ଯୋଗ ହେଉଛି ଆମ କର୍ମ, ଆମ ଜୀବନର ପ୍ରମୁଖ ଅଙ୍ଗ

ଗୋପାଳପୁର,୨୧ା୬(ନବୀନ ରାଜ ଆଚାରୀ): ଶନିବାର ଗୋପାଳପୁର ନିର୍ବାଚନୀ ମଣ୍ଡଳୀ ଅଧିନସ୍ଥ କନିସି ହାଟ ବାଲାଜୀ ବିଦ୍ୟାପୀଠ ଖେଳପଡ଼ିଆଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସାମିଲ ହୋଇଥିବା ବେଳେ ବ୍ରହ୍ମପୁର ଉପଜିଲାପାଳ ଧୀନା ଦସ୍ତଗର ରଙ୍ଗେଇଲୁଣ୍ଡା ବିଡିଓ ବିଶ୍ୱଜିତ୍‌ ରାୟ କନିସି ତହସିଲଦାର କବିରାଜ ପ୍ରଧାନ, ବ୍ରହ୍ମପୁର ଏମ୍‌ପି ପ୍ରତିନିଧି ଗଙ୍ଗାଧର ପାତ୍ର ଓ ଅନ୍ୟ ଅତିଥି ଯୋଗ ଦେଇଥିଲେ। ଯୋଗ ହୋଉଛି ଆମ କର୍ମ ଓ ଆମର ଜୀବନର ପ୍ରମୁଖ ଅଙ୍ଗ। ଯୋଗ କରିଲେ ନିରୋଗ ରହିବା ବୋଲି ମନ୍ତ୍ରୀ ଜେନା କହିଥିଲେ। ମନୁଷ୍ୟର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟକୁ ସୁନ୍ଦର ଓ ସତେଜ ରଖିଥାଏ। ଆମେ ସମସ୍ତେ ପ୍ରତିଦିନ ଯୋଗାଭ୍ୟାସ କରିବାକୁ ଆହ୍ବାନ କରାଯାଇଥିଲା। ସଭାକୁ ପ୍ରତାପ ପଟ୍ଟନାୟକ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ବିଭିନ୍ନ ବିଭାଗ କର୍ମଚାରୀ, ଛାତ୍ରୀଛାତ୍ର ଓ ଶିକ୍ଷକ ଶିକ୍ଷୟତ୍ରୀ ଓ ଅନ୍ୟମାନେ ସାମିଲ ହୋଇ ବିଭିନ୍ନ ଯୋଗ କରାଯାଇଥିଲା। ଏହି ଅବସରରେ କନିସି ଅତିରିକ୍ତ ତହସିଲଦାର ଚିତ୍ର ସେନ ଦଳେଇ ବିଇଓ ଦେବେନ୍ଦ୍ର ବେହେରା, ସିଡିପିଓ ସଂଘମିତ୍ରା ମିଶ୍ର, କୋଳଥିଗାଁ ସରପଞ୍ଚ ଜଗମୋହନ ପାତ୍ର, ଗୋପୀନାଥ ମହାରଣା, ଗଙ୍ଗା ଶତପଥୀ, ଯଯାତି ପାତ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଠ୍ୟପୁସ୍ତକରେ ତ୍ରୁଟି: କଂଗ୍ରେସର ୧୨ ଘଣ୍ଟିଆ ନବରଙ୍ଗପୁର ଜିଲା ବନ୍ଦ ଡାକରା: ଜନଜୀବନ ପ୍ରଭାବିତ

ନବରଙ୍ଗପୁର, ୧।୭ (ସଦାଶିବ ପ୍ରହରାଜ): ଗଣଶିକ୍ଷା ବିଭାଗ ଅଧୀନ ପାଠ୍ୟପୁସ୍ତକରେ ରହିଥିବା ତ୍ରୁଟିକୁ ନେଇ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ନବରଙ୍ଗପୁର ଜିଲାବନ୍ଦ ଡାକରାର ବୁଧବାର…

ବଙ୍ଗୋପସାଗରରେ ହଲଚଲ! ଓଡ଼ିଶା ମୁହାଁ ମାଡ଼ି ଆସୁଛି…

ଭୁବନେଶ୍ୱର,୧।୭: ଉତ୍ତରବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପକୂଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ବାୟୁମଣ୍ଡଳର ଦେଢ଼ରୁ ୫.୮ କିଲୋମିଟିର ଉଚ୍ଚତା ଯାଏଁ ସକ୍ରିୟ ରହିଛି ଲଘୁଚାପ। ପ୍ରଭାବରେ…

ଭାଜପାରେ ଚାଲିଛି ପତିଆରା ଲଢେଇ: ନିଗମ ପାଇଁ ଚତୁର ଗୋଟିଚାଳନା

ଭୁବନେଶ୍ୱର,୧।୭(ସୁନିତ୍‌ ମିଶ୍ର): ଓଡ଼ିଶାରେ ଭାଜପା ଶାସନକୁ ଆସିବାର ୨ ବର୍ଷ ପୂର୍ତ୍ତି ଉତ୍ସବ ନିକଟରେ ପାଳନ ହୋଇସାରିଛି। ରାଜ୍ୟର ଅନେକ ଜିଲାରେ ଏବେ ମଧ୍ୟ ସରକାରୀ ସ୍ତରରେ…

କୋଟଗଡ଼ ବ୍ଲକର ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଫୁଲବାଣୀ, ୧।୭ (ରାକେଶ କୁମାର ରାଉତ): କନ୍ଧମାଳ ଜିଲାର କୋଟଗଡ଼ ବ୍ଲକରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ (MGNREGS) ଯୋଜନାରେ ହୋଇଥିବା ଦୁର୍ନୀତି ଘଟଣାରେ ବ୍ଲକର ସହକାରୀ ଯନ୍ତ୍ରୀ ଓ କନିଷ୍ଠ…

ଘରୋଇ ସ୍କୁଲ ବସ୍‌ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ: ଚାଲିଛି ସିସିଟିଭି ଫୁଟେଜ୍‌ ଯାଞ୍ଚ

ବଲାଙ୍ଗୀର, ୧।୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ସର୍କିଟ ହାଉସ ନିକଟରେ ବୁଧବାର ସକାଳେ ଏକ ଘରୋଇ ସ୍କୁଲ ବସ୍‌ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ…

କାଲି ଥିଲେ ଶକ୍ତିଶାଳୀ, ଏବେ ମାଛି ଉଡାଉଛନ୍ତି ଏସବୁ ଆଇପିଏସ୍‌ ଅଫିସର

ଭୁବନେଶ୍ୱର,୧।୭(ସୁନିତ୍‌ ମିଶ୍ର): ୧୯୯୭ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଡି.ଏସ୍‌. କୁଟ୍ଟେ, ୧୯୯୮ ବ୍ୟାଚ୍‌ ଆଇପିଏସ୍‌ ରବି କାନ୍ତ, ୨୦୦୪ ବ୍ୟାଚ୍‌ ଆଇପିଏସ୍‌ ଆଶିଷ ସିଂ ଏବଂ ୨୦୧୦…

ଟି୨୦ ବିଶ୍ୱକପ୍‌: ଫାଇନାଲରେ ପହଞ୍ଚିଲା ଅଷ୍ଟ୍ରେଲିଆ

ଲଣ୍ଡନ,୩୦ା୬: ଆଶ୍‌ଲେ ଗାର୍ଡନରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଓ ବେଥ୍‌ ମୁନିଙ୍କ ଅପରାଜିତ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଚଳିତ ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି।…

୧ ଜୁଲାଇରୁ ବଦଳିଗଲା ଏହି ୧୦ଟି ବଡ଼ ନିୟମ! ଆଇଟିଆର୍‌, କ୍ରେଡିଟ୍ କାର୍ଡଠାରୁ ଆରମ୍ଭ କରି ପିଏଫ୍‌ ଉଠାଣ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୧।୭: ଜୁଲାଇ ଆରମ୍ଭ ହୋଇଯାଇଛି। ଆଇଟିଆର୍ (ITR) ଦାଖଲ ସମୟସୀମାଠାରୁ ଆରମ୍ଭ କରି ୟୁପିଆଇ (UPI) ଭିତ୍ତିକ ପିଏଫ୍ (PF) ଟଙ୍କା ଉଠାଣ ଏବଂ କ୍ରେଡିଟ୍ କାର୍ଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri