ଦୁର୍ଘଟଣାରେ ଚାଲିଗଲା ଯୁବ ବ୍ୟବସାୟୀଙ୍କ ଜୀବନ

ଧର୍ମଶାଳା,୨ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ବଜାରର ପ୍ରତିଷ୍ଠିତ ବ୍ୟବସାୟୀ ଉମାକାନ୍ତ ପାତ୍ର (ପପୁ) ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ବାଇକ୍‌ ଯୋଗେ ଯାଜପୁର ଟାଉନ ବାସଭବନରୁ ଜାରକା ବଜାରରେ ଥିବା ନିଜ ବ୍ୟବସାୟସ୍ଥଳକୁ ଆସୁଥିବା ବେଳେ ଷୋହଳ ନମ୍ବର ଜାତୀୟ ରାଜପଥର ଗୋପାଳପୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ପ୍ରଥମେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଭୁବନେଶ୍ବରସ୍ଥିତ ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯାଜପୁର ଜିଲା ତଥା ଜାରକା ବଜାରରେ ଥିବା ତ୍ରିବେଣୀ ଡ୍ରେସ୍‌ ହାଉସର ପପୁ ବିଶିଷ୍ଟ ବ୍ୟବସାୟୀ ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ। କିଛି ଦିନ ହେବ ଜାରକା ସ୍କୁଲ ନିକଟରେ ଜିଡିପି ଟେକ୍‌ ଷ୍ଟାଇଲ ନାମରେ ଆଉ ଏକ ବ୍ୟବସାୟ ପ୍ରତିଷ୍ଠାନ ଆରମ୍ଭ କରିଥିଲେ। ଏହି ଖବର ଶୁଣିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗିରଫ ହେବେ ଖାନ୍‌ ସାର? କୋଚିଂ ସେଣ୍ଟରରେ ଫାୟାରିଂକୁ ନେଇ ସୁରକ୍ଷାକର୍ମୀଙ୍କ ସାଂଘାତିକ ଖୁଲାସା

ପାଟନା,୪।୬: ପାଟନାରୁ ଏହି ସମୟର ଏକ ବଡ଼ ଖବର ସାମ୍ନାକୁ ଆସୁଛି, ଯେଉଁଠାରେ ଏଜୁକେଟର ଖାନ ସାର୍‌ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସୂଚନା ଅନୁଯାୟୀ,…

ଘେରିଲେଣି ବିରୋଧି, କହିଲେ ନିଶାନ୍ତ କାହିଁକି ‘ନିରବ’? ମୁଜାଫରପୁର ହସ୍ପିଟାଲ ଅଗ୍ନିକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ପରେ…

ପାଟନା,୪।୬: ବିହାରର ମୁଜାଫରପୁରର ପ୍ରସାଦ ହସ୍ପିଟାଲରେ ଘଟିଥିବା ଏକ ଭୟଙ୍କର ଅଗ୍ନିକାଣ୍ଡ ବିହାରର ସ୍ବାସ୍ଥ୍ୟସେବା ଭିତ୍ତିଭୂମି ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ICU ଅଗ୍ନିକାଣ୍ଡରେ ପାଞ୍ଚ ଜଣ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି: ଅକ୍ଟୋବର ୧ରୁ ଏସବୁ ଗାଡ଼ିକୁ ମିଳିବନି ପେଟ୍ରୋଲ-ଡିଜେଲ କି CNG, ନୂଆ ନିୟମ ଲାଗୁ

ନୂଆଦିଲ୍ଲୀ,୪।୬: ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର (NCR) ରେ ବାୟୁ ପ୍ରଦୂଷଣ ବିରୋଧରେ ଏକ ର୍ନିଣ୍ଣାୟକ ଏବଂ ବଡ଼ ପଦକ୍ଷେପ ଗ୍ରହଣ କରି ରାଜ୍ୟ ସରକାର ‘No PUCC,…

ଜିତିଲା ଆମେରିକା, ଇରାନ ଉପରେ ଆଉ କରିବ ନାହିଁ ଆକ୍ରମଣ; ମାର୍କୋ ରୁବିଓ କହିଛନ୍ତି: ‘ଅପରେଶନ ଏପିକ ଫ୍ୟୁରି ଶେଷ’

ଓ୍ବାଶିଂଟନ,୪।୬: ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓ ବୁଧବାର ପୁଣି ଥରେ ଦାବି କରିଛନ୍ତି ଯେ ଇରାନ ସହିତ ଯୁଦ୍ଧ ଶେଷ ହୋଇଛି। ବିପରୀତରେ, ଘାତକ ଆକ୍ରମଣ…

କୋର୍ଟ ମ୍ୟାରେଜ୍‌ କରୁଛନ୍ତି କି? ଜାଣନ୍ତୁ କେତେ ଟଙ୍କା ଖର୍ଚ୍ଚ ହୁଏ…

ନୂଆଦିଲ୍ଲୀ,୪।୬: ଆମ ମଧ୍ୟରୁ ଅନେକ ଲୋକ କୋର୍ଟ ମ୍ୟାରେଜ (Court Marriage) କରିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। ଯଦି ଆପଣ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ, ତେବେ…

ମୃତ୍ୟୁର ୪ ମାସ ପରେ ଖାମେନେଇଙ୍କର ହେବ ଅନ୍ତିମ ସଂସ୍କାର! ବାହାରିବ ପାର୍ଥିବ ଶରୀରର ଶୋଭାଯାତ୍ରା

ତେହରାନ,୪।୬: ହତ୍ୟାର ପ୍ରାୟ ଚାରି ମାସ ପରେ, ଇରାନର ସ୍ବର୍ଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କୁ ଇରାନର ମଶାଦ ସହରସ୍ଥିତ ଇମାମ ରେଜାଙ୍କ ମଠ ନିକଟରେ…

ଘରେ ଥିଲାବେଳେ ଫାଟିଲା AC, ଆଉ ତାପରେ…

ବଲାଙ୍ଗୀର,୪।୬( ସୁନିଲ କୁମାର ମହାନ୍ତି): ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଳିଗଲା ଏସି ।ଏସିଟି ବ୍ଳାଷ୍ଟ ହେବା ପରେ ଉକ୍ତ ଘରେ ଥିବା ଏକ ଚାରିଚକିଆ ଗାଡି…

ଖାନ୍‌ ସାରଙ୍କ ସୁରକ୍ଷାକର୍ମୀ କରିଥିଲେ ଫାୟାରିଂ, ନୂଆ ଭିଡିଓରେ ସାଂଘାତିକ ଖୁଲାସା!

ପାଟନା,୪।୬: ବିହାରର ରାଜଧାନୀ ପାଟନାରେ ଜୁନ ୨ ତାରିଖ ବିଳମ୍ୱିତ ସଂଧ୍ୟାରେ ଖାନ ସାରଙ୍କ କୋଚିଂ ସେଣ୍ଟର ଉପରେ ହୋଇଥିବା ଆକ୍ରମଣ ମାମଲାରେ ଏକ ନୂଆ ମୋଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri