ଜାମୁନିରେ ଯୁବକଙ୍କୁ ବିଭତ୍ସ ଭାବେ ହାଣି ହତ୍ୟା , ସାଇଣ୍ଟିଫିକ ଟିମ୍ ସହ ପୋଲିସର ତଦନ୍ତ, ଖଣ୍ଡା-ଠେଙ୍ଗା-ଯୋତା ଜବତ

ପୁରୁଷୋତ୍ତମପୁର,୮/୬(ଡିଏନ୍ଏ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ପୁର ଥାନା ଅନ୍ତର୍ଗତ ଜାମୁନି ଗ୍ରାମରେ ମଙ୍ଗଳବାର ରାତ୍ରରେ ଦୁଇ ଜଣ ଯୁବକଙ୍କୁ  ଆକ୍ରମଣ କରାଯାଇଛି। ଏଥିରେ ଯୋଗେଶ ବେହେରା (୨୪)ଙ୍କୁ ବିଭତ୍ସ ଭାବେ ହାଣି ଘଟଣା ସ୍ଥଳରେ ହତ୍ୟା କରାଯାଇଛି। ଅନ୍ୟ ଜଣେ ଯୁବକ ଅଜିତ କୁମାର ପାଣିଗ୍ରାହୀଙ୍କୁ ନିର୍ମମ ଭାବେ ହଣାଯାଇଛି। ଏହାର ଖବରପାଇ ପୁରୁଷୋତ୍ତମ ପୁର ଆଇଆଇସି ପ୍ରିୟୁସ ରଞ୍ଜନ ଛୋଟରାୟ ସଦଳବଳେ  ଘଟଣା ସ୍ଥଳକୁ ଯାଇ ଆହତଙ୍କୁ  ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ  ବ୍ରହ୍ମପୁର ବଡ ମେଡିକାଲକୁ ପଠାଇବା ସହ ମୃତଦେହକୁ ଜବତ କରି ବ୍ୟବଛେଦ ନିମନ୍ତେ ଏଫଏମଟି ବ୍ରହ୍ମପୁରକୁ ପଠାଇଛନ୍ତି ।
ବୁଧବାର ସକାଳୁ ଗଞ୍ଜାମ ଅତିରିକ୍ତ ଏସପି ବିଜୟ କୁମାର ମଲ୍ଲିକ, ପୁରୁଷୋତ୍ତମପୁର ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ, କବିସୂର୍ୟ୍ଯନଗର ଆଇଆଇସି ପ୍ରଭାତ କୁମାର ସାହୁ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ମାଧ୍ୟମରେ  ତଦନ୍ତ କରିଛନ୍ତି।  ଘଟଣା ସ୍ଥଳରେ ପଡିଥିବା ରକ୍ତ , ଯୋତା,ଓ ବାଉଁଶ ଠେଙ୍ଗାକୁ ଭିତିକରି ସନ୍ଧାନୀ କୁକୁର କିଛି ଅଭିଯୁକ୍ତଙ୍କ ଘରକୁ ଚିହ୍ନଟ କରିଛି।   ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ବେଳେ ସେମାନଙ୍କ ଘରକୁ ଯାଇ ପୋଲିସ ତଦନ୍ତ କରିବା ସହ କିଛି ବ୍ୟକ୍ତିଙ୍କୁ  ଆଣି ପଚରାଉଚରା କରିବାରେ ଲାଗିଛନ୍ତି। ଖବର ଲେଖା ସୁଧା ଥାନାରେ ଲିଖିତ ଅଭିଯୋଗ ହୋଇନଥିବା ବେଳେ ପୋଲିସ ଘଟଣାକୁ ଗୁରୁତ୍ୱଦେଇ ନିଜଆଡୁ କେସ୍ ନଂ ୩୧୪/୨୨ କରି ତଦନ୍ତକୁ ଆଗେଇ ନେଇଛନ୍ତି।
ଏହାର ପ୍ରକୃତ ଘଟଣା ଜଣାପଡିନଥିବା ବେଳେ ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ଏଠାରେ ରାଜନୈତିକ ହିଂସା ଲାଗିରହିଥିବା ବେଳେ ବର୍ତ୍ତମାନ ଚାଲିଥିବା  ସମବାୟ ସମିତି ନିର୍ବାଚନକୁ ନେଇ ଗତ ମାସ ୩୦ ତାରିଖ ରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଏଥିନେଇ ଦୁଇଟି କେସ୍ ହୋଇଥିଲା। ଏହି ରାଜନୈତିକତା ଶତୃତାରୁ ହତ୍ୟା କାଣ୍ଡ ଘଟିଥିବା କିଛି ବ୍ୟକ୍ତି କହିଥିବା ବେଳେ ଆଉ କିଛି ବ୍ଯକ୍ତି ମଙ୍ଗଳବାର ପାନୀୟ ଜଳ ଯୋଗାଣ କୁ ନେଇ ପାଟିତୁଣ୍ଡ ହୋଇଥିଲା ତେଣୁ ଏହିକୁ ନେଇ ହତ୍ୟା କରାଯାଇଥିବାର କହିଛନ୍ତି। ଅପର ପକ୍ଷରେ ମୃତକଙ୍କ  ମା କହିଛନ୍ତି ଯେ ଗତ କିଛି ଦିନ ତଳେ ସରପଞ୍ଚଙ୍କୁ ଗ୍ରାମର କିଛି ବ୍ୟକ୍ତି ଆକ୍ରମଣ କରିବା ବେଳେ ତାଙ୍କ ପୁଅ ଛଡାଇଥିଲେ । ଏଣୁ ଏହାକୁ ରାଗରଖି ହତ୍ୟା କରାଯାଇଥିବାର କହିଛନ୍ତି। ଏହି ସମସ୍ତ ମତାମତ ଓ ଘଟଣାର ପାରିପାର୍ଶ୍ବିକ ପରିସ୍ଥିତି କୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି। ଏହାକୁ ନେଇ ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ କହିଛନ୍ତି ଯେ ଘଟଣାର ତଦନ୍ତ ଚାଲିଛି।
ମିଳିଥିବା ସୂଚନା ଅନୁଯାୟୀ ରାତ୍ରରେ ଏହି ଦୁଇ ଜଣ ଯୁବକ ମୋଟର ସାଇକେଲ ଯୋଗେ ନନ୍ଦିକଗ୍ରାମରୁ ଯାତ୍ରା ଦେଖି ଫେରୁଥିବା ବେଳେ ପୂର୍ବ ଶତତାକୁ ନେଇ କିଛି ବ୍ୟକ୍ତି ସଂଘବଦ୍ଧଭାବେ ଆକ୍ରମଣ କରିଥିଲେ। ଏଥିରେ ଘଟଣା ସ୍ଥଳରେ ଜଣକ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଗ୍ରାମରେ କୌଣସି ବ୍ୟକ୍ତିମାନେ ମୁହଁ ଖୋଲୁନଥିବା ବେଳେ କିଛି ବ୍ୟକ୍ତିଙ୍କ କହିବା ଘଟଣା ପ୍ରକାରେ ତଦନ୍ତ କରାଯାଉଛି। ଅତିଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଆଇଆଇସି କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri