ଦେଶ ଉନ୍ନତିରେ ସହଭାଗୀ ହୁଅନ୍ତୁ ଯୁବଗୋଷ୍ଠୀ

ଶିକ୍ଷା ମଣିଷର ମୌଳିକ ଆବଶ୍ୟକତା। ଦେଶ ଓ ଜାତିର ଉନ୍ନତି ଦିଗରେ ଉତ୍ତମ ଶିକ୍ଷା ହିଁ ବାଟ କଢ଼ାଏ। ଇଂଲିଶ୍‌ ମାଧ୍ୟମ ଶିକ୍ଷା ସମେତ ଆଦର୍ଶ, ଜାତୀୟତାବାଦ ଓ ସଂସ୍କୃତିସମ୍ପନ୍ନ ମୂଲ୍ୟବୋଧରେ ପ୍ରତିଷ୍ଠିତ ସେଣ୍ଟ ଜାଭିୟର୍ସ ଗ୍ରୁପ୍‌ ଅଫ୍‌ ସ୍କୁଲ୍ସର ନିର୍ଦ୍ଦେଶକ ପ୍ରଭୁଚରଣ ମହାନ୍ତି ଧରିତ୍ରୀକୁ ସାକ୍ଷାତ୍‌କାର ଦେଇ ଶିକ୍ଷା ବ୍ୟବସ୍ଥା ଉପରେ ମତ ରଖିଛନ୍ତି।

ବ୍ୟବସାୟ କ୍ଷେତ୍ରକୁ କିପରି ଆସିଲେ?
ମୁଁ ରେଭେନ୍‌ଶାରୁ ସ୍ନାତକ ପାସ୍‌ କରି ଖଲିକୋଟରେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ପଢ଼ିଲି। ସେହି ସମୟରେ ମୋ ମାମୁ ତଥା ବ୍ରହ୍ମପୁରର ବିଶିଷ୍ଟ ବ୍ୟବସାୟୀ ସ୍ବର୍ଗତ ମଧୁସୂଦନ ପଟ୍ଟନାୟକଙ୍କ ଅନେକ ଖ୍ୟାତି ଥାଏ। ମାମୁଙ୍କୁ ଦେଖି ବ୍ୟବସାୟ କରିବାର ଇଚ୍ଛା ଥିଲା। ମାତ୍ର ବାପା ସ୍ବର୍ଗତ ଡମ୍ବରୁଧର ମହାନ୍ତି ଜଣେ ସରକାରୀ କର୍ମଚାରୀ ଥିଲେ। ତେଣୁ ମୁଁ ଚିନ୍ତା କରୁଥିବା ବ୍ୟବସାୟ ସହଜ ନ ଥିଲା। ଫଳରେ ମାମୁଙ୍କ ତତ୍ତ୍ୱାବଧାନରେ ରିୟଲ ଇଷ୍ଟେଟ୍‌ ବ୍ୟବସାୟରେ ପାଦ ଦେଲି।

ବ୍ୟବସାୟରେ ସଫଳତା ପରେ ବି ଶିକ୍ଷାୟତନ ସୃଷ୍ଟି କରିବାକୁ ମନ ବଳାଇଲେ କାହିଁକି?
ମୁଁ ସେରାମିକ୍‌ ଟାଇଲ୍‌ ଓ ରିୟଲ୍‌ ଇଷ୍ଟେଟ୍‌ ବ୍ୟବସାୟରେ ସଫଳ ଥିଲି। ଏପରି କି ସାରା ରାଜ୍ୟରେ ମୋର ବ୍ୟବସାୟ ବଢ଼ିଚାଲିଥିଲା। ସ୍ନାତକୋତ୍ତର ସାଥୀ ଶିକ୍ଷାବିତ୍‌ ଜି.ଏସ୍‌. ପଟ୍ଟନାୟକଙ୍କ ସହ ବହୁ ସମୟରେ ସାକ୍ଷାତ ହେଉଥିଲା। ତାଙ୍କ କର୍ମସ୍ଥଳୀ ବିଦ୍ୟାଳୟକୁ ମଧ୍ୟ ମୁଁ ଯାଇଛି। ଆମେ ଦୁହେଁ କଟକରେ ସେଣ୍ଟ ଜାଭିୟର୍‌ ସ୍କୁଲ୍‌ ପ୍ରତିଷ୍ଠା କରିବାକୁ ଇଚ୍ଛା ପ୍ରକାଶ କଲୁ। ଏଥିପାଇଁ କେତେଜଣ ସମଭାବାପନ୍ନ ବ୍ୟକ୍ତିଙ୍କୁ ନେଇ ଏକ ଗ୍ରୁପ୍‌ ତିଆରି କଲୁ। ସେହି ସମୟରେ ଇଂଲିଶ୍‌ ମାଧ୍ୟମ ସ୍କୁଲ୍‌ଗୁଡ଼ିକୁ କିଛି ଅନୁଷ୍ଠାନ କବଳିତ କରି ରଖିଥିଲେ। ଏକ ନୂଆ ଦିଶାରେ ଶିକ୍ଷାନୁଷ୍ଠାନ ତିଆରି ବ୍ୟବସ୍ଥା ହେଲା।
ଅଭିଭାବକମାନେ ସେଣ୍ଟ ଜାଭିୟର ସ୍କୁଲ୍‌କୁ କାହିଁକି ପସନ୍ଦ କରନ୍ତି?
