Posted inଖେଳ

ବିବାହ ମୁଦି କଥା ଭୁଲି ଯାଇଥିଲେ ରୋହିତ୍‌ ଶର୍ମା: କୋହଲି ଦେଲେ ବଡ଼ ଖବର

ଭାରତୀୟ କ୍ରିକେଟ ଦଳ ସହ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର୍‌ ଫାଇନାଲ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି ଷ୍ଟାର୍‌ କ୍ରିକେଟର୍‌ ରୋହିତ ଶର୍ମା। ଜୁନ ୧୮ରୁ ୨୨ ପର୍ଯ୍ୟନ୍ତ ସାଉଥମ୍ପଟନରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ଖେଳାଯିବ। ହିଟ୍‌ମ୍ୟାନ ଅନ୍ତର୍ଜାତୀୟ କ୍ରିକେଟରେ ଏକ ବଡ ନାମ। କିନ୍ତୁ ୨୦୦୭ରୁ ୨୦୧୨ ମଧ୍ୟରେ ତାଙ୍କ କ୍ୟାରିୟର ବିଶେଷ ନ ଥିଲା। କିନ୍ତୁ ସେ ଓପନର୍‌ ଭାବରେ ଆରମ୍ଭ କରିବା ମାତ୍ରେ ତାଙ୍କ କ୍ୟାରିଅର୍‌ ଗତି କରିଥିଲା। ରିତିକା ସଜଦେହଙ୍କ ସହ ବିବାହ ପରେ ତାଙ୍କ କ୍ୟାରିଅର୍‌ କ୍ରମାଗତ ଭାବରେ ଉପରକୁ ଉଠିଥିଲା। ରୋହିତ ଶର୍ମା ଏବଂ ରିତିକା ସଜଦେହ ୨୦୧୫ରେ ବିବାହ କରିଥିଲେ। ୨୦୧୮ରେ, ଏହି ଦମ୍ପତି ଏକ ଝିଅର ମାତାପିତା ହୋଇଥିଲେ। ୩୪ ବର୍ଷୀୟ ରୋହିତ ଶର୍ମା ଟିମ ଇଣ୍ଡିଆର ମୁଖ୍ୟ ଖେଳାଳି। ଏହା ସହିତ ସେ ଜଣେ ଭଲ ସ୍ବାମୀ ଏବଂ ପିତା ମଧ୍ୟ, କିନ୍ତୁ ତାଙ୍କର ଏକ ଖରାପ ଅଭ୍ୟାସ ଅଛି ଏବଂ ସେହି ଅଭ୍ୟାସ ହେଉଛି ଭୁଲିଯିବା। ଏକ ଚାଟ ଶୋ’ରେ ରୋହିତ ଶର୍ମା ଏବଂ ତାଙ୍କ ସ୍ତ୍ରୀ ରିତିକା ଉପସ୍ଥିତ ଥିଲେ। ଶୋ’ରେ ରୋହିତ ଶର୍ମାଙ୍କ ଭୁଲିଯିବା ବିଷୟରେ ରିତିକା ହିଁ ପ୍ରକାଶ କରିଥିଲେ। ଶୋ’ରେ ସେ କହିଥିଲେ ଯେ, ରୋହିତ ମଧ୍ୟ ତାଙ୍କ ବିବାହ ମୁଦିକୁ ଥରେ ଭୁଲି ଯାଇଥିଲେ। ଏହା ପରେ ରୋହିତ ଶର୍ମା ଏହି ଘଟଣାର ଖୁଲାସା କରିଥିଲେ। ସେ କହିଥିଲେ, ବିବାହ ପରେ ନୂଆ ନୂଆ ମୁଦି ପିନ୍ଧୁଥିଲି। ଏହାକୁ ପିନ୍ଧିବାରେ ଅଭ୍ୟସ୍ତ ନ ଥିଲି। ବିବାହ ପରେ ଦଳ ସହ ପ୍ରଥମ ଗସ୍ତରେ ଯାଇଥିଲି। ବିଳମ୍ବରେ ଉଠିବା ଏବଂ ପରେ ବିମାନବନ୍ଦର ପାଇଁ ଦୌଡିବା ମୋର ବହୁତ ଖରାପ ଅଭ୍ୟାସ। ମୁଁ ସବୁବେଳେ ମୋର ସହକର୍ମୀମାନଙ୍କୁ କହିଥାଏ ଯେ, ଯେତେବେଳେ ଟ୍ରେନିଂ କିମ୍ବା ବିମାନବନ୍ଦର ଯିବ ସେତେବେଳେ ମୋ ରୁମ୍‌ କବାଟ ବାଡେଇ ମୋତେ ଡାକିଦେବ। ସେଦିନ ତାହା ହୋଇ ନ ଥିଲା। ମୁଁ ବିଳମ୍ବରେ ଉଠି ହଠାତ୍‌ ଚାଲିଗଲି। ତାପରେ ଉମେଶ ଯାଦବ ମୋ ପାଖ ଦେଇ ଗଲେ ଏବଂ ମୁଁ ତାଙ୍କ ହାତରେ ବିବାହ ମୁଦି ଦେଖିଲି। ତେଣୁ ମୁଁ କହିଲି – ଓ ଶିଟ୍‌ … ମୁଦି। ମୁଁ ଭଜୁ ପା’(ହରଭଜନ ସିଂ)ଙ୍କୁୁ ଏ ବିଷୟରେ କହିଲି ଯେ, ତୁମର ହୋଟେଲରେ ପରିଚୟ ଥିବା ବ୍ୟକ୍ତିଙ୍କୁ ପଚାର ହୋଟେଲରେ ମୁଁ ମୁଦି ଛାଡିଦେଇ ଆସିଛି, ସେ ଦେଖିବେ। ଧୀରେ ଧୀରେ ଏକଥା ସମସ୍ତେ ଜାଣିବାକୁ ପାଇଲେ। ତା’ପରେ ଏହାକୁ ନେଇ ବିରାଟ କୋହଲି ସେଦିନର ବଡ଼ ଖବର କରି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେତେ ପଢ଼ିଛନ୍ତି ଫେମସ ୟୁଟ୍ୟୁବର ଧ୍ରୁବ ରାଠୀ? ନେଟ୍ ୱର୍ଥ ଶୁଣିଲେ ଉଡ଼ିଯିବ ହୋସ୍

ଗତ କିଛି ବର୍ଷ ମଧ୍ୟରେ ଧ୍ରୁବ ରାଠିଙ୍କ ନାମ ଭାରତୀୟ ସୋସିଆଲ ମିଡିଆ ଜଗତରେ ଅଧିକ ଲୋକପ୍ରିୟ ହୋଇଛି। ପ୍ରାରମ୍ଭିକ ଦିନରେ ଟ୍ରାଭେଲ ଭିଡିଓ ଯୋଗୁଁ ଫେମସ…

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!

ନୂଆଦିଲ୍ଲୀ,୯ା୧୦: ଦେଶର ବିଭିନ୍ନ ସ୍ଥାନରେ ୫ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ ହୋଇଥିଲା । ଆଜି ଭୋଟ ଗଣତି ଚାଲିଥିବା ବେଳେ, ଟ୍ରେଣ୍ଡ…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?