ଜାମୁନିରେ ଯୁବକଙ୍କୁ ବିଭତ୍ସ ଭାବେ ହାଣି ହତ୍ୟା , ସାଇଣ୍ଟିଫିକ ଟିମ୍ ସହ ପୋଲିସର ତଦନ୍ତ, ଖଣ୍ଡା-ଠେଙ୍ଗା-ଯୋତା ଜବତ

ପୁରୁଷୋତ୍ତମପୁର,୮/୬(ଡିଏନ୍ଏ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ପୁର ଥାନା ଅନ୍ତର୍ଗତ ଜାମୁନି ଗ୍ରାମରେ ମଙ୍ଗଳବାର ରାତ୍ରରେ ଦୁଇ ଜଣ ଯୁବକଙ୍କୁ  ଆକ୍ରମଣ କରାଯାଇଛି। ଏଥିରେ ଯୋଗେଶ ବେହେରା (୨୪)ଙ୍କୁ ବିଭତ୍ସ ଭାବେ ହାଣି ଘଟଣା ସ୍ଥଳରେ ହତ୍ୟା କରାଯାଇଛି। ଅନ୍ୟ ଜଣେ ଯୁବକ ଅଜିତ କୁମାର ପାଣିଗ୍ରାହୀଙ୍କୁ ନିର୍ମମ ଭାବେ ହଣାଯାଇଛି। ଏହାର ଖବରପାଇ ପୁରୁଷୋତ୍ତମ ପୁର ଆଇଆଇସି ପ୍ରିୟୁସ ରଞ୍ଜନ ଛୋଟରାୟ ସଦଳବଳେ  ଘଟଣା ସ୍ଥଳକୁ ଯାଇ ଆହତଙ୍କୁ  ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ  ବ୍ରହ୍ମପୁର ବଡ ମେଡିକାଲକୁ ପଠାଇବା ସହ ମୃତଦେହକୁ ଜବତ କରି ବ୍ୟବଛେଦ ନିମନ୍ତେ ଏଫଏମଟି ବ୍ରହ୍ମପୁରକୁ ପଠାଇଛନ୍ତି ।
ବୁଧବାର ସକାଳୁ ଗଞ୍ଜାମ ଅତିରିକ୍ତ ଏସପି ବିଜୟ କୁମାର ମଲ୍ଲିକ, ପୁରୁଷୋତ୍ତମପୁର ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ, କବିସୂର୍ୟ୍ଯନଗର ଆଇଆଇସି ପ୍ରଭାତ କୁମାର ସାହୁ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ମାଧ୍ୟମରେ  ତଦନ୍ତ କରିଛନ୍ତି।  ଘଟଣା ସ୍ଥଳରେ ପଡିଥିବା ରକ୍ତ , ଯୋତା,ଓ ବାଉଁଶ ଠେଙ୍ଗାକୁ ଭିତିକରି ସନ୍ଧାନୀ କୁକୁର କିଛି ଅଭିଯୁକ୍ତଙ୍କ ଘରକୁ ଚିହ୍ନଟ କରିଛି।   ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ବେଳେ ସେମାନଙ୍କ ଘରକୁ ଯାଇ ପୋଲିସ ତଦନ୍ତ କରିବା ସହ କିଛି ବ୍ୟକ୍ତିଙ୍କୁ  ଆଣି ପଚରାଉଚରା କରିବାରେ ଲାଗିଛନ୍ତି। ଖବର ଲେଖା ସୁଧା ଥାନାରେ ଲିଖିତ ଅଭିଯୋଗ ହୋଇନଥିବା ବେଳେ ପୋଲିସ ଘଟଣାକୁ ଗୁରୁତ୍ୱଦେଇ ନିଜଆଡୁ କେସ୍ ନଂ ୩୧୪/୨୨ କରି ତଦନ୍ତକୁ ଆଗେଇ ନେଇଛନ୍ତି।
ଏହାର ପ୍ରକୃତ ଘଟଣା ଜଣାପଡିନଥିବା ବେଳେ ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ଏଠାରେ ରାଜନୈତିକ ହିଂସା ଲାଗିରହିଥିବା ବେଳେ ବର୍ତ୍ତମାନ ଚାଲିଥିବା  ସମବାୟ ସମିତି ନିର୍ବାଚନକୁ ନେଇ ଗତ ମାସ ୩୦ ତାରିଖ ରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଏଥିନେଇ ଦୁଇଟି କେସ୍ ହୋଇଥିଲା। ଏହି ରାଜନୈତିକତା ଶତୃତାରୁ ହତ୍ୟା କାଣ୍ଡ ଘଟିଥିବା କିଛି ବ୍ୟକ୍ତି କହିଥିବା ବେଳେ ଆଉ କିଛି ବ୍ଯକ୍ତି ମଙ୍ଗଳବାର ପାନୀୟ ଜଳ ଯୋଗାଣ କୁ ନେଇ ପାଟିତୁଣ୍ଡ ହୋଇଥିଲା ତେଣୁ ଏହିକୁ ନେଇ ହତ୍ୟା କରାଯାଇଥିବାର କହିଛନ୍ତି। ଅପର ପକ୍ଷରେ ମୃତକଙ୍କ  ମା କହିଛନ୍ତି ଯେ ଗତ କିଛି ଦିନ ତଳେ ସରପଞ୍ଚଙ୍କୁ ଗ୍ରାମର କିଛି ବ୍ୟକ୍ତି ଆକ୍ରମଣ କରିବା ବେଳେ ତାଙ୍କ ପୁଅ ଛଡାଇଥିଲେ । ଏଣୁ ଏହାକୁ ରାଗରଖି ହତ୍ୟା କରାଯାଇଥିବାର କହିଛନ୍ତି। ଏହି ସମସ୍ତ ମତାମତ ଓ ଘଟଣାର ପାରିପାର୍ଶ୍ବିକ ପରିସ୍ଥିତି କୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି। ଏହାକୁ ନେଇ ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ କହିଛନ୍ତି ଯେ ଘଟଣାର ତଦନ୍ତ ଚାଲିଛି।
ମିଳିଥିବା ସୂଚନା ଅନୁଯାୟୀ ରାତ୍ରରେ ଏହି ଦୁଇ ଜଣ ଯୁବକ ମୋଟର ସାଇକେଲ ଯୋଗେ ନନ୍ଦିକଗ୍ରାମରୁ ଯାତ୍ରା ଦେଖି ଫେରୁଥିବା ବେଳେ ପୂର୍ବ ଶତତାକୁ ନେଇ କିଛି ବ୍ୟକ୍ତି ସଂଘବଦ୍ଧଭାବେ ଆକ୍ରମଣ କରିଥିଲେ। ଏଥିରେ ଘଟଣା ସ୍ଥଳରେ ଜଣକ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଗ୍ରାମରେ କୌଣସି ବ୍ୟକ୍ତିମାନେ ମୁହଁ ଖୋଲୁନଥିବା ବେଳେ କିଛି ବ୍ୟକ୍ତିଙ୍କ କହିବା ଘଟଣା ପ୍ରକାରେ ତଦନ୍ତ କରାଯାଉଛି। ଅତିଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଆଇଆଇସି କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଭାରତ ବିପକ୍ଷରେ ନୂଆ ରୂପରେ ନଜର ଆସିବେ କିୱି ଖେଳାଳି

ନୂଆଦିଲ୍ଲୀ,୧୧।୧୦: ଭାରତ ବିପକ୍ଷ ODI ସିରିଜ ସମୟରେ ନ୍ୟୁଜିଲ୍ୟାଣ୍ଡ ଦଳ ଏକ ସ୍ବତନ୍ତ୍ର ଜର୍ସି ପିନ୍ଧିବ। ନ୍ୟୁଜିଲ୍ୟାଣ୍ଡ ନିକଟରେ ଏହି ODI ସିରିଜ ପାଇଁ ନିଜ ଦଳ…

ଆସିଲା କଡ଼ା ନିୟମ: ସୋସିଆଲ ମିଡିଆକୁ ମନଇଚ୍ଛା କରିପାରିବେନି ବ୍ୟବହାର, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୧୧ା୧୦: ଡାକ୍ତର ଓ ହସ୍ପିଟାଲ ପାଇଁ କଡ଼ା ନିୟମ ଆଣିଛି ନ୍ୟାଶନାଲ ମେଡିକାଲ କମିଶନ(NMC)। ଏନ୍‌ଏମ୍‌ସି ଦ୍ୱାରା ଜାରି ହୋଇଥିବା କଡ଼ା ନିୟମ ଅନୁଯାୟୀ, ଦେଶର ଡାକ୍ତର…

କିଏ ସେହି ଖେଳାଳି ଯାହାଙ୍କୁ ନେଇ ବୀରେନ୍ଦ୍ର ସେହୱାଗ କହିଲେ ଏତେ ବଡ଼ କଥା; ସବୁଠି ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧୦: ଭାରତୀୟ କ୍ରିକେଟରେ ଏପରି କେତେଜଣ ବ୍ୟାଟର ଅଛନ୍ତି ଯେଉଁମାନେ ପଡ଼ିଆରେ ପାଦ ଦେବା ମାତ୍ରେ ବୋଲରଙ୍କୁ ଚ୍ୟାଲେଞ୍ଜ ଦେବା ଆରମ୍ଭ କରନ୍ତି। ନିଜର ସମ୍ପୂର୍ଣ୍ଣ କ୍ୟାରିୟର…

‘ନା ବାରିକେଡ ଲଗାଇପାରିବେ, ନା ଇଣ୍ଟରନେଟ ବନ୍ଦ କରିପାରିବେ’: CJP ବିକ୍ଷୋଭ ମାମଲାରେ ଦିଲ୍ଲୀ ପୋଲିସକୁ ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟରେ ଆଜି CJP ବିକ୍ଷୋଭ (ପ୍ରୋଟେଷ୍ଟ) ସମ୍ପର୍କିତ ଆବେଦନଗୁଡ଼ିକର ଶୁଣାଣି ହୋଇଛି, ଯେଉଁଥିରେ ବିକ୍ଷୋଭ କାରଣରୁ ମେଟ୍ରୋ ଏବଂ ଟ୍ରେନ ସେବା ବନ୍ଦ ରଖିବା ନିର୍ଦ୍ଦେଶକୁ…

‘ମୋତେ ଗିରଫ ନୁହେଁ ଅପହରଣ କରାଯାଇଥିଲା…’ ମୁକୁଳିବା ପରେ ପାର୍ସପୋର୍ଟ ଦେଖାଇ ବଡ଼ କଥା କହିଲେ…

ନୂଆଦିଲ୍ଲୀ: ‘କକ୍ରୋଚ୍ ଜନତା ପାର୍ଟି’ (CJP) ର ବିରୋଧ ପ୍ରଦର୍ଶନରେ ଯୋଗଦେବାକୁ ଆସିଥିବା ୟୁଟ୍ୟୁବର୍ ଧ୍ରୁବ ରାଠୀଙ୍କୁ ପୋଲିସ ହାଜତରୁ ଛାଡ଼ିଦିଆଯାଇଛି। ଗତକାଲି ବିଳମ୍ବିତ ରାତିରେ ପୋଲିସ…

ଗାଧୋଇବାକୁ ଯାଇ ଘାଇରେ ବୁଡ଼ିଗଲେ ଯୁବକ, ଦୀର୍ଘ ୮ ଘଣ୍ଟାର କସରତ ପରେ…

ମୋହନା,୧୧ା୧୦(ମନ୍ମଥ ମିଶ୍ର): ଗାଧୋଇବାକୁ ଯାଇ ଘାଇରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଆର ଉଦୟଗିରି ଥାନା ଅନ୍ତର୍ଗତ…

ବଡ଼ ସର୍ତ୍ତ ସହ ଅଭିଜିତ ଦୀପକେ, ସୌରଭ ଦାସ,ଆଶୁତୋଷ ରଙ୍କାଙ୍କୁ ମୁକ୍ତ କରାଯାଇଛି, ଜାଣନ୍ତୁ ଏହା କ’ଣ

ନୂଆଦିଲ୍ଲୀ,୧୧।୧୦: ‘କକରୋଚ ଜନତା ପାର୍ଟି’ (CJP)ର ନେତା ଅଭିଜିତ ଦୀପକେ, ସୌରଭ ଦାସ ଏବଂ ଆଶୁତୋଷ ରଙ୍କାଙ୍କୁ ମୁକ୍ତ କରାଯାଇଛି। ତେବେ, ସେମାନଙ୍କ ମୁକ୍ତି ଏକ ସର୍ତ୍ତ…

ଆଜି ଅତାବିରା ଆସୁଛନ୍ତି ରାଜ୍ୟପାଳ: ଶିକ୍ଷା ଓ ସାଂସ୍କୃତିକ କ୍ଷେତ୍ରରେ ନୂଆ ଅଧ୍ୟାୟର କରିବେ ଶୁଭାରମ୍ଭ

ଅତାବିରା,୧୧ା୧୦(ଯୁଧିଷ୍ଠିର ମହାପାତ୍ର): ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପାଟି ରବିବାର ବରଗଡ଼ ଜିଲାର ଅତାବିରା ଗସ୍ତରେ ଆସୁଥିବାରୁ ଅଞ୍ଚଳରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି। ରାଜ୍ୟପାଳଙ୍କ ଗସ୍ତକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?