Posted inଫୁରସତ

ଏଭରେଷ୍ଟ ବେସ୍‌ କ୍ୟାମ୍ପରେ ସର୍ବକନିଷ୍ଠ

କାଠମାଣ୍ଡୁ: ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସବୁ ସମ୍ଭବ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ସିଙ୍ଗାପୁରର ୬ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଓମ୍‌ ମଦନ ଗାର୍ଗ। ପର୍ବତାରୋହଣରେ ରୁଚି ରଖୁଥିବା ଓମ୍‌ ଏଭରେଷ୍ଟ ବେସ୍‌ କ୍ୟାମ୍ପ ଚଢ଼ି ଏବେ ଚର୍ଚ୍ଚା ସାଉଁଟିଛନ୍ତି। ନେପାଳରେ ଥିବା ବେସ୍‌ କ୍ୟାମ୍ପର ଉଚ୍ଚତା ୫,୩୬୪ ମିଟର ହୋଇଥିବାବେଳେ ୧୦ ଦିନରେ ଓମ୍‌ ବେସ୍‌ କ୍ୟାମ୍ପ ଆରୋହଣ କରି ପ୍ରଶଂସାର ପାତ୍ର ହୋଇଛନ୍ତି। ତେବେ ଓମ୍‌ ତାଙ୍କ ମା’ବାପାଙ୍କ ସହ ଏହି ଟ୍ରେକିଂ କରିଛନ୍ତି।
ସେ ସିଙ୍ଗାପୁରର କାନୋସ ସାଭିଲେ ପ୍ରିସ୍କୁଲରେ ପାଠ ପଢ଼ୁଛନ୍ତି। ମା’ବାପାଙ୍କ ସହ ଓମ୍‌ ପ୍ରଥମେ ଆସି ଲୁକଲାରେ ପହଞ୍ଚିଥିଲେ, ଯାହା ହେଉଛି ଏଭରେଷ୍ଟ ବେସ୍‌କ୍ୟାମ୍ପର ଷ୍ଟାର୍ଟିଂ ପଏଣ୍ଟ। ସେପ୍ଟେମ୍ବର ୨୮ରୁ ଗାର୍ଗ ପରିବାର ଟ୍ରେକିଂ ଆରମ୍ଭ କରିଥିବାବେଳେ ବେସ୍‌କ୍ୟାମ୍ପରେ ସେମାନେ ନଭେମ୍ବର ୭ରେ ପହଞ୍ଚିଥିଲେ। ସାଙ୍ଗରେ ସେମାନେ ଗାଇଡ୍‌ ନେଇଥିଲେ। ଲୁକଲାରୁ ସେମାନେ ଫାକଡିଙ୍ଗ ଆଡକୁ ବଢ଼ିଥିଲେ। ଏହାପରେ ସେମାନେ ନାମଚେ ବାଜାରରେ ପହଞ୍ଚିଥିଲେ, ଯାହା ଏଭରେଷ୍ଟ ରିଜିୟନ୍‌ର ଟ୍ରେଡ୍‌ ବା ବାଣିଜ୍ୟ କେନ୍ଦ୍ର ଭାବେ ଜଣାଯାଏ। ସେଠାରୁ ସେମାନେ ଟେଙ୍ଗବୋଚେ ଯାଇଥିଲେ, ପରିଶେଷରେ ଓମ୍‌ ଓ ତାଙ୍କ ପରିବାର ଏଭରେଷ୍ଟ ବେସ୍‌ କ୍ୟାମ୍ପରେ ପହଞ୍ଚିଥିଲେ। ସେଠାରେ ଓମ୍‌ ସିଙ୍ଗାପୁର ପତାକା ଉଡ଼ାଇଥିଲେ। ବିଶ୍ୱର ସବୁଠାରୁ ବିଶାଳ ଗିରିଶୃଙ୍ଗ ଏଭରେଷ୍ଟର ବେସ୍‌କ୍ୟାମ୍ପରେ ଜଣେ ସର୍ବକନିଷ୍ଠ ପହଞ୍ଚିବା ବିରଳ ଘଟଣା ହୋଇଥିବାବେଳେ ଓମ୍‌ଙ୍କ ନାମ ସିଙ୍ଗାପୁର ବୁକ୍‌ ରେକର୍ଡରେ ସାମିଲ କରାଯାଇଛି। ପୂର୍ବରୁ ଭାରତର ୩ ବର୍ଷର ନାବାଳକ ହେୟାନ୍ସ କୁମାର ଏଭରେଷ୍ଟ ବେସ୍‌ କ୍ୟାମ୍ପ ଆରୋହଣ କରି ଚର୍ଚ୍ଚାକୁ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri