Posted inଖେଳ

ବିବାହ ମୁଦି କଥା ଭୁଲି ଯାଇଥିଲେ ରୋହିତ୍‌ ଶର୍ମା: କୋହଲି ଦେଲେ ବଡ଼ ଖବର

ଭାରତୀୟ କ୍ରିକେଟ ଦଳ ସହ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର୍‌ ଫାଇନାଲ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି ଷ୍ଟାର୍‌ କ୍ରିକେଟର୍‌ ରୋହିତ ଶର୍ମା। ଜୁନ ୧୮ରୁ ୨୨ ପର୍ଯ୍ୟନ୍ତ ସାଉଥମ୍ପଟନରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ଖେଳାଯିବ। ହିଟ୍‌ମ୍ୟାନ ଅନ୍ତର୍ଜାତୀୟ କ୍ରିକେଟରେ ଏକ ବଡ ନାମ। କିନ୍ତୁ ୨୦୦୭ରୁ ୨୦୧୨ ମଧ୍ୟରେ ତାଙ୍କ କ୍ୟାରିୟର ବିଶେଷ ନ ଥିଲା। କିନ୍ତୁ ସେ ଓପନର୍‌ ଭାବରେ ଆରମ୍ଭ କରିବା ମାତ୍ରେ ତାଙ୍କ କ୍ୟାରିଅର୍‌ ଗତି କରିଥିଲା। ରିତିକା ସଜଦେହଙ୍କ ସହ ବିବାହ ପରେ ତାଙ୍କ କ୍ୟାରିଅର୍‌ କ୍ରମାଗତ ଭାବରେ ଉପରକୁ ଉଠିଥିଲା। ରୋହିତ ଶର୍ମା ଏବଂ ରିତିକା ସଜଦେହ ୨୦୧୫ରେ ବିବାହ କରିଥିଲେ। ୨୦୧୮ରେ, ଏହି ଦମ୍ପତି ଏକ ଝିଅର ମାତାପିତା ହୋଇଥିଲେ। ୩୪ ବର୍ଷୀୟ ରୋହିତ ଶର୍ମା ଟିମ ଇଣ୍ଡିଆର ମୁଖ୍ୟ ଖେଳାଳି। ଏହା ସହିତ ସେ ଜଣେ ଭଲ ସ୍ବାମୀ ଏବଂ ପିତା ମଧ୍ୟ, କିନ୍ତୁ ତାଙ୍କର ଏକ ଖରାପ ଅଭ୍ୟାସ ଅଛି ଏବଂ ସେହି ଅଭ୍ୟାସ ହେଉଛି ଭୁଲିଯିବା। ଏକ ଚାଟ ଶୋ’ରେ ରୋହିତ ଶର୍ମା ଏବଂ ତାଙ୍କ ସ୍ତ୍ରୀ ରିତିକା ଉପସ୍ଥିତ ଥିଲେ। ଶୋ’ରେ ରୋହିତ ଶର୍ମାଙ୍କ ଭୁଲିଯିବା ବିଷୟରେ ରିତିକା ହିଁ ପ୍ରକାଶ କରିଥିଲେ। ଶୋ’ରେ ସେ କହିଥିଲେ ଯେ, ରୋହିତ ମଧ୍ୟ ତାଙ୍କ ବିବାହ ମୁଦିକୁ ଥରେ ଭୁଲି ଯାଇଥିଲେ। ଏହା ପରେ ରୋହିତ ଶର୍ମା ଏହି ଘଟଣାର ଖୁଲାସା କରିଥିଲେ। ସେ କହିଥିଲେ, ବିବାହ ପରେ ନୂଆ ନୂଆ ମୁଦି ପିନ୍ଧୁଥିଲି। ଏହାକୁ ପିନ୍ଧିବାରେ ଅଭ୍ୟସ୍ତ ନ ଥିଲି। ବିବାହ ପରେ ଦଳ ସହ ପ୍ରଥମ ଗସ୍ତରେ ଯାଇଥିଲି। ବିଳମ୍ବରେ ଉଠିବା ଏବଂ ପରେ ବିମାନବନ୍ଦର ପାଇଁ ଦୌଡିବା ମୋର ବହୁତ ଖରାପ ଅଭ୍ୟାସ। ମୁଁ ସବୁବେଳେ ମୋର ସହକର୍ମୀମାନଙ୍କୁ କହିଥାଏ ଯେ, ଯେତେବେଳେ ଟ୍ରେନିଂ କିମ୍ବା ବିମାନବନ୍ଦର ଯିବ ସେତେବେଳେ ମୋ ରୁମ୍‌ କବାଟ ବାଡେଇ ମୋତେ ଡାକିଦେବ। ସେଦିନ ତାହା ହୋଇ ନ ଥିଲା। ମୁଁ ବିଳମ୍ବରେ ଉଠି ହଠାତ୍‌ ଚାଲିଗଲି। ତାପରେ ଉମେଶ ଯାଦବ ମୋ ପାଖ ଦେଇ ଗଲେ ଏବଂ ମୁଁ ତାଙ୍କ ହାତରେ ବିବାହ ମୁଦି ଦେଖିଲି। ତେଣୁ ମୁଁ କହିଲି – ଓ ଶିଟ୍‌ … ମୁଦି। ମୁଁ ଭଜୁ ପା’(ହରଭଜନ ସିଂ)ଙ୍କୁୁ ଏ ବିଷୟରେ କହିଲି ଯେ, ତୁମର ହୋଟେଲରେ ପରିଚୟ ଥିବା ବ୍ୟକ୍ତିଙ୍କୁ ପଚାର ହୋଟେଲରେ ମୁଁ ମୁଦି ଛାଡିଦେଇ ଆସିଛି, ସେ ଦେଖିବେ। ଧୀରେ ଧୀରେ ଏକଥା ସମସ୍ତେ ଜାଣିବାକୁ ପାଇଲେ। ତା’ପରେ ଏହାକୁ ନେଇ ବିରାଟ କୋହଲି ସେଦିନର ବଡ଼ ଖବର କରି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ...

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri