ଶିଳ୍ପାଙ୍କୁ ମିଳିଥିଲା ୧୦୦ କୋଟି ଟଙ୍କାର ଭାଲେଣ୍ଟାଇନ୍ସ ଡେ’ ଉପହାର

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଆଜି ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ୯୦ ଦଶକର ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ତାଲିକାରେ ଶିଳ୍ପା ଥିଲେ ଅନ୍ୟତମ। ତାଙ୍କ ଫିଲ୍ମ କ୍ୟାରିୟରରେ ଏପର୍ଯ୍ୟନ୍ତ ଏକରୁ ଅଧିକ ହିଟ ଦେଇଛନ୍ତି। ଶିଳ୍ପାଙ୍କ ପ୍ରେମ ଜୀବନ କାହାଣୀ ଏକ ଫିଲ୍ମ କାହାଣୀଠାରୁ କମ ନୁହେଁ। ଏକଦା ଅଭିନେତା ଅକ୍ଷୟ କୁମାରଙ୍କ ପ୍ରେମରେ ପଡିଥିବା ଶିଳ୍ପା ଶେଷରେ ବ୍ୟବସାୟୀ ରାଜ୍‌ କୁନ୍ଦ୍ରାଙ୍କୁ ବିବାହ କରିଥିଲେ। ୨୦୦୯, ନଭେମ୍ବର ୨୨ରେ ଉଭୟ ବିବାହ କରିଥିଲେ।
ଏହାପୂର୍ବରୁ ରାଜ କୁନ୍ଦ୍ରା ଶିଳ୍ପା ସେଟ୍ଟୀଙ୍କୁ ୧୦୦ କୋଟି ଟଙ୍କାରେ ଆଇପିଏଲ ଦଳ କିଣି ଭାଲେଣ୍ଟାଇନ୍ସ ଡେ’ ଉପହାର ଭାବରେ ଦେଇଥିଲେ। ୨୦୦୯ରେ, ରାଜ ଏବଂ ଶିଳ୍ପା ରାଜସ୍ଥାନ ରୟାଲ୍ସ ଦଳର ସହ-ମାଲିକ ହୋଇଥିଲେ। ଶିଳ୍ପାଙ୍କୁ ଭାଲେଣ୍ଟାଇନ୍ସ ଡେ’ ଉପହାର ରୂପେ ଦେବା ପାଇଁ ରାଜ ଏହି ଦଳ କିଣିଥିଲେ। ସେତେବେଳେ ଶିଳ୍ପା ଏକ ମିଡିଆ ସାକ୍ଷାତକାରରେ କହିଥିଲେ ଯେ, ଏହା ରାଜଙ୍କ ବୁଦ୍ଧିମାନ ବ୍ୟବସାୟ ରଣନୀତିର ଏକ ଅଂଶ। ରାଜସ୍ଥାନ ରୟାଲ୍ସ ଶିଳ୍ପାଙ୍କ ପାଇଁ ଭାଲେଣ୍ଟାଇନ୍ସ ଡେ’ ଉପହାର ଏବଂ ସେ ଏହି ଉପହାରରେ ଖୁସି ଅଛନ୍ତି କି? ଏହି ପ୍ରଶ୍ନର ଉତ୍ତରରେ ଶିଳ୍ପା କହିଥିଲେ, ଏହା ଏକ ମହଙ୍ଗା ଉପହାର, ମୁଁ ବହୁତ ଖୁସି ହେବା ଉଚିତ୍‌। ଏହା କହି ଅଭିନେତ୍ରୀ ଜୋରରେ ହସିବାକୁ ଲାଗିଲେ। ଏଥି ସହିତ ରାଜ ମଧ୍ୟ କହିଥିଲେ, ଉପହାର ମୋ ପକ୍ଷରୁ ନୁହେଁ, ଏହା ମଧ୍ୟ ତାଙ୍କ (ଶିଳ୍ପା) ପକ୍ଷରୁ ଆସିଛି। ତେଣୁ ଏହା ଆମ ଦୁହିଁଙ୍କ ପାଇଁ ପାରସ୍ପରିକ ଉପହାର ଏବଂ ମୁଁ ନିଶ୍ଚିତ ଯେ ଭାଲେଣ୍ଟାଇନ୍ସ ଡେ’ରେ ଆମ ଦୁହିଁଙ୍କ ପାଇଁ ଏହା ସବୁଠାରୁ ମହଙ୍ଗା ଉପହାର।


Enter your email to get our daily news in your inbox.

