Posted inଜାତୀୟ

‘ଅବ୍‌କି ବାର୍‌ ୪୦୦ ପାର୍‌’ ଅସମ୍ଭବ, ତଥାପି ‘ଇଣ୍ଡିଆ’ ମେଣ୍ଟକୁ ବଡ଼ ଝଟ୍‌କା ଲାଗିବ ବୋଲି ଭବିଷ୍ୟବାଣୀ କଲେ…

ନୂଆଦିଲ୍ଲୀ,୨୫।୫: ଲୋକ ସଭା ନିର୍ବାଚନ ଅନ୍ତିମ ଚରଣରେ ପହଞ୍ଚିଛି। ୬ଷ୍ଠ ପର୍ଯ୍ୟାୟରେ ଶନିବାର ଭୋଟ ଗ୍ରହଣ କରାଯାଉଛି। ଜୁନ୍‌ ୧ରେ ୭ମ ପର୍ଯ୍ୟାୟ ଭୋଟିଂ ହେବା ପରେ ଏହା ଶେଷ ହେବ। ଏହାପରେ ଅପେକ୍ଷା ଜୁନ୍‌ ୪ର ରହିବ, କାରଣ ଏହିଦିନ ନିର୍ବାଚନର ଫଳାଫଳ ଜାରି କରାଯିବ। ହେଲେ ଏହା ପୂର୍ବରୁ ନୂଆ ସରକାରଙ୍କୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ବଡ଼ ବଡ଼ ରାଜନୈତିକ ବିଶେଷଜ୍ଞ ଅନେକ ପ୍ରକାର ଦାବି କରୁଛନ୍ତି। ପୂର୍ବରୁ ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର ଭାଜପା ସପକ୍ଷରେ ଭବିଷ୍ୟବାଣୀ କରିଥିଲେ। ଏବେ ରାଜନୈତିକ ବିଶେଷଜ୍ଞ ଯୋଗେନ୍ଦ୍ର ଯାଦବ ମଧ୍ୟ ସାଧାରଣ ନିର୍ବାଚନକୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି।

ଯୋଗେନ୍ଦ୍ର କହିଛନ୍ତି, ଭାଜପା, ଏନ୍‌ଡିଏରେ ସାମିଲ ଦଳଗୁଡ଼ିକ ସହାୟତାରେ ତୃତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଢ଼ିବାରେ ସକ୍ଷମ ହେବ। ହେଲେ ‘ଭାଜପାର ୪୦୦ ପାର୍‌ ’ସ୍ଲୋଗାନ ସମ୍ଭବ ହେବ ନାହିଁ। କାରଣ ସେ ୨୪୦ରୁ ୨୬୦ ଆସନ ଜିତିପାରେ ବୋଲି ସେ କହିଛନ୍ତି। ଏହାଛଡ଼ା ଭାଜପା ସହଯୋଗୀ ଦଳ ୩୫ରୁ ୪୫ ଆସନରେ ବିଜେତା ହୋଇପାରେ। ଏମିତିରେ ଏନ୍‌ଡିଏ ୨୭୫ରୁ ୩୦୫ ଆସନରେ ବିଜେତା ହେବ, ଯାହାକି ବହୁମତ ପାଇଁ ଯଥେଷ୍ଟ ବୋଲି ସେ ଆକଳନ କରିଛନ୍ତି।

କହିରଖୁଛୁ, ପୂର୍ବରୁ ପ୍ରଶାନ୍ତ ଭାଜପା ପାଇଁ ନିଜ ଦମ୍‌ରେ ୩୭୦ ଆସନ ଜିତିବା ଅସମ୍ଭବ ହେବ ବୋଲି କହିଥିଲେ ହେଁ ନିଶ୍ଚିତ ଭାବେ ଏନ୍‌ଡିଏ ୪୦୦ ପାର୍‌ ଆସନ ହାସଲ କରିପାରିବ ନାହିଁ ବୋଲି କହିଥିଲେ।

ଯୋଗେନ୍ଦ୍ରଙ୍କ ଭବିଷ୍ୟବାଣୀ ମୁତାବକ, ଲୋକ ସଭା ନିର୍ବାଚନରେ କଂଗ୍ରେସକୁ ୮୫ରୁ ୧୦୦ ଏବଂ ‘ଇଣ୍ଡିଆ’ ମେଣ୍ଟକୁ ୧୨୦ରୁ ୧୩୫ ଆସନ ମିଳିପାରେ। ୨୦୧୯ ନିର୍ବାଚନରେ କଂଗ୍ରେସ ମାତ୍ର ୫୨ ଆସନରେ ବିଜେତା ହୋଇଥିଲା। ଏଣୁ ଯୋଗେନ୍ଦ୍ରଙ୍କ ପୂର୍ବାନୁମାନରେ କଂଗ୍ରେସ ପାଇଁ ଏତିକି ହିଁ ଖୁସିଖବର ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?