Posted inଖେଳ

‘କ୍ରିକେଟ୍ ମରୁଛି’, ଶୋଏବ ଅଖତରଙ୍କ ବଡ଼ ବୟାନ; କହିଲେ ବୋତଲ ଢାଙ୍କୁଣିରେ…

ନୂଆଦିଲ୍ଲୀ,୧୯।୧୧: ପାକିସ୍ତାନର ପୂର୍ବତନ ଷ୍ଟାର୍ ଦ୍ରୁତ ବୋଲର ଶୋଏବ ଅଖତରଙ୍କ ଏକ ବୟାନକୁ ନେଇ କ୍ରିକେଟ୍ ଜଗତରେ ଚର୍ଚ୍ଚା ଆରମ୍ଭ ହୋଇଛି । କ୍ରିକେଟ୍ ଧୀରେ ଧୀରେ ନିଜର ଆକର୍ଷଣ ହରାଉଛି ଏବଂ ଯୁବପିଢ଼ି ଏହି ଖେଳ ପ୍ରତି ପୂର୍ବଭଳି ଆଗ୍ରହ ଦେଖାଉନାହାନ୍ତି ବୋଲି ସେ ମତ ଦେଇଛନ୍ତି । ଏପରିକି ତାଙ୍କ ନିଜ ପିଲାମାନେ ମଧ୍ୟ କ୍ରିକେଟ୍ ପ୍ରତି ଆଗ୍ରହୀ ନଥିବା ସେ କହିଛନ୍ତି । ଆଲୋଚନା ବେଳେ ଅଖତର କହିଥିଲେ, ଗତ ୨୦ ବର୍ଷ ଧରି କ୍ରିକେଟ୍ କ୍ରମାଗତ ଭାବେ ଅବନତି ଆଡ଼କୁ ଗତି କରୁଛି । ନିୟମରେ ପରିବର୍ତ୍ତନ ଏବଂ କରିସ୍ମା ଥିବା ଖେଳାଳିଙ୍କ ଅଭାବ ଏହାର ପ୍ରମୁଖ କାରଣ ବୋଲି ସେ ମତ ଦେଇଛନ୍ତି। ଅଖତର କହିଛନ୍ତି, “କ୍ରିକେଟ୍ ମରୁଛି। ଗତ ୨୦ ବର୍ଷ ଧରି ଏହି ଖେଳ କ୍ରମାଗତ ଭାବେ ଅବନତି ଆଡ଼କୁ ଯାଉଛି।”

ଆଧୁନିକ କ୍ରିକେଟ୍ ବ୍ୟାଟରଙ୍କୁ ଅଧିକ ଫାଇଦା ଦେଉଛି ବୋଲି ଅଖତର ମତ ଦେଇଛନ୍ତି। ଦିନିକିଆ କ୍ରିକେଟ୍‌ରେ ଦୁଇଟି ନୂଆ ବଲ୍‌ର ବ୍ୟବହାର ଯୋଗୁଁ ଦ୍ରୁତ ବୋଲରଙ୍କ ପ୍ରଭାବ କମିଯାଉଛି। ଏହା ରିଭର୍ସ ସ୍ୱିଙ୍ଗ୍ ଭଳି ବୋଲିଂ କଳାକୁ ମଧ୍ୟ ପ୍ରଭାବିତ କରୁଛି ବୋଲି ସେ କହିଛନ୍ତି। ତାଙ୍କ ଚିନ୍ତା କେବଳ ନିୟମ ପରିବର୍ତ୍ତନରେ ସୀମିତ ନୁହେଁ। ପାକିସ୍ତାନ ଏବେ ଏଭଳି ଖେଳାଳି ସୃଷ୍ଟି କରିପାରୁନାହିଁ, ଯେଉଁମାନେ ନୂଆ ପିଢ଼ିକୁ ପ୍ରଭାବିତ କରିପାରିବେ ବୋଲି ସେ କହିଛନ୍ତି। ଅଖତରଙ୍କ କହିବା ଅନୁସାରେ, ତାଙ୍କ ପୁଅ ମଧ୍ୟ କହୁଛି, “ବାପା, ଆମ ଦଳରେ ମୋତେ କୌଣସି ଆକ୍ରମଣାତ୍ମକ ମନୋଭାବ ଦେଖାଯାଉନାହିଁ।”

ନିଜ ଖେଳ ଜୀବନରେ ବଲ୍ ଟାମ୍ପରିଂକୁ ନେଇ ମଧ୍ୟ ଅଖତର ଖୋଲାଖୋଲି ମତ ରଖିଛନ୍ତି । ବଲ୍‌ର ପୃଷ୍ଠଭାଗରେ ପରିବର୍ତ୍ତନ କରି ରିଭର୍ସ ସ୍ୱିଙ୍ଗ୍ ହାସଲ କରିବା ପାଇଁ ଖେଳାଳିମାନେ ବୋତଲର ଢାଙ୍କୁଣି ବ୍ୟବହାର କରୁଥିଲେ ବୋଲି ସେ କହିଛନ୍ତି। ଅଖତରଙ୍କ ଭାଷାରେ, “ଆମେ ଇଂଲଣ୍ଡରେ ସ୍ୟାଣ୍ଡପେପର ନୁହେଁ, ବରଂ ବୋତଲର ଢାଙ୍କୁଣି ବ୍ୟବହାର କରୁଥିଲୁ।”

୨୦୧୮ରେ ଅଷ୍ଟ୍ରେଲିଆ କ୍ରିକେଟ୍‌ରେ ସାମ୍ନାକୁ ଆସିଥିବା ବଲ୍ ଟାମ୍ପରିଂ ଘଟଣା ଉପରେ ମଧ୍ୟ ସେ ମତ ଦେଇଛନ୍ତି । ଏଭଳି ଘଟଣା ବିଷୟରେ ସାଧାରଣତଃ ସମଗ୍ର ଦଳ ଜାଣିଥାଏ ଏବଂ ଏହା କେବଳ ଜଣେ କିମ୍ବା ଦୁଇଜଣ ଖେଳାଳିଙ୍କ ମଧ୍ୟରେ ସୀମିତ ରହିପାରେ ନାହିଁ ବୋଲି ସେ କହିଛନ୍ତି। ଟେଷ୍ଟ କ୍ରିକେଟ୍‌ରେ ପୁଣି ରୋମାଞ୍ଚ ଫେରାଇ ଆଣିବାକୁ ଅଖତର ଇଚ୍ଛା ପ୍ରକାଶ କରିଛନ୍ତି। ଦ୍ରୁତ ବୋଲରଙ୍କୁ ଅନୁକୂଳ ପରିସ୍ଥିତିରେ ଟେଷ୍ଟ ମ୍ୟାଚ୍ ଆୟୋଜନ କରାଗଲେ ସେ ଏଥିପାଇଁ ୧ ଲକ୍ଷ ଡଲାର ପର୍ଯ୍ୟନ୍ତ ଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି।

ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଏବଂ ରାଜନୀତିରେ ସାମିଲ ହେବାକୁ ଅଖତର ଆଗ୍ରହୀ ନୁହନ୍ତି । ଏସବୁଠାରୁ ଦୂରେଇ ରହିବାକୁ ସେ ନିଜ ମା’ଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଏବଂ ସେହି ପ୍ରତିଶ୍ରୁତି ପାଳନ କରିବେ ବୋଲି କହିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେବାବେଳେ ଗୋଲାମୁଣ୍ଡା ତହସିଲଦାରଙ୍କୁ ମାଡ଼ି ବସିଲା ଭିଜିଲାନ୍ସ, ଏତିକି ଟଙ୍କା ନେଇ…

ଗୋଲାମୁଣ୍ଡା,୧୯ା୧୧(ବଟକୃଷ୍ଣ ପଣ୍ଡା): ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କଳାହାଣ୍ଡି ଜିଲା ଗୋଲାମୁଣ୍ଡା ତହସିଲଦାର ଚନ୍ଦନ କୁମାର ନାୟକ। ଗୁରୁବାର ଜଣେ ବ୍ୟକ୍ତିଙ୍କଠାରୁ ୧୦ ହଜାର…

ସମ୍ଭାବ୍ୟ ବାତ୍ୟାକୁ ନେଇ ଗଞ୍ଜାମ ପ୍ରଶାସନର ବଡ଼ ପଦକ୍ଷେପ: ୨୧ ପର୍ଯ୍ୟନ୍ତ ଦୁଇଟି ଘାଟି ରାସ୍ତା ବନ୍ଦ କରି…

ଛତ୍ରପୁର,୧୯ା୧୧(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ବାତ୍ୟା ଓ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ପାହାଡ଼ିଆ ରାସ୍ତାରେ ଭୂସ୍ଖଳନ ଓ ପଥର ଖସିବା ଆଶଙ୍କା ଥିବାରୁ ଗଞ୍ଜାମ ଜିଲା ପ୍ରଶାସନ…

ରାହୁଲଙ୍କ ଆର୍ଥିକ ବିପର୍ଯ୍ୟୟ ବୟାନ ପରେ ମୋଦିଙ୍କ ବଡ଼ ବାର୍ତ୍ତା, କହିଲେ ଭାରତ ସଠିକ୍ ରାସ୍ତାରେ…

ଦେଶର ଅର୍ଥନୀତିକୁ ନେଇ ମତ ରଖିବା ସହ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । FICCIର ଶତବାର୍ଷିକୀ ସମ୍ମିଳନୀ ଓ ବାର୍ଷିକ ସାଧାରଣ ସଭା-୨୦୨୬କୁ…

ଆପଣ ଜଣେ ଅଦ୍ଭୁତ ନେତା… ଚାଇନା ରାଷ୍ଟ୍ରପତିଙ୍କୁ କାହିଁକି ଏମିତି କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୧୯।୧୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନେତୃତ୍ୱ ଏବଂ ଚାଇନାରେ ତାଙ୍କୁ ମିଳିଥିବା ଭବ୍ୟ ସ୍ବାଗତର ଖୋଲା ପ୍ରଶଂସା କରିଛନ୍ତି। ୱାଶିଂଟନ…

କୂଅରୁ ୮ ମାସର ଶିଶୁପୁତ୍ରର ମୃତଦେହ ଉଦ୍ଧାର: ସନ୍ଦେହ ଘେରରେ ମା’

ସମ୍ବଲପୁର,୧୯।୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲି ଯୁଯୋମୁରା ଥାନା ଅନ୍ତର୍ଗତ ହରିଜନପଡ଼ାର ଏକ ପରିତ୍ୟକ୍ତ କୂଅ ଭିତରୁ ଜଣେ ୮ ମାସର ଶିଶୁପୁତ୍ରର ମୃତଦେହ ଉଦ୍ଧାର କରାଯାଇଛି। ଖବର…

ଲଭ୍‌ ଲାଇଫ୍‌କୁ ନେଇ ମୁହଁ ଖୋଲିଲେ ଅନନ୍ୟା ପାଣ୍ଡେ, କହିଲେ ଖୁସି….

ନୂଆଦିଲ୍ଲୀ,୧୯।୧୧: ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବେ ନିଜ ୱେବ୍‌ ସିରିଜ୍‌ ‘କଲ୍‌ ମି ବେ’ର ଦ୍ୱିତୀୟ ସିଜନ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହାରି ମଧ୍ୟରେ…

କେମ୍ୱ୍ରିଜ ଡିକ୍ସନାରିର ୨୦୨୬ର ଶ୍ରେଷ୍ଠ ଶବ୍ଦ ‘ହୁମାନ୍‌’

ଲଣ୍ଡନ, ୧୯ା୧୧ (ପି.ଟି.): କୃତି୍ରିମ ବୃଦ୍ଧିମତ୍ତା (ଏଆଇ)ର ଅଗ୍ରଗତି ଏବଂ ଏହାକୁ ନେଇ ସୃଷ୍ଟି ହୋଇଥିବା ଭୟ ମଧ୍ୟରେ କେମ୍ୱ୍ରିଜ ଡିକ୍ସନାରି ୨୦୨୬ ପାଇଁ ‘ହୁମାନ୍‌’ ଶବ୍ଦକୁ…

ପଡ଼ିଆ ମଝିରେ ଏମିତି କାମ କଲେ ରିଷଭ ପନ୍ତ: ଚିତ୍କାର କଲେ ଗିଲ୍‌, ଦେଖନ୍ତୁ VIDEO

ୱେଲିଂଟନ,୧୯।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଟିମ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି। ଦିନର ତୃତୀୟ ସେସନ୍ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?