Posted inଜାତୀୟ

କେଜ୍‌ରିଓ୍ବାଲଙ୍କୁ ଆଦିତ୍ୟନାଥଙ୍କ ଆହ୍ବାନ: ରୋହିଙ୍ଗ୍ୟାଙ୍କୁ ଆଧାରକାର୍ଡ ଦେଉଛନ୍ତି, ହେଲେ କ’ଣ ଆପଣ ନିଜ ମନ୍ତ୍ରୀମାନଙ୍କ ସହ ଯମୁନାରେ ବୁଡ଼ ପକାଇପାରିବେ?

ନୂଆଦିଲ୍ଲୀ,୨୩।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଭାଜପା ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଗୁରୁବାର ଦିଲ୍ଲୀର କିରାଡ଼ିରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ସେ କେଜରିଓ୍ବାଲଙ୍କୁ ସମାଲୋଚନା କରିଛନ୍ତି। ୨୦୨୦ରେ ଦିଲ୍ଲୀରେ ଦଙ୍ଗା କରାଯାଇଥିଲା। ଏଥିରେ ଆମ ଆଦମୀ ପାର୍ଟିର ଏମ୍‌ପି ଏବଂ ବିଧାୟକ ସାମିଲ ଥିଲେ। ସେମାନେ ସର୍ବଦା ଜାତୀୟ ସୁରକ୍ଷା ସହ ଖେଳୁଛନ୍ତି ବୋଲି ଯୋଗୀ କହିଛନ୍ତି।

ସେହିଭଳି ଅନ୍ନା ହଜାରେଙ୍କ କଥା ମନେ ପକାଇ ଯୋଗୀ କହିଛନ୍ତି, ଯେଉଁ ବ୍ୟକ୍ତି ନିଜର ଗୁରୁ ଅନ୍ନା ହଜାରେଙ୍କ ସହ ବିଶ୍ୱାସଘାତକତା କରିପାରେ, ସେ ସାଧାରଣଜନତାଙ୍କ ସହ ବିଶ୍ୱାସଘାତ କରିବାରେ ପାରଙ୍ଗମ ହୋଇଥିବେ। ଦିଲ୍ଲୀରେ ଜଣାପଡ଼ୁନାହିଁ ଯେ ରାସ୍ତାରେ ଗାତ ରହିଛି ନା ଗାତରେ ରାସ୍ତା ହୋଇଛି। ସଫେଇ ବ୍ୟବସ୍ଥା ଶୋଚନୀୟ, ଚାରିଆଡେ କୁଢ଼ କୁଢ଼ ଆବର୍ଜନା। ଦିଲ୍ଲୀରେ ଆପ୍‌ ସରକାରଙ୍କ ପାପର ଫଳ ପବିତ୍ର ମଥୁରା, ବୃନ୍ଦାବନର ସାଧୁସନ୍ଥଙ୍କୁ ଭୋଗିବାକୁ ପଡ଼ୁଛି। ଯେବେ ବି ନମାମି ଗଙ୍ଗେ ଯୋଜନାରେ ସଫେଇ କଥା ଉଠୁଛି, କେଜ୍‌ରିଓ୍ବାଲ ଆଣ୍ଡ କମ୍ପାନୀ ସହଯୋଗ କରୁନାହାନ୍ତି। ଆମ୍‌ ଆଦ୍‌ମୀ ପାର୍ଟି ମିଛ କହିବାର ମେଶିନ। ସେମାନେ ଅନୁପ୍ରବେଶକାରୀଙ୍କୁ ଆଧାର କାର୍ଡ ବାଣ୍ଟୁଛନ୍ତି। ରୋହିଙ୍ଗ୍ୟାମାନଙ୍କୁ ଦିଲ୍ଲୀରେ ଅବସ୍ଥାପିତ କରୁଛନ୍ତି ବୋଲି ଆଦିତ୍ୟନାଥ କହିଛନ୍ତି।

ହିନ୍ଦୁତ୍ୱର ଫାୟାରବ୍ରାଣ୍ଡ ବୋଲି କୁହାଯାଉଥିବା ଆଦିତ୍ୟନାଥ କହିଛନ୍ତି, ଆପଣ ଦେଖିଥିବେ ମୋ ସହ ପ୍ରୟାଗରାଜରେ ୫୪ ମନ୍ତ୍ରୀ ବୁଡ଼ ପକାଇଥିଲେ। ଜଣେ ମୁଖ୍ୟମନ୍ତ୍ରୀ ଭାବେ ଯଦି ମୁଁ ଏବଂ ମୋର ମନ୍ତ୍ରୀମାନେ ବୁଡ଼ ପକାଇପାରିଲେ ତେବେ ଆମ୍‌ ଆଦମୀର ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ପଚାରିବାକୁ ଚାହୁଁଛି କ’ଣ ସେ ଯମୁନା ଯାଇ ନିଜ ମନ୍ତ୍ରୀମାନଙ୍କ ସହ ବୁଡ଼ ପକାଇପାରିବେ?

କହିରଖୁଛୁ, ଆଦିତ୍ୟନାଥ ଲୋକ ସଭା ନିର୍ବାଚନ ୨୦୨୪ରେ ଭାଜପାର ଆଶା ମୁତାବକ ଫଳାଫଳ ନ ଆସିବା ପରେ ହରିୟାଣା, ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡର ନିର୍ବାଚନରେ ଜୋରଦାର ପ୍ରଚାର କରିଥିଲେ। ଏହି ସମୟରେ ସେ ଦେଇଥିବା ‘ବଟେଙ୍ଗେ ତୋ କଟେଙ୍ଗେ’ ସ୍ଲୋଗାନ ବେଶ ଚର୍ଚ୍ଚାରେ ଥିଲା। ହରିୟାଣା ଏବଂ ମହାରାଷ୍ଟ୍ର ନିର୍ବାଚନରେ ଭାଜପା ବିପରିତ ସ୍ଥିତି ସତ୍ତ୍ୱେ ବିଜେତା ହୋଇଥିଲା। ଏଥିରେ ଆଦିତ୍ୟନାଥଙ୍କ ବଡ଼ ଯୋଗଦାନ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?