Posted inଜାତୀୟ

ଏଜୁକେଶନ କମିଶନ ଗଠନ କରିବେ ଯୋଗୀ ଆଦିତ୍ୟନାଥ ସରକାର

ଲକ୍ଷ୍ନୌ,୩ ।୧: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ସ୍ଥିର କରିଛନ୍ତି କି ରାଜ୍ୟରେ ଶିକ୍ଷା ଆୟୋଗ ବା ଏଜୁକେଶନ କମିଶନ କଠନ କରାଯିବ । ଏହାକୁ ନେଇ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜେ ଏହାର ଅଧ୍ୟକ୍ଷତା କରିବେ । ଏହାକୁ ନେଇ ସେ ରାଜ୍ୟର ବରିଷ୍ଠ ଅଧିକାରୀ ଯେପରିକି ଉଚ୍ଚ ଶିକ୍ଷା ବିଭାଗର ମୁଖ୍ୟ ସଚିବଙ୍କ ସହ ଚର୍ଚ୍ଚା କରିବେ । ଆଉ ଏହାର ରୂପରେଖ ସମ୍ପର୍କରେ କଥା ହେବେ । ଉତ୍ତର ପ୍ରଦେଶରେ ଏଜୁକେଶନ କମିଶନର ଗଠନ କେମିତି ହେବ ଓ ଏହାର କ’ଣ ଅଧିକାର ରହିବ ସେନେଇ ଆଲୋଚନା କରାଯିବ ।
ସୂଚନାଯୋଗ୍ୟ, ଯେତେବେଳେ କେନ୍ଦ୍ର ସରକାର ନୂଆ ଶିକ୍ଷା ପ୍ରଣାଳୀ ଆପଣାଇବାକୁ ଘୋଷଣା କରିଥିଲେ, ସେହି ସମୟରୁ ରାଜ୍ୟରେ ନୂଆ ଶିକ୍ଷା ଆୟୋଗ ଗଠନ କରିବାକୁ ମନ ବଳାଇଥିଲେ ରାଜ୍ୟ ସରକାର । ମଙ୍ଗଳବାର ହେବାକୁ ଥିବା ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଚ୍ଚ ଶିକ୍ଷା, ମାଧ୍ୟମିକ ଶିକ୍ଷା ଓ ପ୍ରାଥମିକ ଶିକ୍ଷାରେ ପରିବର୍ତ୍ତନକୁ ନେଇ ଚର୍ଚ୍ଚା କରିବେ । ଏହା ବ୍ୟତୀତ ସରକାର ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ଯୁଦ୍ଧ ସ୍ତରରେ ବୃଦ୍ଧି କରିବାକୁ ପ୍ରୟାସ ଜାରି ରଖିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ଯୋଗୀଙ୍କ ବୁଲ୍‌ଡୋଜର, ୧୫୦ କୋଟିର ଜମିରୁ ହଟିଲା ଜବର ଦଖଲ…

ନୂଆଦିଲ୍ଲୀ,୨୨।୭: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ଜବର ଦଖଲ ହଟାଇବା ଅଭିଯାନ ଜାରି ରଖିଛନ୍ତି। ଏବେ ଯୋଗୀ ଦିଲ୍ଲୀରେ ପହଞ୍ଚିଛନ୍ତି। ଏଠାରେ ମଦନପୁର ଖାଦରଠାରେ...

ଦିଲ୍ଲୀ ସେଲ୍ସଟ୍ୟାକ୍ସ ଅଫିସରେ ନିଆଁ

ନୂଆଦିଲ୍ଲୀ,୨୧।୧୧: ଦିଲ୍ଲୀ ଆଇଟିଓରେ ଥିବା ସେଲ୍ସଟ୍ୟାକ୍ସ ଅଫିସରେ ଗୁରୁବାର ସକାଳେ ନିଆଁ ଲାଗିଥିବା ସୂଚନା ମିଳିଛି। ଏହି ଖବର ମିଳିବା ପରେ ସେଠାରେ ୫ ଦମକଳ...

ସ୍ୱାଧିନତା ଦିବସ ପୂର୍ବରୁ ଏନଆଇଏକୁ ବଡ ସଫଳତା, ଦିଲ୍ଲୀର ବାଟଲା ହାଉସରୁ ଆଇଏସ୍‌ର ସକ୍ରିୟ ସଦସ୍ୟ ଗିରଫ

ନୂଆଦିଲ୍ଲୀ,୭ ।୮: ସ୍ୱାଧିନତା ଦିବସ ପୂର୍ବରୁ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନଆଇଏ)କୁ ବଡ ସଫଳତା ମିଳିଛି । ରାଜଧାନୀ ଦିଲ୍ଲୀର ବାଟଲା ହାଉସରୁ ଆତଙ୍କବାଦୀ ସଙ୍ଗଠନ ଆଇଏସ...

ତୃତୀୟ ଦିନରେ ପୁଣି ଇଡିରେ ହାଜର ହେବେ ରାହୁଲ

ନୂଆଦିଲ୍ଲୀ,୧୫।୬: ନ୍ୟାଶନାଲ ହେରାଲ୍ଡ ମନିଲଣ୍ଡରିଂ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତୃତୀୟ ଦିନ ଲାଗି ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହେବେ। ମଙ୍ଗଳବାର...

ଖୁବ୍‌ଶୀଘ୍ର ଉବଲବ୍ଧ ହେବ ୧, ୨, ୫, ୧୦,୨୦ ଟଙ୍କିଆ ମୁଦ୍ରା: ସୀତାରାମନ୍‌

ନୂଆଦିଲ୍ଲୀ,୫।୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଥିବା ବେଳେ ସାଧାରଣ ଜନତାଙ୍କ ପାଇଁ ଖୁବ୍‌ଶୀଘ୍ର ୧, ୨, ୫, ୧୦ ଓ...

୨,୨୨୦ ନାବାଳକ ଗାଡ଼ି ଚାଳକଙ୍କୁ ଧରିଲା ପୋଲିସ

ହାଇଦ୍ରାବାଦ,୧୯।୬: ଦେଶରେ ବେପାରୁଆ ଗାଡ଼ି ଚାଳନା ଯୋଗୁ ପ୍ରତିଦିନ ଅଧିକ ସଂଖ୍ୟାରେ ସଡ଼କ ଦୁର୍ଘଟଣା ଘଟୁଛି। ଏହାକୁ ନଜରରେ ରଖି ହାଇଦ୍ରାବାଦ ସହରରେ ପୋଲିସ ପକ୍ଷରୁ...

ହରଡ଼ଘଣାରେ ସଚିନ୍‌: କାହାକୁ ରଖିବେ କାହାକୁ ଛାଡିବେ ?

ଜୟପୁର,୨୯।୫: ଲୋକ ସଭା ନିର୍ବାଚନରେ ବିଫଳତା ପରେ ରାଜସ୍ଥାନ ଉପମୁଖ୍ୟନ୍ତ୍ରୀ ତଥା ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ସଚିନ ପାଇଲଟ ହରଡ଼ଘଣାରେ ପଡ଼ିଛନ୍ତି। ତାଙ୍କୁ ଏହି ୨ଟି...

ଭାଜପାକୁ ବଡ଼ ଝଟ୍‌କା

ଡେରାଡୁନ୍‌,୨୭।୧: ଉତ୍ତରଖଣ୍ଡରେ ଭାଜପା ଏବଂ କଂଗ୍ରେସରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଦଳୀୟ ଅସନ୍ତୋଷ ଥମିବାର ନାଁ ନେଉନାହିଁ। ଗୁରୁବାର ଦୁଇ ଭାଜପା ବିଧାୟକ...

Advertisement
Archives

Model This Week