୩୩ ଭୂମିହୀନଙ୍କ ମୁହଁରେ ଫୁଟିଲା ହସ, ସମସ୍ତଙ୍କୁ ମିଳିଲା…

ଝରିଗାଁ,୧୨ା୩(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକର ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ଗୁରୁବାର ତହସିଲ ପକ୍ଷରୁ ପଟ୍ଟା ବଣ୍ଟନ କରାଯାଇଛି। ତହସିଲଦାର ସୁମନ୍ତ ପାତ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ତହସିଲଦାର ଅହଲ୍ୟା ମୁଦୁଲି, ରାଜସ୍ବ ପରିଦର୍ଶକ କାର୍ତ୍ତିକ ଭତରା, ରାଜସ୍ବ ନିରୀକ୍ଷକ ବସନ୍ତ କୁମାର ବିଷୋୟୀ, ରାଜସ୍ବ ସହାୟକ ଅମିତ ନାୟକ ପ୍ରମୁଖ ଯୋଗଦେଇ ଭୂମିହୀନଙ୍କୁ ପଟ୍ଟା ବଣ୍ଟନ କରିଛନ୍ତି। ଏହି ଅବସରରେ ୩୩ ଜଣ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରାଯାଇଛି। ପ୍ରତ୍ୟେକଙ୍କୁ ୪ ଡିସିମିଲ ଲେଖାଏ ପଟ୍ଟା ଯୋଗାଇ ଦିଆଯାଇଛି। ଜମିହୀନ ଓ ଆର୍ଥିକ ଭାବେ ପଛୁଆବର୍ଗର ପରିବାରମାନଙ୍କୁ ଜମିର ଅଧିକାର ପ୍ରଦାନ କରି ସେମାନଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ବୋଲି ତହସିଲଦାର ପ୍ରକାଶ କରିଛନ୍ତି।

ବସୁନ୍ଧରା ଯୋଜନା ମାଧ୍ୟମରେ ଜମିହୀନ ପରିବାରମାନେ ଜମିର ଅଧିକାର ପାଇ ନିଜ ଜୀବନ ଜୀବିକାକୁ ଆହୁରି ସୁଦୃଢ଼ କରିପାରିବେ। ପଟ୍ଟା ପାଇଥିବା ହିତାଧିକାରୀମାନେ ସରକାରଙ୍କ ଏହି ପଦକ୍ଷେପକୁ ସ୍ବାଗତ କରି ଖୁସି ପ୍ରକାଶ କରିଥିଲେ। ସ୍ଥାନୀୟ ରାଜସ୍ବ ବିଭାଗର ଅଧିକାରୀମାନେ ମଧ୍ୟ ଏହି ଯୋଜନାକୁ ସଫଳତାର ସହ କାର୍ଯ୍ୟ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଥିବା କହିଛନ୍ତି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆନନ୍ଦପୁର ବଜାରରେ ଚାଞ୍ଚଲ୍ୟ: ମାଛ କଟା ପନିକି ଗଳିଲା ଛାତିରେ, ଜଣେ ଗୁରୁତର…

ବଞ୍ଚୋ,୨୯(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର ବଜାରରେ ଏକ ଅଭାବନୀୟ ଘଟଣା ଘଟିଛି। କାଳନ୍ଦୀ ବେହେରା ନାମକ ଜଣେ ମାଛ ବ୍ୟବସାୟୀ ବୁଧବାର ତାଙ୍କ ଦୋକାନରେ ମାଛ…

ବିଧାନସଭା ଦିନିକିଆ ଅଧିବେଶନ ପାଇଁ ସୁରକ୍ଷା କଡାକଡି: ଲୋୟର ପିଏମ୍‌ଜିରେ ୧୪୪ ଧାରା

ଭୁବନେଶ୍ୱର,୨୯।୪: ବିଧାନସଭାର ଦିନିକିଆ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏ ନେଇ ବିଧାନସଭା ଜଗିବେ ୭୦ପ୍ଲାଟୁନ ପୋଲିସ ଫୋର୍ସ। ତ୍ରିସ୍ତରୀୟ ବଳୟରେ ରହିବ ବିଧାନସଭା।…

୫ହାଜର ନୁହେଁ ମାସକୁ ୯ହଜାର ଦେବେ ସରକାର, ଛାତ୍ରୀଛାତ୍ର ଏମିତି କରନ୍ତୁ ଆପ୍ଲାଏ…

ନୂଆଦିଲ୍ଲୀ,୨୯।୪: କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ଯୁବବର୍ଗମାନେ ଶିକ୍ଷା ଏବଂ କାର୍ଯ୍ୟ ଅଭିଜ୍ଞତା ଉଭୟ ପାଇପାରିବେ ଯାହା…

ଜିତୁ ମୁଣ୍ଡାଙ୍କୁ ମିଳୁ ନ୍ୟାୟ: ବିଚାର ବିଭାଗୀୟ ତଦନ୍ତ ଦାବି କଲା ବିଜେଡିି

ପାଟଣା,୨୯।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳି ଗ୍ରାମ ଚତୁରୀ ସାହିର ଜିତୁ ମୁଣ୍ଡା ଗତ ସୋମବାର ମୃତ ଭଉଣୀ କାଲାରା…

ବୁଲିବାକୁ ଯାଉଥିବା ସମୟରେ ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର

ଜୟପୁର,୨୯।୪ (ପବନ ପାଣିଗ୍ରାହୀ): ଜୟପୁର ସଦର ଥାନା ଅଞ୍ଚଳରେ ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଗତ ୨୩ ତାରିଖ ସକାଳେ ଯୁବତୀ ନିକଟସ୍ଥ…

ଏହି ଦିନ ପରଦାକୁ ଆସିବ ଥାଲାପତି ବିଜୟଙ୍କ ଶେଷ ଅଭିନୀତ ଚଳଚ୍ଚିତ୍ର

ମୁମ୍ବାଇ: ଶେଷରେ ସିନେମା ହଲ୍‌କୁ ଆସିବାକୁ ପ୍ରସ୍ତୁତ ଅଭିନେତା-ରାଜନେତା ଥାଲାପତି ବିଜୟଙ୍କ ଚଳଚ୍ଚିତ୍ର ‘ଜନ ନାୟାଗନ’। ରାଜନୀତିକୁ ଆସିବା ପୂର୍ବରୁ ତାମିଲ ଫିଲ୍ମ ସୁପରଷ୍ଟାର ବିଜୟଙ୍କର ଏହା…

କେଭିର ଉନ୍ନତିରେ ଅଭିଭାବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ସମାଜ-ସ୍କୁଲ ମିଶି ଶିକ୍ଷାକୁ ଆଗକୁ ନେବ ବିଦ୍ୟାଞ୍ଜଳି ଯୋଜନା

ଭଞ୍ଜନଗର,୨୯/୪(ବାବୁଲା ପ୍ରଧାନ):ରାଜ୍ୟ ସରକାର ବିଦ୍ୟାଳୟଗୁଡ଼ିକର ଉନ୍ନତ ପାଇଁ ପୁରାତନ ଛାତ୍ରୀଛାତ୍ରଙ୍କ ସହଯୋଗ ଲୋଡ଼ିଥାଆନ୍ତି। ଛାତ୍ରୀଛାତ୍ରମାନେ ଯେତିକି ସହଯୋଗ କରନ୍ତି ସେଥିରେ ରାଜ୍ୟ ସରକାର ଦୁଇଗୁଣା ଆର୍ଥିକ ସହାୟତା…

ବାଇକ୍‌ ଦୁର୍ଘଟଣାକୁ ନେଇ ତେଜିଲା ଗୋଷ୍ଠୀ ସଂଘର୍ଷ

ବାଲେଶ୍ବର,୨୯।୪: ବାଲେଶ୍ୱର ପୋଲାଡ଼ି ଛକରେ ବୁଧବାର ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଏକାଧିକ ଲୋକ ଆହତ ହୋଇଛନ୍ତି। ଏକ ବାଇକ୍‌ ଦୁର୍ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri