ଥାନା ଆଗରେ ଯୁବକଙ୍କୁ ଗୋଡ଼ାଇ ହାଣିଲେ

ବୋଲଗଡ଼,୧୮ା୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବୋଲଗଡ଼ ଥାନା ଆଗରେ ବୁଧବାର ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କେତେଜଣ ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରିଛନ୍ତି। ସେ ହେଲେ ଗୋବର୍ଦ୍ଧନପୁର ଗ୍ରାମର ବିଜୟ କୁମାର ପାହାଡ଼ସିଂହ ଓରଫ ବିଜୁ। ବିଜୟଙ୍କୁ ରକ୍ଷା କରିବାକୁ ଯାଇ ଏହି ଗ୍ରାମର ସୁଦାମ ମାଝୀ ଓ ବୁଲୁ ପ୍ରଧାନ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି। ଗୁରୁତର ଅବସ୍ଥାରେ ୩ଜଣଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ଗୁରୁବାର ବିଜୟଙ୍କ ସ୍ତ୍ରୀ ବବିତା ସାମଲଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା (ନଂ.୩୭/୨୨) ରୁଜୁକରି ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।
ମୁତାବକ, ବୁଧବାର ରାତିରେ ଗୋବର୍ଦ୍ଧନପୁର ଗ୍ରାମର ଜଣେ ଯୁବକ ଖଣ୍ଡା ଧରି ବିଜୟଙ୍କୁ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ। ଏହି ସମୟରେ କେତେଜଣ ଗ୍ରାମବାସୀ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ କାବୁ କରି ବୋଲଗଡ଼ ଥାନାକୁ ନେଉଥିଲେ। ୭ରୁ ୮ଜଣ ଦୁର୍ବୃତ୍ତ ବାଇକରେ ଆସି ହଠାତ୍‌ ଥାନା ଆଗରେ ବିଜୟଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ବୁଲୁ ଓ ସୁଦାମ ଛଡ଼ାଇବାକୁ ଉଦ୍ୟମ କରୁଥିବା ବେଳେ ଦୁର୍ବୃତ୍ତମାନେ ମଧ୍ୟ ସେମାନଙ୍କୁ ଖଣ୍ଡାରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ପରେ ଗ୍ରାମବାସୀ ସମ୍ପୃକ୍ତ ଯୁବକଙ୍କ କାବୁ କରି ଥାନାରେ ଜିମା ଦେଇଥିଲେ। ଥାନା ଅଧିକାରୀ ବିଦିତା ନାୟକ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଚିକିତ୍ସା ପାଇଁ ବୋଲଗଡ଼ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଏମ୍‌ସ ଓ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ଗୋବର୍ଦ୍ଧନପୁର ଗ୍ରାମରେ ଉତ୍ତେଜନା ଲାଗି ରହିଛି। ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚୁରା ଚଳାଇଥିବା ବେଳେ ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍‌ଲାଇନ୍‌ ଠକେଇର ଶିକାର ହେଲେ ଯନ୍ତ୍ରୀ

ଉମରକୋଟ,୯।୫(ସ୍ବ.ପ୍ର.): ଅନଲାଇନ୍‌ ଠକେଇର ଶିକାର ହୋଇଛନ୍ତି ଜଣେ ଯନ୍ତ୍ରୀ। ସେ ହେଲେ ଛତିଶଗଡ଼ ଦୁର୍ଗ୍‌ ଜିଲା ଅମ୍ଲେଶର ଏକେଏସ୍‌ ସ୍କାର୍ଟ ସିଟିର ଆଦିତ୍ୟ ମୋହନ ସିଂ।...

ଯୌତୁକ ଲାଗି ଝିଅକୁ ମାରିଦେଲେ

ବାସୁଦେବପୁର,୨୭।୧୨(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳରେ ଯୌତୁକ ଲାଗି ଜଣେ ବନବିବାହିତାଙ୍କୁ ହତ୍ୟା କରାଯାଇଛି। ସେ ହେଲେ ଗୀତା ମଲିକ। ଶ୍ୱଶୁରଘର ଲୋକେ ଝିଅଙ୍କୁ ହତ୍ୟା...

ରାହୁଲ ପି.ଆର୍‌ଙ୍କୁ ଝାରସୁଗୁଡ଼ା ଏସ୍‌ପି ଦାୟିତ୍ୱ

ଭୁବନେଶ୍ୱର,୨୮।୪(ବ୍ୟୁରୋ)- ୨୦୧୩ ବ୍ୟାଚ୍‌ର ଭାରତୀୟ ପୋଲିସ ସେବା(ଆଇପିଏସ୍‌) ଅଫିସର ରାହୁଲ ପି.ଆର୍‌ଙ୍କୁ ଝାରସୁଗୁଡ଼ା ଜିଲା ଏସ୍‌ପି ଭାବେ ନିଯୁକ୍ତି ମିଳିଛି। ରାହୁଲଙ୍କ ନିଯୁକ୍ତି ନେଇ ମୁଖ୍ୟମନ୍ତ୍ରୀଙ୍କ...

ରାଉରକେଲାରେ ମୃତଦେହ ଶୋଭାଯାତ୍ରାରେ ସାମିଲ ହେବା ଘଟଣା: ୫ଶହ ଲୋକଙ୍କ ନାମରେ ମାମଲା ରୁଜୁ କଲା ପୋଲିସ

ରାଉରକେଲା ଅଫିସ,୧୧।୬: ଗତ ୮ ତାରିଖରେ ରାଉରକେଲା ରେଲଓ୍ବେ କଲୋନିରେ ଏକ ହତ୍ୟାକାଣ୍ଡ ଘଟିଥିଲା। ମୃତକଙ୍କ ମୃତଦେହ ଶୋଭାଯାତ୍ରାରେ ୫ଶହରୁ ଅଧିକ ଲୋକ ସାମିଲ ହୋଇଥିଲେ।...

୩୧ କେନ୍ଦ୍ର ସମ୍ବେଦନଶୀଳ

ଅନୁଗୋଳ ଅଫିସ, ୮।୨ – ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆସନ୍ତା ଫେବୃୟାରୀ ୧୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ...

ପିପିଲି ଉପନିର୍ବାଚନ: ଅଧିକ ୭୭ ବୁଥ୍‌ ହେବ

ପୁରୀ ଅଫିସ,୧୩।୧୧: ଆଗକୁ ପିପିଲି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ। ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଏହି ଆସନ ଖାଲିପଡ଼ିଛି। ୬ମାସ ଭିତରେ ନିର୍ବାଚନ...

ପଙ୍ଗପାଳକୁ ନେଇ ଚିନ୍ତା ନ କରିବାକୁ କଳାହାଣ୍ଡି କୃଷି ବିଭାଗର ପରାମର୍ଶ

ଭବାନୀପାଟଣା,୩।୬(ଡି.ଏନ୍‌.ଏ.): ଦେଶ କରୋନା ସହ ଯୁଦ୍ଧ କରୁଥିବା ବେଳେ ଏବେ ପଙ୍ଗପାଳକୁ ନେଇ ଚିନ୍ତା ବଢ଼ୁଛି। ଯଦିଓ ଏଯାବତ୍‌ ପଙ୍ଗପାଳ ଓଡ଼ିଶାକୁ ପହଞ୍ଚତ୍ ନାହାନ୍ତି ତଥାପି...

ବାର ମାଲିକଙ୍କୁ ଆକ୍ରମଣ ଘଟଣାରେ ୩ ଗିରଫ

ଯୋଡ଼ା,୧୬।୬(ଡ଼ି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ସହରରେ ଥିବା ଏକ ବାରରେ ପଶି ବାର ମାଲିକଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା ଲୁଟି ନେବା ଘଟଣାରେ ପୋଲିସ ୩...

Advertisement
Archives

Model This Week