ମୃତ୍ୟୁ ପର୍ଯ୍ୟନ୍ତ ବଞ୍ଚିବାକୁ ହେବ

ଡ. ବାଇଧର ସାହୁ

ପୃଥିବୀର ଲୋକମାନଙ୍କ ଭିତରେ ଆଜି ହତୋତ୍ସାହ ଦେଖାଦେଇଛି ତାହାର କାରଣ କୋଭିଡ୍‌-୧୯। ଜୀବନ ପ୍ରତି ପ୍ରତିକୂଳ ମନୋଭାବ ଆମକୁ ଗୋଡ଼ ଧରି ଟାଣୁଛି ତଳକୁ, ଖୁବ୍‌ ତଳକୁ ତଥାପି ମରିବା ପର୍ଯ୍ୟନ୍ତ ବଞ୍ଚତ୍ବାକୁ ହେବ – ଏହା ହେଉଛି ଆଜିର ଆହ୍ବାନ।
ପୋଷ୍ଟ ଅଫିସରେ ଚିଠିଟିଏ ରେଜିଷ୍ଟ୍ରେଶନ କରିବା ପାଇଁ ନିୟମ ଅନୁଯାୟୀ ଦୂରତାରେ ରହି ଅପେକ୍ଷା କରିବାକୁ ହେବ। ପୋଷ୍ଟ ଅଫିସ ସମ୍ପୃକ୍ତ ଅଧିକାରୀ ଚିଠିଟିର ଓଜନ ଦେଖିବା, ପଇସା ଗଣିବା, ତତ୍‌ସଂଲଗ୍ନ କମ୍ପ୍ୟୁଟର କାର୍ଯ୍ୟ କରିବାରେ ତିଳେ ମାତ୍ର ବିରକ୍ତ ହେଉ ନାହାନ୍ତି। ଏଥିପାଇଁ ତାଙ୍କୁ କେହି ପ୍ରଶଂସା କରୁନାହିଁ। ହଠାତ୍‌ ଜଣେ କହିଲେ – ସାର୍‌ ଆପଣଙ୍କ କର୍ମମୟ ଜୀବନକୁ ଦେଖି ଆନନ୍ଦ ଲାଗୁଛି। ହସି ହସି ପୋଷ୍ଟ ଅଫିସ ଅଧିକାରୀ ଉତ୍ତର ଦେଲେ – ଏଇଟା ତ ଜୀବନ। ଦୂରରେ ରହି ଜଣେ କିଛି କହିବାକୁ ଚାହୁଁଥିଲେ ମାତ୍ର ତାହା ସମ୍ଭବପର ହେଲା ନାହିଁ। କାର୍ଯ୍ୟ ସାରି ଫେରି ଆସୁଥିବା ବ୍ୟକ୍ତିଙ୍କୁ ସେ ପଚାରିଲେ – ସେହି କିରାଣିଙ୍କୁ ପ୍ରଶଂସା କରି କ’ଣ ପାଇଲେ? ସଙ୍ଗେ ସଙ୍ଗେ ଲୋକଟି ଉତ୍ତର ଦେଲେ – କୌଣସି ସ୍ବାର୍ଥ ନ ଥାଇ ମଧ୍ୟ ପ୍ରଶଂସା କଲେ ଉଭୟଙ୍କ ମନରେ ଶାନ୍ତି ଆସିଥାଏ। ଯେଉଁ ବ୍ୟକ୍ତି ଏହି କାର୍ଯ୍ୟ କରୁଥିଲେ ସେ ଜଣେ ଉଚ୍ଚ ସ୍ତରର ମଣିଷ।
କରୋନା ଭୟରେ ମଣିଷ ଅନ୍ୟ ଜୀବ ଭଳି ଅନ୍ନମୟ ଓ ପ୍ରାଣମୟ କୋଷରେ ଛନ୍ଦି ହୋଇଯାଉଛି। ମୃତ୍ୟୁବରଣ କରିବା ପର୍ଯ୍ୟନ୍ତ ଆମ ଜୀବନର ପ୍ରତି ମୁହୂର୍ତ୍ତକୁ ପୂର୍ଣ୍ଣ ମାତ୍ରାରେ ସୂକ୍ଷ୍ମ ଦୃଷ୍ଟି ସହିତ ନୂତନ ଦୃଷ୍ଟିଭଙ୍ଗୀରେ ଗ୍ରହଣ କରି ଉନ୍ନୀତ କରାଇବାକୁ ହେବ। ସଂସାରର ପଣ୍ୟ ବଜାରରେ ଆମେ ହଜିଯାଉଛୁ। ଆମର ଦରକାରୀ ଜିନିଷ କମ୍‌ କରିବା, ଆମର ବୋଝ୍‌ ହାଲୁକା କରିବା, ଆମର ଆଦର୍ଶ ବଢ଼ାଇ ଦେବା ଏହିସବୁ ସତ୍ତ୍ୱେ ଆମର ଲକ୍ଷ୍ୟସ୍ଥଳ ପର୍ଯ୍ୟନ୍ତ ଟିକେଟ ରହିଛି। ଆମ ସହିତ ରହିଛି ସନ୍ତୋଷର ଟିକେଟ। ଅଳ୍ପ ଜିନିଷ ଯାହା ଜନ୍ମ ସମୟରେ ଲିଖିତ ଭାବରେ ପ୍ରଭୁ ଦେଇଛନ୍ତି ତାହା ହିଁ ଲିଖିତ ହୋଇ ରହିବ।
ଆଜିକୁ ତିନି ହଜାର ବର୍ଷ ପୂର୍ବେ ଅଗ୍ନିକୁ ପୂଜା କରୁଥିବା ଲୋକମାନଙ୍କୁ ଜୋରଷ୍ଟାର ଯାହା କହିଥିଲେ ଆଜିକୁ ଅଢ଼େଇ ହଜାର ବର୍ଷ ତଳେ ଚାଇନାର କନ୍‌ଫୁସିୟସ ଚାଇନାର ଲୋକମାନଙ୍କୁ ଯାହା ଶୁଣାଇଛନ୍ତି, ଯିଶୁଖ୍ରୀଷ୍ଟଙ୍କର ପାଞ୍ଚ ଶହ ବର୍ଷ ପୂର୍ବରୁ ବୁଦ୍ଧଦେବ ଭାରତବାସୀଙ୍କୁ ଯେଉଁ କଥା କହିଥିଲେ, ନିଜେ ଯିଶୁଖ୍ରୀଷ୍ଟ ସେଇଭଳି କହିଥିଲେ। ତାଙ୍କର କଥା – ଅନ୍ୟମାନଙ୍କୁ ଭଲ ବ୍ୟବହାର କରି, ପରର ଦୁଃଖକୁ ଆପଣାର ଦୁଃଖ ବୋଲି ମନେକରି, ଆପଣାର ଦୁଃଖକୁ ବୃଦ୍ଧି କରି ପରକୁ ସୁଖୀ କର ଓ ଆନନ୍ଦିତ ହୁଅ।
ବର୍ତ୍ତମାନ ଶିକ୍ଷା କ୍ଷେତ୍ରରେ ଛାତ୍ରୀଛାତ୍ରମାନଙ୍କ ପାଇଁ ପାଠପଢ଼ିବାର ଯେଉଁ ବୋଝ ତାହାର ଲାଘବ ନିମିତ୍ତ ବିଚାର କରୁଛନ୍ତି। ଜୀବନଯାତ୍ରାକୁ ହାଲୁକା ଭାବରେ ଆଗେଇ ନେବାକୁ ବହୁ ଯୋଜନା ନିର୍ମାଣ ଚାଲିଛି। ଭଗବାନଙ୍କ ଦ୍ୱାରା ପ୍ରଦତ୍ତ ଦାନଗୁଡ଼ିକ ଭଗବାନଙ୍କ ସନ୍ତାନ ନିମିତ୍ତ ବ୍ୟବହାର କରିବାକୁ ରହିଛି।
ଜୀବନର ଆହ୍ବାନକୁ କେତେକ ସମ୍ମୁଖୀନ କରିପାରନ୍ତି ନାହିଁ। ବଞ୍ଚତ୍ବା ମରିବା ଭିତରେ ଲୋକ କାର୍ଯ୍ୟ କ୍ଷମତା ହରାଇଲେ କେବଳ ମାତ୍ର ମୁହୂର୍ତ୍ତକ ମଧ୍ୟରେ ସେ ସମସ୍ତ ଛାଡ଼ି ଚାଲିଯାଏ। ବାହାରୁ ଆଣି ବୋଝାଇ କରିବା ପୁଣି ଘରେ ନେଇ ଖଲାସ କରିବା ଏଇ ରଖିବାର ଗଣ୍ଡଗୋଳ ଭିତରେ ସମୟ ଚାଲିଯାଉଛି।
ଜୀବନଟାକୁ ଏତେ ଜୋରରେ ଜାବୁଡ଼ି ଧରୁଛୁଁ ମାତ୍ର ସେ ଚାଲିଯିବ କ’ଣ ପାଇଁ ଏହା ମଧ୍ୟ ଜଣାନାହିଁ। କରୋନା ଆସି ଘରେ ଘରେ ପଶିଯାଉଛି ଆଉ କିଛି ଶିଖାଇ ଦେଉଛି। ସେହି ଶିକ୍ଷା ଆଧ୍ୟାମତ୍ିକ ଶିକ୍ଷା। ଏଇ ପରିସ୍ଥିତିରେ ନୈତିକ ନିୟମାବଳୀ ତିଆରି କରିବା ଏବଂ ମାନିବା ହେଉଛି ମନୁଷ୍ୟର ସମସ୍ୟା। କୋଭିଡ୍‌-୧୯ର ଭୟ ଭିତରେ ଆଧ୍ୟାମତ୍ିକତାକୁ ଏଡ଼ାଇ ଦେଇହେବ ନାହିଁ କାରଣ ମଣିଷ ମୃତ୍ୟୁ ପର୍ଯ୍ୟନ୍ତ ବଞ୍ଚତ୍ବାକୁ ଚାହୁଁଥିବାରୁ ସୃଷ୍ଟି ଓ ସୃଷ୍ଟିକର୍ତ୍ତାଙ୍କୁ ଧ୍ୟାନ କରିବା ଦ୍ୱାର ସମସାମୟିକ ପରିସ୍ଥିତି ଶୃଙ୍ଖଳାଭିତରେ ସ୍ଥିର ହୋଇଯିବ।
ଖେଳପଡ଼ିଆରେ ଦର୍ଶକ ମଣ୍ଡଳୀ ଓ ଖେଳାଳି ଏତେତେଣେ ବୁଲିବା ସମୟରେ ସିଟି ଶବ୍ଦ ଶୁଣି ଯେ ଯେଉଁ ସ୍ଥାନରେ ସ୍ଥିର ହୋଇଗଲା ଭଳି ଆମକୁ ବଞ୍ଚତ୍ବା ପର୍ଯ୍ୟନ୍ତ କୋଭିଡ୍‌-୧୯ ସିଟିର ଶବ୍ଦ ଆମ ପାଇଁ ଏକ ଆମତ୍ ଶୃଙ୍ଖଳିତ ଶବ୍ଦ, ଯାହା ଅନ୍ତର ମଧ୍ୟରୁ ଉଦ୍‌ବୁଦ୍ଧି, ବାହ୍ୟ ବାଧ୍ୟତାରେ ନୁହେଁ।
ମୋ-୯୨୩୮୮୬୯୦୦୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଖରାଦିନ ଆରମ୍ଭରୁ ବେଙ୍ଗାଲୁରୁ ଜଳ ସଙ୍କଟ ଏବେ ଚିନ୍ତାର ବିଷୟ ହୋଇଛି। ପରିସ୍ଥିତି ଏମିତି ଯେ ସେଠାରେ ଲୋକେ ସହର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହି...

ଅଦୃଶ୍ୟ ଶତ୍ରୁ

ମାୟାଧର ନାୟକ   ସତ୍ୟ, ତ୍ରେତୟା, ଦ୍ୱାପର, କଳିକାଳରେ ଯେତେ ଯୁଦ୍ଧ ହୋଇଯାଇଛି- ଶତ୍ରୁକୁ ଜାଣି ହେଉଥିଲା- କିନ୍ତୁ ଏ ମହାକଳିକାଳରେ ଅଜଣା ରୋଗ ଓ...

ଚୋରକୁ ବୁଦ୍ଧି

ଅଲେଖ ଚନ୍ଦ୍ର ମିଶ୍ର   ‘ଚୋରକୁ ବୁଦ୍ଧି ଶିଖେଇବା’ ଆପ୍ତବାଣୀଟି ଯେଉଁ ପୃଷ୍ଠଭୂମି ଉପରେ ଆଧାରିତ ତାହା ଥିଲା ଏକ ବାସ୍ତବଧର୍ମୀ କାହାଣୀ, ଯାହାର ମର୍ମ...

ଅପ୍ରକାଶ୍ୟ ଋଣ ସମସ୍ୟା

ଗତ କିଛି ବର୍ଷ ମଧ୍ୟରେ କୋଭିଡ୍‌-୧୯ ମହାମାରୀଠାରୁ ଆରମ୍ଭକରି ଉନ୍ନତ-ଅର୍ଥ ବ୍ୟବସ୍ଥାର ସୁଧ ହାର ବୃଦ୍ଧି ଭଳି ଘଟଣା ଭିନ୍ନ ସ୍ଥିତି ସୃଷ୍ଟି କରିଛି। ଏଥିରେ...

ଏଇ ଭାରତରେ

ଦେଶ ଗଠନରେ ଯୁବ ପ୍ରଶାସକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁଭବ କରିଛନ୍ତି ୨୦୧୧ ବ୍ୟାଚ୍‌ ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌) ଅଧିକାରୀ ରବି କପୁର। ସେ...

ରାମ ରାଜ୍ୟ ସମ୍ଭବ କି

ବୈକୁଣ୍ଠନାଥ ମିଶ୍ର   ଆଜିକାଲି ‘ଜୟ ଶ୍ରୀରାମ’ ଉଚ୍ଚାରଣ କରି ବନ୍ଧୁଙ୍କୁ ପ୍ରଥମ ସାକ୍ଷାତରେ ସମ୍ଭାଷିତ କରିବାର ଅଭିନବ ପରମ୍ପରା ସର୍ବତ୍ର ପରିଦୃଷ୍ଟ। ବନ୍ଧୁଙ୍କୁ ସମ୍ଭାଷଣ...

ମତଦାତାଙ୍କ ବୁଦ୍ଧି ବିମୂଢ଼ତା

ଡ.ଛାୟାକାନ୍ତ ଷଡ଼ଙ୍ଗୀ   ସମ୍ପ୍ରତି ଭାରତ ତଥା ବିଭିନ୍ନ ପ୍ରଦେଶରେ ରାଜନୀତିର ବିଚିତ୍ର ଗତି ଦେଖି ମତଦାତାମାନେ ଉଇଲିଅମ ଜେମ୍‌ସଙ୍କ ଭଳି ସମସ୍ୟାର ସମ୍ମୁଖୀନ ହେଲେଣି।...

ବୁଝିହେଉଛି

ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍‌ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରି ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri