ଯୋଗ ହରିନେବ ରୋଗ

ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ଅନୁଯାୟୀ ସମ୍ପୂର୍ଣ୍ଣ ଶାରୀରିକ, ମନସ୍ତାତ୍ତ୍ୱିକ, ସାମାଜିକ ଓ ଆଧ୍ୟାମତ୍ିକ ସୁସ୍ଥତା ହିଁ ସ୍ବାସ୍ଥ୍ୟ। ଯୋଗାଭ୍ୟାସ ଦ୍ୱାରା ଏହି ସମସ୍ତ ପ୍ରକାର ସୁସ୍ଥତା ପ୍ରାପ୍ତ ହୁଏ। ତେବେ ଚଳିତ ବର୍ଷ ଯୋଗ ଦିବସ ଲାଗି ଥିମ୍‌ ରହିଛି ‘ମାନବ ଜାତି ପାଇଁ ଯୋଗ’।

ଅନ୍ତର୍ଜାତୀୟ ଯୋଗ ଦିବସଟିକୁ ପ୍ରତିବର୍ଷ ଜୁନ୍‌ ୨୧ରେ ପାଳନ ନିମନ୍ତେ ଜାତିସଂଘ ୨୦୧୪ ଡିସେମ୍ବର ୧୧ରେ ସ୍ଥିର କରିଥିଲା। ଯୋଗ ହେଉଛି ବିଶ୍ୱକୁ ପ୍ରାଚୀନ ଭାରତର ଏକ ଅମୂଲ୍ୟ ଅବଦାନ। ଏହା ପାଖାପାଖି ୫୦୦୦ ବର୍ଷ ତଳେ ଭାରତରେ ବିକଶିତ ହୋଇଥିଲା। ଯୋଗର ଅର୍ଥ ଯୋଗକରିବା ବା ସଂଯୁକ୍ତ କରିବା। ସାରା ବିଶ୍ୱରେ ସର୍ବପ୍ରଥମ ବିଶ୍ୱ ଯୋଗ ଦିବସ ପାଳିତ ହୋଇଥିଲା ୨୦୧୫ ଜୁନ୍‌ ୨୧ ତାରିଖରେ। ଚଳିତ ବର୍ଷ ଏହି ଦିବସର ଥିମ୍‌ ରହିଛି ‘ମାନବ ଜାତି ପାଇଁ ଯୋଗ’ (Yoga for Humanity)।
ଶାରୀରିକ, ମନସ୍ତାତ୍ତ୍ୱିକ ଏବଂ ସାମାଜିକ ସୁସ୍ଥତା ପାଇଁ ଯୋଗ : ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ଅନୁଯାୟୀ ସମ୍ପୂର୍ଣ୍ଣ ଶାରୀରିକ, ମନସ୍ତାତ୍ତ୍ୱିକ, ସାମାଜିକ ଓ ଆଧ୍ୟାମତ୍ିକ ସୁସ୍ଥତା ହିଁ ସ୍ବାସ୍ଥ୍ୟ। ଯୋଗାଭ୍ୟାସ ଦ୍ୱାରା ଏହି ସମସ୍ତ ପ୍ରକାର ସୁସ୍ଥତା ପ୍ରାପ୍ତ ହୁଏ। ଆମର ସାଧାରଣତଃ ଧାରଣା ଯେ ଯୋଗ କେତୋଟି ଆସନରେ ହିଁ ସୀମିତ। ସେଥିପାଇଁ ଆମେ ଭାବି ନେଇଥାଉ ଯେ ଯୋଗ କେବଳ ଶରୀର ସ୍ତରରେ ଅନୁକୂଳ ପ୍ରଭାବ ପକାଇଥାଏ। ମାତ୍ର ଏହି ପ୍ରକାର ଭାବନା ଭ୍ରମାମତ୍କ। ଯୋଗର ପ୍ରଭାବ ବେଶ୍‌ ବ୍ୟାପକ। ଏହା ଶରୀର, ମନ, ପ୍ରାଣ ବା ଶ୍ୱାସକ୍ରିୟା ମଧ୍ୟରେ ଏକ ସେତୁ ଭଳି କ୍ରିୟା କରିଥାଏ। ଶରୀର, ମନ ଓ ଶ୍ୱାସପ୍ରଶ୍ୱାସ କ୍ରିୟାରେ ସମନ୍ବୟ ଓ ସଙ୍ଗତି ହୋଇଗଲେ ଜୀବନ ଶାନ୍ତି, ସନ୍ତୋଷ ଓ ପୂର୍ଣ୍ଣତା ଆସିଥାଏ।
ତେବେ ଯୋଗ ଆମ ଶରୀରକୁ ତଥା ଆମ ସ୍ବାସ୍ଥ୍ୟକୁ କେଉଁପରି ଭାବରେ ପ୍ରଭାବିତ କରେ? ସଂକ୍ଷେପରେ କହିଲେ ଯୋଗ ଦ୍ୱାରା ରୋଗ ନିବାରିତ ହୁଏ ଓ ରୋଗ ଉପଶମ ତଥା ଆରୋଗ୍ୟ ହୋଇଥାଏ ମଧ୍ୟ। ସ୍ବାସ୍ଥ୍ୟର ସଂଜ୍ଞା ପରିପ୍ରେକ୍ଷୀରେ ବିଚାର କଲେ ଆମେ ଶାରୀରିକ, ମନସ୍ତାତ୍ତ୍ୱିକ, ଆବେଗିକ ଓ ସାମାଜିକ ସ୍ତରରେ ସୁସ୍ଥତା ଓ ସନ୍ତୁଳନ ଉପଭୋଗ କରିବା ଆବଶ୍ୟକ। ସବୁବେଳେ ଆନନ୍ଦ ଅନୁଭବ କରିବା ସହ ସମସ୍ତଙ୍କ ପ୍ରତି ପ୍ରେମ ଭାବ ପୋଷଣ କରିବା ବାଞ୍ଛନୀୟ। ଯୋଗ ଆମକୁ ଏହି ପ୍ରତିଶ୍ରୁତି ଦେଇଥାଏ।
ନିୟମିତ ଯୋଗ ଦ୍ୱାରା ଅସ୍ବାଭାବିକ ମାନସିକ ଚାପ ଲାଘବ ହୋଇଯାଏ। ଏଥିଲାଗି ଆସନ, ପ୍ରାଣାୟାମ ଓ ଧ୍ୟାନ ବେଶ୍‌ ଫଳପ୍ରଦ। ଯୋଗ ଓ ଧ୍ୟାନ କଲେ ବୃଦ୍ଧି ପାଇଥାଏ ଅନ୍ତର୍ଦୃଷ୍ଟିର ସାମର୍ଥ୍ୟ। ନିୟମିତ ଯୋଗ କରିବା ଫଳରେ ଓଜନ ହ୍ରାସ ପାଏ। ସୁଷମ ତଥା ସାତ୍ତ୍ୱିକ ଖାଦ୍ୟା ପ୍ରତି ରୁଚି ଜନ୍ମେ। ନିଶା ସେବନ ନିମନ୍ତେ ମନ ହୁଏ ନାହିଁ। ପୁଣି ଯୋଗ ଦ୍ୱାରା ମାଂସପେଶୀଗୁଡିକ ବଳିଷ୍ଠ ହେବା ସଙ୍ଗେ ସଙ୍ଗେ ସନ୍ତୁଳିତ ହୋଇଯାଏ ଶ୍ୱାସକ୍ରିୟା। ତାହାଛଡ଼ା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଅତୁଟ ରହିପାରେ ସ୍ବାସ୍ଥ୍ୟ। ଯୋଗ କରିବା ଦ୍ୱାରା ଶରୀର ସକ୍ରିୟ ଓ ସତେଜ ରହିବା