ସମ୍ପର୍କୀୟ ଦେଇଥିଲେ ଖବର, ବେକରେ ଭୁଜାଲି ଲଗାଇ ହାତ ଗୋଡ଼ ବାନ୍ଧି ଲୁଟିଥିଲେ ୭୦ ଲକ୍ଷ; ୭ଜଣ ଡକାୟତଙ୍କୁ ବାନ୍ଧି ବଡ଼ ପର୍ଦ୍ଦାଫାଶ କଲା…  

ଉମରକୋଟ,୩।୩(ସନ୍ତୋଷ ସତପଥୀ): ଉମରକୋଟ ଥାନା ଅଧୀନ କୋଚନିଆମ୍ବା ଗ୍ରାମରେ ଗତ ଫେବୃଆରୀ ୨୨ ଓ ୨୩ ତାରିଖ ମଧ୍ୟରାତ୍ରିରେ ବଡ଼ ଧରଣର ଡକାୟତି ହୋଇଥିଲା। ବେକରେ ଭୁଜାଲି ଲଗାଇ ହାତ ଗୋଡ଼ ବାନ୍ଧି ୭୦ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ। ପୋଲିସ ମଙ୍ଗଳବାର ଘଟଣାର ପର୍ଦ୍ଦାଫାଶ କରିଛି। ଲୁଟେରାଙ୍କଠାରୁ ୨୧ ଲକ୍ଷ ୩୩ ହଜାର ଟଙ୍କା, ଡକାୟତିରେ ବ୍ୟବହୃତ କାର(ନଂ OD-୨୪H-୪୨୯୪), ଅପରାଧରେ ବ୍ୟବହୃତ ଗୋଟିଏ ସ୍କୁଟି, ୧୫ ସୁନା ଆଙ୍ଗୁଠି ମୁଦି, ସୁନା ଜୁଗନି ମାଳି, ୧୩ଟି ସୁନା ଲକେଟ, ୨ ଯୋଡ଼ା ରୂପା ଆଙ୍କଲେଟ୍‌, ରୂପା ଆଙ୍ଗୁଠି ଆଦି ଜବତ କରାଯାଇଛି। ଏପରିକି ଡକାୟତିରେ ବ୍ୟବହୃତ ଭୁଜାଲି, ଲୁହା ରଡ଼ ଜବତ କରାଯିବା ସହ ଏହି ଡକାୟତି ରେ ୭ ଜଣ ଅନ୍ତଜିଲା ଡକାୟତ ଗିରଫ ହୋଇଛନ୍ତି ବୋଲି ଖବରଦାତା ସମ୍ମିଳନୀ କରି ସୂଚନା ଦେଇଛନ୍ତି ।
ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନଙ୍କଠାରୁ ମିଳିଥିବା ସୂଚନା ପ୍ରକାରେ, ଅଭିଯୋଗକାରୀ ଅମୂଲ୍ୟ ଜେନା ଜମି ବିକ୍ରି କରି ପ୍ରଚୁର ପରିମାଣର ନଗଦ ଟଙ୍କା ଘରେ ରଖିଥିବା ଖବର ତାଙ୍କ ଦୁଇଜଣ ସମ୍ପର୍କୀୟ ଡକାୟତମାନଙ୍କୁ ଖବର ଦେଇଥିଲେ। ତେଣୁ ଡକାୟତମାନେ ଏକ ପୂର୍ବ ଯୋଜନା ମୁତାବକ ଷଡ଼ଯନ୍ତ୍ର ରଚିଥିଲେ। ରାତି ଅଧରେ ସେମାନେ ଡକାୟତି କରି ନଗଦ ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଇଥିଲେ। ଏପରିକି ଅମୂଲ୍ୟଙ୍କ ହାତ, ଗୋଡ ଏବଂ ମୁହଁ ବାନ୍ଧି ତାଙ୍କୁ ଏକ କୋଠରୀ ଭିତରେ ବନ୍ଦ କରି ସେଠାରୁ ଚାଲି ଯାଇଥିଲେ।
ନବରଙ୍ଗପୁର ଜିଲା ଏସ୍‌ପି ଏମ୍‌. ସନ୍ଦୀପ ସମ୍ପଦଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନ, ଏସ୍‌ଡିପିଓ ଶୁଭେନ୍ଦୁ ସବର, ଉମରକୋଟ ଥାନା ଅଧିକାରୀ ବିପିନ କୁମାର ବାଘ, ଝରୀଗାଁ ଥାନା ଅଧିକାରୀ ରଚିତା ମାଡକାମୀ,ଡାବୁଗାଁ ଥାନା ଅଧିକାରୀ ରଘୁନାଥ ମାଝୀ,କନଷ୍ଟେବଳ ମହେଶ ପଟ୍ଟନାୟକ, ନରେନ୍ଦ୍ର ନାୟକ,ନରେନ୍ଦ୍ର ଗୋଲାପୀଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ ଗଠନ କରି ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଥିଲା ପୋଲିସ।
ଘଟଣାର ପର୍ଦାଫାଶ କରିବାକୁ ପ୍ରଥମେ ପୋଲିସ ସମ୍ପର୍କୀୟଙ୍କ ଉପରେ ସନ୍ଦେହ କରି ସେମାନଙ୍କୁ ଉଠାଇ ତଦନ୍ତ ଆରମ୍ଭ କରିଥିଲା। ଧୀରେ ଧୀରେ ସମସ୍ତ ତଥ୍ୟ ବାହାର କରିଥିଲା। ଡକାୟତ ମାନେ ଚୋରି ଟଙ୍କାକୁ ଆତ୍ମସାତ କରିବାକୁ ଛତ୍ର ଭଙ୍ଗ ଦେଇ ଜିଲା ତଥା ପଡୋଶୀ ରାଜ୍ୟକୁ ଯାଇ ଲୁଚି ରହିଥିଲେ। ପୋଲିସ ସ୍ବତନ୍ତ୍ର ଟିମ ବାହାର ଜିଲା ଏବଂ ରାଜ୍ୟକୁ ଯାଇ ଦୀର୍ଘ ଆଠ ଦିନ ପରେ ୭ ଜଣ  ଆନ୍ତଃଜିଲା ଡକାୟତଙ୍କୁ ଗିରଫ କରି ମଙ୍ଗଳବାର  କୋର୍ଟ ଚାଲାଣ କରିଛି।
ଧରାପଡ଼ିଥିବା ଡକାୟତ ମାନେ ହେଲେ ନବରଙ୍ଗପୁର ଜିଲା ମାଝୀଗୁଡାର ବାବୁଲା ରଣା, ଗଣେଶ ରଣା,ଧୀରଜ ଲାଇଚନ (ଟୁକୁ),ନବରଙ୍ଗପୁର ଜିଲା ଧର୍ଣାବେଡା ଗ୍ରାମର ଚିତ୍ରସେନ ଗଣ୍ଡା,କୋରାପୁଟ ଜିଲା ଜୟପୁର ସଦର ଥାନା ଅଧୀନ ମାଝୀଗୁଡା ଗ୍ରାମର ସିସିଏଲ କୁନାଲ, ଘାସୀ ହରିଜନ ଓ କୋଟପାଡ଼ ଥାନା ଅଧୀନ ଝାଲିଆଗୁଡା ଗ୍ରାମର ସୁକଦେବ ମୁଦୁଲିଙ୍କୁ ଗିରଫ କରଯାଇ କୋର୍ଟ ଚାଲାଣ କରାଯାଇଛି। ଏହି ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଡକାୟତମାନଙ୍କୁ ଧରିବାକୁ ପୋଲିସ ପକ୍ଷରୁ ତଦନ୍ତ ଚାଲିଥିବା ପୋଲିସ ପ୍ରକାଶ କରିଛି।
ଆଜିର ଏହି ଖବରଦାତା ସମ୍ମିଳନୀ ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନ, ଏସ୍‌ଡିପିଓ ଶୁଭେନ୍ଦୁ ଶବର, ପାପଡାହାଣ୍ଡି ଏସ୍‌ସିପିଓ ,ଉମରକୋଟ ଥାନା ଅଧିକାରୀ ବିପିନ କୁମାର ବାଘ, ଏସଆଇ ଅକ୍ଷୟ ମିଶ୍ର, ବିଶରଞ୍ଜନ ପାଢ଼ୀ, ନରେନ୍ଦ୍ର ଗୋଲାପୀ,କନଷ୍ଟେଳ ମହେଶ ପଟନାୟକ,ନରେନ୍ଦ୍ର ନାୟକ,ପ୍ରକାଶ ଗଣ୍ଡ, ପ୍ରମୁଖ ଉପସ୍ଥିତ ଥିଲେ। ବାବୁଲା ରଣା,ଗଣେଶ ରଣା ଅଭିଯୋଗକାରୀ ଅମୁଲ୍ୟଙ୍କ ଦୂର ସମ୍ପର୍କୀୟ ବୋଲି ସୂଚନା ମିଳିଛି।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ବିଡ଼ା ବିଡ଼ା ଟଙ୍କା ଗଣାଚାଲିଛି

ପୁରୀ,୫ା୯(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨ ଯୁବକଙ୍କୁ ଗିରଫ କରିଛି। ପୋଲିସ…

ସିଏମ୍ କିଷାନ ଯୋଜନା: ବରଗଡ଼ର ୧.୭୫ ଲକ୍ଷ ଚାଷୀଙ୍କୁ ମିଳିବ ରବି ସହାୟତା, ସିଧାସଳଖ ବ୍ୟାଙ୍କ ଖାତାକୁ ଗଲା ଟଙ୍କା

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ଚାଷୀମାନଙ୍କ ଆର୍ଥିକ ସମୃଦ୍ଧି ଓ କୃଷି କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ପାଇଁ ଶୁକ୍ରବାର ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ…

ମହିଳା SHGରୁ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ! ଗଜପତି ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ୩ ଅଭିଯୁକ୍ତ ଗିରଫ, ମୁଖ୍ୟ ନାୟିକା…

ଗଜପତି,୪।୯(ଗିରିଧାରୀ ପରିଛା): ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର କୋଟି କୋଟି ଟଙ୍କା ଠକେଇ ଓ ଆତ୍ମସାତ୍‌ ମାମଲାରେ ଗଜପତି ସାଇବର ସେଲ୍‌ ଏବଂ ଆର୍ଥିକ ଅପରାଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri