Advertisement

ଛାତିରେ ହାତରଖି କହିପାରିବା ତ

“ମୋ ରାଜ୍ୟରେ ଏମିତି କେତେଜଣ ଓଏଏସ୍‌ ଅଫିସର ଅଛନ୍ତି, ଯେଉଁମାନେ ଛାତିରେ ହାତରଖି କହିପାରିବେ ସଚ୍ଚୋଟ ବୋଲି” – ବିଜୁ ପଟ୍ଟନାୟକ। ଘଟଣାଟି ଥିଲା ୧୯୯୦-୯୧ରେ। ବାଲେଶ୍ୱରରେ ଅନୁଷ୍ଠିତ ହେଉଥିଲା ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଙ୍କର ବାର୍ଷିକ ଅଧିବେଶନ। ମୁଖ୍ୟଅତିଥି ଭାବେ ଯୋଗଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏମିତି ଏକ ଆତ୍ମିକ ଆବେଦନ ବାଢ଼ିଥିଲେ ସେଦିନ। ଗଣତନ୍ତ୍ରର ଚାରିସ୍ତମ୍ଭ ଭିତରୁ କାର୍ଯ୍ୟପାଳିକା ହେଉଛି ବଳିଷ୍ଠ ସ୍ତମ୍ଭ। ପୁଣି ସେହି କାର୍ଯ୍ୟପାଳିକାର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛନ୍ତି ରାଜ୍ୟ ପ୍ରଶାସନିକ ସେବା ଅଧିକାରୀମାନେ। ଏମାନଙ୍କ ଉପରେ ନ୍ୟସ୍ତ ଗୁରୁଦାୟିତ୍ୱ ଗଁାରୁ ଗୁରୁଗାଓଁ ପର୍ଯ୍ୟନ୍ତ ଅର୍ଥାତ୍‌ ବ୍ଲକ, ତହସିଲ,ଏନ୍‌ଏସି, ମ୍ୟୁନିସିପାଲିଟି, ଟ୍ରେଜେରି, ରେଜିଷ୍ଟ୍ରି ଅଫିସ ଆଦି କୁହାଯାଏ, ‘ଗାଁ ହସିଲେ ଦେଶ ହସିବ’। ଆମ ଗାଆଁଗୁଡିକ ହସିବେ ସେତେବେଳେ, ଯେତେବେଳେ ସ୍ଥାନୀୟ ପ୍ରଶାସନ ଗଁାମୁହଁା ହେବେ ଓ ଲୋକକଲ୍ୟାଣରେ ବ୍ରତୀ ରହିବେ। ଆହୁରି ବି ଦେଶର ଆତ୍ମା ଗଁାରେ ନିହିତ। ପୁଣି ଗଁାର ଅତି ସାଧାରଣ ମଣିଷଟିଏ ଅଭାବ, ଅସୁବିଧା, ଅଭିଯୋଗ ନେଇ ପହଞ୍ଚତ୍ବ ନାହିଁ ଜିଲା ପ୍ରଶାସନ ନିକଟରେ, ଯାହାକି ଅନେକଙ୍କ ପାଇଁ ଅପହଞ୍ଚ। ଏମାନଙ୍କ ପାଇଁ ଆଶାର ଆକାଶ, ଆଶ୍ୱାସନାର ଆଡ଼ପମଣ୍ଡପ ହେଉଛି ବ୍ଲକ, ତହସିଲ, ଥାନା। କିନ୍ତୁ ଏହି ସେବାକେନ୍ଦ୍ରଗୁଡ଼ିକ ଖୁବ୍‌ ଅପଖ୍ୟାତ ଆଜି ଦୁର୍ନୀତିର ଗନ୍ତାଘର ଭାବେ। ଏହି କେନ୍ଦ୍ରଗୁଡ଼ିକ ଜନତାଙ୍କ ପ୍ରତି ଯେତେ ଯତ୍ନଶୀଳ ହେବେ, ଲୋକଙ୍କ ସେତେ ମଙ୍ଗଳ ହେବ। ଏଣୁ ଦାୟିତ୍ୱରେ ରହୁଥିବା ଅଧିକାରୀମାନଙ୍କ ନିଷ୍ଠା, ଅଙ୍ଗୀକାରବଦ୍ଧତା, କର୍ତ୍ତବ୍ୟବୋଧ, ସାଧୁପଣ ଉପରେ ନିର୍ଭରକରେ ସମ୍ପୃକ୍ତ ଅଞ୍ଚଳର ବିକାଶ। ଏଥିସହିତ ଗଁା ଓ ବସ୍ତିଲୋକଙ୍କ ଓଠର ହସ ବି ନିର୍ଭର କରେ ଏହି ଅଧିକାରୀମାନଙ୍କ ଉପରେ। ଏଣୁ ଦେଶର ବିକାଶରେ ଏମାନଙ୍କ ଭୂମିକା ବହୁତ ବେଶି। ଏମାନେ ଯଦି ଜଣେ ଜଣେ ଚୌକିଦାର ସାଜି ନିଷ୍ଠାର ସହିତ ଦାୟିତ୍ୱ ନିର୍ବାହ କରିବେ, ଦେଶର ଦ୍ରୁତ ବିକାଶ ସହିତ ଭ୍ରଷ୍ଟାଚାରର ବିଭିନ୍ନ ବାଟ ବି ବନ୍ଦ ହୋଇଯିବ। ଦେଶରୁ ପ୍ରାୟ ୭୦-୭୫ ଭାଗ ଦୁର୍ନୀତି ଆପଣାଛାଏଁ ହଟିଯିବ। ଦୁର୍ନୀତିକୁ ଦୂରେଇ ଦେଇପାରିଲେ ତ ବର୍ଷ କେଇଟାରେ ଭାରତ ବନିଯିବ ବିଶ୍ୱର ଶୀର୍ଷ ସମୃଦ୍ଧ ଦେଶ। ସେଇଥିପାଇଁ ତ ବିଜୁବାବୁ ସେଦିନ ‘ଓଏଏସ୍‌’ ଅଫିସରଙ୍କୁ ଆହ୍ବାନ ଦେଇଥିଲେ ସଚ୍ଚୋଟ ହୋଇ ଜନସେବାରେ ବ୍ରତୀ ହେବାକୁ।
ସଦ୍ୟତମ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି ଅକ୍ଟୋବର ୨୦୨୨ରେ। ଏହାସହିତ ବି ଗଣମାଧ୍ୟମରେ ପ୍ରକାଶ ପାଇଲା କୃତୀ ପରୀକ୍ଷାର୍ଥୀମାନଙ୍କର ସଫଳତାର ରହସ୍ୟ ଏବଂ ରାଜ୍ୟପାଇଁ ଦେଖିଥିବା ସ୍ବପ୍ନସବୁ। ମନୋନୀତ ହୋଇଥିବା ଆଗାମୀକାଲିର ସମସ୍ତ ବିଡିଓ, ତହସିଲଦାରମାନଙ୍କର ମହତ୍‌ ପ୍ରତିକ୍ରିୟା ବି ଥିଲା ପ୍ରାୟ ଏକପ୍ରକାର- ”ନିଷ୍ଠା ଓ ସଚ୍ଚୋଟତାର ସହିତ ଲୋକଙ୍କ ସେବା କରିବା।“ ଆସନ୍ତାକାଲି କାର୍ଯ୍ୟରେ ଯେବେ ଯୋଗଦେବେ, ସେତେବେଳେ ପ୍ରଦତ୍ତ ସଂକଳ୍ପପତ୍ରରେ ବିି ସେଇକଥା ଦୋହରାଇବେ, ”ରାଜ୍ୟବାସୀଙ୍କ ସେବାପାଇଁ ଅତ୍ୟନ୍ତ ନିଷ୍ଠାର ସହିତ ମୁଁ ମୋର କର୍ତ୍ତବ୍ୟ ସମ୍ପାଦନ କରିବି ଏବଂ ନିଜ ଦାୟିତ୍ୱକୁ ସୁଚାରୁ ରୂପେ ନିର୍ବାହ କରିବି। ନିଜେ ସ୍ବଚ୍ଛ ରହି ମୋ ଚତୁଃପାର୍ଶ୍ୱକୁ ବି ସ୍ବଚ୍ଛ ରଖିବାକୁ ସାଧ୍ୟମତେ ଚେଷ୍ଟାକରିବି…।“ ଏମିତି ପ୍ରଚଳିତ ସେହି ଧାରାଟିଏ, ଯାହା ଆଜି ବି ବଳବତ୍ତର ଚିରାଚରିତ ଢଙ୍ଗରେ। କିନ୍ତୁ ପରିଣତିରେ? ପ୍ରତିମାସରେ ଗଣ୍ଡାଗଣ୍ଡା ବିଡିଓ, ତହସିଲଦାର ଓ ସେମାନଙ୍କ ଅଧସ୍ତନ କର୍ମଚାରୀମାନେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଜେଲ ଯାଉଥିବା ଦୃଶ୍ୟ ଦେଖିବାକୁ ମିଳେ। ପ୍ରଶ୍ନ ଉଠେ, କୁଆଡ଼େ ଯାଏ ସେଦିନର ସେ ସଂକଳ୍ପ, ଅଙ୍ଗିକାରବଦ୍ଧତା? କେଇଟା ଅର୍ଥ ଓ ସାମାନ୍ୟ ସ୍ବାର୍ଥ ପାଇଁ ତହସିଲଦାର ରାମଚନ୍ଦ୍ରମାନେ କ’ଣ ଏତେ ତଳକୁ ଖସିଯାଇପାରନ୍ତି? ପଇସା-ପଦବୀ ପାଇଲା ପରେ ବ୍ୟକ୍ତି ଭୁଲିଯାଏ ଅତୀତକୁ। ଚାକିରିଟିଏ ପାଇଁ ଦିନେ କି ସଂଘର୍ଷ କରୁନଥିଲା! ସଂଘର୍ଷ ପରେ ପରେ ସଭିଏଁ ସାଉଁଟନ୍ତି ସଫଳତା ଏବଂ ସାଉଁଟି ବସନ୍ତି ପୁଳାପୁଳା ପ୍ରଶସ୍ତି। ସମାଜ ବି ଅଜାଡ଼ିଦିଏ ସ୍ନେହ-ସଦ୍ଦିଚ୍ଛା-ଶୁଭାଶିଷ। ଆଜି ମନୋନୀତ ହୋଇଥିବା ୩୯୨ ଜଣ ଓଏଏସ୍‌, ଭବିଷ୍ୟତରେ ତାଙ୍କର ସେଇ ‘ପଣ’କୁ ପାଳନ କରିବେ ତ? ଆଜି ଦେଇଥିବା ‘ପ୍ରତିଶ୍ରୁତି’ ପୂରଣ କରିବେ ତ? ଚାକିରିରୁ ଅବସର ନେଲାବେଳେ ଗର୍ବର ସହିତ ଛାତିରେ ହାତରଖି କହିପାରିବେ କି ”ମୁଁ ନୁହେଁ ଲାଞ୍ଚୁଆ। ମୁଁ ସଚ୍ଚୋଟ, ମୁଁ ସତ୍ୟନିଷ୍ଠ“, ଠିକ୍‌ ଶରତ କୁମାର ମହାପାତ୍ରଙ୍କ ପରି।“ ନୀଳଗିରିରେ ପ୍ରଥମେ ତହସିଲଦାର ଓ ପରେ ଉପଜିଲାପାଳ ଥିଲେ ଅତ୍ୟନ୍ତ ସରଳ, ସଚ୍ଚୋଟ ଓ ନମ୍ର ମଣିଷ ଶରତ ମହାପାତ୍ର। ଏହି ଅଧିକାରୀଙ୍କୁ ଅତିନିକଟରୁ ମୁଁ ଦେଖିଛି। ବ୍ୟକ୍ତିଗତ କାମରେ କଦାପି ସରକାରୀ ଗାଡ଼ି ବ୍ୟବହାର କରନ୍ତି ନାହିଁ। ଖବରକାଗଜରେ ପ୍ରକାଶିତ ବିଜୁବାବୁଙ୍କ ସେହି ବାଞ୍ଛିତ ବାକ୍ୟଟି ଟେବୁଲର କାଚତଳୁ ତାଙ୍କ ସାଧୁତାକୁ ସର୍ବଦା ଉଜାଗର କରି ରଖୁଥିଲା। ଏତେ ନୀତିନିଷ୍ଠ ଓ ନୈତିକପ୍ରାଣ ଥିଲେ ଯେ, ଏକମାତ୍ର ପୁଅକୁ ମଧ୍ୟ କ୍ଷମା କରିନଥିଲେ। ଅନିଚ୍ଛାକୃତ ଏକ ଆକସ୍ମିକ ଅଘଟଣ ପାଇଁ ପୁଅ ବିରୋଧରେ ନିଜେ ଏତଲା ଦେଇ ଗିରଫ କରାଇଥିଲେ ଏବଂ ପୁଅର ଜାମିନ ପାଇଁ କେବେବି ପ୍ରୟାସ କରିନାହାନ୍ତି। ଯାହାଫଳରେ ୧୭ ବର୍ଷରୁ ଊଦ୍ଧର୍‌ବକାଳ ହେଲାଣି ପୁଅଟି ଅଦ୍ୟାବଧି ଜେଲରେ ଥିବାର ଜଣାଯାଏ। ଆଜିର କଳୁଷିତ ବାତାବରଣରେ ଭ୍ରଷ୍ଟ ନେତା ମନ୍ତ୍ରୀ ଓ ଉପରିସ୍ଥ ଅଧିକାରୀଙ୍କ ଗହଣରେ ସଚ୍ଚୋଟ ରହି କାମ କରିବା ଯେ କେତେ ଯନ୍ତ୍ରଣାଦାୟକ, ତାହା କେବଳ ଭୁକ୍ତଭୋଗି ହିଁ ଜାଣେ। ତଥାପି ସତ୍ୟକୁ ସାଥୀ କରି କଣ୍ଟାରେ ଚାଳିବାରେ ମଧ୍ୟ ନିଆରା ଆନନ୍ଦ ଅଛି, ଗୌରବବୋଧ ବି ଅଛି। ରୁଗ୍ଣ ମାନସିକତାର କେତେଜଣ ଲାଞ୍ଚୁଆଙ୍କ ପାଇଁ ‘ଓଏଏସ୍‌’ ବର୍ଗ ଆଜି ଅପଖ୍ୟାତ ହୋଇଥିଲେ ବି ଅନ୍ଧାର ରାତିର ଚନ୍ଦ୍ର ସମ ଏମିତି ଅନେକ କାର୍ଯ୍ୟରତ ସତ୍ୟନିଷ୍ଠ ଓଏଏସ୍‌ ଅଧିକାରୀ ଅଛନ୍ତି, ଯେଉଁମାନେ ଆମ ସମସ୍ତଙ୍କ ପାଇଁ ଆଲୋକବର୍ତ୍ତିକା ସଦୃଶ। ସୀମିତ ପରିସରରେ ସଭିଙ୍କ ନାମ ଏଠାରେ ଉଲ୍ଲେଖ କରିବା ସମ୍ଭବ ନୁହେଁ। ଜ୍ୟେଷ୍ଠର ଯନ୍ତ୍ରଣା ବଦଳରେ କଅଁଳ ଖରାର ମୁରୁଜ ପାଲଟିଗଲେ, ପ୍ରଶସ୍ତିରେ ପରିବ୍ୟାପ୍ତ ହେବ ‘ଓଏଏସ୍‌’ବର୍ଗଙ୍କ ପୃଥିବୀ। ଅତଏବ ହେ ସେବକବର୍ଗ, ଆସନ୍ତୁ ଲେଖିବା ସତ୍ୟର ସରଳାର୍ଥ, ପଢ଼ିବା ‘ପଣ ଓ ପ୍ରତିଶ୍ରୁତି’ର ପଦ୍ୟାବଳୀ। ଗାଇବା ମଙ୍ଗଳର ମନ୍ତ୍ର ଏବଂ ରଚିବା କୀର୍ତ୍ତିର କୋଣାର୍କ।

  • ଉପେନ୍ଦ୍ର ବିଶ୍ୱାଳ
    ମୋ: ୯୪୩୭୪୩୬୦୭୩
    unbiswal05@gmail.com

Enter your email to get our daily news in your inbox.

All Right Reserved By Dharitri.Com

ଜୀବନ ବିରୋଧରେ ବିଦ୍ରୋହ

ଅଧ୍ୟାପକ ନିରଞ୍ଜନ ପାଢ଼ୀ   ଥରେ ଜଣେ ସାଧୁ ସହସ୍ରାଧିକ ଶ୍ରଦ୍ଧାଳୁ ଶ୍ରୋତାଙ୍କୁ ପ୍ରବଚନ ଦେଲାବେଳେ ପଚାରିଲେ, ”କେଉଁମାନେ ମରିବାକୁ ଇଚ୍ଛା କରନ୍ତି ହାତ ଟେକନ୍ତୁ!“...

ମାଙ୍କଡ଼ଡିଆଁ

କେରଳର କନ୍ନୁରଠାରେ ୧୮ ଜୁଲାଇରେ ୩୧ ବର୍ଷୀୟ ଜଣେ ବ୍ୟକ୍ତିଙ୍କଠାରେ ଦେଶର ଦ୍ୱିତୀୟ ମଙ୍କିପକ୍ସ ଭୂତାଣୁ ଠାବ ହୋଇଛି। ସେ ୧୩ ଜୁଲାଇରେ ଦୁବାଇରୁ ଆସି...

ଏଇ ଭାରତରେ

ବିଭେଦ ମଧ୍ୟରେ ଏକତା ଭାରତର ପରିଚୟ। ବିଭିନ୍ନ ଧର୍ମ ମଧ୍ୟରେ ଶାଶ୍ୱତ ଚିନ୍ତାଧାରା ଧର୍ମ ନିରପେକ୍ଷତାର ଆଉ ଏକ ଉଦାହରଣ, ଯାହା ଦେଖିବାକୁ ମିଳିଛି ବାରାଣସୀର...

ହାନିକାରକ କ୍ଷମତା

ଅଲ୍ଟ ନ୍ୟୁଜର ସହ ସଂସ୍ଥାପକ ମହମ୍ମଦ ଜୁବେରଙ୍କୁ ଜେଲ ପଠାଇ ଦିଆଯିବା ଏକ ନ୍ୟାୟିକ ନିଷ୍ଫଳତା ଯାହାକୁ ଭାରତ ସରକାର ଏହାର ନାଗରିକମାନଙ୍କୁ ମାନିନେବାକୁ ବିବଶ...

ମିଛ ଆଶ୍ୱାସନା

ଆକାର ପଟେଲ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରିମାସୀରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପୁଣି ୪.୭ ପ୍ରତିଶତକୁ କମିଯାଇଛି। ଗତ ଛଅବର୍ଷ ଭିତରେ ଏହା ସବୁଠାରୁ...

ଯୁଦ୍ଧ ଓ ସଂସ୍କୃତି

ନିକଟରେ ଟାଇମ୍ସ ଲିଟେରାରି ସପ୍ଲିମେଣ୍ଟରେ ୟୁକ୍ରେନ୍‌ ଓପନାସିକ, ପ୍ରାବନ୍ଧିକ ତଥା କବି ଓକ୍‌ସାନା ଜାବୁଝକୋଙ୍କର ଏକ ରୋଚକ ପ୍ରବନ୍ଧ ପ୍ରକାଶ ପାଇଥିଲା। ଏଥିରେ ରୁଷିଆର ଅସଭ୍ୟ...

ସାଧାରଣରୁ ଅସାଧାରଣ

ଡ. ନିଖିଳାନନ୍ଦ ପାଣିଗ୍ରାହୀ ତିନି ଜଣ ବିଖ୍ୟାତ ବ୍ୟକ୍ତି। ଶକୁନ୍ତଳା ଦେବୀ (୧୯୨୯-୨୦୧୩), ଆଇନ୍‌ଷ୍ଟାଇନ (୧୮୭୯-୧୯୫୫) ଓ ଆଚାର୍ଯ୍ୟ ରଜନୀଶ (ବହୁ ପରିଚିତ ନାମ ଓଶୋ,...

ଏଇ ଭାରତରେ

ପରିବେଶକୁ ରକ୍ଷା ଲାଗି ଏବେ ତାପଜ ବିଦ୍ୟୁତ୍‌ ପରିବର୍ତ୍ତେ ସୌର ଶକ୍ତି ଉତ୍ପାଦନକୁ ପ୍ରାଧାନ୍ୟ ଦିଆଯାଉଛି। ଏହି କ୍ରମରେ ସୋଲାର ପାଓ୍ବାର ଷ୍ଟେଶନ ସଂଖ୍ୟା ବୃଦ୍ଧି...

Advertisement
Archives

Model This Week