ଫଳରେ ଦୂର ହୋଇଯାଏ କ୍ଲାନ୍ତି। ଶରୀର ଶକ୍ତ, ଦୃଢ଼ ଓ ନମନୀୟ ହୋଇପଡେ। ମାଂସପେଶୀଗୁଡିକର ସଂକୋଚନ ପ୍ରସାରଣ ହୋଇଯାଏ ସାବଲୀଳ। ଗଣ୍ଠିଗୁଡିକର କାଠିନ୍ୟ ଦୂରହୋଇ ବୃଦ୍ଧିପାଏ ସେଗୁଡିକର ଚଳନ କ୍ଷମତା। ଶରୀରର ଅଙ୍ଗଭଙ୍ଗୀରେ ପରିଲକ୍ଷିତ ହୁଏ ଉନ୍ନତି। ଠିଆ ହେବା, ବସିବା, ଚାଲିବା ଓ ଶୋଇବା ସମୟରେ ଅଙ୍ଗଭଙ୍ଗୀ ବେଶ୍‌ ଅନୁକୂଳ ହେବା ଦ୍ୱାରା ତ୍ରୁଟିଯୁକ୍ତ ଅଙ୍ଗଭଙ୍ଗୀ ଯୋଗୁ ମେରୁଦଣ୍ଡ ଓ ଗଣ୍ଠିରେ ଯନ୍ତ୍ରଣା ଜାତ ହେବାର ସମ୍ଭାବନାକୁ ଦୂରୀଭୂତ କରିଦିଏ ନିୟମିତ ଯୋଗାଭ୍ୟାସ।
ଗବେଷଣା ଆଧାରିତ ପ୍ରମାଣ : ଭାରତ ସମେତ ଆମେରିକା, ବ୍ରିଟେନ୍‌, ଅଷ୍ଟ୍ରେଲିଆ, ହଲାଣ୍ଡ, ଇଟାଲି ଇତ୍ୟାଦି ରାଷ୍ଟ୍ରର ବୈଜ୍ଞାନିକ ତଥା ଚିକିତ୍ସା ବିଜ୍ଞାନୀମାନେ ଯୋଗର ଅନୁକୂଳ ପ୍ରଭାବ ସମ୍ପର୍କରେ ଅନୁଧ୍ୟାନ ଜାରି ରଖିଛନ୍ତି। ସେମାନଙ୍କ ଦ୍ୱାରା ପ୍ରକାଶିତ ଗବେଷଣା ନିବନ୍ଧଗୁଡିକରୁ ପ୍ରମାଣ ମିଳୁଛି ଯେ, ରୋଗ ନିବାରଣ, ରୋଗ ଆରୋଗ୍ୟ, ସୁସ୍ଥତା ପ୍ରାପ୍ତି ଏବଂ ଜୀବନର ଗୁଣାତ୍ମକମାନ ଉନ୍ନତ କରାଇବାରେ ଯୋଗର ପ୍ରଭାବ ସୁଦୂରପ୍ରସାରୀ। ବିଶେଷକରି ଦୀର୍ଘକାଳୀକ ରୋଗଗୁଡିକ ଉପରେ ଯୋଗର ପ୍ରଭାବ ଅତି ଫଳପ୍ରଦ। ତେଣୁ ତାହା ହୃଦ୍‌ରକ୍ତନଳୀ ରୋଗ ହେଉ କି ଉଚ୍ଚ ରକ୍ତଚାପ, କିମ୍ବା ପୃଥୁଳତା, ଫୁସ୍‌ଫୁସ୍‌ ରୋଗ, ବୃକକ୍‌ ରୋଗ, ଡାଇବେଟିସ୍‌, ଗଣ୍ଠି ରୋଗ, ମେରୁଦଣ୍ଡ ରୋଗ, ଆଜମା, ମାନସିକ ରୋଗ, ଅନ୍ତନଳୀ ରୋଗ, ଆଖିରୋଗ, କ୍ୟାନସର ଇତ୍ୟାଦି ହେଉ, ବିବିଧ ବ୍ୟାଧିରେ ଯୋଗ ଚିକିତ୍ସାରୁ ସୁଫଳ ମିଳିପାରିବ। କିନ୍ତୁ ପାରମ୍ପରିକ ଚିକିତ୍ସାରେ ବିଶେଷଜ୍ଞ ଚିକିତ୍ସକଙ୍କ ତତ୍ତ୍ୱାବଧାନ ତଥା ପରାମର୍ଶ ଲୋଡା ପଡୁଥିବା ପରି ଯୋଗ ମାଧ୍ୟମ ଚିକିତ୍ସା ପାଇଁ ଲୋଡା ଯୋଗ ବିଶେଷଜ୍ଞଙ୍କ ତତ୍ତ୍ୱାବଧାନ ତଥା ପରାମର୍ଶ। ବରଂ ରୋଗୀ ଚିକିତ୍ସାରେ ଚିକିତ୍ସା ବିଶେଷଜ୍ଞ ଓ ଯୋଗ ବିଶେଷଜ୍ଞଙ୍କ ମଧ୍ୟରେ ସହଯୋଗ ଓ ସମନ୍ବୟ ସ୍ଥାପିତ ହୋଇପାରିଲେ ଏହାର ଅନୁକୂଳ ପ୍ରଭାବ ସୁଦୂରପ୍ରସାରୀ ହୋଇପାରିବ।
ଔଷଧ ଭଳି ଏକ ବାହ୍ୟ ମାଧ୍ୟମ ରୋଗ ଆରୋଗ୍ୟ ନିମନ୍ତେ ବିନିଯୋଗ ହୋଇଥାଏ। କିନ୍ତୁ ଯୋଗ ପଦ୍ଧତି ଅବଲମ୍ବନ କଲେ ରୋଗର ଚିକିତ୍ସା ପାଇଁ ଔଷଧ ଭଳି ବାହ୍ୟ ମାଧ୍ୟମ ଆବଶ୍ୟକ ପଡେ ନାହିଁ। ଆବଶ୍ୟକ ପଡେ କେବଳ ରୋଗୀର ବ୍ୟକ୍ତିଗତ ଆସ୍ଥା, ନିଷ୍ଠା ଓ ଆନ୍ତରିକତା। ସୁତରାଂ ଯୋଗ ଚିକିତ୍ସା ହେଉଛି ଔଷଧ ବିହୀନ ସୁ ଚିକିତ୍ସା ବା ଆତ୍ମ-ଚିକିତ୍ସା। ତେବେ ଏହା ଯୋଗ ବିଶେଷଜ୍ଞଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକାରୀ ହେବା ନିରାପଦ।
ସବୁଠାରୁ ଶସ୍ତା: ଯୋଗ ନିମନ୍ତେ ବିଶେଷ ଅର୍ଥ ବ୍ୟୟ କରିବା ପାଇଁ ପଡେନି। ଭଲ ବାୟୁ ଚଳାଚଳ କରୁଥିବା ପରିଷ୍କୃତ କୋଠରି, ଯୋଗ ନିମନ୍ତେ ବିଛେଇବା ଆସନ ଏବଂ ଯୋଗ ଶିକ୍ଷକ ବା ବିଶେଷଜ୍ଞଙ୍କ ବ୍ୟବସ୍ଥା ହୋଇଗଲେ ଯଥେଷ୍ଟ। ମାତ୍ର ଯୋଗାଧ୍ୟାୟୀଙ୍କ ପାଇଁ ଲୋଡ଼ା ସମୟାନୁବର୍ତ୍ତିତା, ନିୟମିତ ଅଭ୍ୟାସ, ବ୍ୟକ୍ତିଗତ ଆଗ୍ରହ ଏବଂ ଅଧ୍ୟବସାୟ।
-ଡା. ନିତ୍ୟାନନ୍ଦ ସ୍ବାଇଁ
ଅଭୀପ୍‌ସା, ସେକ୍ଟର-୬, ପ୍ଲଟ ନଂ-୧୧୩୧, ଅଭିନବ ବିଡାନାସୀ, କଟକ,
ମୋ : ୯୪୩୭୭୬୬୧୧୭


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri