Posted inଜାତୀୟ

ୟୁପିରେ ମିଳିବ ଶସ୍ତା ଖାଦ୍ୟ: ଖୁବ୍‌ଶୀଘ୍ର ଯୋଗୀ ସରକାର ଆରମ୍ଭ କରିବେ ଅନ୍ନପୂର୍ଣ୍ଣା କ୍ୟାଣ୍ଟିନ

ଲକ୍ଷ୍ନୌ,୬।୪: ଉତ୍ତରପ୍ରଦେଶରେ ଲଗାତର ଦ୍ୱିତୀୟ ଥର ପାଇଁ ବିଧାନସଭା ନିର୍ବାଚନରେ ଏକ ଐତିହାସିକ ବିଜୟ ହାସଲ କରିଛି ଭାଜପା। ଏହାପରେ ଭାଜପା ନିଜର ସଂକଳ୍ପ ପତ୍ରରେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବା ଆରମ୍ଭ କରିଦେଇଛି। ଏହିକ୍ରମରେ ୟୁପିରେ ଯୋଗୀ ସରକାର ଗରିବ ଲୋକଙ୍କୁ ଶସ୍ତା ଖାଦ୍ୟ ଯୋଗାଇଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଖୁବ୍‌ଶୀଘ୍ର ରାଜ୍ୟରେ ଖୋଲିବ ଅନ୍ନପୂର୍ଣ୍ଣା କ୍ୟାଣ୍ଟିନ। ସହରାଞ୍ଚଳର ଗରିବ ଲୋକଙ୍କୁ ଶସ୍ତା ଖାଦ୍ୟ ଯୋଗାଇବା ପାଇଁ ଏହି କ୍ୟାଣ୍ଟିନ ଖୋଲାଯାଉଛି। ଯାହାକୁ ନିଜର ସଂକଳ୍ପ ପତ୍ରରେ ଶାସକ ଦଳ ପ୍ରମୁଖ ସ୍ଥାନ ଦେଇଥିଲା। ଏହି କ୍ୟାଣ୍ଟିନ ଖୋଲିବା ପାଇଁ ସମସ୍ତ ଜିଲାର ଜିଲାପାଳଙ୍କୁ ଜମି ଚିହ୍ନଟ କରିବା ଲାଗି କୁହାଯାଇଛି। ଫଳରେ ସହରରେ ଖୁବ୍‌ଶୀଘ୍ର ଅନ୍ନପୂର୍ଣ୍ଣା କ୍ୟାଣ୍ଟିନ ଆରମ୍ଭ କରାଯାଇପାରିବ। ସୂଚନାଯୋଗ୍ୟ, ଅନ୍ନପୂର୍ଣ୍ଣା କ୍ୟାଣ୍ଟିନ କେବଳ ୟୁପି ସରକାରଙ୍କ ୧୦୦ ଦିନିଆ କାର୍ଯ୍ୟ ଯୋଜନା ଅଧୀନରେ ଆରମ୍ଭ ହେବ। ଅର୍ଥାତ୍‌ ଯୋଗୀ ସରକାର ଏବେ ପ୍ରତ୍ୟେକ ସହରର ଗରିବ ଲୋକଙ୍କୁ ଶସ୍ତା ଖାଦ୍ୟ ଯୋଗାଇଦେବେ। ଏହି ଯୋଜନା ଅଧୀନରେ ଗରିବ ଲୋକଙ୍କୁ ସର୍ବନିମ୍ନ ମୂଲ୍ୟରେ ଯଥା ମାତ୍ର ୧୦ଟଙ୍କାରେ ଖାଦ୍ୟ ଯୋଗାଇଦିଆଯିବ। ଏହାପୂର୍ବରୁ ବିଧାନସଭା ନିର୍ବାଚନ ସମୟରେ ଅଖିଳେଶ ଯାଦବ ଘୋଷଣା କରିଥିଲେ ଯେ, ତାଙ୍କ ମେଣ୍ଟ ସରକାର ଗଠନ ହେବା ପରେ ଗରିବ ଲୋକଙ୍କ ପାଇଁ ଏକ ସମାଜବାଦିି କ୍ୟାଣ୍ଟିନ ଖୋଲାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ହେବ ଅପେକ୍ଷା, ଏହିଦିନ ଘୋଷଣା ହେବ 2027 ODI World Cupର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୯।୯: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ କ୍ରିକେଟ ସାଉଥ ଆଫ୍ରିକା (CSA) ଗୁରୁବାର କେପ ଟାଉନରେ ୨୦୨୭ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କରିବେ। ଏହି କାର୍ଯ୍ୟକ୍ରମ…

ସ୍ଥଗିତ ହେଲା OSSTET-୨୦୨୬ ପରୀକ୍ଷା: ବୁଧବାର ହେବାର ଥିଲା, ପୁଣି ଏହି ଦିନ…

ଭୁବନେଶ୍ବର,୨୯।୯: ସ୍ଥଗିତ ହେଲା ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET-୨୦୨୬) । ବୁଧବାର ଏହି ପରୀକ୍ଷା ହେବାକୁ ଥିବା ବେଳେ ସ୍ଥଗିତ ନେଇ ଘୋଷଣା…

ବିରାଟ କୋହଲିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା, କହିଲେ,‘ଏହି କାରଣରୁ କମିଯାଇଛି ଯୋଗାଯୋଗ’

ନୂଆଦିଲ୍ଲୀ,୨୯।୯: ପ୍ରଥମ ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆଠ ୱିକେଟର ଜବରଦସ୍ତ ବିଜୟ ପରେ, ଭାରତୀୟ ଦଳ ଦ୍ୱିତୀୟ ମ୍ୟାଚ ପାଇଁ ପ୍ରସ୍ତୁତି ଚଳାଇଛି। ବୁଧବାର ହେବାକୁ…

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

ଜ୍ଞାନେଶ କୁମାରଙ୍କ ବିରୋଧରେ ଦାଏର ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ; ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି କହିଲେ ଓକିଲ

ନୂଆଦିଲ୍ଲୀ,୨୯।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଏକପାଖିଆ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଆସନ୍ତା ସପ୍ତାହରେ ଶୁଣାଣି କରିବେ। ମଙ୍ଗଳବାର…

କମିବ LPG-Petrolର ମୂଲ୍ୟ, ଶେଷ ହେବ ହର୍ମୁଜ ପ୍ରସଙ୍ଗ, ଇରାନ ଯୁଦ୍ଧକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ ଘୋଷଣା

ଓ୍ବାଶିଂଟନ,୨୯।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଚାଲିଥିବା ବିବାଦ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି କହିଛନ୍ତି ଯେ ଏହି ଯୁଦ୍ଧ ଶୀଘ୍ର ଶେଷ…

ହୋଟେଲରେ ଯୁବତୀଙ୍କୁ ନିର୍ଯାତନା; ଅଚେତ ଅବସ୍ଥାରେ ବଳାତ୍କାର, ଆପତ୍ତିଜନକ ଭିଡିଓ କରି ଭାଇରାଲ୍‌ କଲେ ଯୁବକ

ପାଟନା,୨୯।୯: ବିହାରର ବେଗୁସରାଇରେ ଜଣେ ଯୁବତୀଙ୍କୁ ହୋଟେଲକୁ ନେଇ ମାଡ଼ ମାରିବା ଏବଂ ବଳାତ୍କାର କରିବା ଅଭିଯୋଗ ସାମ୍ନାକୁ ଆସିଛି । ଏହାପରେ ଯୁବତୀଙ୍କ ଆପତ୍ତିଜନକ ଭିଡିଓ…

ପ୍ରଥମଥର ପାଇଁ ଆରମ୍ଭ ହେଲା ‘ଅଲ-ଫର୍ମାଟ’ ଟୁର୍ନାମେଣ୍ଟ: କ୍ରିକେଟ୍‌ ଜଗତରେ ଚହଳ, ଜାଣନ୍ତୁ ଏହା କ’ଣ

ଢାକା,୨୯।୯: କ୍ରିକେଟ୍‌ରେ ନୂଆ ପରୀକ୍ଷଣ କରିବାକୁ ଯାଉଛି ବାଂଲାଦେଶ। ତମିମ ଇକବାଲଙ୍କ ଅଧ୍ୟକ୍ଷତାରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ‘ଡି-୩’ ବା ‘ଡୋମେଷ୍ଟିକ ୩’ ନାମରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?