ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ଶୁଭାରମ୍ଭ

ନବରଙ୍ଗପୁର,୧୪।୨(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲାରେ ସ୍ବାଧୀନତା ସଂଗ୍ରାମୀମାନଙ୍କ ଅବଦାନ ଓ ବଳିଦାନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମନେପକାଇ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କହିଛନ୍ତି, ଓଡ଼ିଶା ହେଉଛି କଳା ସଂସ୍କୃତି ଓ ପରମ୍ପରାର ରାଜ୍ୟ। ଅଭାବ ଯୋଗୁ ଲୋକେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଯାଇ ପାରୁ ନ ଥିଲେ। ଏଣିକି ପ୍ରଭୁଙ୍କ ଡାକରା ଆସିବା ପରେ ୬୦ ବର୍ଷରୁ ୭୫ ବର୍ଷ ବୟସ୍କ ଓ ବିଧବା ଶ୍ରୀଜଗନ୍ନାଥ ଯୋଜନାରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ସରକାରଙ୍କ ପକ୍ଷରୁ ରହିବା, ଖାଇବା ଓ ଯାତାୟାତ ସମସ୍ତ ଖର୍ଚ୍ଚ ବହନ କରାଯିବ ବୋଲି ସେ କହିଛନ୍ତି। ସମ୍ମାନିତ ଅତିଥିଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ କହିଛନ୍ତି, ସମସ୍ତଙ୍କର ମହାପ୍ରଭୁଙ୍କ ଦର୍ଶନ ଇଚ୍ଛା ଥାଏ। ଜଗନ୍ନାଥ ଦର୍ଶନ ଯୋଜନାରେ ଯେଉଁ ବରିଷ୍ଠ ନାଗରିକମାନେ ପୁରୀ ଯିବେ ସେମାନେ ବୃନ୍ଦାବତୀ ଭବନରେ ରହିବେ। ସମସ୍ତ ଖର୍ଚ୍ଚ ଦାୟିତ୍ୱ ସରକାରଙ୍କର। ଜନକଲ୍ୟାଣ ରାଷ୍ଟ୍ରରେ ଜନସାଧାରଣଙ୍କ ସୁବିଧା ପାଇଁ ଏହି ଯୋଜନା କରାଯାଇଛି ବୋଲି ସେ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାରେ ୫ ଜଣ ତୀର୍ଥଯାତ୍ରୀଙ୍କୁ କିଟ୍‌ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ମାଝୀ ପତାକା ଦେଖାଇ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ କରିବା ପରେ ଜିଲାରୁ ୧୪୮ ତୀର୍ଥଯାତ୍ରୀ ପୁରୀ ଅଭିମୁଖେ ବସ୍‌ ଯୋଗେ ଯାତ୍ରା କରିଛନ୍ତି। ନବରଙ୍ଗପୁରର ବିକାଶ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜିଲାରେ ଶିଳ୍ପ ପ୍ରତିଷ୍ଠା ହେବ। ନବରଙ୍ଗପୁର ରାଜଧାନୀରୁ ବହୁ ଦୂରରେ। ମିଶନ ପାୱାର ମାଧ୍ୟମରେ ୨୦୨୭ ସୁଦ୍ଧା ସମସ୍ତ ଗାଁକୁ ପକ୍କାରାସ୍ତା, ପ୍ରତି ଘରକୁ ପାଇପ୍‌ ଯୋଗେ ପାନୀୟଜଳ ଓ ବିଦ୍ୟୁତ୍‌ ସଂଯୋଗୀକରଣ କାର୍ଯ୍ୟ କରାଯିବ। ନବରଙ୍ଗପୁର-ଜୁନାଗଡ଼ ଓ ନବରଙ୍ଗପୁର-ଜୟପୁର ରେଳପଥ ପାଇଁ ଏମ୍‌ପି ବଳଭଦ୍ର ମାଝୀ ଓ ରାଜ୍ୟ ସଭା ସଦସ୍ୟ ମୁଜିବୁଲ୍ଲା ଖାଁଙ୍କୁ ଦାୟିତ୍ୱ ଦିଆଯାଇଛି। ଲୋକ ସଭା ଓ ରାଜ୍ୟ ସଭା ଅଧିବେଶନ ସମୟରେ ରେଳମନ୍ତ୍ରୀଙ୍କୁ ଭେଟି ପ୍ରକଳ୍ପ କାର୍ଯ୍ୟ ଆଗେଇ ନେବାକୁ କୁହାଯିବ। ବିଧାନସଭା ଅଧିବେଶନ ପରେ ରେଳ ପ୍ରକଳ୍ପ କାର୍ଯ୍ୟ ପାଇଁ ଦିଲ୍ଲୀ ଯିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଅଧିକାରୀ, ଅମିନ, ଆର୍‌ଆଇ ନିଯୁକ୍ତି ହୋଇଛନ୍ତି। ସେହିପରି ଜୟପୁର-ଗୋପାଳପୁର, ଜୟପୁର-ନବରଙ୍ଗପୁର ପାଇଁ ୬ ଥାକିଆ ରାସ୍ତା ନିର୍ମାଣ ହେବ। ଏନେଇ ଡିପିଆର୍‌ ପ୍ରସ୍ତୁତ କରାଯାଉଛି। ଏହି ରାସ୍ତା ରାଜ୍ୟ ସରକାର କରିବେ। ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ମଧ୍ୟ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ୧୮ ମାସ ମଧ୍ୟରେ କଥା ଦେଇ କଥା ରଖିଛନ୍ତି ସରକାର। ପ୍ରତି ପଞ୍ଚାୟତରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ହେବ। ୨୨୦୦ ବିଦ୍ୟାଳୟ ପାଇଁ ସରକାର ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିବା ସହ ବରପୁତ୍ରମାନଙ୍କ ଗାଁର ବିକାଶ ପାଇଁ ୧୫ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ନବରଙ୍ଗପୁର ଏମ୍‌ପି ବଳଭଦ୍ର ମାଝୀ କହଛନ୍ତି, ଡବଲ ଇଞ୍ଜିନ ସରକାର ଯାହା କଥା ଦେଇଥିଲେ ତାହା ପୂରଣ କରୁଛନ୍ତି। ବିକାଶ ହେବ ଓ ଲୋକଙ୍କ ସ୍ବପ୍ନ ସାକାର ହେବ ବୋଲି ସେ କହିଛନ୍ତି। ଏହି ଅବସରରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ୬ ହିତାଧିକାରୀଙ୍କୁ ୭ ଲକ୍ଷ ୨୮ ହଜାର ୪୦୦ ଟଙ୍କା ଆର୍ଥିକ ସହାୟତା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ୪ ହିତାଧିକାରୀଙ୍କୁ ୨ ଲକ୍ଷ ୫୩ ହଜାର ୫ ଶହ ଟଙ୍କା ଓ ପ୍ରମାଣପତ୍ର, ଶ୍ରବଣଯନ୍ତ୍ର ପ୍ରଦାନ କରାଯାଇଛି। ସମସ୍ତ କାର୍ଯ୍ୟକ୍ରମରେ ରାଜ୍ୟ ସଭା ସଦସ୍ୟ ମୁଜିବୁଲ୍ଲା ଖାଁ, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଡାବୁଗଁା ବିଧାୟକ ମନୋହର ରନ୍ଧାରୀ, ଝରିଗଁା ବିଧାୟକ ନରସିଂହ ଭତରା, କୋଟପାଡ଼ ବିଧାୟକ ରୂପୁ ଭତରା, ମାଲକାନଗିରି ବିଧାୟକ ନରସିଂହ ମାଡକାମି, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଏନ୍‌.ବି.ଏସ୍‌. ରାଜପୁତ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଅଶ୍ୱଥୀ ଏସ୍‌., ପର୍ଯ୍ୟଟନ ବିଭାଗର ଶାସନ ସଚିବ ବଳବନ୍ତ ସିଂ, ନବରଙ୍ଗପୁର ଜିଲାପାଳ ମହେଶ୍ବର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ମଞ୍ଚରେ ସମସ୍ତ ଅତିଥି ଓ ବିଧାୟକମାନଙ୍କୁ ଭାଷଣ ଦେବାକୁ ସୁଯୋଗ ମିଳିଥିବା ବେଳେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କୁ ସୁଯୋଗ ଦିଆଯାଇ ନ ଥିଲା। ଏହାକୁ ନେଇ ଜିଲାର ବହୁ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହୋଇଛି।
ପୁରୀରେ ପହଞ୍ଚତ୍ଲେ ତୀର୍ଥଯାତ୍ରୀ
ପୁରୀ,୧୩ା୨(ଅଜିତ୍‌ କୁମାର ମହାନ୍ତି)
ନବରଙ୍ଗପୁର ଜିଲା ସହ ଗଞ୍ଜାମ, ଭଦ୍ରକ, ମୟୂରଭଞ୍ଜ, ସମ୍ବଲପୁର ଜିଲାର ଶ୍ରଦ୍ଧାଳୁମାନେ ପୁରୀରେ ପହଞ୍ଚତ୍ଛନ୍ତି। ସନ୍ଧ୍ୟାରେ ୫୦୦ ତୀର୍ଥଯାତ୍ରୀ ସେମାନଙ୍କ ପାଇଁ ଉର୍ଦ୍ଦିଷ୍ଟ ରହଣୀ ସ୍ଥାନ ବୃନ୍ଦାବତୀ ନିବାସରେ ପହଞ୍ଚିବା ପରେ ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ସ୍ବାଗତ କରାଯାଇଥିଲା। ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ସରୋଜ କୁମାର ସ୍ବାଇଁ ପ୍ରମୁଖ ତୀର୍ଥଯାତ୍ରୀଙ୍କୁ ପୁଷ୍ପଗୁଛ ଦେଇ ସ୍ବାଗତ କରିଥିଲେ। ଶନିବାର ତୀର୍ଥଯାତ୍ରୀ ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?