All Right Reserved By Dharitri.Com

ନିଜଠାରୁ ୩୦ ବର୍ଷ ବଡ ବ୍ୟକ୍ତିଙ୍କୁ ବିବାହ କରିଥିଲେ ଏହି ପ୍ରସିଦ୍ଧ କୋରିଓଗ୍ରାଫର୍‌

ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନ ନଭେମ୍ବର ୨୨ ଅର୍ଥାତ୍‌ ଆଜି ଜନ୍ମଗ୍ରହଣ କରିଥିଲେ। ସେ ୨୦୦୦ରୁ ଅଧିକ ଗୀତ କୋରିଓଗ୍ରାଫି କରିଥିଲେ। ମାଧୁରୀ ଦୀକ୍ଷିତ,...

ଏହି ମିଷ୍ଟ୍ରି ଗର୍ଲଙ୍କ ପ୍ରେମରେ ମୁନାଓ୍ବାର ଫାରୁକି

ବମ୍ବେ: ଲକ୍‌ ଅପ୍‌ ଶୋ’ ଜିତିବା ପରେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ମୁନାଓ୍ବାର ଫାରୁକି। ପ୍ରଥମେ ଶୋ’ର ସଫଳତାକୁ ନେଇ ଦିଆଯାଇଥିବା ପାର୍ଟିରେ...

ପ୍ରଥମ ଫିଲ୍ମ ହିଟ୍‌ ସତ୍ୱେ ଲାଇମଲାଇଟରୁ ଦୂରେଇ ଯାଇଥିଲେ ଏହି ଲୋକ ପ୍ରିୟ ଅଭିନେତା

ଏକଦା ବଲିଉଡର ହ୍ୟାଣ୍ଡସମ ହିରୋ ଥିବା ପ୍ରିୟାଂଶୁ ଚାଟାର୍ଜୀ ୨୦୦୧ରେ ‘ତୁମ ବିନ’ ଫିଲ୍ମରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ତାଙ୍କର ପ୍ରଥମ ଫିଲ୍ମରୁୁ ସେ ରୋମାଣ୍ଟିକ...

ଭୂକମ୍ପରେ ଫଶିଗଲେ ସଲମାନଙ୍କ ଗର୍ଲଫ୍ରେଣ୍ଡ

ବଲିଉଡର ଭାଇଜାନ ସଲମାନ ଖାନଙ୍କ ତଥାକଥିତ ଗର୍ଲଫ୍ରେଣ୍ଡ ଲୁଲିଆ ଭନ୍ତୁର ଭୂକମ୍ପରେ ଫଶିଯାଇଛନ୍ତି। ମଙ୍ଗଳବାର ଇଣ୍ଡୋନେସିଆରେ ୫.୭ ତିବ୍ରତାର ଭୂକମ୍ପ ହୋଇଥିଲା। ଏହି ସମୟରେ ଲୁଲିଆ...

ଭାଇରାଲ ହେଉଛି ଭାମିକାଙ୍କ ଫଟୋ, ଏମିତି କହିଲେ ଅନୁଷ୍କା

ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଝିଅ ଭାମିକାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରବିବାର...

ରଣବୀର କିଣିଲେ ନୂଆ ଗାଡ଼ି, ମୂଲ୍ୟ ୩ କୋଟି

ମୁମ୍ବାଇ: ନୂଆ ଗାଡ଼ି କିଣିଛନ୍ତି ରଣବୀର ସିଂହ। ଯାହାକୁ ନେଇ ଏବେ ଚର୍ଚ୍ଚା। ଲାଲ ରଙ୍ଗର ଲମ୍ବୋରଗିନି ୟୁଆର୍‌ୟୁଏସ୍‌କୁ ଚଳାଉଥିବାର କିଛି ଫଟୋ ଏବେ ସୋସିଆଲ...

କେବିସି ମଞ୍ଚରେ ଭାବୁକ କଲା ଅର୍ପିତାଙ୍କ କାହାଣୀ: ଦିବ୍ୟାଙ୍ଗ ଶିଶୁଙ୍କ ଲାଗି କାମ କରିବାକୁ କଥା ଦେଲେ ଅମିତାଭ

ମୁମ୍ବାଇ: ଇତିମଧ୍ୟରେ ତୃତୀୟ ସପ୍ତାହରେ ପହଞ୍ଚିଛି ସୋନି ଚ୍ୟାନେଲରେ ପ୍ରସାରିତ ଶୋ’ ‘କୌନ ବନେଗା କରୋଡପତି’। ଖେଳ ଆରମ୍ଭର ପ୍ରଥମ ଦିନରୁ କେବିସି ଚର୍ଚ୍ଚାରେ ରହିଆସଥିବା...

ପଶ୍ଚିମବଙ୍ଗରେ ‘ଖେଳ ହେଲା’ କହିଲେ ଏହି ଅଭିନେତ୍ରୀ

କୋଲକାତା,୩।୫: ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତେବେ ଏହିସବୁ ରାଜ୍ୟରେ କିଏ ସରକାର ଗଢ଼ିବେ ସେନେଇ ଲୋକେ...

Advertisement
Archives

Model This Week