Posted inଜାତୀୟ

‘ଅବ୍‌କି ବାର୍‌ ୪୦୦ ପାର୍‌’ ଅସମ୍ଭବ, ତଥାପି ‘ଇଣ୍ଡିଆ’ ମେଣ୍ଟକୁ ବଡ଼ ଝଟ୍‌କା ଲାଗିବ ବୋଲି ଭବିଷ୍ୟବାଣୀ କଲେ…

ନୂଆଦିଲ୍ଲୀ,୨୫।୫: ଲୋକ ସଭା ନିର୍ବାଚନ ଅନ୍ତିମ ଚରଣରେ ପହଞ୍ଚିଛି। ୬ଷ୍ଠ ପର୍ଯ୍ୟାୟରେ ଶନିବାର ଭୋଟ ଗ୍ରହଣ କରାଯାଉଛି। ଜୁନ୍‌ ୧ରେ ୭ମ ପର୍ଯ୍ୟାୟ ଭୋଟିଂ ହେବା ପରେ ଏହା ଶେଷ ହେବ। ଏହାପରେ ଅପେକ୍ଷା ଜୁନ୍‌ ୪ର ରହିବ, କାରଣ ଏହିଦିନ ନିର୍ବାଚନର ଫଳାଫଳ ଜାରି କରାଯିବ। ହେଲେ ଏହା ପୂର୍ବରୁ ନୂଆ ସରକାରଙ୍କୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ବଡ଼ ବଡ଼ ରାଜନୈତିକ ବିଶେଷଜ୍ଞ ଅନେକ ପ୍ରକାର ଦାବି କରୁଛନ୍ତି। ପୂର୍ବରୁ ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର ଭାଜପା ସପକ୍ଷରେ ଭବିଷ୍ୟବାଣୀ କରିଥିଲେ। ଏବେ ରାଜନୈତିକ ବିଶେଷଜ୍ଞ ଯୋଗେନ୍ଦ୍ର ଯାଦବ ମଧ୍ୟ ସାଧାରଣ ନିର୍ବାଚନକୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି।

ଯୋଗେନ୍ଦ୍ର କହିଛନ୍ତି, ଭାଜପା, ଏନ୍‌ଡିଏରେ ସାମିଲ ଦଳଗୁଡ଼ିକ ସହାୟତାରେ ତୃତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଢ଼ିବାରେ ସକ୍ଷମ ହେବ। ହେଲେ ‘ଭାଜପାର ୪୦୦ ପାର୍‌ ’ସ୍ଲୋଗାନ ସମ୍ଭବ ହେବ ନାହିଁ। କାରଣ ସେ ୨୪୦ରୁ ୨୬୦ ଆସନ ଜିତିପାରେ ବୋଲି ସେ କହିଛନ୍ତି। ଏହାଛଡ଼ା ଭାଜପା ସହଯୋଗୀ ଦଳ ୩୫ରୁ ୪୫ ଆସନରେ ବିଜେତା ହୋଇପାରେ। ଏମିତିରେ ଏନ୍‌ଡିଏ ୨୭୫ରୁ ୩୦୫ ଆସନରେ ବିଜେତା ହେବ, ଯାହାକି ବହୁମତ ପାଇଁ ଯଥେଷ୍ଟ ବୋଲି ସେ ଆକଳନ କରିଛନ୍ତି।

କହିରଖୁଛୁ, ପୂର୍ବରୁ ପ୍ରଶାନ୍ତ ଭାଜପା ପାଇଁ ନିଜ ଦମ୍‌ରେ ୩୭୦ ଆସନ ଜିତିବା ଅସମ୍ଭବ ହେବ ବୋଲି କହିଥିଲେ ହେଁ ନିଶ୍ଚିତ ଭାବେ ଏନ୍‌ଡିଏ ୪୦୦ ପାର୍‌ ଆସନ ହାସଲ କରିପାରିବ ନାହିଁ ବୋଲି କହିଥିଲେ।

ଯୋଗେନ୍ଦ୍ରଙ୍କ ଭବିଷ୍ୟବାଣୀ ମୁତାବକ, ଲୋକ ସଭା ନିର୍ବାଚନରେ କଂଗ୍ରେସକୁ ୮୫ରୁ ୧୦୦ ଏବଂ ‘ଇଣ୍ଡିଆ’ ମେଣ୍ଟକୁ ୧୨୦ରୁ ୧୩୫ ଆସନ ମିଳିପାରେ। ୨୦୧୯ ନିର୍ବାଚନରେ କଂଗ୍ରେସ ମାତ୍ର ୫୨ ଆସନରେ ବିଜେତା ହୋଇଥିଲା। ଏଣୁ ଯୋଗେନ୍ଦ୍ରଙ୍କ ପୂର୍ବାନୁମାନରେ କଂଗ୍ରେସ ପାଇଁ ଏତିକି ହିଁ ଖୁସିଖବର ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫...

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଭାରତରୁ ମିଳିଲା ବଡ଼ ଉପାଧି, କହିଲେ…

ନୂଆଦିଲ୍ଲୀ, ୨୬।୦୭: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ନିଜେ ପଢ଼ୁଥିବା ଅନୁଷ୍ଠାନରୁ ବଡ଼ ଉପାଧି ମିଳିଛି । ଆଇଆଇଟି ଖଡ଼ଗପୁରରୁ ସେ...

ଫିଟିଗଲା ଗୁମର, କଂଗ୍ରେସ ସହ ହୋଇଛି ଭିତିରି ମେଣ୍ଟ!

ନୂଆଦିଲ୍ଲୀ,୨୬।୭:ନିର୍ବାଚନରେ ହାରିବା ଏବଂ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ଜଗନମୋହନ ରେଡ୍ଡୀଙ୍କ ଅଡୁଆ ବଢିବାରେ ଲାଗିଛି। ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ସିଏମ ହୋଇଛନ୍ତି ଏବଂ ଦାୟିତ୍ୱ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri