ୟେଦୁରପ୍ପା ଗଲେ ଯେ

କର୍ନାଟକ ମୁଖ୍ୟମନ୍ତ୍ରୀ ପଦବୀରୁ ବି.ଏସ୍‌. ୟେଦୁରପ୍ପା ୨୬ ଜୁଲାଇରେ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ କହିଛନ୍ତି ଯେ, ସେ ବିଷାଦରେ ନୁହେଁ ଖୁସିରେ ପଦ ଛାଡ଼ିଛନ୍ତି। ତାଙ୍କୁ ଏବେ ୭୮ ବର୍ଷ ବୟସ। ୭୫ ବର୍ଷ ପରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ତାଙ୍କ ଉପରେ ବିଶ୍ୱାସ ରଖି ଯେଉଁ ଦାୟିତ୍ୱ ଦେଇଥିଲେ ସେଥିଲାଗି ସେ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ୟେଦୁରପ୍ପା ନିଜଆଡ଼ୁ ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ିବାକୁ ଚାହୁଁ ନ ଥିଲେ ବୋଲି ଗଣମାଧ୍ୟମରେ ଢେର ଆଲୋଚନା ହୋଇଛି। ଭାଜପା ଚାପରେ ସେ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ହୁଏତ ତାଙ୍କର ଏହି ଧନ୍ୟବାଦ ତାଙ୍କୁ କୌଣସି ଏକ ରାଜ୍ୟର ରାଜ୍ୟପାଳ ପଦବୀ ଆଣି ଦେଇପାରେ। ସେ ବୁଝି ସାରିଥିବେ ଯେ ତାଙ୍କ ଦୁର୍ନୀତିକୁ କେନ୍ଦ୍ର ଭଲ ଭାବେ ଜାଣିଥିବା ହେତୁ ବେଶି ଉତୁରିଥିଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଲାଗି ଯାଇଥାଆନ୍ତା। ନିଜ ଜୀବନକୁ ବଞ୍ଚାଇବା ପାଇଁ ତାଙ୍କର ଏହି ପଦକ୍ଷେପ ଅନେକ ଦୃଷ୍ଟିରୁ କୌତୂହଳ ସୃଷ୍ଟି କରିପାରେ।
ୟେଦୁରପ୍ପାଙ୍କ ଇସ୍ତଫା ପଛରେ ନିଶ୍ଚିତ ଭାବେ ରାଜନୈତିକ ଚାପର ଖେଳ ରହିଛି। ତଥାପି ବୟସ ଦୃଷ୍ଟିରୁ ସେ ଗାଦି ଛାଡ଼ିବା କଥାକୁ ସ୍ବାଗତ କରାଯାଇପାରେ। କାରଣ ଭାରତବର୍ଷର ଅଧିକାଂଶ ରାଜନେତା ଗାଦି ସହିତ ଚେମଡ଼ ହୋଇ ଲାଗି ରହୁଛନ୍ତି। ଏଠାରେ ଉଦାହରଣ ତଳଠୁ ଉପର ପର୍ଯ୍ୟନ୍ତ ସମସ୍ତଙ୍କର ଦିଆଯାଇପାରେ। ଯେଉଁ ରାଜନୈତିକ ବ୍ୟକ୍ତିମାନେ ମୃତ୍ୟୁ ପର୍ଯ୍ୟନ୍ତ କ୍ଷମତା ଉପଭୋଗ କରିବାକୁ ଚାହାନ୍ତି, ସେମାନେ ବୁଝିବା ଦରକାର ଯେ ଯୁବପିଢ଼ି କ୍ଷମତା ହାସଲ କରିବାକୁ ବ୍ୟାକୁଳ ହେଲେଣି। ଏହା କହିବା ପଛରେ ସ୍ପଷ୍ଟ ଉଦ୍ଦେଶ୍ୟ ହେଉଛି ସମଗ୍ର ଭାରତବର୍ଷର ସବୁ ଦଳର ଯୁବପିଢିକୁ ଦେଖିଲେ ସେମାନଙ୍କର ଦୁର୍ନୀତିଖୋର ମନୋଭାବ ବୟସ୍କମାନଙ୍କଠାରୁ କୌଣସି ଭାବେ ଊଣା ନୁହେଁ। ଆର୍ଥିକ ଦୁର୍ନୀତି ସହିତ ଭାରତର ରାଜନୀତିରେ ସମ୍ପୃକ୍ତ ଯୁବପିଢ଼ି ପାଖରେ ବାହୁବଳ ଓ ଚରିତ୍ରଗତ ଦୋଷ ବାରିହୋଇ ପଡୁଛି। ଏହା ଭାଜପାଠାରୁ ଆରମ୍ଭକରି କଂଗ୍ରେସ ଏବଂ ସବୁ ଆଞ୍ଚଳିକ ଦଳ ଭିତରେ ଅନୁରୂପ ଆକାର ଧାରଣ କରିଛି। ସେଥିପାଇଁ କେବଳ ଯୁବପିଢି ଆସିଗଲେ ଦେଶର ପରିବର୍ତ୍ତନ ଘଟିବ ବୋଲି ଚିନ୍ତା କରିବା ଅତ୍ୟନ୍ତ ତ୍ରୁଟିପୂର୍ଣ୍ଣ ହେବ।
ଭାରତର ଯୁବଗୋଷ୍ଠୀର ଅନେକ ଏହିଭଳି ଉଦାହରଣ ଅଛି, ଯାହାକି କହିଲେ ସରିବ ନାହିଁ। ବ୍ୟବସାୟିକ କ୍ଷେତ୍ର ଦେଖାଯାଉ। ଓଡ଼ିଶାର ଜଣେ ଯୁବକ ଅନ୍ତର୍ଜାତୀୟ ସ୍ତରରେ ହୋଟେଲ ରୁମ୍‌ ସୃଷ୍ଟିକରି ଦିନାକେତେ ବେଶ୍‌ ନାମ ଅର୍ଜନ କଲେ। ପରବର୍ତ୍ତୀ ସମୟରେ ତାଙ୍କର ଅର୍ଥନୈତିକ କୁକର୍ମ ତାଙ୍କ ବ୍ୟବସାୟକୁ ତଳିତଳାନ୍ତ କରିଦେଲା। ସେହିପରି ଯୁବ ଅଫିସରଙ୍କ ସମ୍ପର୍କରେ ଯେତେ କୁହାଯିବ ସେତେ କମ୍‌ ପଡ଼ିବ। ସମସ୍ତେ ଅନୁଭବ କରିଥିବେ ଜିଲାରେ ନୂଆ ଆରକ୍ଷୀ ଅଧୀକ୍ଷକ ଯୋଗଦେବା ମାତ୍ରକେ ନିଜର ଭାବମୂର୍ତ୍ତି ସୃଷ୍ଟିକରିବା ହୋଇପଡ଼େ ସବୁଠାରୁ ବଡ଼ କର୍ତ୍ତବ୍ୟ। ଦିନସାରା ଖଟିକରି ବିଳମ୍ବିତ ରାତିରେ ଗରିବମୂଲିଆ କିମ୍ବା ଗାଡ଼ିଚାଳକ ଖାଇବସିଥିବା ଢାବାରେ ଏସ୍‌ପିଙ୍କ ପ୍ରବେଶ ଓ ଲାଠିମାଡ଼ କୋକୁଆଭୟ ସୃଷ୍ଟିକରେ। ସମସ୍ତେ କୁହନ୍ତି ‘ଏହି ଏସ୍‌ପି ଅତ୍ୟନ୍ତ କଡ଼ା’। ଏହି ଧାରଣା ସୃଷ୍ଟି ହୋଇଯିବା ପରେ ଏସ୍‌ପି ମହୋଦୟ ଘରେବସି ଥାନା ନିଲାମ କରିବାରେ ବ୍ୟସ୍ତ ହୋଇପଡ଼ନ୍ତି। ଅନୁରୂପ ଭାବେ ଶିକ୍ଷାନୁଷ୍ଠାନଗୁଡ଼ିକରେ ପୁରୁଖା ଶିକ୍ଷକ ଏବଂ ନୂତନ ଭାବେ ନିଯୁକ୍ତି ପାଇଥିବା ଯୁବ ଶିକ୍ଷାକର୍ମୀଙ୍କ ପାଠପଢ଼ାଇବାର ଇଚ୍ଛା ଦେଶର ପ୍ରତ୍ୟେକ ଅଭିଭାବକଙ୍କୁ ଜଣା। ବିଶ୍ୱବିଦ୍ୟାଳୟ ଓ ଉଚ୍ଚଶିକ୍ଷା ସ୍ତରର ପାଠପଢ଼ା କଥା ଦେଖାଯାଉ। ଭାରତର ଗୌରବ ବୋଲାଉଥିବା ଆଇଆଇଟି, ଆଇଆଇଏମ୍‌ ଭଳି କେତୋଟି ଶିକ୍ଷା ପ୍ରତିଷ୍ଠାନ ବିଦ୍ୟାର୍ଥୀ ବାହାର କରୁଛନ୍ତି, ତନ୍ମଧ୍ୟରୁ ୯୯ ପ୍ରତିଶତ ଚାକିରି କରିବା ଉଦ୍ଦେଶ୍ୟରେ ପାଠ ପଢୁଛନ୍ତି। ସେମାନଙ୍କ ଭିତରୁ ଯଦି କେହି ବିଦେଶ ଖସିଯାଇପାରିଲେ ତେବେ ତାଙ୍କର ଚାକିରିଆ ଭାବରେ ଭବିଷ୍ୟତ ଉଜ୍ଜ୍ୱଳ ହୋଇପଡୁଛି। ସତ୍ୟ ନାଡାଲା, ସୁନ୍ଦର ପିଚାଇଙ୍କଠାରୁ ଆରମ୍ଭ କରି ସିଟିଗ୍ରୁପ୍‌, ଆଡୋବିି, ପେପ୍‌ସି, ନୋକିଆ, ମାଷ୍ଟରକାର୍ଡ, ସ୍ୟାଣ୍ଡ୍‌ଡିସ୍କ, ମୋଟୋରୋଲା ଏବଂ ଆଇବିଏମ୍‌ ଭଳି ଅନେକ ବୃହତ୍‌କାୟ ଅନ୍ତର୍ଜାତୀୟ କମ୍ପାନୀରେ ସିଇଓ ବା ମୁଖ୍ୟ ଚାକିରିଆ ଭାବେ ନିଯୁକ୍ତି ପାଉଛନ୍ତି। ମନେରଖିବାକୁ ହେବ ଯେ, ସେମାନଙ୍କ ମଧ୍ୟରୁ କେହି ବି ଉଦ୍ୟୋଗୀ ନୁହନ୍ତି। ଏମାନେ ଟେକ୍‌ନୋକ୍ରାଟ ଭାବେ କମ୍ପାନୀରେ ନିଯୁକ୍ତି ପାଉଛନ୍ତି ଓ ଦରମା ଗ୍ରହଣ କରୁଛନ୍ତି। ଏଠାରେ ଭୁଲ ବୁଝିବା ଉଚିତ ନୁହେଁ ଯେ କାହାରିକୁ ନୂ୍ୟନ କରି ଦେଖାଇବା ଉଦ୍ଦେଶ୍ୟ ରହୁଛି। କେବଳ ଏତିକି କୁହାଯାଉଛି ଯେ, ଭାରତର ଯୁବପିଢ଼ି ଯେତିକି ଶକ୍ତିଶାଳୀ ହୋଇପାରନ୍ତା, ତାହା ହେଉନାହିଁ। ସେଥିପାଇଁ ରାଜନୀତିରେ ମଧ୍ୟ କୌଣସି ଦଳର ଯୁବ ନେତାଙ୍କର ଆନ୍ତରିକତା ଯୋଗୁ ବୃଦ୍ଧି ଘଟୁଥିବା କହିବା କଷ୍ଟକର। ଧରାଧରି, ଦୁର୍ନୀତିରେ ସହଯୋଗ ଏବଂ ମୁଖଶାଳା ଭାବେ ଯୁବପିଢ଼ି ବ୍ୟବହୃତ ହେଉଛି। ସେଥିପାଇଁ ୟେଦୁରପ୍ପା ଯାଇ ଅନ୍ୟ ଯିଏ ଆସିବେ ତାଙ୍କଠାରୁ ଗୋଟିଏ ବିରାଟ ପରିବର୍ତ୍ତନ ଆଶା କରାଯାଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri