ରାଜଧାନୀ ରାସ୍ତାରେ ଯୁବକଙ୍କୁ ହତ୍ୟା

ଭୁବନେଶ୍ୱର,୩୧।୮(ବ୍ୟୁରୋ):  ସାମାନ୍ୟ ବଚସାରୁ ବୀଭତ୍ସ ହତ୍ୟା। ରାଜଧାନୀ ରାସ୍ତାରେ ପୁଣି ରକ୍ତର ହୋଲି ଖେଳିଛନ୍ତି ଅପରାଧୀ। ରବିବାର ବିଳମ୍ବିତ ରାତିରେ ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମା ରଘୁନାଥନଗରରେ ଘଟିଛି ଏହି ଲୋମଟାଙ୍କୁରା ଘଟଣା। ପରିବାର ଲୋକଙ୍କ ଆଖି ଆଗରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ସହ ଛୁରି ଭୁସି ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଛନ୍ତି ସ୍ଥାନୀୟ ଅଞ୍ଚଳର ସନାତନ ରାଉତରାୟ(୨୧)। ସୋମବାର ସକାଳେ ଜୋନ୍‌-୪ ଏସିପି ଭରତ ଚରଣ ସାହୁ ଓ ଥାନା ଅଧିକାରୀ ପଦ୍ମନାଭ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିବାବେଳେ ସାଇଣ୍ଟିଫିକ୍‌ ଟିମ୍‌ ଯାଞ୍ଚ ଓ ନମୁନା ସଂଗ୍ରହ କରିଛି। ଏଥିସହ ହତ୍ୟାରେ ବ୍ୟବହୃତ ଛୁରି ଓ ଅନ୍ୟ କେତେକ ସାମଗ୍ରୀକୁ ପୋଲିସ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ଗୋଟିଏ ପରିବାରର ୨ ମହିଳାଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ରଘୁନାଥନଗରରେ ରହୁଥିବା ରାଜା ପ୍ରଧାନ ଓରଫ ରବି(୧୯), ମିଥୁନ ସାହୁ(୨୫), ବାୟା ପ୍ରଧାନ ଓରଫ ବିଦେଶୀ(୪୦), ବାଳା ପ୍ରଧାନ(୩୮) ଓ ସୁଭଦ୍ରା ସାହୁ(୫୦)। ତେବେ ମୁଖ୍ୟ ଅଭିଯୁକ୍ତ ଖୋର୍ଦ୍ଧା ଜିଲା ଜଙ୍କିଆ ଥାନାର ରାଜ୍‌ ଜୟସିଂ ଫେରାର ହୋଇଯାଇଛନ୍ତି। ତାଙ୍କ ନାମରେ ପୂର୍ବରୁ ଏକାଧିକ ମାମଲା ରହିଥିବା ପୋଲିସ ଜାଣିବାକୁ ପାଇଛି। ତାଙ୍କୁ ଧରିବାକୁ ପୋଲିସ ଚଢ଼ାଉ ଜାରି ରଖିଛି। ଏନେଇ ଥାନାରେ ଆଇପିସି ଦଫା ୩୦୨, ୩୪ରେ ମାମଲା (ନଂ.୪୫୩/୨୧) ରୁଜୁ କରି ଅଧିକ ତଦନ୍ତ ଚଳାଇଛି।
ପୋଲିସ ସୂଚନା ଅନୁଯାୟୀ, ରାତି ପ୍ରାୟ ୧୨ଟାରେ ମୁଖ୍ୟ ଅଭିଯୁକ୍ତ ଜୟସିଂ ରଘୁନାଥନଗରର ତାଙ୍କ ମାଉସୀ ଘରକୁ ସ୍କୁଟିରେ ଆସୁଥିଲେ। ଏହି ସମୟରେ ହତ୍ୟାର ଶିକାର ହୋଇଥିବା ସନାତନ ତାଙ୍କ ସାଙ୍ଗଙ୍କ ସହ ନିକଟ ଶନିମନ୍ଦିର ପାଖକୁ ଯାଉଥିବାବେଳେ ଜୟସିଂଙ୍କ ସ୍କୁଟି ତାଙ୍କ ଦେହରେ ମାଡ଼ ହୋଇଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ କିଛି ସମୟ ବଚସା ହୋଇଥିଲା। ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ଜୟସିଂ ସେଠାରୁ ଧମକ ଦେଇ ପଳାଇଥିଲେ। ରାତି ୧ଟାରେ ସନାତନ ରାସ୍ତାରେ ଯାଉଥିବା ଦେଖି ଜୟସିଂ ଓ ମାଉସୀଘର ଲୋକେ ଘେରିଯାଇ ଆକ୍ରମଣ କରିଥିଲେ। ସନାତନଙ୍କ ପରିବାର ଲୋକେ ଅଟକାଇବାକୁ ଆସୁଥିଲେ। ହେଲେ ୭ ଅଭିଯୁକ୍ତଙ୍କ ମଧ୍ୟରୁ ୩ଜଣ ସେମାନଙ୍କୁ ପ୍ରତିରୋଧ କରି ଆକ୍ରମଣ କରିଥିଲେ। ଏପଟେ ୨ ମହିଳା ଓ ଆଉଜଣେ ପୁରୁଷ ସନାତନଙ୍କ ହାତକୁ ଧରି କାବୁ କରିଥିବାବେଳେ ଜୟସିଂ ତାଙ୍କ ଛାତି ଓ ଶରୀରକୁ ବାରମ୍ବାର ଛୁରି ଭୁସି ଚାଲିଥିଲେ। କିଛି ସମୟ ପରେ ଅଭିଯୁକ୍ତମାନେ ଘଟଣାସ୍ଥଳ ଛାଡି ଦୌଡି ପଳାଇ ଯାଇଥିଲେ। ପରିବାର ଲୋକେ ସନାତନଙ୍କୁ ଏମ୍‌ସରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅଭିଯୁକ୍ତଙ୍କୁ କାବୁକଲେ ଗାଁ ଲୋକେ
ଘଟଣା ପରେ ମୁଖ୍ୟ ଅଭିଯୁକ୍ତ ରାଜ୍‌ ଜୟସିଂ ରାତାରାତି ଫେରାର ହୋଇଯାଇଥିଲେ। ତେବେ ସନାତନଙ୍କ ମୃତ୍ୟୁ ଖବର ପାଇବା ପରେ ସମ୍ପୃକ୍ତ ଅନ୍ୟ ୬ ଅଭିଯୁକ୍ତ ମଧ୍ୟ ଘର ଛାଡି ଫେରାର ହୋଇଯିବାକୁ ଯୋଜନା କରିଥିଲେ। ସୋମବାର ସକାଳ ପ୍ରାୟ ୮ଟାରେ ସେମାନେ ଏକ କାରରେ ବସି ପଳାଉଥିବାବେଳେ ଗାଁ ଲୋକେ ଖବର ପାଇ ପାତ୍ରପଡା ରାସ୍ତାରେ ଅଟକାଇଥିଲେ। ପରେ ସେମାନଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ। ହତ୍ୟାକାଣ୍ଡ ଖବର ପାଇଥିଲେ ମଧ୍ୟ ସେଯାଏ ପୋଲିସ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ କରି ନ ଥିବା ସ୍ଥାନୀୟ ଲୋକେ କହିଛନ୍ତି।
ନିଶା କାରବାରକୁ ବିରୋଧ କରୁଥିବାରୁ ଶତ୍ରୁତା ଥିଲା
ରଘୁନାଥନଗର ଗଳିରେ ଜୟସିଂଙ୍କ ମାଉସୀ ଘରର ଏକ ଷ୍ଟେଶନାରି ଦୋକାନ ନିକଟରେ ସନାତନଙ୍କର ଏକ ମୋବାଇଲ ଦୋକାନ ରହିଛି। ଉକ୍ତ ଷ୍ଟେଶନାରି ଦୋକାନରେ ନିଶାଦ୍ରବ୍ୟ ବିକ୍ରି ହେଉଥିବାରୁ ସନାତନ ଏହାକୁ ବିରୋଧ କରୁଥିଲେ, ଯାହାକୁ ନେଇ ସେମାନଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ଜୟସିଂଙ୍କ ସହ ଝଗଡା ହୋଇଥିବା ମାଉସୀଘରର ଲୋକେ ଶୁଣିବା ପରେ ଭିତରେ କୁହୁଳୁଥିବା ନିଆଁ ଭୟଙ୍କର ରୂପ ନେଇଥିଲା। ସନାତନଙ୍କୁ ଜୀବନରୁ ମାରିଦେବାକୁ ଯୋଜନା କରିଥିଲେ।

ହତ୍ୟାକାରୀଙ୍କୁ ଫାଶୀ ହେଉ: ମୃତକଙ୍କ ସ୍ତ୍ରୀ

ସନାତନ କିଛିବର୍ଷ ତଳେ ବିବାହ କରିଥିଲେ। ତାଙ୍କର ଏକ ଦେଢ଼ବର୍ଷର ଶିଶୁକନ୍ୟା ଅଛି। ତେବେ ସ୍ବାମୀଙ୍କୁ ହତ୍ୟା ପରେ ସ୍ତ୍ରୀ ବର୍ଷା ରାଉତରାୟ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ସେ କହିଛନ୍ତି, ତାଙ୍କ ସ୍ବାମୀ ଚାଲିଗଲେ, ତାଙ୍କୁ କେହି ଫେରେଇ ଦେବ କି? ଛୋଟ ଛୁଆଟିର ଭବିଷ୍ୟତ କ’ଣ ହେବ? ଯେଉଁମାନେ ମୋ ସ୍ବାମୀଙ୍କୁ ନୃଶଂସ ଭାବେ ହତ୍ୟା କରିଛନ୍ତି, ସେମାନଙ୍କୁ ଫାଶୀ ହେଉ।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ୧୧ଟି ଜିଲାରେ ରେଡ୍‌ ଆଲର୍ଟ

ଭୁବନେଶ୍ୱର,୭।୮: ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ବର୍ତ୍ତମାନ ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ପ୍ରବଳରୁ...

୨୪ରେ ଭୀଷଣ ରୂପ ନେଇ ଉପକୂଳମୁହାଁ ହେବ ୟାସ୍‌

ଭୁବନେଶ୍ୱର,୨୨।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ‘ୟାସ୍‌’କୁ ନେଇ ଆଇଏମ୍‌ଡିର ପୂର୍ବ ଆକଳନ ଠିକ୍‌ ହୋଇଛି। ଶନିବାର ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି...

ନୂତନ କୀର୍ତ୍ତିମାନ ସ୍ଥାପନ କରିବାକୁ ଲକ୍ଷ୍ୟ

ଭୁବନେଶ୍ୱର, ୨୬ା୧୨(ବ୍ୟୁରୋ):ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜେଡି ରୌପ୍ୟ ଜୟନ୍ତୀରୁ ବିଗୁଲ ଫୁଙ୍କିଛି। ୨୦୨୪ ନିର୍ବାଚନରେ ବିଜୟଲାଭ କରି ବିଜେଡି ସମଗ୍ର ଦେଶରେ ଏକ ନୂତନ...

ଓଏସ୍‌ଏସ୍‌ଟିଇଟି ପରୀକ୍ଷାରେ ତ୍ରୁଟି ଅଭିଯୋଗ

କଟକ ଅଫିସ, ୨।୧୦: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ କରାଯାଇଥିବା ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର ଏଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି)ରେ ତ୍ରୁଟି ହୋଇଥିବା ଛାତ୍ରୀଛାତ୍ରମାନେ ଅଭିଯୋଗ...

କମିଲା ସଂକ୍ରମଣ: ଆଜି ରାଜ୍ୟରୁ ୧୭୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୫ା୧୧(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୧୭୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୪୨,୯୪୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ପ୍ରଥମ ଡୋଜ୍‌ ପରେ ପଜିଟିଭ ଆସିଲେ ଦ୍ୱିତୀୟ ଡୋଜ୍‌ ନେବେନି

ଭୁବନେଶ୍ୱର, ୧୪।୧(ବ୍ୟୁରୋ) :ଓଡ଼ିଶାରେ ଶନିବାରଠାରୁ ୧୬୦ କେନ୍ଦ୍ରରେ ଟିକାକରଣ ଆରମ୍ଭ ହେବ। ପ୍ରତି କେନ୍ଦ୍ରରେ ଦୈନିକ ସର୍ବାଧିକ ୧୦୦ ଜଣଙ୍କୁ ଟିକା ଦିଆଯିବ। କମ୍‌ ହିତାଧିକାରୀ...

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ୬୦ ଜଣ ବଡ଼ବାବୁ

ଭୁବନେଶ୍ୱର,୧ା୧(ବ୍ୟୁରୋ): ୨୦୨୨ରେ ଓଡ଼ିଶା ଭିଜିଲାନ୍ସ ୫୪୪ ଜଣ ଅଭିଯୁକ୍ତଙ୍କ ବିରୋଧରେ ୨୮୫ଟି ମାମଲା ରୁଜୁ କରିଛି। ସେମାନଙ୍କ ମଧ୍ୟରେ ୬୦ ଜଣ କ୍ଲାସ୍‌-୧ ଅଫିସର ଥିବା ବେଳେ...

ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର,୨୨।୩(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ...

Advertisement
Archives

Model This Week