Posted inଜାତୀୟ

ଯୋଗୀଙ୍କ ଦ୍ୱିତୀୟ ଇଂନିସ୍‌ର ଆରମ୍ଭ

ଲକ୍ଷ୍ନୌ,୨୫।୩: ଉତ୍ତରପ୍ରଦେଶରେ ଭାଜପାର ଐତିହାସିକ ବିଜୟ ପରେ ଲକ୍ଷ୍ନୌର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡିୟମରେ ଯୋଗୀଙ୍କ ୨.୦ଇଂନିସ ଆରମ୍ଭ ହୋଇଛି। ଶୁକ୍ରବାର ଅପରାହ୍ନ ୪ଟା ୧୫ରେ  ରାଜ୍ୟପାଳ ଆନନ୍ଦୀବେନ ପଟେଲ ଯୋଗୀ ଆଦିତ୍ୟନାଥଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସେହିପରି ଯୋଗୀଙ୍କ ସମେତ ୨ଜଣ ଉପମୁଖ୍ୟମନ୍ତ୍ରୀ, ୧୬ କ୍ୟାବିନେଟ ମନ୍ତ୍ରୀ, ୧୪ ରାଜ୍ୟ ମନ୍ତ୍ରୀ ଓ ୨୦ ରାଜ୍ୟ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ଏହି ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟପାଳ ଆନନ୍ଦୀବେନ ପଟେଲଙ୍କ ସମେତ ଅନେକ ବରିଷ୍ଠ କର୍ମକର୍ତ୍ତା, ୧୨ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅନେକ କେନ୍ଦ୍ରମନ୍ତ୍ରୀ ସାମିଲ ହୋଇଛନ୍ତି। ଦୀର୍ଘ ୩୫ବର୍ଷ ପରେ ୟୁପିରେ କୌଣସି ଏକ ଦଳକୁ ଦ୍ୱିତୀୟ ଥର ବହୁମତ ମିଳିଛି। ଯାହା ଭାଜପା ପକ୍ଷେ ଏକ ବଡ଼ ଇତିହାସ ରଚାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ, ଜଣେ ଯବାନ ଶହୀଦ୍‌…

ଶ୍ରୀନଗର, ୨୯।୧ : ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣରେ ଜଣେ ଯବାନ ଶହୀଦ୍‌ ହୋଇଛନ୍ତି। ସ୍ଥାନୀୟ ହାସନପୋରା ବିଜ୍‌ବେହାରା ଅଞ୍ଚଳରେ ହୋଇଥିବା ଏହି ଆକ୍ରମଣରେ ପୋଲିସ...

ଏପ୍ରିଲ ୩୦ରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ବଦ୍ରିନାଥଙ୍କ କବାଟ

ଡେରାଡୁନ,୨୯।୧: ଉତ୍ତରାଖଣ୍ଡର ହିମାଳୟରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ବଦ୍ରିନାଥଙ୍କ ମନ୍ଦିର କିଛି ମାସ ହେଲା ବନ୍ଦ ରହିଛି। ତେବେ ଶ୍ରଦ୍ଧାଳୁଙ୍କ ପାଇଁ ଏହି ମନ୍ଦିରର ଦ୍ୱାର...

ଝଲସୁଛି ରାମନଗରୀ ଅଯୋଧ୍ୟା, ଗିନିଜ୍‌‌ ଓ୍ବାର୍ଲ୍ଡ ରେକର୍ଡରେ ପାଇଲା ସ୍ଥାନ

ଲକ୍ଷ୍ନୌ,୧୪ା୧୧: ଅଯୋଧ୍ୟାରେ ଦୀପାବଳି ଉତ୍ସବ ଆରମ୍ଭ ହୋଇସାରିଛି। ଆଜି ରାମନଗରୀର ସୌନ୍ଦର୍ଯ୍ୟ ଢେର୍‌ ଅଧିକ ବଢ଼ିଯାଇଛି। ଅଯୋଧ୍ୟାରେ ଶୁକ୍ରବାର ଦୀପତ୍ସୋବ ପାଳନ କରାଯାଇଥିଲା। ଏଠାରେ ପ୍ରାୟ...

ଭାରତ ବିରୋଧରେ ପାକିସ୍ତାନର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ: ଲୋନ ଓ୍ବଲ୍ଫ ଆଟାକ୍‌ ପାଇଁ ପ୍ରସ୍ତୁତି…

ହାଇଦ୍ରାବାଦ,୫।୨ : ଭାରତ ବିରୋଧରେ ପାକିସ୍ତାନର ବଡ ଆତଙ୍କବାଦୀ ଷଡଯନ୍ତ୍ରର ପର୍ଦ୍ଦାଫାଶ ହୋଇଛି। ହାଇଦ୍ରାବାଦରେ ଲୋନ ଓଲ୍ଫ ଆଟାକ୍‌ ପାଇଁ ପ୍ରସ୍ତୁତି ଚାଲିଥିଲା। ହାଇଦ୍ରାବାଦରୁ ଗିରଫ...

ଟ୍ରେନ୍‌ ଟିକେଟରେ ବରିଷ୍ଠ ନାଗରିକଙ୍କୁ ଦିଆଯାଇଥିବା ରିହାତି ଏବେ ହେବନି ଲାଗୁ

ନୂଆଦିଲ୍ଲୀ,୧୪।୧୨: ଟ୍ରେନ୍‌ ଟିକେଟରେ ବରିଷ୍ଠ ନାଗରିକଙ୍କୁ ଦିଆଯାଉଥିବା ରିହାତି ଉଠାଇ ଦେବାକୁ ନେଇ ବିଭିନ୍ନ ମହଲରୁ ସମାଲୋଚନାର ସମ୍ମୁଖୀନ ହେଉଥିବା ସତ୍ତ୍ୱେ ରେଳ ବିଭାଗ ଏହି...

କୁଲ୍ଲୁରେ ଦଶହରା ପାଳନ କରିବେ ପ୍ରଧାନମନ୍ତ୍ରୀ, ରଥଯାତ୍ରାରେ ହେବେ ସାମିଲ…

ନୂଆଦିଲ୍ଲୀ,୩।୧୦ : ହିମାଚଳ ପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ଚର୍ଚ୍ଚା ଜାରି ରହିଛି। ଏପରିସ୍ଥଳେ କୁଲ୍ଲୁରେ ଦଶହରା ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ରାମ ଜେଠ୍‌ମାଲାନୀଙ୍କ ପରଲୋକ

ନୂଆଦିଲ୍ଲୀ,୮।୯: ବରିଷ୍ଠ ଆଇନଜୀବୀ ରାମ ଜେଠ୍‌ମାଲାନୀଙ୍କ ରବିବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ...

୧୫-୧୮ବର୍ଷ ପିଲାଙ୍କୁ ଦିଆଯିବ କରୋନା ଟିକା: ୧ ପ୍ରତିଶତ କରିଛନ୍ତି ରେଜିଷ୍ଟ୍ରେଶନ

ନୂଆଦିଲ୍ଲୀ,୩ ।୧: କରୋନା ମହାମାରୀ ସହ ଲଢେଇ କରିବାକୁ ସୋମବାରଠାରୁ ୧୫-୧୮ ବର୍ଷ ବୟସର ପିଲାମାନଙ୍କୁ ଟିକା ଦେବା ଆରମ୍ଭ କରାଯିବ । ସାରା ଦେଶରେ...

Advertisement
Archives

Model This Week