ଶିକ୍ଷାୟତନ ଲାଗି ଗମନାଗମନ, ପିଲାଙ୍କ ଉନ୍ନତି ପାଇଁ ଅଭିଭାବକମାନଙ୍କ ସହ ସାକ୍ଷାତ ଓ ଶିକ୍ଷା ଛଡ଼ା ଅନ୍ୟାନ୍ୟ ବୌଦ୍ଧିକ ଉନ୍ନତିର ପାଠ୍ୟକ୍ରମ ସଂଯୋଗ ଆଦିକୁ ମୂଳମନ୍ତ୍ର କରିଛୁ। ମାତାପିତା ଓ ଶିକ୍ଷକଙ୍କ ମଧ୍ୟରେ ମାସିକ ଆଲୋଚନାରେ ନିର୍ଯାସକୁ ନେଇ ପିଲାଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେଉ। ଅନଗ୍ରସର ପିଲାଙ୍କୁ ଅଧିକ ଧ୍ୟାନ ଦେବା ପାଇଁ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥାଏ। ଶିକ୍ଷା ସହିତ ସଙ୍ଗୀତ, ନୃତ୍ୟ, ତର୍କ, ଚିତ୍ରାଙ୍କନ ଆଦିରେ ଛାତ୍ରୀଛାତ୍ରଙ୍କୁ ଆଗକୁ ବଢ଼ିବା ପାଇଁ ସୁଯୋଗ ଦିଆଯାଏ।
ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିବା ପଛର କାରଣ କ’ଣ?
ସେଣ୍ଟ ଜାଭିୟର୍ସ ହାଇସ୍କୁଲ୍‌ର ଆଭିମୁଖ୍ୟ ହେଉଛି ‘ସମସ୍ତଙ୍କ ପାଇଁ ଶିକ୍ଷା’। ଏହି ପରିପ୍ରେକ୍ଷୀରେ ଅନଗ୍ରସର ଅଞ୍ଚଳରେ ଇଂଲିଶ୍‌ ମାଧ୍ୟମ ଶିକ୍ଷାକୁ ସବୁ ବର୍ଗର ପିଲାଙ୍କ ପାଖରେ ପହଞ୍ଚାଇବା ପ୍ରୟାସ ଅବ୍ୟାହତ ରହିଛି। ଏଥିରୁ ମାଳ ଅଞ୍ଚଳ ଓ ମାଓବାଦୀ ଅଞ୍ଚଳ ମଧ୍ୟ ବାଦ୍‌ ପଡ଼ିନାହିଁ। କୌଣସି ପିଲା ଯେପରି ଶିକ୍ଷା ଅଧିକାରରୁ ବଞ୍ଚତ୍ତ ନ ହେବେ ସେଥିପ୍ରତି ଦୃଷ୍ଟି ଦିଆଯାଇଛି। ଏବେ ଗ୍ରୁପ୍‌ର ଓଡ଼ିଶା ବ୍ୟତୀତ ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ଗୁଡ୍‌ଗାଓଁ ଓ ନଏଡାରେ ୬୪ଟି ସ୍କୁଲ୍‌ କାର୍ଯ୍ୟ କରୁଛି।
‘କ୍ରିଷ୍ଣମୂର୍ତ୍ତି’ ନାମରେ ବିଦ୍ୟାଳୟ ସ୍ଥାପନର ଉଦ୍ଦେଶ୍ୟ କ’ଣ?
‘କ୍ରିଷ୍ଣମୂର୍ତ୍ତି ଓ୍ବାଲର୍‌ଡ ଅଫ୍‌ ସ୍କୁଲ୍‌’ ଆମର ୫୧ତମ ସ୍କୁଲ୍‌। ଏହା ଏକ ଗ୍ରୁପ୍‌ କନ୍‌ସେପ୍ଟ ସ୍କୁଲ୍‌। ଏହାକୁ ସଂସ୍କୃତି ଓ ପରମ୍ପରା ବଜାୟ ରଖିବା ଲକ୍ଷ୍ୟରେ ପ୍ରତିଷ୍ଠା କରାଯାଇଛି। ପ୍ରାରମ୍ଭରେ ମାତାପିତାଙ୍କ ସେବା, ଧନ ଓ ଜନ ସଞ୍ଚୟ, ସମ୍ପର୍କ ଓ ସଂଯୋଗ, ପରିବେଶପ୍ରେମ, ଜାତୀୟତାବୋଧ ଆଦି ନୈତିକ ଶିକ୍ଷାର ଭିତ୍ତିଭୂମିକୁ ଗୁରୁତ୍ୱ ଦିଆଯାଇଥାଏ। ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତିଙ୍କ ଭଳି ବିଶିଷ୍ଟ ବ୍ୟକ୍ତିଙ୍କ ସଦୁପଦେଶରେ ସ୍କୁଲ୍‌ ଚାଲିଛି। ଶାନ୍ତିର ପ୍ରତୀକ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ପ୍ରତିଫଳନରେ ତାଙ୍କ ମୂର୍ତ୍ତି ପ୍ରତିଷ୍ଠିତ କରାଯାଇଛି।
ଆଗାମୀ ଲକ୍ଷ୍ୟ କ’ଣ ଅଛି ?
ଆଗକୁ ଓଡ଼ିଶାର ସବୁ ଜିଲାର ପ୍ରମୁଖ ସ୍ଥାନରେ ସ୍କୁଲ୍‌ ପ୍ରତିଷ୍ଠାର ଯୋଜନା ରହିଛି। ପିଲାମାନଙ୍କୁ ଇଂଲିଶ୍‌ ମାଧ୍ୟମ ଶିକ୍ଷା ସହିତ ନୈତିକ ଆଦର୍ଶରେ ଅନୁପ୍ରାଣିତ କରିବାକୁ ଲକ୍ଷ୍ୟ ରଖିଛୁ।
କୋଭିଡ୍‌ ସମସ୍ୟାର ସମାଧାନ କିଭଳି କରିଥିଲେ?
କୋଭିଡ୍‌ ସ୍ଥିତି ଅସମ୍ଭାଳ ହୋଇପଡ଼ିଥିଲା। ଦୀର୍ଘଦିନ ଧରି ସ୍କୁଲ୍‌ ବନ୍ଦ ରହିବାରୁ ବହୁ ଆର୍ଥିକ କ୍ଷତି ହୋଇଥିଲା। ସ୍କୁଲ୍‌ର ରକ୍ଷଣାବେକ୍ଷଣ, କମ୍ପ୍ୟୁଟର ଓ ଅନ୍ୟାନ୍ୟ ଲାବ୍‌ ଯନ୍ତ୍ରପାତିର ସୁରକ୍ଷା, ବସ୍‌ ଓ ଯାନବାହନ ବୀମା, ସୁରକ୍ଷା କର୍ମଚାରୀ ଓ ଶିକ୍ଷକମାନଙ୍କ ଦରମା ଦେବା କାଠିକର ଥିଲା। ପରେ ଅନ୍‌ଲାଇନ୍‌ ଶିକ୍ଷା ପ୍ରଚଳନରେ ଆବଶ୍ୟକ ସରଞ୍ଜାମ ମଧ୍ୟ କିଣିବାରେ ଅର୍ଥ ବ୍ୟୟ କରିବାକୁ ପଡ଼ିଥିଲା। ଏହି ସମୟରେ ନିଟ୍‌ ପାସ୍‌ କରିଥିବା ମୋର ଦୁଇପୁଅ ସମ୍ୟକ୍‌ ଓ ସାମର୍ଥ ଅନ୍‌ଲାଇନ୍‌ ଶିକ୍ଷା ଏବଂ ଡିଜିଟାଲ୍‌ ପାଠ୍ୟକ୍ରମ ପାଇଁ ଏସ୍‌ଏସ୍‌ ଇନୋଭେଶନ୍‌ ଲ୍ୟାବ୍‌ ସ୍ଥାପନ କରାଇ ସମାଧାନର ବାଟ ଦେଖାଇଥିଲେ।
ଶିକ୍ଷା ବ୍ୟତୀତ ଯୁବଗୋଷ୍ଠୀଙ୍କୁ କି ଉପଦେଶ ଦେବେ?
ଯୁବଗୋଷ୍ଠୀ ନିଜ ବୁଦ୍ଧିବିଦ୍ୟା ବଳରେ ନୂଆ ଷ୍ଟାର୍ଟଅପ୍‌ ପ୍ରକଳ୍ପ ଆରମ୍ଭ କରି ଦେଶ ଓ ଜାତିର ଉନ୍ନତିରେ ସହାୟକ ହୁଅନ୍ତୁ। ଏହାଦ୍ୱାରା ସେମାନେ ଦେଶର ଆର୍ଥିକ ଓ ସାମାଜିକ ଉନ୍ନତିରେ ଭାଗୀଦାର ହୋଇପାରିବେ। ପିଲାମାନେ ବାହାର ଦେଶକୁ ନ ଯାଇ ଭାରତରେ କର୍ମନିଯୁକ୍ତି ସୃଷ୍ଟି କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri