Posted inଅପରାଧ

ମିଥ୍ୟା ଧର୍ମ କହି ମହିଳାଙ୍କୁ ପ୍ରେମ ଜାଲରେ ଫଶାଇଲେ ଯୁବକ; ତାପରେ…

ମିରଟ, ୨୨।୭: ଉତ୍ତର ପ୍ରଦେଶର ମିରଟରୁ ଏକ ଚାଞ୍ଚଲ୍ୟର ଡବଲ୍‌ ମର୍ଡର ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ଓ ତାଙ୍କ ୧୦ ବର୍ଷର ଝିଅକୁ ହତ୍ୟା କରାଯାଇ ମାଟିତଳେ ପୋତି ଦିଆଯାଇଥିବାବେଳେ ପୋଲିସ ଉଭୟଙ୍କ କଙ୍କାଳକୁ ଉଦ୍ଧାର କରିଛି। ଘଟଣାରୁ ଜଣାପଡ଼ିଛି ଯେ ବିହାରର ଶମ୍‌ଶାଦ ନାମକ ଜଣେ ଯୁବକ ମିରଟର ପରତାପୁର ପୋଲିସ ଷ୍ଟେସନ ଅନ୍ତର୍ଗତ ଭୁଦଭରାଲ ଅଞ୍ଚଳରେ ରୁହନ୍ତି। ଶମ୍‌ଶାଦ ୫ ବର୍ଷ ତଳେ ସୋସିଆଲ ମିଡିଆରେ ନାମ ଓ ଧର୍ମ ପରିବର୍ତ୍ତନ କରି ଗାଜିଆବାଦର ଜଣେ ବିବାହିତ ମହିଳାଙ୍କୁ ପ୍ରେମ ଜାଲରେ ଫଶାଇଥିଲେ। ଏହାପରେ ବିବାହର ପ୍ରତିଶ୍ରୁତି ଦେଇ ମହିଳା ଓ ତାଙ୍କ ୫ ବର୍ଷର ଝିଅକୁ ମିରଟ ନେଇ ଆସିଥିଲେ। ସେବେଠାରୁ ମହିଳା ଓ ତାଙ୍କ ଝିଅ ଏହି ଯୁବକଙ୍କ ସହ ଏକାଠି ରହି ଆସୁଥିଲେ। କିନ୍ତୁ ଗତ ମାର୍ଚ୍ଚ ମାସରେ ମହିଳା ଜଣଙ୍କ ଜାଣିବାକୁ ପାଇଲେ ଯେ ଯୁବକଙ୍କ ପ୍ରକୃତ ନାମ ଶମ୍‌ଶାଦ୍‌ ଏବଂ ତାଙ୍କ ଧର୍ମ ଅଲଗା। ଏହି ଘଟଣା ପରେ ଶମଶାଦ୍‌ଙ୍କ ସହିତ ମହିଳାଙ୍କ ଝଗଡ଼ା ଆରମ୍ଭ ହୋଇଥିଲା। ଶମ୍‌ଶାଦ ଜବରଦସ୍ତି ମହିଳାଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରିଥିଲେ। ମହିଳାଜଣଙ୍କ ଏଥିରେ ରାଜି ହୋଇ ନ ଥିଲେ। ଫଳରେ ଶମ୍‌ଶାଦ ଗତ ମାର୍ଚ୍ଚ ୨୮ରେ ଉଭୟ ମହିଳା ଓ ତାଙ୍କ ଝିଅକୁ ହତ୍ୟା କରି ଶବକୁ ଘର ପ୍ରାଙ୍ଗଣରେ ପୋତି ଦେଇଥିଲା। ଏହାପରେ କେହି ଯେମିତି ସନ୍ଦେହ ନ କରିବେ ସେଥିଲାଗି ଏକ ଯୋଜନା କରିଥିଲେ। ଯୋଜନା ମୁତାବକ ତାଙ୍କ ସ୍ତ୍ରୀ ଓ ଝିଅ ନିଖୋଜ ହୋଇଯାଇଥିବା ନେଇ ଶମ୍‌ଶାଦ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ନିରୂପାୟ ହୋଇ ରହିଥିଲା। କିନ୍ତୁ ଏହି ଘଟଣାର ୫ ମାସ ପରେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଶମ୍‌ଶାଦଙ୍କ ଅଗଣା ଖୋଳି ଉଭୟ ମହିଳା ଓ ତାଙ୍କ ଝିଅର କଙ୍କାଳକୁ ଉଦ୍ଧାର କରିବାରେ ସଫଳ ହୋଇଥିଲା। କିନ୍ତୁ ସେତେବେଳକୁ ଶମ୍‌ଶାଦ ଫେରାର ହୋଇସାରିଥିଲା। ପୋଲିସ ଶମ୍‌ଶାଦକୁ ଗିରଫ କରିବା ପାଇଁ ଏକ ଟିମ୍‌ ବିହାରକୁ ପଠାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?