ଜନଧନ ବ୍ୟାଙ୍କ ଆକାଉଣ୍ଟ ଅଛି କି? ଆଜିସୁଦ୍ଧା ଏହି କାମ କରି ନ ଥିଲେ ବନ୍ଦ ହୋଇଯିବ…

ନୂଆଦିଲ୍ଲୀ,୩୦।୯: ଆପଣଙ୍କ ନିକଟରେ ଜନଧନ ବ୍ୟାଙ୍କ ଆକାଉଣ୍ଟ ଅଛି କି? ଯଦି ହଁ, ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଆରମ୍ଭ ହେବାର ୧୦ବର୍ଷ ପୂରଣ ହୋଇଛି। ଏହି ଯୋଜନା ସେହି ଲୋକମାନଙ୍କୁ ବ୍ୟାଙ୍କିଂ ସିଷ୍ଟମ ସହ ଯୋଡ଼ିବାରେ ସହାୟକ ହୋଇଛି, ଯେଉଁମାନଙ୍କର ନିଜସ୍ବ ବ୍ୟାଙ୍କ ଆକାଉଣ୍ଟ ନ ଥିଲା। ଯେତେବେଳେ ଏହି ଯୋଜନା ଆରମ୍ଭ ହୋଇଥିଲା, ସେତେବେଳେ ବିନା କୌଣସି ଡିପୋଜିଟ୍‌, ନ୍ୟୂନତମ ବାଲାନ୍ସ ଆବଶ୍ୟକତା, ଜିରୋ ବାଲାନ୍ସରେ ବହୁ ସଂଖ୍ୟାରେ ଆକାଉଣ୍ଟ ଖୋଲାଯାଇଥିଲା। କିନ୍ତୁ ନିୟମ ଅନୁଯାୟୀ, ବ୍ୟାଙ୍କ ଆକାଉଣ୍ଟ ଖୋଲାଯିବାର ୧୦ ବର୍ଷ ପରେ କେୱାଇସି (ନୋ ୟୋର କଷ୍ଟମର) ଅପଡେଟ୍‌ କରିବା ଆବଶ୍ୟକ। ୨୦୧୪-୨୦୧୫ରେ ଖୋଲାଯାଇଥିବା ଜନଧନ ଆକାଉଣ୍ଟ ଧାରକମାନଙ୍କୁ ରି-କେୱାଇସି କରାଇବାକୁ ହେବ, କାରଣ ଏହି ଆକାଉଣ୍ଟଗୁଡ଼ିକର କେୱାଇସି ବୈଧତା ୧୦ ବର୍ଷ ପାଇଁ ରହିଛି।

ଆକାଉଣ୍ଟ ସକ୍ରିୟ ରଖିବା ପାଇଁ କ’ଣ କରିବା ଦରକାର?
ଆକାଉଣ୍ଟକୁ ଆଗକୁ ମଧ୍ୟ ସକ୍ରିୟ ରଖିବା ପାଇଁ ଏହି କାମ କରିବା ଆବଶ୍ୟକ, ନଚେତ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ବନ୍ଦ ହୋଇଯାଇପାରେ। ଆପଣ ଏଥିରୁ ପୁଣି ଟଙ୍କା ଉଠାଇ ପାରିବେ ନାହିଁ କିମ୍ବା ଜମା କରି ପାରିବେ ନାହିଁ। ସରକାର ୩୦ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଏହି ଆକାଉଣ୍ଟଗୁଡ଼ିକର କେୱାଇସି କରାଇବାକୁ ବାଧ୍ୟତାମୂଳକ କରିଛନ୍ତି।

ଡେଡ଼ଲାଇନ କ’ଣ?
ସରକାର ୩୦ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ସମସ୍ତ ଆକାଉଣ୍ଟ ଧାରକଙ୍କୁ ରି-କେୱାଇସି କରାଇବାକୁ ବାଧ୍ୟତାମୂଳକ କରିଛନ୍ତି। ଯଦି ଆପଣ ଏହି ସମୟ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ନ କରନ୍ତି, ତେବେ ଆପଣଙ୍କ ଜନଧନ ଆକାଉଣ୍ଟ ବନ୍ଦ ହୋଇପାରେ। ରି-କେଓୱାଇସି ପ୍ରକ୍ରିୟା ଅତ୍ୟନ୍ତ ସହଜ। ଏଥିରେ ଆପଣ ବ୍ୟାଙ୍କ ଶାଖାକୁ ଯାଇ ନିଜର ପୁରୁଣା ତଥ୍ୟ ଯେପରି ନାମ, ଠିକଣା ଏବଂ ଫଟୋ ଅପଡେଟ କରିପାରିବେ। ଏହା ଠକେଇକୁ ରୋକିବାରେ ସାହାଯ୍ୟ କରେ ଏବଂ ବ୍ୟାଙ୍କିଂ ସେବାକୁ ସୁଗମ ରଖିଥାଏ। ଏହି ପ୍ରକ୍ରିୟା ପାଇଁ କୌଣସି ଶୁଳ୍କ ଲାଗୁ ହୁଏ ନାହିଁ।

ଜନଧନ ଆକାଉଣ୍ଟର ସଂଖ୍ୟା
ଗତ ଦଶ ବର୍ଷ ମଧ୍ୟରେ ଜନଧନ ଆକାଉଣ୍ଟର ସଂଖ୍ୟା ନିରନ୍ତର ବୃଦ୍ଧି ପାଇଛି। ୨୦୧୫ରେ ୧୪.୭୨ କୋଟି ଆକାଉଣ୍ଟ ଖୋଲାଯାଇଥିଲା। ୨୦୧୭ ସୁଦ୍ଧା ଏହା ୨୮.୧୭ କୋଟିକୁ ବୃଦ୍ଧି ପାଇଥିଲା। ୨୦୧୯ରେ ଏହା ୩୫.୨୭ କୋଟି, ୨୦୨୧ରେ ୪୨.୨୦ କୋଟି ଏବଂ ୨୦୨୩ରେ ୪୮.୬୫ କୋଟିକୁ ପହଞ୍ଚିଥିଲା। ଅନୁମାନ କରାଯାଉଛି ଯେ ୨୦୨୫ ସୁଦ୍ଧା ଏହି ସଂଖ୍ୟା ୫୬.୧୬ କୋଟିକୁ ପହଞ୍ଚିପାରେ।

ଆକାଉଣ୍ଟ ବନ୍ଦ ହେବାର ଆଶଙ୍କା
ଯଦି ୩୦ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ରି-କେଓୱାଇସି କରାଯାଏ ନାହିଁ, ତେବେ ଆକାଉଣ୍ଟ ନିଷ୍କ୍ରିୟ ବା ଇନଅପରେଟିଭ ହୋଇପାରେ। ଏହା ଦ୍ୱାରା ଲେଣଦେଣ ବନ୍ଦ ହୋଇପାରେ ଏବଂ ସରକାରୀ ସବସିଡି ପାଇବାରେ ମଧ୍ୟ ଅସୁବିଧା ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ସରକାରୀ ବ୍ୟାଙ୍କଗୁଡ଼ିକ ୧ ଜୁଲାଇରୁ ୩୦ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ସମଗ୍ର ଦେଶରେ ଗ୍ରାମ ପଞ୍ଚାୟତ ସ୍ତରରେ କ୍ୟାମ୍ପ ଆୟୋଜନ କରୁଛନ୍ତି। ଏହି କ୍ୟାମ୍ପଗୁଡ଼ିକରେ ବ୍ୟାଙ୍କ କର୍ମଚାରୀମାନେ ସିଧାସଳଖ ଆକାଉଣ୍ଟ ଧାରକଙ୍କ ଘରେ ପହଞ୍ଚି ରି-କେଓୱାଇସି କରୁଛନ୍ତି। ଏଯାଏଁ ପ୍ରାୟ ୧ ଲକ୍ଷ ଗ୍ରାମ ପଞ୍ଚାୟତରେ କ୍ୟାମ୍ପ ଆୟୋଜିତ ହୋଇସାରିଛି।

ଜନଧନ ଆକାଉଣ୍ଟର ସୁବିଧା
ଜନଧନ ଆକାଉଣ୍ଟ ହେଉଛି ଜିରୋ ବାଲାନ୍ସ ଆକାଉଣ୍ଟ, ଅର୍ଥାତ ଏଥିରେ କୌଣସି ନ୍ୟୂନତମ ରାଶି ରଖିବାର ଆବଶ୍ୟକତା ନାହିଁ। ଆକାଉଣ୍ଟ ସହିତ ମାଗଣା ରୁପେ କାର୍ଡ ମିଳିଥାଏ, ଯାହା ଦ୍ୱାରା ଆପଣ ଏଟିଏମରୁ ଟଙ୍କା ଉଠାଇ ପାରିବେ କିମ୍ବା ଦୋକାନରେ ପେମେଣ୍ଟ କରିପାରିବେ। ଆକାଉଣ୍ଟ ଧାରକମାନଙ୍କୁ ପ୍ରଦାନ କରାଯାଇଥିବା ରୁପେ କାର୍ଡ ସହିତ ୨ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ମଧ୍ୟ ମିଳିଥାଏ। ଏହା ବ୍ୟତୀତ, ଆକାଉଣ୍ଟ ଉପରେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ (ଋଣ) ସୁବିଧା ମଧ୍ୟ ଉପଲବ୍ଧ।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ସବିତାଙ୍କୁ ବିଶ୍ରାମ, ଦଳକୁ ଫେରିଲେ ବନସାରି

ନୂଆଦିଲ୍ଲୀ, ୧୦ା୧୧: ଭୋପାଳଠାରେ ହେବାକୁଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫି ମହିଳା ହକି ଟୁର୍ନାମେଣ୍ଟ ପାଇଁ ମଙ୍ଗଳବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଭେଟେରାନ ଗୋଲ୍‌କିପର ସବିତା ପୁନିଆଙ୍କୁ…

ଜନ୍ମ ହେବାର ଗୋଟିଏ ଦିନରେ ପୁଅକୁ ହରାଇଥିଲେ ସୋନିଆ ଗାନ୍ଧୀ; ବହିରେ ବଡ଼ ଖୁଲାସା, ରାହୁଲ ନୁହନ୍ତି…

କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବହୁ ପ୍ରତୀକ୍ଷିତ ଆତ୍ମଜୀବନୀ ‘ବିଲଙ୍ଗିଙ୍ଗ: ଏ ଜର୍ଣ୍ଣି ଅଫ ଲଭ’ ୧୦ ନଭେମ୍ବର ମଙ୍ଗଳବାର ପ୍ରକାଶିତ ହୋଇଛି। ପୁସ୍ତକରେ ଗାନ୍ଧୀ ପରିବାରଙ୍କ…

ୟୁଏଇ ଜାତୀୟ ଦଳରେ ଖେଳିପାରନ୍ତି ଭାରତର ଏହି ପୂର୍ବତନ ଉଇକେଟକିପର, ଜାଣନ୍ତୁ…

ଆବୁ ଧାବି, ୧୦।୧୧: ଭାରତର ପୂର୍ବତନ ଉଇକେଟକିପର ବ୍ୟାଟର କେଏସ୍‌ ଭରତ ୟୁଏଇ ଜାତୀୟ ଦଳ ଜରିଆରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଆସନ୍ତା…

ଶୁକ୍ରଙ୍କ ସିଧା ଚଳନ: ୧୪ ନଭେମ୍ୱରରୁ ବଦଳିବ ୪ ରାଶିର ଭାଗ୍ୟ; ବଢିବ ଧନ, ଚାକିରିରେ ଭଲ ଅଫର୍‌…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ଭୌତିକ ସୁଖ, ବୈଭବ, ପ୍ରେମ, ଦାମ୍ପତ୍ୟ ଜୀବନ ଏବଂ ଆର୍ଥିକ ସମୃଦ୍ଧିର ପ୍ରତିନିଧି ଗ୍ରହ ଭାବେ ବିବେଚନା କରାଯାଏ। ଏଣୁ ଶୁକ୍ରଙ୍କ ଚଳନରେ…

ବନ୍ୟା ପ୍ରଭାବିତଙ୍କୁ ରନ୍ଧନ ଖାଦ୍ୟ ବଣ୍ଟନ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୧୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜ ଜାତୀୟ ସେବା ଯୋଜନା(ଏନ୍‌ଏସ୍‌ଏସ୍‌) ଓ ଭାରତ ସ୍କାଉଟ ଆଣ୍ଡ…

ସାକ୍ଷୀଙ୍କୁ ଜେଲରୁ ଧମକ ମାମଲା ତୃତୀୟଥର ଥାନାରେ ହାଜର ହେଲେ ବିକ୍ରମ

ବ୍ରହ୍ମପୁର,୧୦ା୧୧(ସୁବାସ ଚନ୍ଦ୍ର ପାଢ଼ୀ ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଧମକ ଘଟଣାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା…

ଦିବ୍ୟାଙ୍ଗ ଶିଶୁଙ୍କୁ ସହାୟତାର ହାତ, ୨୬୦ଙ୍କ ସ୍ୱାସ୍ଥ୍ୟ ପରୀକ୍ଷାରୁ ୧୧୨ ଚିହ୍ନଟ

ଦାରିଙ୍ଗବାଡ଼ି, ୧୦।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ଅନ୍ତର୍ଗତ ରାପଡ଼ାବାଡ଼ି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା…

୨-୦ରେ ସିରିଜରେ ଆଗରେ ଅଛି ଟିମ ଇଣ୍ଡିଆ…, ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆ ମ୍ୟାଚ କେବେ ଖେଳାଯିବ? ଦୂର ହେଲା ସିରିଜ ହାରିଯିବାର ଭୟ

ନୂଆଦିଲ୍ଲୀ,୧୦।୧୧: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ତୃତୀୟ ମ୍ୟାଚ ହାମିଲଟନରେ ଖେଳାଯିବାର ଥିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?