Posted inଜାତୀୟ

‘ତୁମେ ମୋ ଜୀବନ ବଦଳାଇ ଦେଲ’

ନୂଆଦିଲ୍ଲୀ,୨ା୧୨: କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ବୁଧବାର ୩୦ ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଏହି ଅବସରରେ ସେ ଟୁଇଟ୍‌ର ପେଜ୍‌ରେ ତାଙ୍କର କିଛି ପୁରୁଣା ଫଟୋ ଶେୟାର କରିବା ସହ ସ୍ତ୍ରୀ ସୀମାଙ୍କ ଉଦ୍ଦେଶ୍ୟରେ କିଛି ଭାବପ୍ରବଣ ବାର୍ତ୍ତା ଲେଖିଛନ୍ତି। ସେ ଲେଖିଛନ୍ତି, ‘ତୁମେ ମୋ ଜୀବନକୁ ପୂରା କରିଛ। ମୋ ଜୀବନକୁ ତୁମେ ବଦଳାଇ ଦେଲ। ସୀମା ହାପି ମ୍ୟାରେଜ୍‌ ଆନିଭର୍ସାରି।

ପୀୟୂଷ ଯେଉଁ ଫଟୋ ଶେୟାର କରିଛନ୍ତି ଏଥିରେ ଗୋଟିଏ ତାଙ୍କ ବିବାହ ବେଳର। ଆଉ ଗୋଟିଏ ଫଟୋରେ ସ୍ତ୍ରୀ ସୀମାଙ୍କ ସହ ପୋଜ୍‌ ଦେଉଥିବା ଦେଖିବାକୁ ମିଳିଛି। ଡିସେମ୍ବର ୧ରେ ପୀୟୂଷ ତାଙ୍କର ୩୦ ତମ ବିବାହ ବାର୍ଷିକୀ ପାଳନ କରିଥିଲେ। ମନ୍ତ୍ରୀଙ୍କ ଟୁଇଟ୍‌ ପରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଉଭୟଙ୍କୁ ଶୁଭେଚ୍ଛା ଜଣାଇବା ସହ ଲେଖିଛନ୍ତି,ତୁମର ସୁସ୍ଥ ଏବଂ ଆନନ୍ଦମୟ ଜୀବନ କାମନା କରୁଛି। ସେହିପରି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଲେଖିଛନ୍ତି, ଆପଣ ଦୁଇଜଣଙ୍କୁ ବହୁତ ବହୁତ ଶୁଭେଚ୍ଛା। ଶେଷ ପର୍ଯ୍ୟନ୍ତ ସାଥୀ ହୋଇ ରୁହ ଏହି କାମନା କରୁଛି। ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଦୁଇଜଣଙ୍କୁ ବିବାହ ବାର୍ଷିକୀର ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପୂର୍ବରୁ ମା’ ହେବାକୁ ଯାଉଛନ୍ତି କଲ୍କି କୋଚଲିନ୍‌: ୫ ମାସର ଗର୍ଭବତୀ ଥିବା କଲେ ସ୍ବୀକାର

ମୁମ୍ବାଇ,୨୯।୯: ବଲିଉଡ୍‌ ଅଭିନେତ୍ରୀ କଲ୍କି କୋଚଲିନ୍‌ ବିବାହ ପୂର୍ବରୁ ମା’ ହେବାକୁ ଯାଉଛନ୍ତି। ଏହା ସେ ନିଜେ ସ୍ବୀକାର କରିଛନ୍ତି। ଏବେ ସେ ୫ ମାସର...

ଦାଦନଙ୍କୁ ସ୍ମୃତି ଇରାନୀଙ୍କ ସହାୟତା ଖବର ଗୁଜବ: ପି. ବିଜୟନ୍‌

ନୂଆଦିଲ୍ଲୀ,୧୦।୪: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ନିଜ ସଂସଦୀୟ କ୍ଷେତ୍ର ଅମେଠିର ଦାଦନ ଶ୍ରମିକମାନଙ୍କୁ କେରଳର ଓ୍ବାୟନାଡ୍‌ରେ ସହଯୋଗର ହାତ ବଢ଼ାଇଥିବା ନେଇ କେତେକ ରିପୋର୍ଟ ବିଭିନ୍ନ...

ପ୍ରସିଦ୍ଧ କବି ରାହତ ଇନ୍ଦୋରୀ କରୋନା ପଜିଟିଭ

ନୂଆଦିଲ୍ଲୀ,୧୧।୮: ପ୍ରସିଦ୍ଧ ଉର୍ଦ୍ଦୁ କବି ରାହତ ଇନ୍ଦୋରୀ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି। କିଛି ଘଣ୍ଟା ତଳେ ସେ ନିଜ ଫେସବୁକ୍‌ ମାଧ୍ୟମରେ ଏହି...

୫ ହଜାର ତଳେ ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟା ଶହେରୁ କମ୍‌…

ନୂଆଦିଲ୍ଲୀ, ୭।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି।...

ଶିବସେନାର ୟୁଟର୍ନ, ୪୦୩ ନୁହେଁ ୧୦୦ ଆସନରେ ଦେବ ପ୍ରାର୍ଥୀ…

ମୁମ୍ବାଇ,୧୨।୯: ଉତ୍ତରପ୍ରଦେଶରେ କେତେ ସଂଖ୍ୟକ ପ୍ରାର୍ଥୀଙ୍କୁ ଟିକଟ ଦିଆଯିବ ସେ ନେଇ ଗୋଟିଏ ଦିନ ମଧ୍ୟରେ ଶିବସେନା ୟୁଟର୍ନ ଦେଇଛି। ଉତ୍ତରପ୍ରଦେଶରେ ହୋଇଥିବା ଦଳୀୟ କାର୍ଯ୍ୟକାରିଣୀରେ...

୬୦ କୋଟି କରୋନା ଟିକା ବୁକିଂ କରିଛି ଭାରତ

ନୂଆଦିଲ୍ଲୀ,୨।୧୧: କରୋନା ମହାମାରୀ ଲଢ଼େଇରେ ଭାରତ ସରକାର ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି। ଇତିମଧ୍ୟରେ ଭାରତ ସରକାର ୬୦ କୋଟି କରୋନା ଟିକା ବୁକିଂ କରିଛନ୍ତି।...

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଶୀତଦିନେ ଖାଆନ୍ତୁ ଏହି ରଙ୍ଗର ପନିପରିବା ଓ ଫଳ…

ଶୀତଦିନେ ଲାଲ୍‌ ରଙ୍ଗର ପନିପରିବା ଓ ଫଳ ଖାଇଲେ ବହୁ ଉପକାର ମିଳିଥାଏ। ଏସବୁ ପନିପରିବା ଓ ଫଳ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି...

ଦେଶରେ ନିଆଁ ଲଗାଇଛନ୍ତି ନୂପୁର

ନୂଆଦିଲ୍ଲୀ,୨ା୭: ଭାରତରେ ଯାହାସବୁ ଘଟୁଛି ସେଥିପାଇଁ ନୂପୁର ଶର୍ମା ଏକା ଦାୟୀ। ଏହି ମହିଳା ସାରା ଦେଶରେ ଭାବାବେଗକୁ ପ୍ରଜ୍ଜ୍ୱଳିତ କରିଛନ୍ତି। ରାଜସ୍ଥାନର ଉଦୟପୁରରେ ଜଣେ...

Advertisement
Archives

Model This Week