ଆଧ୍ୟାତ୍ମିକ ସାଧନା ଓ ଅଷ୍ଟାଙ୍ଗ ଯୋଗ

ସର୍ବୋଚ୍ଚ ଚୈତନ୍ୟ ଲାଭ କରିବା ପାଇଁ ଯୋଗ ଏକ ସୁସମ୍ବନ୍ଧ ଧାର୍ମିକ ଶୃଙ୍ଖଳା ଯାହା ଚରମ ମୁକ୍ତି ପାଇଁ ପଥ ଦେଖାଇଥାଏ। ଭାରତରେ ସମସ୍ତ ଆଧ୍ୟାତ୍ମିକ କ୍ଷେତ୍ରର ସାଧକ,ମହାପୁରୁଷ ଏବଂ ଜଣେ ଯେକୌଣସି ଧର୍ମାବଲମ୍ବୀ ହୁଅନ୍ତୁ, କିନ୍ତୁ ଯୋଗର ଶୃଙ୍ଖଳାକୁ ସମସ୍ତେ ମାନନ୍ତି। ଯୋଗର ମୌଳିକ ଅର୍ଥ ହେଉଛି ମିଳିତାବସ୍ଥା ଏବଂ ପ୍ରକୃତ ଆତ୍ମା ବା ଈଶ୍ୱରଙ୍କ ସହ ମିଳିତ ହେବାକୁ ଏହା ବୁଝାଇଥାଏ। ଅନ୍ୟ ଅର୍ଥରେ ସେହି ମିଳନ ଲାଭ କରିବା ପାଇଁ ଯୋଗ ଏକ ଉପାୟ ବା ପଦ୍ଧତି। ମନ ମଧ୍ୟରେ ଚିନ୍ତା ତରଙ୍ଗକୁ ନିୟନ୍ତ୍ରଣ କରିବା ବା ଚିବୃତି ନିରୋଧକୁ ପତଞ୍ଜଳି ଯୋଗର ସଂଜ୍ଞା ରୂପେ ବର୍ଣ୍ଣନା କରିଛନ୍ତି। ଯୋଗସୂତ୍ରର ୪ଟି ବିଭାଗ ବା ପାଦ ରହିଛି- ସେଗୁଡ଼ିକ ହେଲା ସମାଧି ପାଦ, ସାଧନା ପାଦ, ବିଭୂତି ପାଦ ଓ କୈବଲ୍ୟ ପାଦ। ସମାଧି ପାଦରେ ନିର୍ମଳ ଚୈତନ୍ୟ ବିଷୟ ଉଲ୍ଲେଖ ରହିଛି ଯାହାକୁ ଉଚ୍ଚଗୁଣସମ୍ପନ୍ନ ବ୍ୟକ୍ତିମାନେ ଲାଭ କରିଥାନ୍ତି। ସାଧନା ପାଦରେ ଯୋଗର ନିୟମ ଓ ପଦ୍ଧତି ବର୍ଣ୍ଣିତ ହୋଇଛି ଯାହାକୁ ସାଧାରଣରେ ସବୁ ସାଧକ ଓ ସାମାନ୍ୟ ଗୁଣସମ୍ପନ୍ନ ବ୍ୟକ୍ତିମାନେ ଅନୁସରଣ କରିଥାନ୍ତି। ବିଭୂତି ପାଦ ଆଧ୍ୟାତ୍ମିକ ପଥ ବା ଅଲୌକିକ ଶକ୍ତିର ଜାଗରଣ ବିଷୟରେ ସୂଚନା ଦେଇଥାଏ। ଆଉ କୈବଲ୍ୟ ପାଦ ମୋକ୍ଷ ବା ମୁକ୍ତି ସହିତ ସଂଶ୍ଲିଷ୍ଟ। ପତଞ୍ଜଳିଙ୍କ ଯୋଗ ପଦ୍ଧତିକୁ ଅଷ୍ଟାଙ୍ଗ ଯୋଗ କୁହାଯାଏ। ମନୁଷ୍ୟ ଶରୀର ମଧ୍ୟରେ ତା’ର ମେରୁଦଣ୍ଡ ମଧ୍ୟରେ ମୂଳାଧାର ଚକ୍ରଠାରୁ ଆଜ୍ଞାଚକ୍ର ପର୍ଯ୍ୟନ୍ତ ଆଧ୍ୟାତ୍ମିକ ଷଟ୍‌ ଚକ୍ର ଅଛି। ସେହିପରି ନାଭି ଦେଶର ପଛପଟେ କୁଣ୍ଡଳିନୀ ଶକ୍ତି ସୁପ୍ତ ହୋଇ ରହିଥାଏ। କୁଣ୍ଡଳିନୀ ଏହି ଷଡ଼ଚକ୍ରକୁ ଭେଦକରି ଅବଶେଷରେ ସହସ୍ର ଦଳ ବିଶିଷ୍ଟ ପଦ୍ମଠାରେ ଉପନୀତ ହୋଇ ପରଂବ୍ରହ୍ମଙ୍କ ସହିତ ମିଳିତ ହୁଏ। ଅର୍ଥାତ୍‌ ପରଂବ୍ରହ୍ମଙ୍କଠାରେ ଲୀନହୋଇଯାଏ ଏହା ହିଁ ଯୋଗର ସିଦ୍ଧି। ଏହି ପ୍ରସଙ୍ଗରେ ଯୁଗ ପୁରୁଷୋତ୍ତମ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର ତାଙ୍କର ସ୍ବହସ୍ତ ଲିଖିତ ‘ସତ୍ୟାନୁସରଣ’ରେ ପ୍ରକାଶ କଲେ – କୌଣସି କିଛିରେ ଯୁକ୍ତହେବା ବା ଏକମୁଖୀ ଆସକ୍ତିର ନାମ ହିଁ ଯୋଗ। ତୁମେ ଯଦି ଯୋଗୀ ହେବାକୁ ଚାହଁ, ତା’ହେଲେ ତୁମକୁ କୌଣସି ଆଦର୍ଶ, ସଦ୍‌ଗୁରୁ ବା ପ୍ରିୟପରମଙ୍କ ସହିତ ଭଲପାଇବା ବା ଆସକ୍ତି ମାଧ୍ୟମରେ ଏପରି ଭାବରେ ଯୁକ୍ତହେବାକୁ ହେବ ଯାହାଫଳରେ ତୁମେ ସର୍ବଦା ଓ ସର୍ବୋତଭାବେ ଏକ ଗଭୀର ତୃପ୍ତି ନେଇ ଚାଲିପାରିବ।
ମହର୍ଷି ପତଞ୍ଜଳିଙ୍କ ଯୋଗସୂତ୍ର ଅନୁଯାୟୀ ୫ଟି ଯମ ରହିଛି। ଏଗୁଡ଼ିକ ହେଉଛି – ଅହିଂସା, ସତ୍ୟ, ଅସ୍ତେୟ, ବ୍ରହ୍ମଚର୍ଯ୍ୟ ଏବଂ ଅପରିଗ୍ରହ। ପାଞ୍ଚ ଯମ ମଧ୍ୟରୁ ଅହିଂସାକୁ ସର୍ବୋତ୍ତମ ବୋଲି ସ୍ବୀକାର କରାଯାଏ। ଅନ୍ୟ ୪ ଯମ ପାଳନ କରିବା ପାଇଁ ଅହିଂସା ଭାବକୁ ସୁଦୃମ କରିବାକୁ ହୁଏ। ଯେମିତି ଦେଖିଛନ୍ତି, ଅନୁମାନ କରିଛନ୍ତି ବା ଶୁଣିଛନ୍ତି ଠିକ୍‌ ସେମିିତି ବର୍ଣ୍ଣନା କରିବାକୁ ସତ୍ୟ କୁହାଯାଏ। ତେବେ ଏହାର ଆଉ ଏକ ସର୍ତ୍ତ ବି ଅଛି। ଏହି ସତ୍ୟ ଦ୍ୱାରା ପ୍ରାଣୀମାନଙ୍କର କେବଳ କଲ୍ୟାଣ ହିଁ ହେବା ଆବଶ୍ୟକ। ଜନନେନ୍ଦ୍ରିୟ ଦ୍ୱାରା ସଂଯମ ରକ୍ଷାକୁ ବ୍ରହ୍ମଚର୍ଯ୍ୟ କୁହାଯାଏ। ଅନ୍ୟ ଯେକୌଣସି ଇନ୍ଦ୍ରିୟ ତୁଳନାରେ ଜନନେନ୍ଦ୍ରିୟ କାମ ଭାବନାକୁ ଅଧିକ ପ୍ରଲୁବ୍ଧ କରେ। ତେଣୁ ସବୁ ଇନ୍ଦ୍ରିୟକୁ ଶାନ୍ତ ରଖିବା ପାଇଁ ଜନନେନ୍ଦ୍ରିୟ ଉପରେ ସଂଯମ ରଖିବା ଆବଶ୍ୟକ। ନିଜ ଆବଶ୍ୟକତାଠାରୁ ଅଧିକ ଧନସମ୍ପତ୍ତି ଏବଂ ଭୋଗ ସାମଗ୍ରୀ ସଞ୍ଚୟ କରିବାକୁ ମଧ୍ୟ ପାପ ଭାବେ ଗ୍ରହଣ କରାଯାଇଛି। ମହର୍ଷି ପତଞ୍ଜଳି ଯୋଗସୂତ୍ରରେ ୫ଟି ନିୟମ ବର୍ଣ୍ଣନା କରିଛନ୍ତି। ସେଗୁଡ଼ିକ ହେଉଛି- ଶୌଚ, ସନ୍ତୋଷ, ତପ, ସ୍ବାଧ୍ୟାୟ ଓ ଈଶ୍ୱର ପ୍ରଣିଧାନ।
-ଡା. ଉମେଶ ଚନ୍ଦ୍ର ପାତ୍ର,
ମୋ : ୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ଘରେ ସୁଖ-ସମୃଦ୍ଧି ଆଣେ ଏସବୁ ଗଛ; ଲଗାଇବା ପରେ ଆପଣାଛାଏଁ ଦୂର ହୁଏ ସମସ୍ୟା

ଘରେ ସୁଖ ଏବଂ ସମୃଦ୍ଧି ଲାଗି ରହୁ। ଟଙ୍କା ପଇସାର ଅଭାବ କେବେ ନ ରହୁ ବୋଲି ସମସ୍ତେ ଚାହାନ୍ତି। ଏଥିପାଇଁ ଦିନରାତ୍ରୀ ପରିଶ୍ରମ କରିବାକୁ...

ବୁଧବାର ବିଶ୍ୱକର୍ମା ପୂଜା: ରାଶି ଅନୁଯାୟୀ ଏପରି କରନ୍ତୁ ଉପାୟ, ବ୍ୟବସାୟରେ ହେବ ଉନ୍ନତି

ବିଶ୍ୱକର୍ମା ପୂଜା ଦିନ ବିଶ୍ୱକର୍ମା ଋଷିଙ୍କୁ ପୂଜା କରାଯାଇଥାଏ। ଏହାଦ୍ୱାରା ବ୍ୟାପାରରେ ଉନ୍ନତି ପରିଲକ୍ଷିତ ହୋଇଥାଏ ବୋଲି ମାନ୍ୟତା ରହିଛି। ତେବେ ଚଳିତ ବର୍ଷ ସେପ୍ଟେମ୍ବର...

ଭୁଲରେ ବି ଏହି ୫ ଜଣଙ୍କୁ କରନ୍ତୁ ନାହିଁ ବିଶ୍ୱାସ: କୁହନ୍ତୁ ନାହିଁ ଏହି କଥା

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ବ୍ୟବସାୟ ସହ ଜଡିତ ଅଧିକାଂଶ କଥା ଅନ୍ୟକୁ କହିବା ଉଚିତ ନୁହେଁ। କାରଣ ଏହା କରିବା ଦ୍ୱାରା ବ୍ୟବସାୟରେ ବ୍ୟାପକ କ୍ଷତି...

ଖାଦ୍ୟରେ ଅଧିକ ଲୁଣ ସିିଞ୍ଚି ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ଖାଦ୍ୟ ଉପରେ ଅଧିକ ଲୁଣ ସିିଞ୍ଚି ଖାଉଥିବା ଲୋକେ ସାବଧାନ ହୋଇଯାନ୍ତୁ। ଏହାଦ୍ୱାରା ବିଭିନ୍ନ  ଶାରୀରିକ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ଲୁଣ ଏଭଳି ଏକ...

ପାଟି ଦୁର୍ଗନ୍ଧ ହେଉଥିଲେ…

ଆମେ ପ୍ରତିଦିନ ଖାଇସାରିବା ପରେ ଭଲ ଭାବରେ କୁଳି କରି ପାଟି ସଫା କରିବା ଦରକାର। ନ ହେଲେ ଖାଦ୍ୟ ପଦାର୍ଥର ଅବଶିଷ୍ଟାଂଶ ଦାନ୍ତସନ୍ଧିରେ ରହି...

ଫ୍ଲୋରାଲ୍‌ ଫ୍ୟାଶନ

ଖରାଦିନେ ଫ୍ୟାଶନେବଲ୍‌ ଦେଖାଯିବା ପାଇଁ ସବୁଠାରୁ ଷ୍ଟାଇଲିଶ୍‌ ପ୍ରିଣ୍ଟ ହେଉଛି ଫ୍ଲୋରାଲ୍‌। ତା’ଛଡ଼ା ଏହି ପ୍ରିଣ୍ଟ୍‌ର ଆଉଟ୍‌ଫିଟ୍‌ ରିଫ୍ରେଶିଙ୍ଗ୍‌ ଲୁକ୍‌ ଦେବା ସହ ସବୁ ପ୍ରକାରର...

ସମର୍‌ ସ୍କାର୍ଫ

* ପୋଲ୍‌କା ଡଟ୍‌ ସମର୍‌ ସ୍କାର୍ଫ: ପୋଲ୍‌କା ଡଟ୍‌ ପ୍ରିଣ୍ଟ କେବେ ବି ଆଉଟ୍‌ ଅଫ୍‌ ଫ୍ୟାଶନ୍‌ ହୁଏ ନାହିଁ। ଖାସ୍‌କରି ଏହି ପ୍ରିଣ୍ଟର ସମର୍‌...

ଏଡ଼ୱାର୍ଡ଼ସ ସିଣ୍ଡ୍ରୋମ ଏକ ଜିନ୍‌ଗତ ସମସ୍ୟା

ଏଡ଼ୱାର୍ଡ଼ସ ସିଣ୍ଡ୍ରୋମ ଏକ ଜିନ୍‌ ଗତ ସମସ୍ୟା। କ୍ରୋମୋଜୋମ ୧୮ର ତୃତୀୟ କପିର ଆଂଶିକ ବା ସମ୍ପୂର୍ଣ୍ଣ ଉପସ୍ଥିତି ଯୋଗୁ ଏହି ସମସ୍ୟା ସୃଷ୍ଟି ହୋଇଥାଏ।...

Advertisement
Archives

Model This Week