Posted inଫୁରସତ

ମାତ୍ର ୪୨ ସେକେଣ୍ଡରେ ୧.୭୫ କୋଟି ଟଙ୍କା ରୋଜଗାର କଲେ ୟୁଟ୍ୟୁବର୍‌!

ଆଜିକାଲି ଜୋନାଥନ ମା ନାମକ ଜଣେ ୟୁଟ୍ୟୁବର୍‌ ବହୁତ ଚର୍ଚ୍ଚାରେ ଅଛନ୍ତି। ୟୁଟ୍ୟୁବରେ ତାଙ୍କର ଜୋମା ଟେକ ନାମକ ଏକ ଚ୍ୟାନେଲ ଅଛି। ଏହା ଜରିଆରେ ମାତ୍ର ୪୨ ସେକେଣ୍ଡରେ ୧ କୋଟି ୭୫ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି। ତେବେ ଟ୍ୟାକ୍ସ କଟି ଜୋନାଥନଙ୍କ ହାତକୁ ମାତ୍ର ୧ କୋଟି ୪୦ ଲକ୍ଷ ଟଙ୍କା ଆସିଛି।
ଜୋନାଥନ ତାଙ୍କର ଏନ୍‌ଏଫ୍‌ଟି(Nonfungible-token)କଲେକ୍ସନ ରିଲିଜ କରିଛନ୍ତି, ଯାହାଫଳରେ ସେ ଜଣେ ଫିଲ୍ମ ନିର୍ମାତା ହୋଇପାରିବେ। ସେ ଏନ୍‌ଏଫ୍‌ଟି ସଂଗ୍ରହ ପାଇଁ ଏକ ଡିସକୋର୍ଡ ସର୍ଭର ନିର୍ମାଣ କରିଥିଲେ। ଏହା ଏପରି ଏକ ସର୍ଭର, ଯେଉଁଠାରେ କେବଳ ସମାନ ସର୍ଭର ଥିବା ଲୋକମାନେ ସେମାନଙ୍କର ଏନ୍‌ଏଫ୍‌ଟି ସଂଗ୍ରହକୁ ଦେଖିପାରିବେ। ଯାହା ପାଖରେ ଯୋନାଥନଙ୍କ ଏନ୍‌ଏଫ୍‌ଟି ଅଛି, ସେ ଏହାକୁ ପ୍ରାଇଭେଟ ଡିସକୋର୍ଡ (ପ୍ରାଇଭେଟ ସର୍ଭର)ରେ ଦେଖିପାରିବେ।
ଫୁଲ ଟାଇମ ୟୁଟ୍ୟୁବର୍‌ ହେବା ପୂର୍ବରୁ ଜୋନାଥନ ମା ଫେସବୁକ ଏବଂ ଗୁଗୁଲରେ ଏକ ସଫ୍ଟୱେୟାର୍‌ ଇଞ୍ଜିନିୟର ଥିଲେ। ଏବେ ସେ ୟୁଟ୍ୟୁବରେ କମ୍ପ୍ୟୁଟର ପ୍ରୋଗ୍ରାମିଂ, କ୍ରିପ୍ଟୋ ଏବଂ ଟେକ୍ନୋଲୋଜି ସହିତ ଜଡିତ ଭିଡିଓ ପ୍ରସ୍ତୁତ କରନ୍ତି। ୟୁଟ୍ୟୁବରେ ତାଙ୍କର ୧୬ ଲକ୍ଷରୁ ଅଧିକ ସବ୍‌ସ୍ରାଇବର୍‌ ଅଛନ୍ତି। ତାଙ୍କର ଏକମାତ୍ର ଲକ୍ଷ୍ୟ ହେଉଛି ଫିଲ୍ମ ନିର୍ଦ୍ଦେଶକ ହେବା। ସେ ଏନ୍‌ଏଫ୍‌ଟି ଲଞ୍ଚ କରିବାର ଏହା ହେଉଛି ଏକ କାରଣ। ଏହାଦ୍ୱାରା ସେ ନିଜ ସ୍ବପ୍ନକୁ ପୂରଣ କରିପାରିବେ। ଅନ୍ୟମାନଙ୍କ ପରି, ଜୋନାଥନ ମଧ୍ୟ କ୍ରିପ୍ଟୋକରେନ୍ସି ପାଇଁ ଆଗ୍ରହୀ । ଗତ ବର୍ଷ ୧୮ ହଜାର କୋଟିରୁ ଅଧିକ ଏନ୍‌ଏଫ୍‌ଟି ବିକ୍ରି ହୋଇଛି।
ଜୋନାଥନ ମା ଚଳିତ ମାସ ଆରମ୍ଭରେ ତାଙ୍କର କଲେକ୍ସନ୍‌ ‘ଭ୍ୟାକ୍ସେଡ ଡଗ୍ଗୋସ’ (Vaxxed Doggos) ରିଲିଜ କରିଥିଲେ। ଏଥିରୁ ସେ ମାତ୍ର ୪୨ ସେକେଣ୍ଡରେ ୧ କୋଟି ୭୫ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି।
ଏନ୍‌ଏଫ୍‌ଟି କ’ଣ
ଏନ୍‌ଏଫ୍‌ଟି ଅର୍ଥାତ୍‌ ଅଣ-ଫଙ୍ଗିବଲ ଟୋକେନ ହେଉଛି ଏକ ଡିଜିଟାଲ ଆଇଟମ, ଯାହା ବ୍ଲକ ଚେନ ଟେକ୍ନୋଲୋଜି (Blockchain Technology) ବ୍ୟବହାର କରି କିଣାଯାଏ ଏବଂ ବିକ୍ରି ମଧ୍ୟ କରାଯାଏ। କ୍ରିପ୍ଟୋକରେନ୍ସି ଏବଂ ଏନ୍‌ଏଫ୍‌ଟି ସ୍ପେଶାଲାଇଜ୍ଡ ପ୍ଲାଟଫର୍ମରେ କିଣାଯାଇ ବିକ୍ରି ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

କରୋନାରୁ ରକ୍ଷା ପାଇଁ ଘରୋଇ ଉପାୟରେ ଫେସ୍‌ ଶିଲ୍ଡ ତିଆରି କଲେ ଏହି ବ୍ୟକ୍ତି, ଭିଡିଓ ଶେୟାର କଲେ ଆଇଏଏସ୍‌ ଅଫିସର

କରୋନା ଭାଇରସ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିସାରିଛି। ଏଭଳି ସମୟରେ ଲୋକେ ଘରେ ରହି କରୋନା ଠାରୁ ଦୂରେଇ ରହୁଛନ୍ତି। ଜରୁରି କାମ ଥିଲେ...

ଲାଙ୍ଗୁଡ଼ ଧରିଦେଲା ମା’, ପରେ ଏମିତି ପ୍ରତିକ୍ରିୟା ଦେଲା ଛୁଆ ମାଙ୍କଡ଼; ଯାହା ହୃଦୟକୁ ଛୁଇଁଯିବ

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଯାହାକୁ ଦେଖିଲେ ଓଠରେ ହସ ଫୁଟିଉଠେ। ବେଳେବେଳେ ଏମିତି ଭିଡିଓ ଶେୟାର ହୋଇଥାଏ...

କରନ୍ତୁ ଶ୍ରୀଯନ୍ତ୍ର ପୂଜନ: ଦୀପାବଳିରେ ହେବ ସମସ୍ତ କାମନା ପୂର୍ଣ୍ଣ…

ଘରେ ସୁଖଶାନ୍ତି ପାଇଁ ଦୀପାବଳିରେ ଶ୍ରୀଯନ୍ତ୍ର ପୂଜନ ସହିତ ମହାଲକ୍ଷ୍ମୀଷ୍ଟକ ପାଠ କଲେ ସୁଫଳ ମିଳେ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏହି ଦିନ ସଂନ୍ଧ୍ୟାରେ...

ପବନରେ ଆଳୁ ଚାଷ

କର୍‌ନାଲ: ବଜାରରେ ଆଳୁ ଦାମ୍‌ ବଢ଼ି ବଢ଼ି ଚାଲିଛି। ପିଆଜ ଭଳି ଆଳୁ ଦର ମଧ୍ୟ ଏବେ କେତେକ ସ୍ଥାନରେ ବଢ଼ିବାରେ ଲାଗିଛି। ତେଣୁ ଆଳୁ...

ଚିକେନ ଥାଳିରୁ ବାହାରିଲା ମଲା ମୂଷା: ରେଷ୍ଟୁରାଣ୍ଟ ମ୍ୟାନେଜର-କୁକ୍‌ ଗିରଫ…

ମୁମ୍ବାଇ,୧୬।୮ : ମୁମ୍ବାଇର ଜଣେ ବ୍ୟକ୍ତି ଏକ ରେଷ୍ଟୁରାଣ୍ଟରେ ଅର୍ଡର କରିଥିବା ଚିକେନ ଥାଳି ଖାଦ୍ୟରେ ତାଙ୍କୁ ଏକ ମୃତ ମୂଷା ପରିବେଷଣ କରାଯାଇଥିବା ଅଭିଯୋଗ...

ଏଠି ମହିଳା ନିଜ ଇଚ୍ଛାରେ ବାହାର କରି ଦେଉଛନ୍ତି ଗର୍ଭାଶୟ

ଜଣେ ମହିଳା ପାଇଁ ଗର୍ଭାଶୟ କେତେ ଜରୁରୀ ତାହା ସମସ୍ତଙ୍କୁ ଅଳ୍ପ ବହୁତେ ଜଣା। ହେଲେ ମହାରାଷ୍ଟ୍ରର ବିଡ ଜିଲାରେ ଆଖୁ ଫସଲ କାଟୁଥିବା ମହିଳାମାନେ...

ଡାକ୍ତର-ସ୍ବାସ୍ଥ୍ୟ ସେବାର ଅଭାବ ଯୋଗୁ ଅନଲାଇନରେ ବୃଦ୍ଧି ପାଉଛି ଡାକ୍ତରୀ ପରାମର୍ଶ: ରିପୋର୍ଟ…

ଓ୍ବାଶିଂଟନ,୪।୩ : ଇଣ୍ଡୋନେସିଆ ଏବଂ ଦକ୍ଷିଣ-ପୂର୍ବ ଏସିଆର ଅନେକ ଦେଶରେ ଲୋକମାନେ ଚିକିତ୍ସା ପାଇଁ ଆପ ଆଧାରିତ ସେବା ଉପରେ ଅଧିକ ନିର୍ଭର କରୁଛନ୍ତି। ଏହାର...

ଜମିରୁ କୃଷକ ପାଇଲେ ପ୍ରାଚୀନ ମୂର୍ତ୍ତି, ଦାମ୍‌ କୋଟିଏରୁ ଊର୍ଦ୍ଧ୍ୱ

ପାଟନା: ବିହାରର ଜଣେ କୃଷକ ଜମିରେ ଗାତ ଖୋଳୁଥିବା ସମୟରେ ଏକ ପ୍ରାଚୀନ ମୂର୍ତ୍ତି ପାଇଛନ୍ତି। ଯାହାର ଦାମ୍‌ କୋଟିଏରୁ ଊର୍ଦ୍ଧ୍ୱ ହେବ। ଏହି ମୂର୍ତ୍ତିକୁ...

Advertisement
Archives

Model This Week