ପ୍ରେମ ନିବେଦନରେ ବିଫଳ ହେବା ପରେ ଯୁବକଙ୍କ ଉନ୍ମତ୍ତକାଣ୍ଡ: ନାବାଳିକାଙ୍କୁ ଛୁରିରେ ମରଣାନ୍ତକ ଆକ୍ରମଣ

ଖଇରା,୧୦।୬(ଡି.ଏନ୍‌.ଏ): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ତୁଟୋ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ନିବେଦନରେ ବିଫଳ ହେବା ପରେ ଜଣେ ଯୁବକ ଜଣକ ଏକ ଧାରୁଆ ଛୁରିରେ ଉକ୍ତ ଗ୍ରାମର ଜନୈକ ନାବାଳିକାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ଖଇରା ପୋଲିସ ତୁଟୋ ଗ୍ରାମର ସଂପୃକ୍ତ ଯୁବକ ରଶ୍ମିରଞ୍ଜନ ଦାସ(୨୪)ଙ୍କୁ ଧରି ଥାନାରେ ଅଟକ ରଖିଛି। ସୂଚନାଯୋଗ୍ୟ, ରବିନ୍ଦ୍ର ଦାସଙ୍କ ପୁଅ ରଶ୍ମି କିଛି ଦିନ ତଳେ ସେହି ଗ୍ରାମର ୯ମ ଶ୍ରେଣୀରେ ପଢୁଥିବା ନାବାଳିକାଙ୍କୁ ପ୍ରେମ ନିବେଦନ କରିଥିଲେ। ଏନେଇ ନାବାଳିକା ଜଣକ ଘରେ ଜଣାଇବା ପରେ ଗ୍ରାମରେ ଏକ ବୈଠକ ଡକାଯାଇଥିଲା। ରଶ୍ମି ଉକ୍ତ ବୈଠକରେ ଭୁଲ ମାଗିଥିଲେ। ଏହାକୁ ନେଇ ରଶ୍ମି ପ୍ରତିଶୋଧ ପରାୟଣ ହୋଇପଡ଼ିଥିଲେ। ଗୁରୁବାର ସକାଳେ ନାବାଳିକା ଜଣକ ସମ୍ପେଇ ଗ୍ରାମକୁ ଟ୍ୟୁସନ ଯାଉଥିବା ବେଳେ ଏହାର ସୁଯୋଗ ଉଠାଇ ଅନ୍ୟ ୪ଜଣ ସାଙ୍ଗଙ୍କ ସହ ମିଶି ରଶ୍ମି ଉକ୍ତ ନାବାଳିକାକୁ ଆକ୍ରମଣ କରିଥିଲେ। ତେବେ ନାବାଳିକାଙ୍କ ଅନ୍ୟ ସାଙ୍ଗମାନଙ୍କୁ ଆକ୍ରମଣର ଭୟ ଦେଖାଇବାରୁ ସେମାନେ ପାଖକୁ ନ ଯାଇ ସେଠାରୁ ପଳାଇଯାଇଥିଲେ। ପରେ ଏନେଇ ସେମାନେ ପରିବାର ଓ ଗାଁଲୋକଙ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚିବା ପରେ ରଶ୍ମି ଉକ୍ତ ନାବାଳିକାଙ୍କୁ ମୁର୍ମୁଷ ଅବସ୍ଥାରେ ଛାଡ଼ି ପଳାଇଥିଲେ। ରଶ୍ମି ଅତି ନିର୍ମମ ଭାବେ ନାବାଳିକାଙ୍କ କାନ, ମୁହଁ ତଥା ଶରୀରର ବିଭିନ୍ନ ଅଂଶକୁ କାଟି ରକ୍ତାକ୍ତ କରିଦେଇଥିବା ଜଣାପଡ଼ିଛି। ପରେ ଉକ୍ତ ନାବାଳିକାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଖଇରା ଓ ପରେ ଗୁରୁତର ଅବସ୍ଥାରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲାଷ୍ଟିକ ମୁକ୍ତ ଗଞ୍ଜାମ ଲକ୍ଷ୍ୟ: ପ୍ରତି ମଙ୍ଗଳବାର ୫୦୩ ପଞ୍ଚାୟତରେ…

ଭଞ୍ଜନଗର,୧୯।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆମ ଗଞ୍ଜାମ, ସ୍ବଚ୍ଛ ଗଞ୍ଜାମ ଅଭିଯାନ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଏହାର ଲକ୍ଷ୍ୟ ହେଲା ପ୍ଲାଷ୍ଟିକ ମୁକ୍ତ ଗଞ୍ଜାମ ଲକ୍ଷ୍ୟ।…

ଭାରତରେ ଥାଇ ଚେତାବନୀ ଦେଲେ ଶେଖ ହାସିନା: ମୋ ଅନୁପସ୍ଥିତିର ଅର୍ଥ ନୁହେଁ…

ନୂଆଦିଲ୍ଲୀ,୧୯।୫: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ବହୁତ ଶୀଘ୍ର ବାଂଲାଦେଶ ଫେରିବେ। ବର୍ତ୍ତମାନ ଭାରତରେ ରହୁଥିବା ଶେଖ ହାସିନା ଏନେଇ ସଙ୍କେତ ଦେଇଛନ୍ତି। ଏକ ଇମେଲ…

