Posted inଜାତୀୟ

ନିଜ ପସନ୍ଦର ପୁଅଙ୍କୁ ବିବାହ କରିବା ଯୁବତୀଙ୍କର ଅଧିକାର, ପରିବାର କରିପାରିବେନି ଆପତ୍ତି ,ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ନୂଆଦିଲ୍ଲୀ,୨୮।୧୦ : ଯଦି କୌଣସି ଯୁବତୀ ଜଣେ ପୁଅକୁ ପସନ୍ଦ କରନ୍ତି ତା’ହେଲେ ସେହି ପୁଅକୁ ବିବାହ କରିବାର ଅଧିକାର ତାଙ୍କର ଅଛି। ପରିବାର ମଧ୍ୟ ଏଥିରେ ଆପତ୍ତି କରିପାରିବେ ନାହିଁ। ସମ୍ବିଧାନ ଅନୁଯାୟୀ, ଯୁବତୀଙ୍କର ନିଜ ପସନ୍ଦର ପୁଅକୁ ବିବାହ କରିବାର ସମସ୍ତ ଅଧିକାର ଅଛି। ନାଗରିକମାନଙ୍କୁ ସୁରକ୍ଷା ଯୋଗାଇବା ରାଜ୍ୟ ସରକାରଙ୍କ ସାମ୍ବିଧାନିକ କର୍ତ୍ତବ୍ୟ। ତେଣୁ ପୋଲିସ ବିବାହିତ ଦମ୍ପତିଙ୍କୁ ସୁରକ୍ଷା ଯୋଗାଇବା ଉଚିତ। ଯୁବତୀଙ୍କର ମାତାପିତା କିମ୍ବା ପରିବାର ସଦସ୍ୟଙ୍କ ଏଥିରେ କୌଣସି ବାଧା ଦେବା ଉଚିତ ନୁହେଁ। ଏହି ଐତିହାସିକ ରାୟ ଦିଲ୍ଲୀ ହାଇକୋର୍ଟ ଏକ ମାମଲାର ଶୁଣାଣି ବେଳେ ପ୍ରଦାନ କରିଛନ୍ତି।

ଜଷ୍ଟିସ ତୁଷାର ରାଓ ଗେଡେଲାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ପ୍ରେମ ବିବାହ ପରେ ଦୁଇ ଙ୍‌ପରିବାରରୁ ଆସୁଥିବା ଧମକ ଦ୍ୱାରା ଅସୁବିଧାରେ ପଡ଼ିଥିବା ଦମ୍ପତିଙ୍କୁ ସୁରକ୍ଷା ପ୍ରଦାନ କରୁଥିବାବେଳେ ଖଣ୍ଡପୀଠ ଏହି ମନ୍ତବ୍ୟ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଆବେଦନକାରୀ ଜଣେ ସାବାଳିକା। ଉଭୟ ପରସ୍ପରକୁ ପସନ୍ଦ କରୁଥିବାରୁ ବିବାହ କରିଥିଲେ। ଉଭୟ ପରସ୍ପରକୁ ଭଲ ପାଉଥିଲେ। ସେମାନେ ସାବାଳକ ହୋଇଥିବା ନେଇ କୌଣସି ସନ୍ଦେହ ନାହିଁ। ଉଭୟଙ୍କର ନିଜ ନିଜ ପସନ୍ଦ ଅନୁଯାୟୀ ବିବାହ କରିବାର ଅଧିକାର ଅଛି। ଏଭଳି ସମ୍ପର୍କକୁ ନେଇ ପରିବାର ସଦସ୍ୟ ମଧ୍ୟ ଆପତ୍ତି କରିପାରିବେ ନାହିଁ। ଯଦି ପ୍ରେମ ବିବାହ ପାଇଁ ପରିବାର ଦ୍ୱାରା ସେମାନଙ୍କୁ ଧମକ ଦିଆଯାଉଛି ତେବେ ଏହା ଭୁଲ ଅଟେ। ଏହାକୁ ସହ୍ୟ କରାଯିବ ନାହିଁ। ପୋଲିସ ସେମାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇବା ଉଚିିତ।

ହାଇକୋର୍ଟରେ ଦାଖଲ ହୋଇଥିବା ଆବେଦନକାରୀ ଦର୍ଶାଇଛନ୍ତି ସେମାନେ ମାତାପିତାଙ୍କ ଇଚ୍ଛା ବିରୁଦ୍ଧରେ ଏପ୍ରିଲରେ ବିବାହ କରିଥିଲେ। ସେମାନେ ଖୁସିରେ ଜୀବନ ବିତାଉଥିବା ବେଳେପରିବାର ସଦସ୍ୟ, ବିଶେଷକରି ଝିଅର ପରିବାର ଧମକ ଦେବା ଆରମ୍ଭ କରିଥିଲେ। । ଉଭୟ ପକ୍ଷ ଏବଂ ଓକିଲଙ୍କ ଯୁକ୍ତି ଶୁଣିବା ପରେ ହାଇକୋର୍ଟ ଯୁବକଙ୍କ ବିରୋଧରେ ପଞ୍ଜୀକୃତ ମାମଲାକୁ ଖାରଜ କରି ଦେଇଛନ୍ତି। ଉଭୟ ଆବେଦନକାରୀଙ୍କୁ ସୁରକ୍ଷା ଯୋଗାଇବା ଏବଂ ସେମାନଙ୍କ ମଧ୍ୟରୁ କାହାର ଯେପରିି କିଛି କ୍ଷତି ନ ହେବ ସେଥିଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଷେକଙ୍କୁ ଏମିତି କମେଣ୍ଟ ମାରିଲେ ଇଶାନ କିଶନ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୮।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦଳ ୬ ଉଇକେଟ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି। ଭାରତୀୟ ବ୍ୟାଟରଙ୍କ ବିସ୍ଫୋରକ ବ୍ୟାଟିଂ ଆଗରେ ନ୍ୟୁଜିଲାଣ୍ଡର…

ଥାନା CUG ନମ୍ବର ଲୁଚାଇଲେ ହେବ କାର୍ଯ୍ୟାନୁଷ୍ଠାନ! ସାର୍ବଜନୀନ କରିବାକୁ ପୋଲିସ୍ HQରୁ କଡ଼ା ନିର୍ଦ୍ଦେଶ

କଟକ ସଦର, ୨୭/୧୦ (ସୁଶାନ୍ତ କୁମାର ଜେନା): ରାଜ୍ୟର ବିଭିନ୍ନ ଥାନାରେ ଥିବା BSNL ଲ୍ୟାଣ୍ଡଫୋନ୍ ଲାଇନ୍‌ଗୁଡ଼ିକ ଅଚଳ ହୋଇପଡ଼ିଥିବାରୁ, ଜରୁରୀ ସେବା ଓ ପୋଲିସ୍ ସହାୟତା…

ବଡ଼ ଖବର: କାଲି ନୁହେଁ ଆଜି ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା, ହଠାତ୍‌ ବଦଳିଲା ସମୟ

ଭୁବନେଶ୍ୱର, ୨୭।୧୦: କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ । ହଠାତ୍ ବଦଳିଲା ବାତ୍ୟା ଲ୍ୟାଣ୍ଡଫଲର ସମୟ । ଆଜି ରାତି…

କୋଟିଆ ମାଟିରେ ତାତିଲେ ତାରା, ଗର୍ଜିଲେ ଭକ୍ତ: ଆନ୍ଧ୍ର ପୋଲିସ୍ ତୁରନ୍ତ ସ୍ଥାନ ଛାଡ଼, ଏହା କାହାର ପୈତୃକ ସମ୍ପତ୍ତି ନୁହେଁ…

ପଟ୍ଟାଙ୍ଗି, ୨୭।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନରୁ ଲାଗିରହିଥିବା ସୀମା ବିବାଦକୁ ନେଇ ସ୍ଥିତି ପୁଣି ସଙ୍ଗୀନ…

ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

ଭୁବନେଶ୍ୱର, ୨୭।୧୦: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରକୋପକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ଚଳାଚଳ କରୁଥିବା ସମସ୍ତ ଘରୋଇ ବସ୍‌ ସେବାକୁ ସାମୟିକ ଭାବେ…

ମାଡ଼ି ଆସୁଛି ବାତ୍ୟା ‘ଅର୍ଣ୍ଣବ’: କାଲି ବଲାଙ୍ଗୀର, କନ୍ଧମାଳ-କେନ୍ଦ୍ରାପଡ଼ାରେ ସବୁ ସ୍କୁଲ୍ ଛୁଟି; ଶିକ୍ଷକଙ୍କ ପାଇଁ…

ଭୁବନେଶ୍ୱର, ୨୭।୧୦: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଜିଲାରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ବୁଧବାର (କାଲି) ବଲାଙ୍ଗୀର,…

ବଦଳିଗଲା ବାତ୍ୟାର ଲ୍ୟାଣ୍ଡଫଲ୍‌ ସ୍ଥାନ! ରାତି ହେଉ ହେଉ ଏସବୁ ଜିଲାକୁ ହାଇ ଆଲର୍ଟ…

ଭୁବନେଶ୍ୱର,୨୭।୧୦: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ସାମୁଦ୍ରିକ ଝଡ଼ ଅର୍ଣ୍ଣବ ବିଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି…

ଲିଷ୍ଟିଂ ପୂର୍ବରୁ ଶେୟାର ବଜାରରେ କମ୍ପନ: ଦେଶର ୨ୟ ମୂଲ୍ୟବାନ କମ୍ପାନୀ ହେବା ଦିଗରେ ଜିଓ ପ୍ଲାଟଫର୍ମସ! ଟାଟା-ଅଦାନୀଙ୍କୁ…

ନୂଆଦିଲ୍ଲୀ,୨୭।୧୦: ଭାରତୀୟ ପୁଞ୍ଜି ବଜାର (Stock Market) ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ମୁକେଶ ଅମ୍ବାନୀଙ୍କ ନେତୃତ୍ଵାଧୀନ ‘ଜିଓ ପ୍ଲାଟଫର୍ମସ ଲିମିଟେଡ’ (JPL)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?