ଚଳନ୍ତା ଟ୍ରେନ୍‌ରେ ଚଢ଼ି ଜଳିଗଲେ ଯୁବକ

ରାୟଗଡ଼ା ଅଫିସ,୨୪ା୪: ଚଳନ୍ତା ଟ୍ରେନ୍‌ରେ ହଠାତ ଚଢ଼ିଗଲେ ଯୁବକ। ଏହା ଦେଖି ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିବାରୁ ଟ୍ରେନ୍‌ ଉପର ଦେଇ ଯାଇଥିବା ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍‌ ତାରକୁ ଧରି ଜଳିଗଲେ ଯୁବକ। ରାୟଗଡ଼ା ଜିଲା ଜେମାଦେଇପେଣ୍ଠ ଷ୍ଟେଶନ ନିକଟରେ ରବିବାର ଏଭଳି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁଯାୟୀ, ତାମ୍ବ୍ରମ-ଜସିଡିହ ସାପ୍ତାହିକ ସୁପରଫାଷ୍ଟ ଟ୍ରେନ୍‌ ଜେମାଦେଇପେଣ୍ଠ ଷ୍ଟେଶନ ଅଭିମୁଖେ ଯାଉଥିବାବେଳେ ଜଣେ ଯୁବକ ଟ୍ରେନ୍‌ ବଗି ଉପରେ ଚଢ଼ିଥିବା ଷ୍ଟେଶନରେ ଥିବା ରେଲ୍‌ଓ୍ବେ କର୍ମଚାରୀ ଦେଖିଥିଲେ। ତୁରନ୍ତ ଲୋକେ ପାଇଲଟଙ୍କୁ ଯୋଗାଯୋଗ କରି ଟ୍ରେନ୍‌ ଅଟକାଇବାକୁ କହିଥିଲେ। ଟ୍ରେନ୍‌ ଅଟକାଇ ପାଇଲଟ ଏବଂ ରେଲ୍‌ଓ୍ବେ କର୍ମଚାରୀ ଯୁବକଙ୍କୁ ଓହ୍ଲାଇଯିବାକୁ ଅନୁରୋଧ କରିଥିଲେ। ହେଲେ ଯୁବକ ଜଣକ ଓହ୍ଲାଇବା ବଦଳରେ ଉପର ଦେଇ ଯାଇଥିବା ବିଦ୍ୟୁତ୍‌ ତାରକୁ ଧରିଦେଇଥିଲେ। ଘଟଣାସ୍ଥଳରେ ସେ ଜଳି ଯାଇଥିଲେ। ଜିଆର୍‌ପି ଏବଂ ଆର୍‌ପିଏଫ୍‌ ଟିମ୍‌ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଛି। ଯୁବକଙ୍କ ପରିଚୟ ମିଳି ପାରିନାହିଁ। ସେ ଏଭଳି ଚରମ ନିଷ୍ପତ୍ତି କାହିଁକି ନେଲେ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ଯୁବକ ଜଣକ ପୂର୍ବ ଷ୍ଟେଶନ ପାର୍ବତୀପୁରମ୍‌ କିମ୍ବା ବୋବ୍ବିଲିରେ ଚଢ଼ିଥିବା ଅନୁମାନ କରାଯାଉଛି ବୋଲି ରାୟଗଡ଼ା ଆର୍‌ପିଏଫ୍‌ ଆଇଆଇସି ପଙ୍କଜ କୁମାର କହିଛନ୍ତି। ଘଟଣାର ଅଧିକ ତଦନ୍ତ ଚାଲିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଟାବାଞ୍ଜି ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢ଼ାଉ: ୭ ଜୁଆଡ଼ି ଗିରଫ: ୯୫ ହଜାର ୪୮୫ ଟଙ୍କା ଜବତ

କଣ୍ଟାବାଞ୍ଜି,୧୦।୬(ଡି.ଏନ୍‌.ଏ.): ବଲାଙ୍ଗୀର ପୋଲିସ ଅଧୀକ୍ଷକ ସନ୍ଦିପ ସମ୍ପଦ ମଡକରଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ରାତିରେ କଣ୍ଟାବାଞ୍ଜିର ଏକ ଜୁଆ ଆଡ୍ଡାରେ ପୋଲିସ ଅଚାନକ ଚଢ଼ାଉ କରିଥିଲା।...

ଭଦ୍ରକର ୩ ଆକ୍ରାନ୍ତ ବାସୁଦେବପୁର ଅଞ୍ଚଳର: ସମସ୍ତ ପଜିଟିଭ୍‌ଙ୍କର ରହିଛି କୋଲକାତା ଲିଙ୍କ୍‌

ଭୁବନେଶ୍ୱର/ବାସୁଦେବପୁର ୨୨।୪(ବ୍ୟୁରୋ/ଡି.ଏନ୍‌.ଏ.): ରାଜ୍ୟରେ ମଙ୍ଗଳବାର ପୁଣି ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ ଆକ୍ରାନ୍ତ ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳର ବୋଲି ଜଣାପଡ଼ିଛି।...

ବଢୁଛନ୍ତି ରୋଗୀ, ନାହିଁ ଡାଏଲିସିସ୍‌ ମେଶିନ୍‌

ବ୍ରହ୍ମପୁର ଅଫିସ୍‌,୨ା୭-ଗଞ୍ଜାମ ଏବଂ ଏହାର ଆଖାପାଖ ଜିଲାଗୁଡ଼ିକରେ ବିଗତ କିଛି ବର୍ଷ ହେଲା କିଡ୍‌ନୀ ରୋଗୀଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଛି। ଦକ୍ଷିଣ ଓଡ଼ିଶାର...

ସୂର୍ଯ୍ୟମୁଖୀ ଚାଷକୁ ମିଳୁନି ପ୍ରୋତ୍ସାହନ

କେନ୍ଦ୍ରାପଡ଼ା ଅଫିସ,୨ା୩: କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ କୋଇଲିପୁରର ଚାରିପୋଖରିଆ ଗ୍ରାମର ସ୍ବୟଂସହାୟକ ମହିଳା ଗୋଷ୍ଠୀ ଚଳିତବର୍ଷ ୭ ଏକର ଜମିରେ ସୂର୍ଯ୍ୟମୁଖୀ ଚାଷ କରିଛନ୍ତି।...

ଦହଗଞ୍ଜ ହେଉଛନ୍ତି ଦିବ୍ୟାଙ୍ଗ

ପରଜଙ୍ଗ, ୨୦।୩ (ନିଗମାନନ୍ଦ ଦଳବେହେରା) କାହାର ଗୋଡ଼ ତ ଆଉ କାହାର ଅଚଳ ହୋଇଯାଇଛି ହାତ। କିଏ ଦୃଷ୍ଟିଶକ୍ତି ହରାଇଛନ୍ତି ତ ଆଉ କିଏ ଜନ୍ମରୁ...

‘ସଙ୍କୋଚ କରନାହିଁ, ନାପ୍‌କିନ୍‌ ମାଗ’

କାମାକ୍ଷାନଗର, ୨୯।୫(ଡି.ଏନ୍‌.ଏ.): ଋତୁସ୍ରାବ ଏକ ଜୈବିକ ପ୍ରକ୍ରିୟା। ଏହା ଲଜ୍ଜାକର ବିଷୟ ନୁହେଁ, ବରଂ ଜଣେ ନାରୀ ପାଇଁ ଜରୁରୀ। ଏହା ବିନା ଜଣେ ମହିଳା...

ବସ୍‌ଷ୍ଟାଣ୍ଡ ଅଛି, ବସ୍‌ ଆସୁନାହିଁ

ବଲାଙ୍ଗୀର ଅଫିସ, ୨ା୩: ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନର ଅଦୂରଦର୍ଶିତା ତଥା ବିଚିତ୍ର ନିଷ୍ପତ୍ତି ବଲାଙ୍ଗୀର ସହରର ଚଳଚଞ୍ଚଳ ସରକାରୀ ବସଷ୍ଟାଣ୍ଡକୁ ଏବେ ଜନଶୂନ୍ୟ...

ବୋଲେରୋରେ ନେଉଥିଲେ ଧରାପଡ଼ିଲେ

କୋକସରା, ୩୧ା୭ (ଡି.ଏନ.ଏ): ପଡୋଶୀ ଆନ୍ଧ୍ରପ୍ରଦେଶରୁ କୋରାପୁଟକୁ ଲମ୍ବିଛି ଗଞ୍ଜେଇ ବ୍ୟବସାୟୀଙ୍କ ଚେର। କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରୁ ରାଜପଥ ଦେଇ ପ୍ରତିଦିନ ଗଞ୍ଜେଇ ଚାଲାଣ...

Advertisement
Archives

Model This Week