‘ଆମେରିକା ଉପରେ ଭରସା ନାହିଁ…’ଇରାନରୁ ଏକ ଚୂଡ଼ାନ୍ତ ନିଷ୍ପତ୍ତି ପାଇବା ପାଇଁ ପାକିସ୍ତାନୀ ମନ୍ତ୍ରୀ ନକଭି ଧାଇଁଲେ ତେହରାନ

ଇସଲାମାବାଦ,୧୯।୫: ଇରାନର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଇରାନର ବୈଦେଶିକ ମନ୍ତ୍ରୀ ଏବଂ ମୋହସିନ ନକଭିଙ୍କ ମଧ୍ୟରେ ହୋଇଥିବା ବୈଠକ ସମ୍ପର୍କରେ ଏକ ବିସ୍ତୃତ ବିବୃତ୍ତି ଜାରି କରିଛି।…

ଏବେ ଭାରତରେ ଆଉ ୯ ଦିନ ପାଇଁ ଗଚ୍ଛିତ ଅଛି ପେଟ୍ରୋଲ-ଡିଜେଲ! ସରକାରଙ୍କ ବିବୃତ୍ତି ଜାରି…

ନୂଆଦିଲ୍ଲୀ,୧୯।୫: ଆଜି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ସହିତ ଆରମ୍ଭ ହୋଇଥିଲା। ଏହା ପାଞ୍ଚ ଦିନ ମଧ୍ୟରେ ଦ୍ୱିତୀୟ ବୃଦ୍ଧି। ପେଟ୍ରୋଲ ପମ୍ପଗୁଡ଼ିକରେ ପୂର୍ବରୁ ଭିଡ଼…

ମଧ୍ୟପ୍ରାଚ୍ୟରୁ ଆସିଲା ଆଶ୍ୱସ୍ତିକର ଖବର: ପାକିସ୍ତାନ ଟ୍ରମ୍ପଙ୍କୁ ପଠାଇଲା ନୂଆ ଶାନ୍ତି ପ୍ରସ୍ତାବ

ତେହରାନ,୧୯।୫: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଜାରି ରହିଛି। ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିରେ ପହଞ୍ଚିବାରେ ବିଫଳତାର ପ୍ରଭାବ ସାରା ବିଶ୍ୱରେ ଅନୁଭୂତ ହେଉଛି। ଶକ୍ତି ସଙ୍କଟ…

ଧ୍ରୁବଙ୍କୁ ଅପହରଣ କରିନେଇଥିଲେ ଦାଦନ ସର୍ଦ୍ଦାର: ମାସେ ପରେ ଘଟିଲା…

ନୂଆପଡ଼ା,୧୯ା୫ (ମକାରୁ ବେମାଲ):ନୂଆପଡ଼ା ଜିଲା ଖଡିଆଳ ଥାନା ତୁକଲା ଗଁାର ଧ୍ରୁବ ଚରଣ ଶବର(୬୫) ଅପହରଣର ମାସେ ପରେ ଆନ୍ଧ୍ରରୁ ଉଦ୍ଧାର ହୋଇଥିଲେ ମଧ୍ୟ ତାଙ୍କ ଅବସ୍ଥା…

ସାରା ଦେଶରେ ଏହିଦିନ ବନ୍ଦ ରହିବ ମେଡିକାଲ ଷ୍ଟୋର, କିଣି ନିଅନ୍ତୁ ଅତି ଜରୁରି ମେଡିସିନ

ନୂଆଦିଲ୍ଲୀ,୧୯।୫: ସାରା ଦେଶରେ ମେଡ଼ିକାଲ ଷ୍ଟୋର (କେମିଷ୍ଟ) ଆସନ୍ତାକାଲି ଅର୍ଥାତ୍‌ ବୁଧବାର, ୨୦ ମଇରେ ଧର୍ମଘଟ କରିବେ। ଏହି ଧର୍ମଘଟ ଅଲ ଇଣ୍ଡିଆ ଅର୍ଗାନାଇଜେସନ ଅଫ କେମିଷ୍ଟ…

ଘର ଉପରେ ଝୁଲୁଛି ବିପଦ:ଭୟରେ ଦିନକାଟୁଛନ୍ତି ୨ ପରିବାର

ଲୋଇସିଂହା,୧୯।୫(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ନବଗଠିତ ଏନଏସି ଅନ୍ତର୍ଗତ ପନେସରା ଗାଁରେ ଦୀର୍ଘଦିନଧରି ଭୟରେ ଦିନ କାଟୁଛନ୍ତି ୨ଟି ପରିବାର। ଗ୍ରାମର ଗ୍ରାମପତି ଗୁଡି ନିକଟରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri