ବନ୍ଧୁକ ମୁନରେ ଧମକ ଦେଇ ଯୁବକ ଗିରଫ

ଝରିଗାଁ,୩୧।୩(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଧୀନ ଅଞ୍ଚଳା ଗ୍ରାମରେ ଜଣେ ନିଶାସକ୍ତ ବ୍ୟକ୍ତି ରାତିରେ ଜଣଙ୍କ ଘରକୁ ଯାଇ ବନ୍ଧୁକ ମୁନରେ ଧମକାଇଛନ୍ତି। ଏହି ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କର ୨ ସହଯୋଗୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁଯାୟୀ, ୟୁଭି-୨୩(ଅଞ୍ଚଳା) ଗ୍ରାମର ଜଣେ ଯୁବକ ସୋମବାର ରାତି ସାଢ଼େ ୯ଟାରେ ଝରିଗାଁ ବ୍ଲକ ଭରଣ୍ଡିପାରା ଗ୍ରାମର ଜଣେ ପରିଚିତଙ୍କ ଘରକୁ ଯାଇ କବାଟ ଖୋଲିବାକୁ କହିଥିଲେ। କବାଟ ଖେଲିବା ପରେ ସେ ପିଇବା ପାଇଁ ପାଣି ମାଗିଥିଲେ। ସମ୍ପୃକ୍ତ ଯୁବକ ନିଶାସକ୍ତ ଅବସ୍ଥାରେ ଥିବା ଜାଣିପାରି ଘର ମାଲିକ ତାଙ୍କୁ ଘରୁ ବାହାରକୁ ଯିବାକୁ କହିଥିଲେ। କିନ୍ତୁ ଯୁବକ ଜଣକ ଘରୁ ବାହାରି ନ ଥିଲେ। ଘର ମାଲିକ ମୋବାଇଲରେ ଭିଡିଓ କରିବାକୁ ଚେଷ୍ଠା କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ସମ୍ପୃକ୍ତ ଯୁବକ ପାଖରେ ରଖିଥିବା ବନ୍ଧୁକ ବାହାର କରି ଘର ମାଲିକଙ୍କ ମୁଣ୍ଡରେ ଲଗାଇ ମାରିଦେବାକୁ ଧମକ ଦେବା ସହ କାହାକୁ ନ ଜଣାଇବାକୁ ଚେତାବନି ଦେଇ ଚାଲିଯାଇଥିଲେ। ମଙ୍ଗଳବାର ଏ ନେଇ ଘର ମାଲିକ ଝରିଗାଁ ଥାନାରେ ଏତଲା ଦେଇଥିଲେ। ପୋଲିସ ୫୦/୨୨ରେ ଏକ ମାମଲା ରୁଜୁକରି ଅଞ୍ଚଳା ଗ୍ରାମର ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିସହ ଘରଠାରୁ କିଛି ଦୂରରେ ଥିବା ଗଛ ନିକଟରେ ମାଟିତଳେ ପୋତିଥିବା ବନ୍ଧୁକ ମଧ୍ୟ ଜବତ କରାଯାଇଛି। ଏସ୍‌ଆଇ ପ୍ରମୋଦ କୁମାର ଖଣ୍ଡୁଆଳ ତଦନ୍ତ ଚଳାଇଛନ୍ତି। କିଛି ଦିନ ପୂର୍ବରୁ ଅଭିଯୁକ୍ତ ଜିଲା ବାହାରୁ ୯ ଏମ୍‌ଏମ୍‌ ପିସ୍ତଲ କିଣିଥିବା ଜଣାପଡ଼ିଛି। କିଣିଥିବା ମୂଲ୍ୟରୁ ଅଧିକରେ ବିକ୍ରି କରି ଲାଭବାନ ହେବାକୁ ଆଶା ରଖିଥିବା ଅଭିଯୁକ୍ତ ପୋଲିସ ନିକଟରେ ପ୍ରକାଶ କରିଛନ୍ତି। ତେବେ ଏଥିରେ କେତେ ସତ୍ୟତା ରହିଛି ସେ ନେଇ ତଦନ୍ତ ଚାଲିଛି। ପିସ୍ତଲର ମୂଲ୍ୟ ୪୫ ହଜାର ଟଙ୍କା ହୋଇଥିବା ବେଳେ ୨୮ ହଜାର ଟଙ୍କା ଦେଇ ଆଣିଥିଲେ। ବଳକା ୧୭ ହଜାର ଟଙ୍କା ଦେଲେ ୧୦ଟି ଗୁଳି ମିଳିବ ବୋଲି ଅଭିଯୁକ୍ତ କହିଛନ୍ତି। ଅନ୍ୟପକ୍ଷରେ ବନ୍ଧୁକ କିଣିବାରେ ସହେଯାଗ କରିଥିବା ଉମରକୋଟର ଦୁଇ ଯୁବକଙ୍କୁ ପୋଲିସ ଅଟକ ରଖ ପଚରାଉଚରା ଥାନା ଅଧିକାରୀ ନଟବର ନନ୍ଦ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଏବଂ ଅଟକ ବ୍ୟକ୍ତିଙ୍କ ବିଷୟରେ ପୋଲିସ ସୂଚନା ଦେଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

୩୩ ଭୂମିହୀନଙ୍କ ମୁହଁରେ ଫୁଟିଲା ହସ, ସମସ୍ତଙ୍କୁ ମିଳିଲା…

ଝରିଗାଁ,୧୨ା୩(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକର ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ଗୁରୁବାର ତହସିଲ ପକ୍ଷରୁ ପଟ୍ଟା ବଣ୍ଟନ କରାଯାଇଛି। ତହସିଲଦାର ସୁମନ୍ତ ପାତ୍ରଙ୍କ ସଂଯୋଜନାରେ…

ସମ୍ପର୍କୀୟ ଦେଇଥିଲେ ଖବର, ବେକରେ ଭୁଜାଲି ଲଗାଇ ହାତ ଗୋଡ଼ ବାନ୍ଧି ଲୁଟିଥିଲେ ୭୦ ଲକ୍ଷ; ୭ଜଣ ଡକାୟତଙ୍କୁ ବାନ୍ଧି ବଡ଼ ପର୍ଦ୍ଦାଫାଶ କଲା…  

ଉମରକୋଟ,୩।୩(ସନ୍ତୋଷ ସତପଥୀ): ଉମରକୋଟ ଥାନା ଅଧୀନ କୋଚନିଆମ୍ବା ଗ୍ରାମରେ ଗତ ଫେବୃଆରୀ ୨୨ ଓ ୨୩ ତାରିଖ ମଧ୍ୟରାତ୍ରିରେ ବଡ଼ ଧରଣର ଡକାୟତି ହୋଇଥିଲା। ବେକରେ ଭୁଜାଲି…

୫ ଦିନ ପରେ ମିଳିଲା ପ୍ରଧାନଶିକ୍ଷକଙ୍କ ଝୁଲନ୍ତା ମୃତଦେହ, ପାଖରୁ ମିଳିଲା…

ଝରିଗାଁ,୨୫ା୨(କିଶୋର ଚନ୍ଦ୍ର ମଣ୍ଡଳ): ନିଖୋଜ ହେବାର ୫ ଦିନ ପରେ ମିଳିଲା ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ମୃତଦେହ। ଯାହାକି ପରିବାର ଏବଂ ବିଦ୍ୟାଳୟରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।…

ଝିଅ ଅନ୍ୟଜାତିରେ ବିବାହ କରିବାରୁ ମଲାପରେ ବାପାଙ୍କୁ ମିଳିଲାନି ଚାରି କାନ୍ଧ, ବଡ଼ ପୁଅ ବି ଆସିଲେନି…

ନବରଙ୍ଗପୁର,୨୫।୨(ସଦାଶିବ ପ୍ରହରାଜ): ଆଜିର ସଭ୍ୟ ସମାଜରେ ଜାତିପ୍ରଥା ଭଳି ପରମ୍ପରା ବଞ୍ଚିରହିଛି । ଜାତିପ୍ରଥା ଯୋଗୁ ଶବକୁ ମିଳିଲାନି ଚାରି କାନ୍ଧ । ଏପରିକି ବଡ଼ ପୁଅ…

ମାରଣାସ୍ତ୍ର ଦେଖାଇ ବ୍ୟାବସାୟୀଙ୍କ ଘରୁ ଲୁଟ୍‌

ପାପଡ଼ାହାଣ୍ଡି,୨୪।୨(ସ୍ୱପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମୈଦଲପୁରର ସଦର ବ୍ୟବସାୟୀ କାଶୀନାଥ ଗୁପ୍ତାଙ୍କ ଘରୁ ବଡ଼ ଧରଣର ଲୁଟ୍‌ ହୋଇଛି। କଳା ମୁଖା ପିନ୍ଧା ଦୁବୃର୍ତ୍ତମାନେ…

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ଶୁଭାରମ୍ଭ

ନବରଙ୍ଗପୁର,୧୪।୨(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲାରେ ସ୍ବାଧୀନତା ସଂଗ୍ରାମୀମାନଙ୍କ ଅବଦାନ ଓ ବଳିଦାନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମନେପକାଇ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କହିଛନ୍ତି, ଓଡ଼ିଶା ହେଉଛି କଳା…

୧୨ ଘଣ୍ଟିଆ ଉମରକୋଟ ବନ୍ଦ, କଣ ରହିଛି ପ୍ରଭାବ ଜାଣନ୍ତୁ

ଉମରକୋଟ,୧୦।୨(ସନ୍ତୋଷ ଶତପଥୀ): ଦୀର୍ଘ ଦିନର ଦାବି ପୂରଣ ନହେବାରୁ ମଙ୍ଗଳବାର ଆନ୍ଦୋଳନ ପଥକୁ ଓହ୍ଲାଇଛି ‘ଉମରକୋଟ ସଂଗ୍ରାମ ମଞ୍ଚ’ । ଆଜି ଉମରକୋଟ, ରାଇଘର, ଝରିଗାଁ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri