Advertisement

ଏଇ ଭାରତରେ

ଶିକ୍ଷା କହିଲେ ଦଶମ ପାସ୍‌, କିନ୍ତୁ ନୂତନତ୍ୱର ନିଶା ଏକ ନୂଆ ପରିଚୟ ଦେଇଛି ଗୋଆର ବିପିନ କଦମଙ୍କୁ। ବିପିନଙ୍କ ବୟସ ଏବେ ୪୪। ସେ ଗୋଆର ଏକ ମାନୁଫାକଚରିଂ କମ୍ପାନୀରେ କାମ କରନ୍ତି। ସେ ତାଙ୍କ ଦିବ୍ୟାଙ୍ଗ କନ୍ୟାଙ୍କ ପାଇଁ ଏକ ରୋବୋ ନିର୍ମାଣ କରିଛନ୍ତି। ଏହାର ନାମ ରଖିଛନ୍ତି ‘ମା’ ରୋବୋ’। ଏହାକୁ ନିର୍ମାଣ କରିବା ଲାଗି ତାଙ୍କୁ ୩ ବର୍ଷ ଲାଗିଯାଇଛି। ଏଥିରେ ସେ ମୋଟ୍‌ ୧୨ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି । ଏହି ରୋବୋକୁ ସଙ୍କେତ ପ୍ରଦାନ କଲେ ତାହା ତାଙ୍କ ଦିବ୍ୟାଙ୍ଗ କନ୍ୟାକୁ ଖୁଆଇ ଦେଉଛି। ସେ ଇଣ୍ଟରନେଟ୍‌ରୁ ଜ୍ଞାନକୌଶଳ ହାସଲ କରି ଉକ୍ତ ରୋବୋ ନିର୍ମାଣ କାର୍ଯ୍ୟ ୨୦୧୯ରେ ଆରମ୍ଭ କରିଥିଲେ ଓ ତାହା ସମ୍ପୂର୍ଣ୍ଣ କରିବାକୁ ତାଙ୍କୁ ତିନି ବର୍ଷ ଲାଗିଯାଇଛି। ସେ କମ୍ପାନୀରେ ୧୨ ଘଣ୍ଟା ଡ୍ୟୁଟି କରିବା ପରେ ଘରେ ଆସି ଏହାକୁ ନିର୍ମାଣ କରନ୍ତି। ତେବେ ଏହି ସଫଳତା ପରେ ବିପିନ ଆଗକୁ ଦିବ୍ୟାଙ୍ଗମାନଙ୍କ ଲାଗି ଏ ପ୍ରକାରର ରୋବୋ ନିର୍ମାଣ କରିବାକୁ ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘର ଭିତରୁ

ଦରବୃଦ୍ଧି ପ୍ରସଙ୍ଗକୁ ନେଇ ଲୋକ ସଭାରେ ୧ ଅଗଷ୍ଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଥିଲେ, ଅନେକ ଦେଶଠାରୁ ଭାରତୀୟ ଅର୍ଥନୀତି ଭଲ ରହିଛି ଓ ଏହା...

ବିକଳ୍ପ ଦିଶିଲାଣି

ବିହାରରେ ସଂଯୁକ୍ତ ଜନତା ଦଳ (ଜେଡିୟୁ) ଓ ଭାରତୀୟ ଜନତା ପାର୍ଟି (ଭାଜପା) ମଧ୍ୟରେ ୨୦୨୦ରୁ ଚାଲିଆସିଥିବା ମେଣ୍ଟ ସରକାର ୯ ଅଗଷ୍ଟରେ ଭାଙ୍ଗିଯାଇଛି। ନିଜେ...

ବିରୋଧୀ ବଧ

ବିରୋଧୀ ଦଳର ଧର୍ମ ହେଲା ସରକାରଙ୍କ ଦୋଷ ଦୁର୍ବଳତା ଲୋକଲୋଚନକୁ ଆଣିବା। ପ୍ରତ୍ୟେକ କଥାରେ ବିରୋଧୀ ବିରୋଧ କରିବା ଦରକାର। ଗଣତାନ୍ତ୍ରିକ ସରକାରର କର୍ତ୍ତବ୍ୟ ହେଉଛି...

ଉଦ୍ୟୋଗୀ ବୁଷ୍ଟର

ଇଂଲିଶ ଭାଷାରେ ଦୁର୍ବଳତା ତାଙ୍କୁ ଦୁଇ ଥର ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଅକୃତକାର୍ଯ୍ୟ କରାଇଥିଲା। ଏହି ବିଫଳତା ସତ୍ତ୍ୱେ ସେ ପଢ଼ାରୁ ଇସ୍ତଫା ଦେଇ ନ...

ଏଇ ଭାରତରେ

ଖୁସି ରହିବା ପାଇଁ ପାଠ ପଢ଼ିବାକୁ ହେବ। ଏମିତି କଥା ଶୁଣି ବିଶ୍ୱାସ ହେଉନାହିଁ କି! ହେଲେ ଏବେ ଏମିତି ଏକ ସ୍ବତନ୍ତ୍ର ଧରଣର ପାଠ୍ୟକ୍ରମ...

ସମ୍ପାଦକୀୟ/ବୁଦ୍ଧି ଲୋଡ଼ା

ଚଳିତବର୍ଷ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ପାଇଥିବା ଭାରତୀୟ-ଆମେରିକୀୟ ଅଭିଜିତ୍‌ ବାନାର୍ଜୀ ୨୨ ଅକ୍ଟୋବରରେ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ୍‌ ଆଲୋଚନା କରିଛନ୍ତି।...

ସୁଧୁରୁଥିବା ସମାଜ

ଡ. ବାସନ୍ତୀ ମହାନ୍ତି   ପ୍ରତ୍ୟେକ ବିପର୍ଯ୍ୟୟ ଆମ ପାଇଁ ଗୋଟିଏ ଗୋଟିଏ ବାର୍ତ୍ତା ନେଇ ଆସିଥାଏ। ଏ ସର୍ବଗ୍ରାସୀ କରୋନା କବଳିତ ପୃଥିବୀରୁ ସବୁ...

କରୋନା ବେଳେ ଏମ୍‌ଜିଏନ୍‌ଆର୍‌ଇଜିଏର ଭୂମିକା

ବିଚିତ୍ର ବିଶ୍ୱାଳ କରୋନା ମହାମାରୀ ଓ ତଜ୍ଜନିତ ସୁଦୀର୍ଘ ଲକ୍‌ଡାଉନ୍‌ ଯୋଗୁ ଦେଶରେ ବେକାରି ସମସ୍ୟା ଭୟଙ୍କର ଭାବେ ବଢ଼ିଯାଇଥିବା ବେଳେ ଅର୍ଥନୈତିକ ଅବସ୍ଥା ରସାତଳଗାମୀ...

Advertisement
Archives

Model This Week