ୟେଦୁରପ୍ପା ଗଲେ ଯେ

କର୍ନାଟକ ମୁଖ୍ୟମନ୍ତ୍ରୀ ପଦବୀରୁ ବି.ଏସ୍‌. ୟେଦୁରପ୍ପା ୨୬ ଜୁଲାଇରେ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ କହିଛନ୍ତି ଯେ, ସେ ବିଷାଦରେ ନୁହେଁ ଖୁସିରେ ପଦ ଛାଡ଼ିଛନ୍ତି। ତାଙ୍କୁ ଏବେ ୭୮ ବର୍ଷ ବୟସ। ୭୫ ବର୍ଷ ପରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ତାଙ୍କ ଉପରେ ବିଶ୍ୱାସ ରଖି ଯେଉଁ ଦାୟିତ୍ୱ ଦେଇଥିଲେ ସେଥିଲାଗି ସେ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ୟେଦୁରପ୍ପା ନିଜଆଡ଼ୁ ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ିବାକୁ ଚାହୁଁ ନ ଥିଲେ ବୋଲି ଗଣମାଧ୍ୟମରେ ଢେର ଆଲୋଚନା ହୋଇଛି। ଭାଜପା ଚାପରେ ସେ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ହୁଏତ ତାଙ୍କର ଏହି ଧନ୍ୟବାଦ ତାଙ୍କୁ କୌଣସି ଏକ ରାଜ୍ୟର ରାଜ୍ୟପାଳ ପଦବୀ ଆଣି ଦେଇପାରେ। ସେ ବୁଝି ସାରିଥିବେ ଯେ ତାଙ୍କ ଦୁର୍ନୀତିକୁ କେନ୍ଦ୍ର ଭଲ ଭାବେ ଜାଣିଥିବା ହେତୁ ବେଶି ଉତୁରିଥିଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଲାଗି ଯାଇଥାଆନ୍ତା। ନିଜ ଜୀବନକୁ ବଞ୍ଚାଇବା ପାଇଁ ତାଙ୍କର ଏହି ପଦକ୍ଷେପ ଅନେକ ଦୃଷ୍ଟିରୁ କୌତୂହଳ ସୃଷ୍ଟି କରିପାରେ।
ୟେଦୁରପ୍ପାଙ୍କ ଇସ୍ତଫା ପଛରେ ନିଶ୍ଚିତ ଭାବେ ରାଜନୈତିକ ଚାପର ଖେଳ ରହିଛି। ତଥାପି ବୟସ ଦୃଷ୍ଟିରୁ ସେ ଗାଦି ଛାଡ଼ିବା କଥାକୁ ସ୍ବାଗତ କରାଯାଇପାରେ। କାରଣ ଭାରତବର୍ଷର ଅଧିକାଂଶ ରାଜନେତା ଗାଦି ସହିତ ଚେମଡ଼ ହୋଇ ଲାଗି ରହୁଛନ୍ତି। ଏଠାରେ ଉଦାହରଣ ତଳଠୁ ଉପର ପର୍ଯ୍ୟନ୍ତ ସମସ୍ତଙ୍କର ଦିଆଯାଇପାରେ। ଯେଉଁ ରାଜନୈତିକ ବ୍ୟକ୍ତିମାନେ ମୃତ୍ୟୁ ପର୍ଯ୍ୟନ୍ତ କ୍ଷମତା ଉପଭୋଗ କରିବାକୁ ଚାହାନ୍ତି, ସେମାନେ ବୁଝିବା ଦରକାର ଯେ ଯୁବପିଢ଼ି କ୍ଷମତା ହାସଲ କରିବାକୁ ବ୍ୟାକୁଳ ହେଲେଣି। ଏହା କହିବା ପଛରେ ସ୍ପଷ୍ଟ ଉଦ୍ଦେଶ୍ୟ ହେଉଛି ସମଗ୍ର ଭାରତବର୍ଷର ସବୁ ଦଳର ଯୁବପିଢିକୁ ଦେଖିଲେ ସେମାନଙ୍କର ଦୁର୍ନୀତିଖୋର ମନୋଭାବ ବୟସ୍କମାନଙ୍କଠାରୁ କୌଣସି ଭାବେ ଊଣା ନୁହେଁ। ଆର୍ଥିକ ଦୁର୍ନୀତି ସହିତ ଭାରତର ରାଜନୀତିରେ ସମ୍ପୃକ୍ତ ଯୁବପିଢ଼ି ପାଖରେ ବାହୁବଳ ଓ ଚରିତ୍ରଗତ ଦୋଷ ବାରିହୋଇ ପଡୁଛି। ଏହା ଭାଜପାଠାରୁ ଆରମ୍ଭକରି କଂଗ୍ରେସ ଏବଂ ସବୁ ଆଞ୍ଚଳିକ ଦଳ ଭିତରେ ଅନୁରୂପ ଆକାର ଧାରଣ କରିଛି। ସେଥିପାଇଁ କେବଳ ଯୁବପିଢି ଆସିଗଲେ ଦେଶର ପରିବର୍ତ୍ତନ ଘଟିବ ବୋଲି ଚିନ୍ତା କରିବା ଅତ୍ୟନ୍ତ ତ୍ରୁଟିପୂର୍ଣ୍ଣ ହେବ।
ଭାରତର ଯୁବଗୋଷ୍ଠୀର ଅନେକ ଏହିଭଳି ଉଦାହରଣ ଅଛି, ଯାହାକି କହିଲେ ସରିବ ନାହିଁ। ବ୍ୟବସାୟିକ କ୍ଷେତ୍ର ଦେଖାଯାଉ। ଓଡ଼ିଶାର ଜଣେ ଯୁବକ ଅନ୍ତର୍ଜାତୀୟ ସ୍ତରରେ ହୋଟେଲ ରୁମ୍‌ ସୃଷ୍ଟିକରି ଦିନାକେତେ ବେଶ୍‌ ନାମ ଅର୍ଜନ କଲେ। ପରବର୍ତ୍ତୀ ସମୟରେ ତାଙ୍କର ଅର୍ଥନୈତିକ କୁକର୍ମ ତାଙ୍କ ବ୍ୟବସାୟକୁ ତଳିତଳାନ୍ତ କରିଦେଲା। ସେହିପରି ଯୁବ ଅଫିସରଙ୍କ ସମ୍ପର୍କରେ ଯେତେ କୁହାଯିବ ସେତେ କମ୍‌ ପଡ଼ିବ। ସମସ୍ତେ ଅନୁଭବ କରିଥିବେ ଜିଲାରେ ନୂଆ ଆରକ୍ଷୀ ଅଧୀକ୍ଷକ ଯୋଗଦେବା ମାତ୍ରକେ ନିଜର ଭାବମୂର୍ତ୍ତି ସୃଷ୍ଟିକରିବା ହୋଇପଡ଼େ ସବୁଠାରୁ ବଡ଼ କର୍ତ୍ତବ୍ୟ। ଦିନସାରା ଖଟିକରି ବିଳମ୍ବିତ ରାତିରେ ଗରିବମୂଲିଆ କିମ୍ବା ଗାଡ଼ିଚାଳକ ଖାଇବସିଥିବା ଢାବାରେ ଏସ୍‌ପିଙ୍କ ପ୍ରବେଶ ଓ ଲାଠିମାଡ଼ କୋକୁଆଭୟ ସୃଷ୍ଟିକରେ। ସମସ୍ତେ କୁହନ୍ତି ‘ଏହି ଏସ୍‌ପି ଅତ୍ୟନ୍ତ କଡ଼ା’। ଏହି ଧାରଣା ସୃଷ୍ଟି ହୋଇଯିବା ପରେ ଏସ୍‌ପି ମହୋଦୟ ଘରେବସି ଥାନା ନିଲାମ କରିବାରେ ବ୍ୟସ୍ତ ହୋଇପଡ଼ନ୍ତି। ଅନୁରୂପ ଭାବେ ଶିକ୍ଷାନୁଷ୍ଠାନଗୁଡ଼ିକରେ ପୁରୁଖା ଶିକ୍ଷକ ଏବଂ ନୂତନ ଭାବେ ନିଯୁକ୍ତି ପାଇଥିବା ଯୁବ ଶିକ୍ଷାକର୍ମୀଙ୍କ ପାଠପଢ଼ାଇବାର ଇଚ୍ଛା ଦେଶର ପ୍ରତ୍ୟେକ ଅଭିଭାବକଙ୍କୁ ଜଣା। ବିଶ୍ୱବିଦ୍ୟାଳୟ ଓ ଉଚ୍ଚଶିକ୍ଷା ସ୍ତରର ପାଠପଢ଼ା କଥା ଦେଖାଯାଉ। ଭାରତର ଗୌରବ ବୋଲାଉଥିବା ଆଇଆଇଟି, ଆଇଆଇଏମ୍‌ ଭଳି କେତୋଟି ଶିକ୍ଷା ପ୍ରତିଷ୍ଠାନ ବିଦ୍ୟାର୍ଥୀ ବାହାର କରୁଛନ୍ତି, ତନ୍ମଧ୍ୟରୁ ୯୯ ପ୍ରତିଶତ ଚାକିରି କରିବା ଉଦ୍ଦେଶ୍ୟରେ ପାଠ ପଢୁଛନ୍ତି। ସେମାନଙ୍କ ଭିତରୁ ଯଦି କେହି ବିଦେଶ ଖସିଯାଇପାରିଲେ ତେବେ ତାଙ୍କର ଚାକିରିଆ ଭାବରେ ଭବିଷ୍ୟତ ଉଜ୍ଜ୍ୱଳ ହୋଇପଡୁଛି। ସତ୍ୟ ନାଡାଲା, ସୁନ୍ଦର ପିଚାଇଙ୍କଠାରୁ ଆରମ୍ଭ କରି ସିଟିଗ୍ରୁପ୍‌, ଆଡୋବିି, ପେପ୍‌ସି, ନୋକିଆ, ମାଷ୍ଟରକାର୍ଡ, ସ୍ୟାଣ୍ଡ୍‌ଡିସ୍କ, ମୋଟୋରୋଲା ଏବଂ ଆଇବିଏମ୍‌ ଭଳି ଅନେକ ବୃହତ୍‌କାୟ ଅନ୍ତର୍ଜାତୀୟ କମ୍ପାନୀରେ ସିଇଓ ବା ମୁଖ୍ୟ ଚାକିରିଆ ଭାବେ ନିଯୁକ୍ତି ପାଉଛନ୍ତି। ମନେରଖିବାକୁ ହେବ ଯେ, ସେମାନଙ୍କ ମଧ୍ୟରୁ କେହି ବି ଉଦ୍ୟୋଗୀ ନୁହନ୍ତି। ଏମାନେ ଟେକ୍‌ନୋକ୍ରାଟ ଭାବେ କମ୍ପାନୀରେ ନିଯୁକ୍ତି ପାଉଛନ୍ତି ଓ ଦରମା ଗ୍ରହଣ କରୁଛନ୍ତି। ଏଠାରେ ଭୁଲ ବୁଝିବା ଉଚିତ ନୁହେଁ ଯେ କାହାରିକୁ ନୂ୍ୟନ କରି ଦେଖାଇବା ଉଦ୍ଦେଶ୍ୟ ରହୁଛି। କେବଳ ଏତିକି କୁହାଯାଉଛି ଯେ, ଭାରତର ଯୁବପିଢ଼ି ଯେତିକି ଶକ୍ତିଶାଳୀ ହୋଇପାରନ୍ତା, ତାହା ହେଉନାହିଁ। ସେଥିପାଇଁ ରାଜନୀତିରେ ମଧ୍ୟ କୌଣସି ଦଳର ଯୁବ ନେତାଙ୍କର ଆନ୍ତରିକତା ଯୋଗୁ ବୃଦ୍ଧି ଘଟୁଥିବା କହିବା କଷ୍ଟକର। ଧରାଧରି, ଦୁର୍ନୀତିରେ ସହଯୋଗ ଏବଂ ମୁଖଶାଳା ଭାବେ ଯୁବପିଢ଼ି ବ୍ୟବହୃତ ହେଉଛି। ସେଥିପାଇଁ ୟେଦୁରପ୍ପା ଯାଇ ଅନ୍ୟ ଯିଏ ଆସିବେ ତାଙ୍କଠାରୁ ଗୋଟିଏ ବିରାଟ ପରିବର୍ତ୍ତନ ଆଶା କରାଯାଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସମୟ କ୍ରମେ ମଣିଷର ଖାଦ୍ୟ ରୁଚି ବଦଳୁଛି। ସେଫ୍‌ମାନେ ନୂଆ ପ୍ରକାରର ତଥା ସ୍ବାଦର ଖାଦ୍ୟ ସାମ୍ନାକୁ ଆଣୁଛନ୍ତି। ସେଥି ମଧ୍ୟରୁ ଏବେ ମୋମୋ ବେଶ୍‌...

ଦିବ୍ୟାଙ୍ଗ ଓ ନିଯୁକ୍ତି

ମିନତି ପ୍ରଧାନ ଗତ କେଇ ଦଶନ୍ଧି ତଳେ ଦିବ୍ୟାଙ୍ଗଙ୍କୁ କେବଳ ଛୋଟମୋଟ ବ୍ୟବସାୟ କରିବାକୁ ସୁଯୋଗ ମିଳୁଥିଲା। ମାତ୍ର ଅନ୍ତଃରାଷ୍ଟ୍ରୀୟ ଓ ରାଷ୍ଟ୍ରୀୟ ସଂସ୍ଥା, ଏନ୍‌ଜିଓ...

ଉତ୍ତର ପିଢ଼ିର ବ୍ୟାଘ୍ରାରୋହଣ

ଛାୟାକାନ୍ତ ଷଡ଼ଙ୍ଗୀ ଗୋଦାବରୀଶ ମହାପାତ୍ରଙ୍କ କ୍ଷୁଦ୍ରଗଳ୍ପ ‘ଏବେ ବି ବଞ୍ଚତ୍ଛି’ର ଦୁର୍ଭିକ୍ଷ ପ୍ରପୀଡ଼ିତ ନାୟକ ବେଣୁଧର ସରକାରୀ ସାହାଯ୍ୟ କେନ୍ଦ୍ରକୁ ଚାଉଳ ଆଣିବା ପାଇଁ ଯାଇଛି...

ସଙ୍କଟରେ ନ୍ୟାୟାଳୟ

ନ୍ୟାୟପାଳିକା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ନାଗରିକଙ୍କ ସ୍ବାର୍ଥରକ୍ଷା ନିଶ୍ଚିତ କରେ। ଭାରତର ନ୍ୟାୟିକ ବ୍ୟବସ୍ଥା ସୁବ୍ୟସ୍ଥିତ ଓ ଏହାର ଶୀର୍ଷରେ ରହିଛି...

ଏଇ ଭାରତରେ

ଟ୍ରିସ୍କୁଟର ବିଷୟରେ କେବେ ଶୁଣିଛନ୍ତି କି। ଏଭଳି ସ୍କୁଟର ନିର୍ମାଣ କରିଛନ୍ତି ମାଙ୍ଗାଲୁରର ଗଣପତି ଭଟ୍ଟ । ଏହି ସ୍କୁଟର ରାସ୍ତାରେ ନ ଚାଲି କେବଳ...

ନକାରାତ୍ମକ ଖବର ଜାଣିବାର ଇଚ୍ଛା

ଡା. ସମ୍ରାଟ କର ସେଦିନ ବଡ଼ିସକାଳୁ ମୋର କମ୍ପ୍ୟୁଟର କ୍ଷିପ୍ରଲିଖ ସହକାରୀ ଶ୍ରଦ୍ଧେୟ ଶ୍ରୀକାନ୍ତର ଫୋନ ବାଜିଉଠିଲା। ସକାଳୁଆ ଶୁଭେଚ୍ଛା ଜଣାଇବା ସହ ବ୍ୟସ୍ତଭରା କଣ୍ଠରେ...

ଶକ୍ତ ବ୍ରେକ୍‌ ଆବଶ୍ୟକ

ଡ. ସନ୍ତୋଷ କୁମାର ମହାପାତ୍ର ଥରେ ଜଣେ ବନ୍ଧୁ ଦେଖାହେଲେ ଏବଂ ପଚାରିଲେ- ”ତମେ ସର୍ବଦା ବାମପନ୍ଥୀ ଚିନ୍ତାଧାରାରେ ଲେଖୁଛ ଏବଂ ଅନ୍ୟକୁ ସମାଲୋଚନା କରୁଛ।...

ହ୍ବେନ୍‌ ଇନ୍‌ ରୋମ୍‌…

ନିକଟରେ କାନାଡ଼ାର ଭାଙ୍କୋଭର ସହରରେ ଭାରତୀୟ ଛାତ୍ର ଚିରାଗ ଆନ୍ତିଲଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଚିରାଗଙ୍କ ଘର ହରିୟାଣାରେ ଓ ସେ ୨୦୨୨ରେ ଉଚ୍ଚଶିକ୍ଷା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri