ଆଧ୍ୟାତ୍ମିକ ସାଧନା ଓ ଅଷ୍ଟାଙ୍ଗ ଯୋଗ

ସର୍ବୋଚ୍ଚ ଚୈତନ୍ୟ ଲାଭ କରିବା ପାଇଁ ଯୋଗ ଏକ ସୁସମ୍ବନ୍ଧ ଧାର୍ମିକ ଶୃଙ୍ଖଳା ଯାହା ଚରମ ମୁକ୍ତି ପାଇଁ ପଥ ଦେଖାଇଥାଏ। ଭାରତରେ ସମସ୍ତ ଆଧ୍ୟାତ୍ମିକ କ୍ଷେତ୍ରର ସାଧକ,ମହାପୁରୁଷ ଏବଂ ଜଣେ ଯେକୌଣସି ଧର୍ମାବଲମ୍ବୀ ହୁଅନ୍ତୁ, କିନ୍ତୁ ଯୋଗର ଶୃଙ୍ଖଳାକୁ ସମସ୍ତେ ମାନନ୍ତି। ଯୋଗର ମୌଳିକ ଅର୍ଥ ହେଉଛି ମିଳିତାବସ୍ଥା ଏବଂ ପ୍ରକୃତ ଆତ୍ମା ବା ଈଶ୍ୱରଙ୍କ ସହ ମିଳିତ ହେବାକୁ ଏହା ବୁଝାଇଥାଏ। ଅନ୍ୟ ଅର୍ଥରେ ସେହି ମିଳନ ଲାଭ କରିବା ପାଇଁ ଯୋଗ ଏକ ଉପାୟ ବା ପଦ୍ଧତି। ମନ ମଧ୍ୟରେ ଚିନ୍ତା ତରଙ୍ଗକୁ ନିୟନ୍ତ୍ରଣ କରିବା ବା ଚିବୃତି ନିରୋଧକୁ ପତଞ୍ଜଳି ଯୋଗର ସଂଜ୍ଞା ରୂପେ ବର୍ଣ୍ଣନା କରିଛନ୍ତି। ଯୋଗସୂତ୍ରର ୪ଟି ବିଭାଗ ବା ପାଦ ରହିଛି- ସେଗୁଡ଼ିକ ହେଲା ସମାଧି ପାଦ, ସାଧନା ପାଦ, ବିଭୂତି ପାଦ ଓ କୈବଲ୍ୟ ପାଦ। ସମାଧି ପାଦରେ ନିର୍ମଳ ଚୈତନ୍ୟ ବିଷୟ ଉଲ୍ଲେଖ ରହିଛି ଯାହାକୁ ଉଚ୍ଚଗୁଣସମ୍ପନ୍ନ ବ୍ୟକ୍ତିମାନେ ଲାଭ କରିଥାନ୍ତି। ସାଧନା ପାଦରେ ଯୋଗର ନିୟମ ଓ ପଦ୍ଧତି ବର୍ଣ୍ଣିତ ହୋଇଛି ଯାହାକୁ ସାଧାରଣରେ ସବୁ ସାଧକ ଓ ସାମାନ୍ୟ ଗୁଣସମ୍ପନ୍ନ ବ୍ୟକ୍ତିମାନେ ଅନୁସରଣ କରିଥାନ୍ତି। ବିଭୂତି ପାଦ ଆଧ୍ୟାତ୍ମିକ ପଥ ବା ଅଲୌକିକ ଶକ୍ତିର ଜାଗରଣ ବିଷୟରେ ସୂଚନା ଦେଇଥାଏ। ଆଉ କୈବଲ୍ୟ ପାଦ ମୋକ୍ଷ ବା ମୁକ୍ତି ସହିତ ସଂଶ୍ଲିଷ୍ଟ। ପତଞ୍ଜଳିଙ୍କ ଯୋଗ ପଦ୍ଧତିକୁ ଅଷ୍ଟାଙ୍ଗ ଯୋଗ କୁହାଯାଏ। ମନୁଷ୍ୟ ଶରୀର ମଧ୍ୟରେ ତା’ର ମେରୁଦଣ୍ଡ ମଧ୍ୟରେ ମୂଳାଧାର ଚକ୍ରଠାରୁ ଆଜ୍ଞାଚକ୍ର ପର୍ଯ୍ୟନ୍ତ ଆଧ୍ୟାତ୍ମିକ ଷଟ୍‌ ଚକ୍ର ଅଛି। ସେହିପରି ନାଭି ଦେଶର ପଛପଟେ କୁଣ୍ଡଳିନୀ ଶକ୍ତି ସୁପ୍ତ ହୋଇ ରହିଥାଏ। କୁଣ୍ଡଳିନୀ ଏହି ଷଡ଼ଚକ୍ରକୁ ଭେଦକରି ଅବଶେଷରେ ସହସ୍ର ଦଳ ବିଶିଷ୍ଟ ପଦ୍ମଠାରେ ଉପନୀତ ହୋଇ ପରଂବ୍ରହ୍ମଙ୍କ ସହିତ ମିଳିତ ହୁଏ। ଅର୍ଥାତ୍‌ ପରଂବ୍ରହ୍ମଙ୍କଠାରେ ଲୀନହୋଇଯାଏ ଏହା ହିଁ ଯୋଗର ସିଦ୍ଧି। ଏହି ପ୍ରସଙ୍ଗରେ ଯୁଗ ପୁରୁଷୋତ୍ତମ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର ତାଙ୍କର ସ୍ବହସ୍ତ ଲିଖିତ ‘ସତ୍ୟାନୁସରଣ’ରେ ପ୍ରକାଶ କଲେ – କୌଣସି କିଛିରେ ଯୁକ୍ତହେବା ବା ଏକମୁଖୀ ଆସକ୍ତିର ନାମ ହିଁ ଯୋଗ। ତୁମେ ଯଦି ଯୋଗୀ ହେବାକୁ ଚାହଁ, ତା’ହେଲେ ତୁମକୁ କୌଣସି ଆଦର୍ଶ, ସଦ୍‌ଗୁରୁ ବା ପ୍ରିୟପରମଙ୍କ ସହିତ ଭଲପାଇବା ବା ଆସକ୍ତି ମାଧ୍ୟମରେ ଏପରି ଭାବରେ ଯୁକ୍ତହେବାକୁ ହେବ ଯାହାଫଳରେ ତୁମେ ସର୍ବଦା ଓ ସର୍ବୋତଭାବେ ଏକ ଗଭୀର ତୃପ୍ତି ନେଇ ଚାଲିପାରିବ।
ମହର୍ଷି ପତଞ୍ଜଳିଙ୍କ ଯୋଗସୂତ୍ର ଅନୁଯାୟୀ ୫ଟି ଯମ ରହିଛି। ଏଗୁଡ଼ିକ ହେଉଛି – ଅହିଂସା, ସତ୍ୟ, ଅସ୍ତେୟ, ବ୍ରହ୍ମଚର୍ଯ୍ୟ ଏବଂ ଅପରିଗ୍ରହ। ପାଞ୍ଚ ଯମ ମଧ୍ୟରୁ ଅହିଂସାକୁ ସର୍ବୋତ୍ତମ ବୋଲି ସ୍ବୀକାର କରାଯାଏ। ଅନ୍ୟ ୪ ଯମ ପାଳନ କରିବା ପାଇଁ ଅହିଂସା ଭାବକୁ ସୁଦୃମ କରିବାକୁ ହୁଏ। ଯେମିତି ଦେଖିଛନ୍ତି, ଅନୁମାନ କରିଛନ୍ତି ବା ଶୁଣିଛନ୍ତି ଠିକ୍‌ ସେମିିତି ବର୍ଣ୍ଣନା କରିବାକୁ ସତ୍ୟ କୁହାଯାଏ। ତେବେ ଏହାର ଆଉ ଏକ ସର୍ତ୍ତ ବି ଅଛି। ଏହି ସତ୍ୟ ଦ୍ୱାରା ପ୍ରାଣୀମାନଙ୍କର କେବଳ କଲ୍ୟାଣ ହିଁ ହେବା ଆବଶ୍ୟକ। ଜନନେନ୍ଦ୍ରିୟ ଦ୍ୱାରା ସଂଯମ ରକ୍ଷାକୁ ବ୍ରହ୍ମଚର୍ଯ୍ୟ କୁହାଯାଏ। ଅନ୍ୟ ଯେକୌଣସି ଇନ୍ଦ୍ରିୟ ତୁଳନାରେ ଜନନେନ୍ଦ୍ରିୟ କାମ ଭାବନାକୁ ଅଧିକ ପ୍ରଲୁବ୍ଧ କରେ। ତେଣୁ ସବୁ ଇନ୍ଦ୍ରିୟକୁ ଶାନ୍ତ ରଖିବା ପାଇଁ ଜନନେନ୍ଦ୍ରିୟ ଉପରେ ସଂଯମ ରଖିବା ଆବଶ୍ୟକ। ନିଜ ଆବଶ୍ୟକତାଠାରୁ ଅଧିକ ଧନସମ୍ପତ୍ତି ଏବଂ ଭୋଗ ସାମଗ୍ରୀ ସଞ୍ଚୟ କରିବାକୁ ମଧ୍ୟ ପାପ ଭାବେ ଗ୍ରହଣ କରାଯାଇଛି। ମହର୍ଷି ପତଞ୍ଜଳି ଯୋଗସୂତ୍ରରେ ୫ଟି ନିୟମ ବର୍ଣ୍ଣନା କରିଛନ୍ତି। ସେଗୁଡ଼ିକ ହେଉଛି- ଶୌଚ, ସନ୍ତୋଷ, ତପ, ସ୍ବାଧ୍ୟାୟ ଓ ଈଶ୍ୱର ପ୍ରଣିଧାନ।
-ଡା. ଉମେଶ ଚନ୍ଦ୍ର ପାତ୍ର,
ମୋ : ୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri