି କରି ଦାଦନ ମୃତ୍ୟୁ ରୋକିବା ପାଇଁ ଦୀର୍ଘମିଆଦି ପଦକ୍ଷେପ ନେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

Odisha’s No.1 Odia Daily

 

 

 

 


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଭାରତୀୟ କୋଚ୍‌ ଦେଲେ ଇସ୍ତଫା: କ୍ରିକେଟ ଜଗତରେ ହଇଚଇ, ଏମିତି ନିଷ୍ପତ୍ତି ନେଇ…

ମୁମ୍ବାଇ,୨୮।୭: ଅଚାନକ ଟିମ ଇଣ୍ଡିଆର ସହକାରୀ କୋଚ୍‌ ରୟାନ ଟେନ ଡୋଶେଟ (Ryan ten Doeschate) ନିଜ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ୟୁକେ (UK) ଗସ୍ତରେ…

ସରକାରଙ୍କ ବଡ଼ ଘୋଷଣା ରାକ୍ଷୀ ପୂର୍ଣ୍ଣିମାଠାରୁ ପ୍ରତି ମାସରେ ମହିଳାଙ୍କ ଖାତାକୁ ଆସିବ ୨୫୦୦ଟଙ୍କା

ନୂଆଦିଲ୍ଲୀ,୨୮।୭: ରକ୍ଷା ବନ୍ଧନ ପୂର୍ବରୁ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କ୍ୟାବିନେଟ ନିଷ୍ପତ୍ତି ମାଧ୍ୟମରେ ଦିଲ୍ଲୀର ଭଉଣୀମାନଙ୍କୁ…

କଙ୍ଗନାଙ୍କ ବିବାଦୀୟ ବୟାନର ଜବାବ ରଖିଲା CJP

ନୂଆଦିଲ୍ଲୀ,୨୮।୭: ଭାଜପା ଏମପି କଙ୍ଗନା ରାଣାୱତଙ୍କ Gen-Z ସମ୍ପର୍କରେ ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଛି; ସେ Gen-Zକୁ ‘ଜେନେରେଶନ ଗଟର’ ବୋଲି କହିଥିଲେ। ‘କକ୍ରୋଚ ଜନତା ପାର୍ଟି’ର…

ଶ୍ରାବଣରେ ଏହି ୩ ଗ୍ରହଙ୍କ ଚାଲିରେ ହେବ ବଡ଼ ପରିବର୍ତ୍ତନ, ୪ ରାଶିଙ୍କ ବଢ଼ିପାରେ ସମସ୍ୟା! ରୁହନ୍ତୁ ସତର୍କ…

ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂଜା କରାଯାଏ। ଏହି ମାସରେ ମହାଦେବଙ୍କ ବିଶେଷ ପୂଜାର୍ଚ୍ଚନା ଏବଂ ଜଳାଭିଷେକର ବିଧାନ ରହିଛି। ଦୃକ ପଞ୍ଚାଙ୍ଗ ଅନୁସାରେ, ଏହି ବର୍ଷ…

ପୁଅ ନେଲା ବାପାଙ୍କ ଜୀବନ

କୁଚିଣ୍ଡା,୨୮।୭(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ଧୂଡିପାଲି ପଞ୍ଚାୟତ ମନାପାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳହକୁ କେନ୍ଦ୍ର କରି ପୁଅର…

ଶ୍ରାବଣ ସୋମବାର ପାଇଁ ଅଛି କି ସ୍ୱତନ୍ତ୍ର ଡ୍ରେସ କୋଡ? ଜାଣନ୍ତୁ ଜିନ୍ସ-ଟିସାର୍ଟ ପିନ୍ଧି ପୂଜା କରିପାରିବେ କି ନାହିଁ…

ସନାତନ ଧର୍ମରେ ଶ୍ରାବଣ ମାସକୁ ଅତ୍ୟନ୍ତ ପବିତ୍ର, ମଙ୍ଗଳକାରୀ ଏବଂ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ଏହି ମାସ ଭଗବାନ ଶିବଙ୍କୁ…

ଅଧିନାୟକ ବଦଳରେ ଅଧିନାୟକ… ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସକୁ ସବୁଠାରୁ ବଡ଼ ପ୍ରସ୍ତାବ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ,୨୮।୭: ପାଞ୍ଚଥରର IPL ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଆଗାମୀ ସିଜିନ ପୂର୍ବରୁ ସେମାନଙ୍କର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ Trade କରିବାକୁ ମନସ୍ଥ କରିସାରିଛି। ଅନେକ ଦଳ ହାର୍ଦ୍ଦିକଙ୍କ…

ଘରୁ ମା’, କେନାଲରୁ ଝିଅ: ଏକାସାଥିରେ ମିଳିଲା ଦୁଇ ମୃତଦେହ, ରହସ୍ୟମୟ ଘଟଣାରେ ଥରହର ଅଞ୍ଚଳ

ଉଦଳା, ୨୮।୭(ସନ୍ତୋଷ କୁମାର ବାଛିନୀ): ଘରୁ ମିଳିଲା ମା ଏବଂ ଦିବ୍ୟାଙ୍ଗ ଝିଅର ମୃତଦେହ । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଉଦଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri