ସ୍ଵଦେଶ ଆତ୍ମାର ବାଣୀମୂର୍ତ୍ତି ତୁମେ

ବିମଳ ପ୍ରସନ୍ନ ଦାସ

 

୧୯୨୬, ନଭେମ୍ବର ୨୪ ତାରିଖ। ମହାଯୋଗୀ ଶ୍ରୀଅରବିନ୍ଦଙ୍କ ଯୋଗ ସାଧନାମୟ ଜୀବନରେ ମହାସିଦ୍ଧିର ବିଜୟ ବାର୍ତ୍ତା ଉଦ୍‌ଘୋଷିତ ହେଲା ”ଏଇ ଭାରତରେ ମହାମାନବର ସାଗରତୀରେ“। ଏହାର ଅବ୍ୟବହିତ ପରେ ୧୯୨୮ ମସିହାରେ ବିଶ୍ୱକବି ରବୀନ୍ଦ୍ରନାଥ ତାଙ୍କୁ ସାକ୍ଷାତ୍‌ କରି ନିଜର ଅମର କୃତି ‘ନମସ୍କାର’ କବିତାରେ ନିଜର ଉପଲବ୍‌ଧି ଲିପିବଦ୍ଧ କରିଛନ୍ତି:- ”ଅରବିନ୍ଦ ରବୀନ୍ଦ୍ରର ଘେନ ନମସ୍କାର ହେ ବନ୍ଧୁ, ହେ ଦେଶବନ୍ଧୁ, ସ୍ବଦେଶ ଆତ୍ମାର ବାଣୀ ମୂର୍ତ୍ତି ତୁମେ“। ଆଜି ୯୭ତମ ସିଦ୍ଧି ଦିବସ।
ପ୍ରଥମ ଦୃଷ୍ଟିରେ ବୁଝିପାରିଲି ସେ ଆତ୍ମାକୁ ସତ୍ୟ ରୂପେ ଚାହିଁଛନ୍ତି ଏବଂ ପାଇଛନ୍ତି। ଏହା ତାଙ୍କ ଦୀର୍ଘ ତପସ୍ୟାର ଫଳ। ମୋ ମନ କହିଲା ସେ ହିଁ ତାଙ୍କ ଅନ୍ତର ଆଲୋକ ଦେଇ ବାହାରେ ଆଲୋକ ଜଳାଇବେ। ସେଥିପାଇଁ ତାଙ୍କ ମୁଖଶ୍ରୀରେ ଏପରି ସୌନ୍ଦର୍ଯ୍ୟଦୀପ୍ତ ଶାନ୍ତିର ଉଜ୍ଜ୍ୱଳ ଆଭା ମୁଁ ତାଙ୍କୁ କହି ଆସିଲି ଆତ୍ମାର ବାଣୀ ବହନ କରି ଆପଣ ଆମମାନଙ୍କ ମଧ୍ୟକୁ ଆସିବେ, ଏହି ପ୍ରତୀକ୍ଷାରେ ରହିିଲୁ। ସେହି ବାଣୀରେ ଭାରତର ପ୍ରଜନ୍ୟ ନିନାଦିତ ହେବ-”ଶୃଣ୍ବନ୍ତୁ ସର୍ବେ ଅମୃତସ୍ୟ ପୁତ୍ରାଃ“। ଯଥାର୍ଥରେ ସେ ‘ଭାରତ ଆତ୍ମାର ବାଣୀମୂର୍ତ୍ତି’।
ଋଷି ଶ୍ରୀଅରବିନ୍ଦଙ୍କ ଅନୁପମ ଭାଷାରେ ”ଭାରତ ଧ୍ୱଂସ ହୋଇ ନ ପାରେ। କାରଣ ମାନବ ସମାଜର ବିଭିନ୍ନ ଗୋଷ୍ଠୀ ମଧ୍ୟରେ କେବଳ ଭାରତ ଉପରେ ନ୍ୟସ୍ତ ରହିଛି ସମଗ୍ର ମାନବ ଜାତିର ହିତାର୍ଥେ ଏକ ଅପରିହାର୍ଯ୍ୟ, ଉଜ୍ଜ୍ୱଳତମ, ମହିମ୍ନ ସିଦ୍ଧି। ଏହାହିଁ ସମଗ୍ର ଜଗତର ଭବିଷ୍ୟତ ଧର୍ମ; ଯାହା ସମସ୍ତ ଧର୍ମ, ବିଜ୍ଞାନ ଓ ଦର୍ଶନର ସମନ୍ବୟ ସାଧନ କରେ। ସେହିପରି ନୈତିକ କ୍ଷେତ୍ରରେ ତା’ର ଲକ୍ଷ୍ୟ ହେଲା ମନୁଷ୍ୟ ମଧ୍ୟରୁ ତା’ର ବର୍ବରତା ଦୂର କରିବା ଏବଂ ବିଶ୍ୱକୁ ଆର୍ଯ୍ୟଧର୍ମରେ ଦୀକ୍ଷିତ କରିବା।
ଭାରତ ଅନ୍ୟ ଦେଶ ପରି ନିଜ ସକାଶେ ଜାଗ୍ରତ ହୋଇନାହିଁ। ଦୁର୍ବଳକୁ ପାଦରେ ଦଳି ଦେବାକୁ ଉଠିନାହିଁ। ତା’ ପାଖରେ ନ୍ୟସ୍ତ ଥିବା ଶାଶ୍ୱତ ଜ୍ୟୋତିକୁ ବିତରଣ କରିବ ବୋଲି ତା’ର ଉତ୍‌ଥାନ ହୋଇଛି। ଭାରତ ଚିରଞ୍ଜୀବୀ ବିଶ୍ୱ ତଥା ମାନବଜାତି ସକାଶେ। ନିଜ ପାଇଁ ନୁହଁ, ଆଜି ମଧ୍ୟ ତା’ର ସ୍ଥିତି ପଶ୍ଚାତ୍‌ରେ ସେହି ଯୁକ୍ତି ଓ ଯଥାର୍ଥତା।
ମାନବ ଜାତି ମଧ୍ୟରେ ଏପରି ଗୋଷ୍ଠୀ ରହିଛି, ଯାହା ଯୁଗ ଯୁଗାନ୍ତରରୁ ଏକ ବିଶାଳ, ମହାନ୍‌, ଦିବ୍ୟ ପରଂପରାକୁ ଅବ୍ୟାହତ ଭାବେ ଧାରଣ କରିଛି ଏବଂ ସେଥିପାଇଁ ବଞ୍ଚତ୍ ରହିଛି। ପୃଥିବୀର ବିଭିନ୍ନ ମାନବ ଗୋଷ୍ଠୀ ମଧ୍ୟରେ, ବିଭିନ୍ନ ରାଷ୍ଟ୍ର ମଧ୍ୟରେ, ଭାରତୀୟ ଜାତି ଏହିପରି ଗୋଷ୍ଠୀ, ଏହିପରି ଏକ ଉନ୍ନତ ମହାନ୍‌ ପରମ୍ପରାର ଅଧିକାରୀ ଏବଂ ଏକ ଦିବ୍ୟ ଭୂମିକାରେ ନିଜକୁ ଗଢ଼ିଥିବା ଦେଶ ଭାରତ ପୃଥିବୀର ଗୁରୁତୁଲ୍ୟ। ଏହାର ସ୍ବଧର୍ମ ଆର୍ଯ୍ୟ, ସ୍ବଭାବ ଶୁଦ୍ଧ, ଦୀପ୍ତ ଓ ଜ୍ୟୋତିର୍ମୟ। ଶ୍ରୀଅରବିନ୍ଦ ସ୍ପଷ୍ଟ କହିଛନ୍ତି, ବ୍ୟକ୍ତି ଯେପରି ଆମତ୍ବାନ୍‌, ସମଷ୍ଟି ବା ଗୋଷ୍ଠୀ ଠିକ୍‌ ସେପରି ଆମତ୍ବାନ୍‌। ବ୍ୟକ୍ତିର ଯେପରି ଏକ ଶୁଦ୍ଧ ଅନ୍ତଃପୁରୁଷ ରହିଛି, ସମଷ୍ଟିର ଯେପରି ଏକ ଜୀବନ୍ତ, ଜାତୀୟ ପୁରୁଷ ବା ଜାତୀୟ ଆତ୍ମା ଅଛି। ବ୍ୟକ୍ତିର ମୃତ୍ୟୁ ହେଲେ ତା’ର ଆମତ୍ା ଚୈତ୍ୟଭୂମିକୁ ଚାଲିଯାଏ। ଗ୍ରୀସ୍‌, ରୋମ୍‌, ବେବିଲୋନ୍‌, ଚାଇନା, ଜାପାନ, ଇଜିପ୍ଟ ପ୍ରଭୃତି ବହୁ ପ୍ରାଚୀନ ଦେଶର ଆମତ୍ା ଦିବ୍ୟାଲୋକରୁ ଅନ୍ତର୍ହିତ ହୋଇଛି। ଅର୍ଥାତ୍‌ ସେ ପ୍ରାଚୀନ ଦେଶର ସଭ୍ୟତା ଓ ସଂସ୍କୃତି ବିଲୁପ୍ତ ହୋଇଛି।
କିନ୍ତୁ ଭାରତବର୍ଷ ଏକ ବିରଳ ବ୍ୟତିକ୍ରମ। ବହୁ ବାଧାବିଘ୍ନ ଓ ଉତ୍‌ଥାନ ପତନ ମଧ୍ୟରେ ନିଜର ସଂସ୍କୃତି ଓ ସଭ୍ୟତାକୁ ସେ ବଜାୟ ରଖିପାରିଛି। ଯେଉଁ ଶକ୍ତି ଓ ପ୍ରତିଭା ଦ୍ୱାରା ଜାତି ଜୀବିତ ରହେ ଏବଂ ନିଜର ଜୀବନ ତଥା କର୍ମକୁ ନିୟନ୍ତ୍ରଣ କରେ, ସେହି ଜାତୀୟ ଶକ୍ତି ଭାରତରେ ଅକ୍ଷୁଣ୍ଣ ରହିଛି- ଯାହାର ରୂପାନ୍ତର ସ୍ବୟଂ ଭାରତ ମାତା। ଏହା ସାକ୍ଷାତ୍‌ ଜୀବନ୍ତ ଓ ଦିବ୍ୟଶକ୍ତି, ଦୁର୍ଗା, ମା’ ଭବାନୀ। ଦେଶର ସେହିମାନେ ହିଁ କଲ୍ୟାଣ ସାଧନ କରନ୍ତି, ଯେଉଁମାନେ ଏହି ଶକ୍ତିକୁ ନିଜ ଅନ୍ତରାତ୍ମାରେ ଉପଲ୍‌ବଧି କରିପାରନ୍ତି। ଏହାହିଁ ଜାତିର ଅନ୍ତଃସ୍ଥଳ। ଶକ୍ତି, ସାମର୍ଥ୍ୟ, ତେଜ, ବୀର୍ଯ୍ୟ, ଶୌର୍ଯ୍ୟ ଓ ବୀରତ୍ୱର ଅନ୍ତୁଡ଼ିଶାଳ। ଏହା ମଧ୍ୟ ପ୍ରେମ, ପ୍ରଜ୍ଞା, ସୌନ୍ଦର୍ଯ୍ୟ, ସଂହତି ଓ ତ୍ୟାଗ ଓ ତପସ୍ୟାର ଜନ୍ମବେଦୀ।
କିନ୍ତୁ ସମଗ୍ର ପୃଥିବୀରେ ମୁଖ୍ୟତଃ ଦୁଇଟି ବିଚାରଧାରା ମାନବ ସମାଜର ଚିନ୍ତା ଓ ଚେତନାକୁ ନିୟନ୍ତ୍ରିତ କରି ଗଭୀର ଦ୍ୱନ୍ଦ୍ୱ ଓ ସଂଘର୍ଷ ସୃଷ୍ଟି କରିଛି। ବିଜ୍ଞାନ, ଯୁକ୍ତି, ବିଚାର, କର୍ମ, ଦକ୍ଷତା ବଳରେ ଜୀବନକୁ ଉପଭୋଗ କରିବା- ଏହାହିଁ ମୂଳକଥା। ଜୀବନର ଯେ କୌଣସି ଉଚ୍ଚତର ଆଧ୍ୟାତ୍ମିକ ମୂଲ୍ୟ ଅଛି, ତାହା ଏହି ବିଚାରରେ ନିରର୍ଥକ। ଏଠି ଜୀବନର ଅଗ୍ରଗତି ପରିବର୍ତ୍ତେ ସଫଳତା ହିଁ ଶେଷ କଥା। ଯେ କୌଣସି ଉପାୟରେ ଏହି ସଫଳତା ହାସଲ କରିବାକୁ ହେବ।
ମାତ୍ର ଏହି ବିଚାରଧାରା ବିରୁଦ୍ଧରେ ଭାରତର ଯୁକ୍ତି ହେଉଛି ଅଧ୍ୟାମତ୍ ଶକ୍ତି ବଳରେ ବିଶ୍ୱର କଲ୍ୟାଣ। ସଂସାର ନୁହେଁ, ସଂସାରରୁ ମୁକ୍ତି ହିଁ ତାର ବାର୍ତ୍ତା। ଭୋଗ ପରିବର୍ତ୍ତେ ତ୍ୟାଗ ହିଁ ତା’ର ଆଦର୍ଶ। ଜୀବନର ଆପାତ ସଫଳତା ବଡ଼ କଥା ନୁହେଁ, ବରଂ ଅନ୍ତର୍ଜୀବନର ବିକାଶ ହିଁ ସାଧନାର ଉତ୍ସ। ବିଭିନ୍ନ ସମୟରେ ବହୁ ସନ୍ଥ ସାଧକଙ୍କର ନିରବଚ୍ଛିନ୍ନ ସାଧନା ଭାରତର ଏହି ମହାନ୍‌ ପରଂପରାକୁ ଅବ୍ୟାହତ ରଖି ପାରିଛି।
ମହାଯୋଗୀ ଶ୍ରୀଅରବିନ୍ଦ ଆଧ୍ୟାତ୍ମିକତା ଓ ବୈଜ୍ଞାନିକ ଜଡ଼ଚେତନା ମଧ୍ୟରେ ସୁନ୍ଦର ସମନ୍ବୟ କରି ଭାରତୀୟ ଦର୍ଶନ ଓ ଆଦର୍ଶକୁ ମହିମାନ୍ବିତ କରିଛନ୍ତି। ଏହି ଅଧ୍ୟାମତ୍ବାଦ ହେଲା ପୂର୍ଣ୍ଣାଙ୍ଗ ଧର୍ମୋର ଅତିମାନସତ୍ୱ। ପୂର୍ଣ୍ଣାଙ୍ଗ ଅଧ୍ୟାମତ୍ବାଦରେ ଜଡ଼ ଓ ଚେତନା, ଭଗବାନ୍‌ ଓ ଜଗତ, ଜୀବନ ଓ ଦିବ୍ୟତା ମଧ୍ୟରେ ସେ ସାମଞ୍ଜସ୍ୟ ସ୍ଥାପନ କରିଛନ୍ତି। ସୁତରାଂ ଶ୍ରୀଅରବିନ୍ଦ ଯେଉଁ ଭାରତ ଆତ୍ମାର ବାଣୀମୂର୍ତ୍ତି, ତାହା ସେହି ପୁରାତନ ଭାରତ କିମ୍ବା ଧର୍ମ ଓ ରହସ୍ୟବାଦରେ ପୂର୍ଣ୍ଣ ମଧ୍ୟଯୁଗୀୟ ଭାରତ ନୁହେଁ, ଏହା ତାଙ୍କର ସ୍ବପ୍ନର ଭାରତ; ଯାହା ନିଜ ଆଧ୍ୟାତ୍ମିକ ଶକ୍ତି ଉପରେ ବିଜ୍ଞାନ ଓ ଶିଳ୍ପତନ୍ତ୍ରକୁ ଗ୍ରହଣ କରି ଜୀବନକୁ ପରିପୂର୍ଣ୍ଣତା ଦେଇପାରିବ। ଆଜିପରି ପୁଣ୍ୟତିଥିରେ ତାଙ୍କର ବାଣୀ ବହନ କରି ମାନବ ଚେତନାକୁ ସମୃଦ୍ଧ କରୁ- ଏହାହିଁ ପ୍ରାର୍ଥନା।
ମୋ: ୯୪୩୮୧୮୬୨୨୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?